କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ସୂର୍ଯ୍ୟନଗର ସିଲ୍ । ଲୋକଙ୍କ ଘରେ ପହଞ୍ଚିଲା ରାସନ୍ । ମୋବାଇଲ୍ ଡାକ୍ତରୀ ଟିମ୍ କରିବ ସ୍ୱାସ୍ଥ୍ୟ ପରୀକ୍ଷା । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ସାନିଟାଇଜେସନ୍ ।
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍
କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ସୂର୍ଯ୍ୟନଗର ସିଲ୍ । ଲୋକଙ୍କ ଘରେ ପହଞ୍ଚିଲା ରାସନ୍ । ମୋବାଇଲ୍ ଡାକ୍ତରୀ ଟିମ୍ କରିବ ସ୍ୱାସ୍ଥ୍ୟ ପରୀକ୍ଷା । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ସାନିଟାଇଜେସନ୍ ।
ସୁସ୍ଥ ହେଲେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍ । ସ୍ୱାସ୍ଥ୍ୟ ବିଭାଗର ସୂଚନା, କୋଭିଡ୍-19 ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ୍ । ଆଗରୁ ସୁସ୍ଥ ହୋଇଥିଲେ ଆଉ ଜଣେ । ଏବେ ୩ ଜଣଙ୍କର ଚାଲିଛି ଚିକିତ୍ସା ।
ଲକଡାଉନ୍କୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱରକୁ ସଟ୍ ଡାଉନ୍ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ।
ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଭଦ୍ରକ ଓ ଭୁବନଶ୍ୱରକୁ ପୂରା ପୂରି ସଟ୍ ଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ପଞ୍ଚମ ଆକ୍ରାନ୍ତଙ୍କ ବିଲକ୍ଷଣ ନେଇ ସଟ୍ ଡାଉନ ଘୋଷଣା କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନଥିବାରୁ ଚିନ୍ତା ବଢିଛି , କଣ ପାଇଁ ଏପରି ଘଟିଲା ସଂପୂର୍ଣ୍ଣ ଛାନଭିନ୍ ପାଇଁ ୪୮ ଘଣ୍ଟା ସଟ୍ ଡାଉନ୍ କରାଯାଇଛି ।
କେବଳ ସେତିକ ନୁହେଁ ସଟଡାଉନ୍ ବେଳେ ଘର ବାହାରେ ବୁଲିଲେ ପୋଲିସ ଉଠାଇନେଇ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ସଟ୍ ଡାଉନ ପାଇଁ ସମସ୍ତ ପୁରୁଣା ପାସ ରଦ୍ଦ କରାଯିବା ସହ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯିବ । ସଟ୍ ଡାଉନକୁ ଏକ ପ୍ରକାର କର୍ଫ୍ୟୁ ବୋଲି କହିଲେ ଡିଜିପି ।
ତେବେ ଏହି ସଟଡାଉନ ସମୟରେ ସମସ୍ତ ଅତ୍ୟାବଶକୀୟ ଦୋକାନ ପନିପରିବା, ଫଳ ସମସ୍ତ ଗ୍ରୋସରି ଦୋକାନ ବନ୍ଦ ରହିବ । ଔଷଧ ଦୋକାନ ଖୋଲିବ ତେବେ କେଉଁ ଔଷଧ ଦୋକାନ ଖୋଲିବ ସେନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ ।
