spot_img
Home Blog Page 7267

ଭୁବନେଶ୍ୱର: ବିଦ୍ୟୁତ୍ ଦର ବୃଦ୍ଧି ପାଇଁ ଦାବି କଲା ଗ୍ରୀଡକୋ । ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସା ବୃଦ୍ଧି ଦାବି । ୨୦୨୦-୨୧ ଆର୍ଥିକ ବର୍ଷରୁ ବର୍ଦ୍ଧିତ ଦର ଲାଗୁ ଦାବିକୁ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଲା ବିଦ୍ୟୁତ ଉପଭୋକ୍ତା ସଂଘ ।

ଭୁବନେଶ୍ୱର: ବିଦ୍ୟୁତ୍ ଦର ବୃଦ୍ଧି ପାଇଁ ଦାବି କଲା ଗ୍ରୀଡକୋ । ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସା ବୃଦ୍ଧି ଦାବି । ୨୦୨୦-୨୧ ଆର୍ଥିକ ବର୍ଷରୁ ବର୍ଦ୍ଧିତ ଦର ଲାଗୁ ଦାବିକୁ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଲା ବିଦ୍ୟୁତ ଉପଭୋକ୍ତା ସଂଘ ।

କରୋନାରୁ ବଞ୍ଚିବାକୁ ଟେକ୍ନୋଲୋଜିର ବ୍ୟବହାର କଲା ଚୀନ୍ ? ପଢନ୍ତୁ କେମିତି…

କରୋନା ଭାଇରସରୁ ବଞ୍ଚିବାକୁ ଛଟପଟ ହେଉଛନ୍ତି ଚୀନି । ୧୩୦କୋଟି ଲୋକଙ୍କୁ ଆତଙ୍କୀତ କରିଛି ଏହି କରୋନା ଭାଇରସ । ସବୁ ରାସ୍ତା ଆପଣେଇବା ପରେ ଏବେ ଭାଇରସରୁ ବଞ୍ଚିବାକୁ ଟେକ୍ନୋଲୋଜିର ବ୍ୟବହାର କରୁଛି ଚୀନ୍ ।

ଚିନରେ କରୋନା ଭାଇରସରୁ ଲୋକଙ୍କୁ ବଞ୍ଚେଇବାକୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଟେକ୍ନୋଲୋଜିର ବ୍ୟବହାର କରି କିପରି ଏହି ଭାଇରସରୁ ମୁକ୍ତି ମିଳିପାରିବ ସେନେଇ ଏମିତି ଏକ ପ୍ରୟାସ କରିଛି ଚିନ ଯାହା ଆପଣ ଜାଣିବା ଦରକାର ।

୧୩୦କୋଟି ଲୋକଙ୍କୁ ବଞ୍ଚାଇବାକୁ ଡ୍ରୋନ ଉଡାଇଲା ଚିନ୍ । ଡ୍ରୋନ ଉଡ଼ି ଉଡ଼ି ବିଲ୍ଚିଂର ଝରକା ପାଖକୁ ଯାଉଛି ଏବଂ ସେଠାରେ ଠିଆ ହୋଇଥିବା ଲୋକଙ୍କ ଥର୍ମାଲ ଫଟୋ ନେଇ ଉକ୍ତ ଲୋକ କରୋନା ଭାଇରସ ସଂକ୍ରମିତ କି ନୁହେଁ ତାହା ସ୍ପଷ୍ଟ କରୁଛି । କେବଳ ସେତିକି ନୁହେଁ ଡ୍ରୋନଟି କରୋନା ଭାଇରସରୁ ବଞ୍ଚେଇବାକୁ ଏକ କେମିକାଲ ମଧ୍ୟ ଛିଞ୍ଚୁଛି । ଏହି କେମିକାଲକୁ ସହର ସାରା ଛିଞ୍ଚୁଛି ଡ୍ରୋନଟି । ଏହି ଦୃଶ୍ୟ ହେଉଛି ଚୀନର କିଂ ଜୌନର ସହରର ।

