spot_img
Home Blog Page 7247

ରାଜ୍ୟରେ ଖୋଲିଲା ଆଉ ୪ କୋଭିଡ-୧୯ ହସ୍ପିଟାଲ

ଭୁବନେଶ୍ୱର: ସେମାବାର ରାଜ୍ୟରେ ଆଉ ୪ଟି କୋଭିଡ-୧୯ ହସ୍‌ପିଟାଲ ଖୋଲିଛି । କରୋନା ଭାଇରସ ମୁକାବିଲା ପାଇଁ ବାଲେଶ୍ୱର, ରାୟଗଡା, ଜୟପୁର ସମେତ ଢେଙ୍କାନାଳରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ । ଆଜି ୪ଟି ହସ୍‌ପିଟାଲରେ ମୋଟ ୪୭୦ ବେଡ୍‌ ପ୍ରସ୍ତୁତ କରାଯାଇଥିବାବେଳେ ଶତାଧିକ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜିର ୪ ହସ୍ପିଟାଲକୁ ମିଶାଇ ୧୬ ଟି ଜିଲ୍ଲାରେ ୧୭ ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ସବୁ ହସ୍ପିଟାଲ ସମୁଦାୟ ଶଯ୍ୟା ସଂଖ୍ୟା ୧୭୯୦ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମାନଚିତ୍ରରେ ସାମିଲ ହୋଇଛନ୍ତି ରାୟଗଡ଼ା, ବାଲେଶ୍ୱର, ଢେଙ୍କାନାଳ ଓ ଜୟପୁର । ଖୋଲିଛି ୪ କୋଭିଡ-୧୯ ହସ୍‌ପିଟାଲ । କୋରାପୁଟ ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୪ଟି ଆଇସିୟୁ ସମେତ ୩ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି ଏହି ହସ୍ପିଟାଲରେ । ହସ୍ପିଟାଲରେ ୨୭ ଜଣ ଡାକ୍ତର ଓ ୫୨ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିଯ଼ୁକ୍ତି ମିଳିଛି । ସେହିପରି ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହେଲଥ ସେଣ୍ଟର । ରାୟଗଡା ଜେକେ ପୁର ଇଏସଆଇ ହସ୍ପିଟାଲ ପରିସରରେ ଏହା ଉଦଘାଟିତ ହୋଇଯାଇଛି । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ ସେଣ୍ଟରରେ ସ୍ୱାବ୍‌ ପରୀକ୍ଷା କରାଯିବାର ବ୍ୟବସ୍ଥା ସହ  ପାଥୋଲୋଜି ଓ ମେଡିସିନ ଓ୍ୱାର୍ଡର ବ୍ୟବସ୍ଥା ରହିଛି । ୧୫ଜଣ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀବି ଏହି ହେଲଥ ସେଣ୍ଟରରେ ନିୟୋଜିତ ରହିବେ ।

ଉତ୍ତର ଓଡିଶାରେ ସବୁଠାରୁ ଅଧିକ ଫୋକସ ଥିବା ବାଲେଶ୍ୱର ଜିଲ୍ଲାରେ ବି କାର୍ଯ୍ୟକ୍ଷମ ହୋଇଛି କୋଭିଡ-୧୯ ହସ୍ପିଟାଲ । ଜ୍ୟୋତି ହସ୍ପିଟାଲକୁ କରୋନା ସଂକ୍ରମିତଙ୍କ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ କରାଯାଇଛି । ଓଏଚପିସି ଅନୁଦାନରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ ହସ୍ପିଟାଲରେ ୧୨୦ ଶଯ୍ୟା ସହ ୧୨ଟି ଆଇସିୟୁର ବ୍ୟବସ୍ଥା ରହିଛି । ସେପଟେ ଢେଙ୍କାନାଳ ଜିଲ୍ଲାରେ ଆଜି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୦ଟି ବେଡ୍‌ ଓ ପରବର୍ତ୍ତୀ ସମୟରେ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ଟାର୍ଗେଟ ରଖିଛି ପ୍ରଶାସନ । ଢେଙ୍କାନାଳର ପୁରୁଣା ହସ୍ପିଟାଲକୁ କୋଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି ।