ଭୁବନେଶ୍ୱର: ଲକଡାଉନ୍କୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର । ଆଗାମୀ ୪୮ ଘଣ୍ଟା ପାଇଁ ଭଦ୍ରକ ଟାଉନ୍ ଓ ରାଜଧାନୀ ଭୁବନେଶ୍ୱରକୁ ସଟ୍ ଡାଉନ୍ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ଯାଏଁ ଭଦ୍ରକ ଟାଉନ୍ ଓ ଭୁବନେଶ୍ୱରକୁ ସଟ୍ ଡାଉନ୍ ଘୋଷଣା କଲେ । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀଦୋକାନ ଖୋଲା ରହିଥିବା ବେଳେ ସଟ୍ ଡାଉନ୍ ସମୟରେ ଏହି ସବୁ ଦୋକାନ ବନ୍ଦ ରହିବ । ଅର୍ଥାତ କିରାଣୀ ଦୋକାନ, ମାଛ, ମାସଂ, କ୍ଷୀର ଦୋକାନ ବନ୍ଦ ରହିବ । ଔଷଧ ଦୋକାନ ଖୋଲା ରହିବ କିନ୍ତୁ କମ୍ ସଂଖ୍ୟାରେ ଔଷଧ ଦୋକାନ ଖୋଲା ରହିବ । କେଉଁ ଅଞ୍ଚଳରେ କେତୋଟି ଦୋକାନ ଖୋଲା ରହିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ମେଡିକାଲ ସେବା ସ୍ୱାଭାବିକ ରହିବ । କିନ୍ତୁ ଛୋଟ ରୋଗ ପାଇଁ ବାହାରକୁ ନଆସିବ ପାଇଁ ନିବେଦନ କଲେ ପୋଲିସ ଡିଜି ଅଭୟ । ଯଦି ଆପଣଙ୍କ କୌଣସି ସ୍ୱାସ୍ଥ୍ୟଗତ ଏମରଜେନ୍ସି ରହିଛି ତେବେ ଆପଣ ଆମ୍ୱୁଲାନ୍ସ ବ୍ୟବହାର କରିପାରିବେ । ଏ ନେଇ ଭୁବନେଶ୍ୱର ଆମ୍ୱୁଲାନ୍ସ ସଂଖ୍ୟାକୁ ବଢ଼ାଇଦିଆଯାଇଛି ।
ତେବେ ଲକ୍ଡାଉନ୍ ସମୟରେ ଦିଆଯାଇଥିବା ପାସ୍ ସଟଡାଉନ୍ ସମୟରେ ଲାଗୁ ହେବ ନାହିଁ । ସଟଡାଉନ୍ ପାସ୍ ନେଇ ସ୍ୱତନ୍ତ୍ର ଭାବେ ଆବେଦନ କରିବାକୁ ପଡ଼ିବ । ୧୦୦ ନମ୍ୱରରେ କଲ୍ କରି ଭୁବନେଶ୍ୱରରେ ସଟ୍ ଡାଉନ୍ ପାସ୍ ପାଇଁ ଆବେଦନ କରିପାରିବେ ଏବଂ ଭଦ୍ରକ ଟାଉନ୍ରେ ସଟ୍ ଡାଉନ୍ ପାସ୍ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ ।
ସୂଚନା ଯୋଗ୍ୟ ଯେ, ବିନା କୌଣସି ଟ୍ରଭେଲ୍ ହିଷ୍ଟ୍ରୀ ସତ୍ତ୍ୱେ ଭୁବନେଶ୍ୱରରୁ ୫ମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।
ମୁମ୍ବାଇ: ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ଼ର ସୁପର ହିଟ୍ ଯୋଡ଼ି ଆଲିଆ ରଣବୀର । ଆପଣମାନେ ଭାବୁଥିବେ କେବେ ଫିଲ୍ମରେ ଏକାଠି ନଜର ଆସିନଥିବା ଯୋଡ଼ିକୁ କେମିତି ଆମେ ସୁପର ହିଟ୍ ଯୋଡ଼ି କହୁଛୁ । ଆମେ କହି ରଖୁଛୁ, ହୁଏତ ସେମାନେ ପୂର୍ବରୁ କିଛି ଫିଲ୍ମ ନକରି ପାରନ୍ତି କିନ୍ତୁ ଏହି ଯୋଡ଼ିଙ୍କ ରୋମାନ୍ସ ଡେଟିଂ କାହାକୁ ଅଛପା ନାହିଁ । ଫିଲ୍ମକୁ ଛାଡ଼ି ସବୁ ବେଳେ ସେ ଏକାଠି ହିଁ ନଜର ଆସିଛନ୍ତି । ଫିଲ୍ମ ଠାରୁ ବେଶୀ ସେମାନେ ରିୟଲ ଲାଇଫରେ ଚର୍ଚ୍ଚା ସାଉଁଟିଛନ୍ତି ।

ସୂଚନା ଅନୁସାରେ ଏହି ଦୁଇଜଣଙ୍କ ବିବାହ ତାରିଖ ମଧ୍ୟ ଫାଇନାଲ ହୋଇଯାଇଛି । ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ଅନ୍ୟ ସେଲିବ୍ରିଟିଙ୍କ ପରି ଡେଷ୍ଟିନେସନ ୱେଡ଼ିଂ ନୁହେଁ ବରଂ ନିଜ ସହରରେ ହିଁ ବିବାହ କରିବେ । ତେବେ ଏହି ଯୋଡ଼ି ଅନ୍ୟ ନିକଟରେ ବିବାହ କରିଥିବା ବଲିଉଡ଼ ଷ୍ଟାର ଦିପିକା, ପ୍ରିୟଙ୍କାଙ୍କ କି ଅନୁଷ୍କାଙ୍କ ଭଳି ଡେଷ୍ଟିନେସନ ୱେଡ଼ିଂକୁ ପସନ୍ଦ କରିନାହାଁନ୍ତି ।

