ଲକଡାଉନ୍ ପାଇଁ ମେଡିସିନ୍ ମିଳୁନି କି ? ଅନଲାଇନରେ ବୁକିଂ କରନ୍ତୁ, ଘରେ ପହଂଚିବ ମେଡିସିନ୍

ଭୁବନେଶ୍ୱର: ରାଜଧାନୀବାସୀ ଘରେ ବସି ଅର୍ଡର କରିପାରିବେ ମେଡିସିନ୍‌। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି । ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ । ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ କରାଯାଇଛି । ଆଜିଠୁ ଏହି ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ସମୟରେ ଔଷଧ ପାଇଁ ଲୋକେ ଅନେକ ସମୟରେ ହଇରାଣ ହେଉଛନ୍ତି । ତେଣୁ ବିଏମ୍‌ସି ପକ୍ଷରୁ ଅନ୍‌ଲାଇନ୍‌ ଅର୍ଡର ମାଧ୍ୟମରେ ଲୋକଙ୍କ ପାଖରେ ଔଷଧ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ୱରରେ ୪୪ଟି ଅସ୍ଥାୟୀ ମାର୍କେଟ୍‌ ଖୋଲାଯାଇଛି । ସକାଳ ୬ଟାରୁ ଦିନ ୧୧ ପର୍ଯ୍ୟନ୍ତ ମାର୍କେଟ୍‌ ଖୋଲା ରହିବ । କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବସ୍‌ ଷ୍ଟପ୍‌ରେ ଶହେଟି ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ରଖାଯାଇଛି । ସେଠାରେ ସକାଳ ୭ରୁ ୧୦ ଓ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିକ୍ରି କରାଯିବ । ସେହିପରି ଲୋକଙ୍କ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ହ୍ଵାଟ୍‌ସ ଆପ୍‌ରେ ମେସେଜ୍‌ କଲେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚି ପାରିବ ।

Leave a Reply