ଏହି ୪ଟି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି । ଯେଉଁଥିରେ ଆଇସୋଲେସନ ବେଡ ସମେତ ଆଇସିୟୁର ବି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ସାନିଟାଇଜର ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ, ୨ ମୃତ

ମୁମ୍ବାଇ: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ତିଆରି କରୁଥିବା ଏହି ଫାକ୍ଟ୍ରିକୁ କାର୍ଯ୍ୟ ଜାରି ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା। ତେବେ ସୋମବାର ଉକ୍ତ କମ୍ପାନୀରେ ୬୬ଜଣ କର୍ମଚାରୀ କାମ କରୁଥିବା ବେଳେ ସକାଳ ସାଢ଼େ ୧୧ଟାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଧିରେ ଧିରେ ଏହି ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା।

ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତିକିବେଳକୁ ଏହି ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରପକ୍ଷେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

 

ଲକଡାଉନରେ ଜନ୍ମ ହୋଇଥିବାରୁ ନାଁ ଦିଆଗଲା ସାନିଟାଇଜର୍

ସହାରନପୁର: କରୋନା ଭାଇରସ ପୂରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ସେନେଇ ଦେଶରେ ୨୧ଦିନର ଲକଡ଼ାଉନ କରାଯାଇଛି । ଏହି ମଧ୍ୟରେ ଉତ୍ତରପ୍ରଦେଶର ସହାରନପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନବଜାତ ଶିଶୁର ନାଁ ତା ବାପା ମାଆ ସାନିଟାଇଜର ରଖିଛନ୍ତି ।

ଏହି ଘଟଣାଟି ଉତ୍ତରପ୍ରଦେଶର ସହାରନପୁରର ଯେଉଁଠାରେ ଏକ ଘରୋଇ ହସପିଟାଲରେ ଏକ ନବଜାତ ଶିଶୁର ନାଁ ସାନିଟାଇଜର ରଖାଯାଇଛି । ଏହି ନାଁ ତା ବାପାମାଆ ଖୁସିରେ ରଖିଛନ୍ତି । ଏପରି ନାଁ ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ ଲୋକମାନେ ପରେ ଖୁସି ମନାଇଥିଲେ ।

ଶିଶୁର ବାପା କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭଳି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି, ତେଣୁ ଆମେ ବି ସେଥିରେ ସାମିଲ ହୋଇଛୁ ଏବଂ ଆମେ ଆମ ପିଲାକୁ ସାନିଟାଇଜର ନାଁରେ ନାମିତ କରିଛୁ ।

ତେବେ ନବଜାତ ‘ସାନିଟାଇଜର’ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି | ଅନ୍ୟପକ୍ଷରେ, କରୋନା ଭାଇରସର ସଂଖ୍ୟା ଭାରତରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂକ୍ରମିତ ମୋଟ ସଂଖ୍ୟା ୯୩୦୦ଅତିକ୍ରମ କରିଥିବାବେଳେ ୩୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