ଏବଂ ବିବାହ ପାଇଁ ମୁମ୍ବାଇକୁ ହିଁ ଫାନାଲ କରିଛନ୍ତି ଦୁହିଁଙ୍କ ପରିବାର । କୁହାଯାଉଛି ସେମାନେ ଡିସେମ୍ବରରେ ହିଁ ବିବାହ କରିବେ । ଡିସେମ୍ବର ୨୧ରୁ ଆରମ୍ଭ କରି ୪ଦିନ ଧରି ଏହି ବିବାହ ଉତ୍ସବ ଚାଲିବ । ତେବେ ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି ଦୁହେଁ ।
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ । ଏହା ପୂର୍ବରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଡିସ୍ଚାର୍ଜ ହୋଇଛନ୍ତି । ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣଙ୍କ ସେ ଇଂଲଣ୍ଡରୁ ଫେରିଥିବା ବେଳେ ପ୍ରଥମ କରୋନା ଆକ୍ରାନ୍ତ ଜଣଙ୍କ ଇଟାଲୀ ଫେରନ୍ତା ।

ଉଭୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଯାବତ ରାଜ୍ୟରେ ମୋଟ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ୨ ଜଣ ଡିସଚାର୍ଜ ହେବ ପରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟ ୩କୁ ଖସିଛି । ।

କରୋନାକୁ ନେଇ ରାଜ୍ୟବାସୀଙ୍କ ଅନିଶ୍ଚିତ ମଧ୍ୟରେ ଦିନ କାଟୁଥିବା ବେଳେ ଗୋଟିଏ ପରେ ଗୋଟିଏ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ରାଜ୍ୟବାସୀଙ୍କ ମନରେ ଆଶ୍ୱସ୍ତି ଭରିଛି ।
ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହେବା ପୂର୍ବରୁ ଦିଲ୍ଳୀରୁ ଫେରିଥିବା ବେଳେ ୪ର୍ଥ ଜଣଙ୍କ ଦୁବାଇରୁ ଫେରିଛନ୍ତି ଓ ଗତ ୨ଦିନ ତଳେ ଚିହ୍ନଟ ହୋଇଥିବା ୫ମ ରୋଗୀ ଜଣଙ୍କ ରାଜଧାନୀର ସୂର୍ଯ୍ୟ ନଗର ଅଞ୍ଚଳର । ତେବେ ସେ ନିକଟ ଅତିଥରେ କେବେ ବି ବିଦେଶ କିମ୍ୱା ଅନ୍ୟ ରାଜ୍ୟକୁ ଗସ୍ତ କରିନାହାନ୍ତି ।
ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା । ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ୫ ରବିବାର ରାତି ୯ ଟା ସମୟରେ ୯ ମିନିଟ ପାଇଁ ମହମବତୀ, ଦୀପ କିମ୍ୱା ମୋବାଇଲ ଫ୍ଳାସ୍ ଲାଇଟ୍ ଲଗାଇବା ପାଇଁ କଲେ ନିବେଦନ ।