କେବଳ ସେତିକି ନୁହେଁ ସଂକ୍ରମିତ ଲୋକଙ୍କ ପାଇଁ ହୋଟେଲରକେ ୱେଟରମାନଙ୍କୁ ଇମ୍ଫେକ୍ସନରୁ ବଞ୍ଚାବାକୁ ଖାଇବା ନେଇ ଯାଉଛି ରୋବର୍ଟ ।

ଏହି କରୋନା ଭାଇରସ ପାଇଁ ଚୀନରେ ୪୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଲେଣି । ୨୦ହଜାରରୁ ଅଧିକଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ । ଲୋକଙ୍କ ଚିକିତ୍ସା ପାଇଁ ୧୦ ଦିନରେ ହଜାର ବେଡର ବନ୍ଦୋବସ୍ତ କରାଯାଇଛି ।

ରାସ୍ତା ଉପରୁ ମିଳିଲା ୧୧ ବର୍ଷ ବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ

ବଲାଙ୍ଗିର: ଦେଓଗାଁ ବ୍ଲକ୍‌ ସାରସମାଲ ଇଟାଭାଟି ନିକଟରେ ଥିବା ନଦୀ ପଠାରୁ ନିଖୋଜ ବବଲୁ ବଗର୍ତ୍ତିଙ୍କ ମୃତଦେହକୁ ଠାବ କରିଛି ପୋଲିସ । ପୂର୍ବରୁ ସିଲେଟକାନି-ସାରସମାଲ ରାସ୍ତାରେ ଗୋଟିଏ ଖଣ୍ଡବିଖଣ୍ଡିତ ଗୋଡ଼ ମିଳିଥିଲା ।

ଗତ ଜାନୁଆରୀ ୨୨ ତାରିଖରେ ସିଲେଟକାନିର ୧୧ ବର୍ଷର ବବଲୁ ବଗର୍ତ୍ତି ନିଖୋଜ ଥିଲେ । ବବଲୁଙ୍କୁ ବଳି ପାଇଁ ହତ୍ୟା କରାଯାଇଛି ବୋଲି ତାଙ୍କର ପରିବାରଲୋକେ ସନ୍ଦେହ କରଛନ୍ତି ।

ସନ୍ଦେହ କରିବାର କାରଣ ହେଉଛି, ରାସ୍ତା ଉପରେ ଶରୀର ପୁରା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି ।

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସୋର ରାସ୍ତା ଓ କୋଠାବାଡ଼ି ସବଡିଭିଜନର ସହକାରୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ୱର ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଅଫିସରେ ଲାଞ୍ଚ ନେଉଥିଲେ ।

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସୋର ରାସ୍ତା ଓ କୋଠାବାଡ଼ି ସବଡିଭିଜନର ସହକାରୀ ଯନ୍ତ୍ରୀ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବାଲେଶ୍ୱର ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଅଫିସରେ ଲାଞ୍ଚ ନେଉଥିଲେ ।

ବୌଦ୍ଧ: ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ବୌଦ୍ଧ ବ୍ଲକର ରକ୍ସା, ମୁଣ୍ଡିପଦର ସହ ହରଭଙ୍ଗା ବ୍ଲକର ବାମୋଣ୍ଡା, ରାମଗଡ଼, କଣ୍ଟାମାଳ ବ୍ଲକର ଖଟଖଟିଆ ମଣ୍ଡିରେ ଗଜା ହୋଇଗଲାଣି ଶହ ଶହ କ୍ୱିଣ୍ଟାଲ ଧାନ ।

ବୌଦ୍ଧ: ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ବୌଦ୍ଧ ବ୍ଲକର ରକ୍ସା, ମୁଣ୍ଡିପଦର ସହ ହରଭଙ୍ଗା ବ୍ଲକର ବାମୋଣ୍ଡା, ରାମଗଡ଼, କଣ୍ଟାମାଳ ବ୍ଲକର ଖଟଖଟିଆ ମଣ୍ଡିରେ ଗଜା ହୋଇଗଲାଣି ଶହ ଶହ କ୍ୱିଣ୍ଟାଲ ଧାନ ।

ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ

ବାଲେଶ୍ୱର: ବାଲେଶ୍ୱର ବାମପଦା ଛକରେ ରାସ୍ତାରୋକ । ରାସ୍ତା ମରାମତି ଏବଂ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଛି ।

ଏନ୍‌ଏଚ୍‌ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବଦଳି ମଧ୍ୟ ଦାବି କରିଛି ମଞ୍ଚ । ଫଳରେ ଏନଏଚ୍-୧୬ର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି ।

ଦାବି ପୂରଣ ନହେଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

କଟକ: ଓପିଏସସି ଓ ଏନଆଇସି ସହଯୋଗରେ OPSCର ନୂଆ ୱେବ ପୋର୍ଟାଲ ଉନ୍ମୋଚିତ । ଏଥିରେ ପରୀକ୍ଷାର୍ଥୀ ସହଜରେ ନାମ ପଞ୍ଜିକରଣ କରିପାରିବେ । ସହଜରେ ଉପଲବ୍ଧ ହେବ ପରୀକ୍ଷା ଫଳ । ନୂଆ ପୋର୍ଟାଲ www.opsc.gov.in ।

କଟକ: ଓପିଏସସି ଓ ଏନଆଇସି ସହଯୋଗରେ OPSCର ନୂଆ ୱେବ ପୋର୍ଟାଲ ଉନ୍ମୋଚିତ । ଏଥିରେ ପରୀକ୍ଷାର୍ଥୀ ସହଜରେ ନାମ ପଞ୍ଜିକରଣ କରିପାରିବେ । ସହଜରେ ଉପଲବ୍ଧ ହେବ ପରୀକ୍ଷା ଫଳ । ନୂଆ ପୋର୍ଟାଲ www.opsc.gov.in

ମଣ୍ଡି ଖୋଲିଲାନି ବୋଲି ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା, ଚାଷୀ ହତାଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି । ଫଳରେ ବିକ୍ରି ପାଇଁ ମଣ୍ଡିରେ ଗଦା ହୋଇଥିବା ଧାନ ଭିଜିଯାଇଛି । ଜିଲ୍ଲାର କଣ୍ଟାମାଳ ବ୍ଲକ ଖଟଖଟିଆ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ନଷ୍ଟ ହୋଇଛି ।

ବର୍ଷା ପାଣିରେ ଧାନ ପୁରା ଓଦା ହୋଇଯାଇଛି । ଆଉ ଯାହା କିଛି ଧାନ ବଞ୍ଚିଯାଇଛି ସେଗୁଡିକୁ ଚାଷୀ ସାଉଣ୍ଟିବାରେ ଲାଗିପଡ଼ିଛି ।

ଲୋକେ ଧାନ ଉପରେ ଜରିପାଲ ଘୋଡାଉଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବର୍ଷାରେ ଭିଜିଯିବା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ମଣ୍ଡି ଠିକ୍‌ ସମୟରେ ଧାନ ନେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଗତ ଜାନୁଆରୀ ୨୫ ତାରିଖରୁ ମଣ୍ଡି ବାହାରେ ଧାନ ଗଦା ହୋଇଛି ।

ବର୍ଷା ହେବାର ପୂର୍ବାନୁମାନ ପାଣିପାଗ କେନ୍ଦ୍ର କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ହେଇନଥିଲା । ଯାହାଫଳରେ ଏଭଳି ପରିସ୍ଥିତି ହୋଇଛି ବୋଲି ଲୋକେ କହିଛନ୍ତି ।

ବାଲିପାଟଣା: ବାଲିଅନ୍ତା ଥାନା ନଖରା 6ଭୖବବ ରିୟଲକନ ପ୍ରାଇଭେଟ୍ ଲିମିଟେଡରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।

ବାଲିପାଟଣା: ବାଲିଅନ୍ତା ଥାନା ନଖରା 6ଭୖବବ ରିୟଲକନ ପ୍ରାଇଭେଟ୍ ଲିମିଟେଡରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।