ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର ।  ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ । ଏହା ପୂର୍ବରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଡିସ୍‌ଚାର୍ଜ ହୋଇଛନ୍ତି । ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣଙ୍କ ସେ ଇଂଲଣ୍ଡରୁ ଫେରିଥିବା ବେଳେ ପ୍ରଥମ କରୋନା ଆକ୍ରାନ୍ତ ଜଣଙ୍କ ଇଟାଲୀ ଫେରନ୍ତା ।

Coronavirus Patients In Capital Hospital Odisha, 2 People Suspected

ଉଭୟ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଯାବତ ରାଜ୍ୟରେ ମୋଟ ୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି  । ତେବେ ୨ ଜଣ ଡିସଚାର୍ଜ ହେବ ପରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟ ୩କୁ ଖସିଛି । ।

କରୋନାକୁ ନେଇ ରାଜ୍ୟବାସୀଙ୍କ ଅନିଶ୍ଚିତ ମଧ୍ୟରେ ଦିନ କାଟୁଥିବା ବେଳେ ଗୋଟିଏ ପରେ ଗୋଟିଏ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ରାଜ୍ୟବାସୀଙ୍କ ମନରେ ଆଶ୍ୱସ୍ତି ଭରିଛି ।

ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହେବା ପୂର୍ବରୁ ଦିଲ୍ଳୀରୁ ଫେରିଥିବା ବେଳେ ୪ର୍ଥ ଜଣଙ୍କ ଦୁବାଇରୁ ଫେରିଛନ୍ତି ଓ ଗତ ୨ଦିନ ତଳେ ଚିହ୍ନଟ ହୋଇଥିବା ୫ମ ରୋଗୀ ଜଣଙ୍କ ରାଜଧାନୀର ସୂର୍ଯ୍ୟ ନଗର ଅଞ୍ଚଳର । ତେବେ ସେ ନିକଟ ଅତିଥରେ କେବେ ବି ବିଦେଶ କିମ୍ୱା ଅନ୍ୟ ରାଜ୍ୟକୁ ଗସ୍ତ କରିନାହାନ୍ତି ।

ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ, ଘର ଭଦ୍ରକ

Leave a Reply