ଘରର ଅନ୍ୟ ସମସ୍ତ ଲାଇଟକୁ ବନ୍ଦ କରି ଘର ଦ୍ୱାର ନିକଟରେ ଛିଡ଼ା ହୋଇ କିମ୍ୱାର ଘର ବାଲକୋନିରେ ଏକ ମହମବତୀ, ଟର୍ଚ୍ଚ ଲାଇଟ୍ କିମ୍ୱା ଫ୍ଳାସ୍ ଲାଇଟ୍ ଜାଳିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ସମୟରେ ଘରୁ ନ ବାହାରିବା ସହିତ କୌଣସି ବି ଜାଗାରେ ଏକତ୍ରିତ ନହେବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସ୍ଥାନରେ ଗୋଟିଏ ଦୀପ ଜାଳିବେ, ସେତେବେଳେ ଆଲୋକର ସେହି ଶକ୍ତିର ଅନୁଭବ ହେବ, ଯେଉଁଥିରେ ଏହା ପ୍ରକାଶ ପାଇବ ଯେ ଆମେ ସମାନ ଉଦ୍ଦେଶ୍ୟରେ ମିଳିତ ଭାବେ ଯୁଦ୍ଧ କରୁଛୁ | ସେହି ଆଲୋକରେ, ଆସନ୍ତୁ ସମାଧାନ କରିବା ଯେ ଆମେ ଏକା ନୁହଁ | ଏହି ଘଟଣା ସମୟରେ କାହାକୁ ଏକାଠି ହେବାକୁ ପଡିବ ନାହିଁ |

ଲକ୍ଡାଉନ୍ ସମୟରେ ଅଭୂତପୂର୍ବ ଅନୁଶାସନ ଓ ସେବାଭାବ ପ୍ରଦର୍ଶନ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୨ ମାର୍ଚ୍ଚ ରବିବାର ସନ୍ଧ୍ୟା ୫ଟାରେ କରୋନା ବିରୋଧରେ ଲଢ଼େଇ କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ ଦେଶବାସୀ । ଯାହା ଅନ୍ୟ ସମସ୍ତ ଦେଶ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିରୁ ଏହା ଜଣାପଡ଼େ ଯେ, ସମସ୍ତେ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ ଲଢ଼ିପାରିବା । ଲକ୍ଡାଉନ୍ ସମୟରେ ପ୍ରାୟତଃ ସମସ୍ତ ଏକୁଟିଆ ରହୁଛନ୍ତି । ସେମାନେ ସେମାନଙ୍କ ଘର ମଧ୍ୟରେ ଆବଦ୍ଦ ହୋଇରହୁଛନ୍ତି । କିନ୍ତୁ ମାର୍ଚ୍ଚ ୨୨ ତାରିଖ ଭଳି କାର୍ଯ୍ୟକ୍ରମ କରୋନା ବିରୋଧୀ ଲଢ଼େଇରେ ଆମେ ନିଜ ନିଜ ଘରମାନଙ୍କରେ ଏକୁଟିଆ ଥିଲେ ବି ଏକଜୁଟ ଥିବା ଦର୍ଶାଉଛି ।
ସ୍ୱାସ୍ଥ୍ୟାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କରୋନା ମୁକାବିଲାରେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
Ghaziabad DM has ordered an investigation after CMO Ghaziabad writes to police alleging that persons from Tablighi Jamat who are in quarantine at MMG hospital are walking around the ward without their trousers on and making lewd gestures towards the nurses.
— ANI UP/Uttarakhand (@ANINewsUP) April 2, 2020
ଗାଜିଆବାଦର ଏମଏମ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତବଲିଗି ଜମାତର କରୋନା ସନ୍ଦିଗ୍ଧମାନେ ନିରନ୍ତର ଦୁର୍ବ୍ୟବହାର କରୁଛନ୍ତି । ସନ୍ଦିଗ୍ଧମାନେ ନର୍ସଙ୍କ ସାମ୍ନାରେ ପୋଷାକ ବଦଳାଉଛନ୍ତି । ଏଭଳି କି କିଛି ସନ୍ଦିଗ୍ଧ ବିନା ପୋଷାକରେ ମେଡିକାଲ ପରିସରରେ ବୁଲୁଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଗାଜିଆବାଦ ପୋଲିସ ।
Ghaziabad: Police at MMG hospital conducting investigations into the allegations that persons from Tablighi Jamat who are in quarantine at the hospital are walking around the ward without their trousers on and making lewd gestures towards the nurses pic.twitter.com/x5Ar1Y8SEZ
— ANI UP/Uttarakhand (@ANINewsUP) April 2, 2020
ଅପରପକ୍ଷରେ ଡାକ୍ତରଖାନାର ସିଏମଏଲଏସ୍ ରବୀନ୍ଦ୍ର ରାଣା କହିଛନ୍ତି ଯେ, ତବଲିଗି ଜମାତ ସହ ଜଡ଼ତି କରୋନା ସନ୍ଦିଗ୍ଧ ଖରାପ ଆଚରଣ କରୁଛନ୍ତି । ସେମାନେ ବରମ୍ୱାର ଅଶ୍ଳୀଳ ବ୍ୟବହାର କରୁଛନ୍ତି । ସାମାନ୍ୟ କଥାକୁ ନେଇ ହସ୍ପିଟାଲରେ ହଙ୍ଗାମା କରୁଛନ୍ତି ।
ସୂଚନାନୁସାରେ, ଗାଜିଆବାଦ ଜିଲ୍ଲା ପ୍ରଶାସନ ଏହି ଲୋକଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ସେମାନଙ୍କୁ ଜେଲ ବ୍ୟାରେଜରେ ତାଲା ପକାଇବାକୁ ଚିନ୍ତା କରୁଛନ୍ତି।
ଏପ୍ରିଲ ୩, ୨୦୨୦, ମୀନ ୨୧ ଦିନ
୧୯୪୧ ଶକାଦ୍ଦ,୧୪୨୭ ସାଲ୍, ୨୦୭୭ ସମ୍ବତ୍
ଚୈତ୍ର ମାସ,ଶୁକ୍ଳପକ୍ଷ,ଦଶମୀ ତିଥି,ଶୁକ୍ରବାର
ପୁଷ୍ୟ। ନକ୍ଷତ୍ର ,କର୍କଟ ରାଶିରେ ଚନ୍ଦ୍ର ରହିବେ
ଯୋଗିନୀ ରହିବେ ଉତ୍ତର ଦିଗରେ, ତେଣୁ ଉତ୍ତର ଦିଗକୁ ଯାତ୍ରା ନିଷେଧ
କୈାଣସି ରାଶି ପାଇଁ ଘାତଚନ୍ଦ୍ର ନାହିଁ
ବିଛା,ଧନୁ,ମୀନ ରାଶି ପାଇଁ ଘାତବାର
ଶୁଭ ସମୟ- ସକାଳ ୭ଟା ୩୦ରୁ ସକାଳ ୯ଟା
ଦିନ ୧୨ଟା ଠାରୁ ଦିନ ୧ଟା ୩୦ ମିନିଟ୍
ଅଶୁଭ ସମୟ- ଦିନ ୧୦ଟା ୩୦ ରୁ ଦିନ ୧୨ ଟା ପର୍ଯ୍ୟନ୍ତ
ମେଷ ରାଶି
ଅଶ୍ବିନୀ- ଆର୍ଥିକ ଚିନ୍ତା ରହୁଥିଲେ ସେଥିରୁ ମୁକ୍ତି ମିଳିବ
ଦ୍ବିଜା- ଧନହାନୀ,ପ୍ରାଣପୀଡା ପରି ପରିସ୍ଥିତି ରହିବ
କୃତ୍ତିକା- ପରିବାର ସହିତ ପୁରା ସମୟ କାଟିବେ
ସକାଳୁ ମୃହୁ ଖାଇ କାର୍ଯ୍ୟ ଆରମ୍ଭ କରିବେ
ବୃଷ ରାଶି
କୃତ୍ତିକା- ପଡୋଶୀଙ୍କ ସାହାଯ୍ୟରେ ମନରେ ଆତ୍ମସନ୍ତୋଷ ଦେଖାଦେବ
ରୋହିଣୀ- ଅର୍ଥ ସମସ୍ୟା ରହୁଥିବାରୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ
ମୃଗଶିରା- ନିଜର ଦାୟିତ୍ବ ଅନୁସାରେ କାର୍ଯ୍ୟ କରନ୍ତୁ
ଗରିବ ବ୍ୟକ୍ତିକୁ କ୍ଷୀର ଦାନ କରନ୍ତୁ
ମିଥୁନ ରାଶି
ମୃଗଶିରା- ସ୍ବାସ୍ଥ୍ୟରେ ସମସ୍ୟା ଲାଗି ରହିବ, ବ୍ୟସ୍ତତା ମଧ୍ୟରେ ସମୟ କାଟିବେ
ଆଦ୍ରା- ଆକସ୍ମିକ ଧନହାନୀ ହୋଇପାରେ, ସତର୍କ ରୁହନ୍ତୁ
ପୁନର୍ବସୁ- ସମାଜକଲ୍ୟାଣ କାର୍ଯ୍ୟରେ ସମୟ କାଟିବେ
ମହାଦେବଙ୍କୁ ମିଶ୍ରି ଭୋଗ ଲଗାନ୍ତୁ
କର୍କଟ ରାଶି
ପୁନର୍ବସୁ- ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ନିଶ୍ଚୟ ସଫଳତା ପାଇବେ
ପୁଷ୍ୟ।-ନିଜ ଭୁଲ ପାଇଁ ଅପମାନିତ ହେବେ, ବିବାଦୀୟ କାର୍ଯ୍ୟ ଠାରୁ ଦୁରେଇ ରୁହନ୍ତୁ
ଅଶ୍ଳେଷା- ପାରିବାରିକ ଶାନ୍ତି ମନୋବଳକୁ ସୁଦୃଢ କରିବ
ଗରିବ ବ୍ୟକ୍ତିକୁ କିଛି ଖାଇବାକୁ ଦିଅନ୍ତୁ
ସିଂହ ରାଶି
ମଘା- ପରୋପକାର କାର୍ଯ୍ୟ ପାଇଁ ମନରେ ଶାନ୍ତି ଆସିବ
ପୂର୍ବାଫାଲଗୁନି-ନିଜର ସ୍ବାର୍ଥ ପାଇଁ ମିଛ କୁହନ୍ତୁ ନାହିଁ, ବିପଦ ରହିଛି
ଉତ୍ତରଫାଲଗୁନି-ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ
ପଶୁପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନି-ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ
ହସ୍ତା- ଶରୀର ଖରାପ ରହିପାରେ , ସତର୍କ ରୁହନ୍ତୁ
ଚିତ୍ରା- ଶୁଭ କାର୍ଯ୍ୟ ପାଇଁ ସମୟ ଦେବେ
ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ
ତୁଳା ରାଶି
ଚିତ୍ରା- ଆର୍ଥିକ ଦିଗ ଆପଣଙ୍କର ଭଲ ରହିବ
ସ୍ବାତୀ- ପାରିବାରିକ ଅଶାନ୍ତି ଏବଂ ଆର୍ଥିକ ସଂକଟରୁ ମୁକ୍ତି ପାଇବେ
ବିଶାଖା-ଧାର୍ମିକ କାର୍ଯ୍ୟରେ ସମୟ କାଟିବେ
ପିତାମାତାଙ୍କର କଥାକୁ ମାନି ଚଳନ୍ତୁ
ବିଛା ରାଶି
ବିଶାଖା- ଅନ୍ୟକୁ ସାହାଯ୍ୟ ସହଯୋଗ କରି ଆତ୍ମସନ୍ତୋଷ ପାଇବେ
ଅନୁରାଧା- ଭବିଷ୍ୟତ ଜୀବନକୁ ନେଇ ଚିନ୍ତା ବୃଦ୍ଧି ପାଇବ, ମାନସିକ ଚାପରେ ରହିବେ
ଜ୍ୟୋଷ୍ଠା- କାର୍ଯ୍ୟରେ ସଫଳତା ପାଇବେ
ଅସହାୟ ଗରିବ ଶିଶୁକୁ ଖାଦ୍ୟ ଦାନ କରନ୍ତୁ
ଧନୁ ରାଶି
ମୂଳା- ବିଶ୍ବସ୍ତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ
ପୂର୍ବଷାଢା- ଧନହାନୀ, ମନସ୍ତାପ ମଧ୍ୟରେ ସମୟ କାଟିବେ
ଉତ୍ତରାଷାଢା- ଧୈର୍ଯ୍ୟ ରଖି ନିଜ ଚେଷ୍ଟାରେ ଆଗକୁ ବଢନ୍ତୁ ସଫଳ ହେବେ
ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ମନରେ ନୂଆ ଆଶା ଓ ଭରସା ଆସିବ
ଶ୍ରବଣା- ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ,ନଚେତ ବିବାଦୀୟ ପରିସ୍ଥିତି ହୋଇପାରେ
ଧନିଷ୍ଠା-ଧର୍ମ ପ୍ରତି ବିଶ୍ବାସ ବୃଦ୍ଧି ପାଇବ
ଗଣେଷ ଭଗବାନଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ଶରୀର ପ୍ରତି ବିପଦ ରହିଛି
ଶତଭିଷା-ପରିବାରରେ ଶାନ୍ତି ରଖିବା ପାଇଁ ଚେଷ୍ଟା କରନ୍ତୁ
ପୂର୍ବଭାଦ୍ର- ପରନିନ୍ଦା,ପରଚର୍ଚ୍ଚା ଠାରୁ ଦୁରେଇ ରୁହନ୍ତୁ
ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ର- କାର୍ଯ୍ୟରେ ସଫଳତା ଓ ଆତ୍ମବିଶ୍ବାସ ବୃଦ୍ଧି ପାଇବ
ଉତ୍ତରଭାଦ୍ର- ଦିନଟିକୁ ଜଗିରଖି ଚଳନ୍ତୁ
ରେବତୀ- ଧାର୍ମିକ ପରିବେଶ ମଧ୍ୟରେ ସମୟ କାଟିବେ
ସନ୍ତାନମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇବ
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