EMI ତିନିମାସ ପାଇଁ ଦେବେନି ଯଦି ଦେବାକୁ ପଡିବ ଅଧିକ ସୁଧ, ବୋଝ କମ କରିବ ପ୍ରିପେମେଣ୍ଟ ପ୍ଲାନ

କରୋନା ଭାଇରସକୁ ଦୃଷ୍ଟିରେ ରଖି ଆରବିଆଇ ନିକଟରେ ଲୋନର EMI ଉପରେ ମୋନାଟୋରିୟମ (ଏକ କାର୍ଯ୍ୟକଳାପର ଅସ୍ଥାୟୀ ନିଷେଧ) ଜାରି କରିଛନ୍ତି । ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ଅଛି ତେବେ ଏହି ମୋନାଟୋରିୟମ ଦ୍ୱାରା ଆପଣଙ୍କ ଅନେକ ସାହାଯ୍ୟ ମିଳିବ । କାରଣ ବ୍ୟାଙ୍କ ଏହାକୁ ଏକ ବିକଳ୍ପ ରୂପରେ ଦେଉଛି । କିନ୍ତୁ ଆପଣଙ୍କୁ ଏହି ମୋନାଟୋରିୟର ବିକଳ୍ପ ବାଛିବା ପୂର୍ବରୁ ପ୍ରଥମେ ଏହାର Long-term ପରିଣାମ ବିଷୟରେ ବୁଝି ନିୟନ୍ତୁ ।

ମୋନାଟୋରିୟମ କିଛି ସମୟ ପାଇଁ ଆଶ୍ୱସ୍ତି ଦେବ କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କ ଲୋନର ମୂଲ୍ୟ ବଢ଼ାଇଦେବ । ବର୍ତ୍ତମାନ ନିଜର ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ ଏହାର ବ୍ୟବହାର କରିବା ସହିତ ଆପଣଙ୍କୁ ଏହାର ପରିଣାମ ଗୁଡ଼ିକୁ ମଧ୍ୟ ବୁଝିବାକୁ ପଡ଼ିବ ।

ମୋନାଟୋରିୟମର ବ୍ୟବହାର ଏବଂ ଫାଇନ୍ସ ଉପରେ ଏହାର ପ୍ରଭାବ

ଯଦି ଆପଣ ମୋନାଟୋରିୟମ ସମୟରେ ଆପଣଙ୍କର କିସ୍ତି ଦେବେ ନାହିଁ, ତେବେ ଆପଣଙ୍କର ବକେୟା ଟଙ୍କା ଆପଣଙ୍କ ଲୋନ ବାଲାନ୍ସରେ ଯୋଡି ହେବ । ଏହି ନୂତନ ବାଲାନ୍ସ ଉପରେ ଆଧାର କରି, ଆପଣଙ୍କ ପରବର୍ତ୍ତୀ କିସ୍ତି ଗଣନା କରାଯିବ | ଏହି ପେମେଣ୍ଟ ବ୍ରେକ ଅନେକ ଉପାୟରେ ଉଧାରୀ ମାନଙ୍କୁ ପ୍ରଭାବିତ କରେ | ସବୁଠାରୁ ବଡ ପ୍ରଭାବ ଲୋନ ଟେନ୍ୟୈର ଆରମ୍ଭରେ ପଡ଼ିବ କାରଣ ସେହି ସମୟରେ କିସ୍ତିରେ ସୁଧ ଅଂଶ ଅଧିକ ଥାଏ | ନିଜ ଲୋନ ଟେନୌରର ପ୍ରାରମ୍ଭିକ ପର୍ଯ୍ୟାୟରେ, ଯଦି ସେ ଗୋଟିଏ ଦେୟରୁ ବଞ୍ଚିତ ହୁଅନ୍ତି, ତେବେ ସେ ପରେ ବହୁତ ବଡ ଦାୟିତ୍ୱ ହୋଇଯାଏ |

ଆପଣଙ୍କ ମୋନାଟୋରିୟମ ଡିୟୁ କିପରି ବଢ଼ିଥାଏ-

ମାନି ନିୟନ୍ତୁ କି ଆପଣ ୨୫ ବର୍ଷ ପାଇଁ ୯% ରେ ୫୦ ଲକ୍ଷ ଟଙ୍କା ଲୋନ ନେଇଛନ୍ତି । ଆପଣଙ୍କୁ ୪୧, ୯୫୯ EMI ଟଙ୍କା ଦେବାକୁ ପଡ଼ିବ । ମୋନାଟୋରିୟମ ଜାରି ହେବା ପର୍ଯ୍ୟନ୍ତ ଆପଣ ୧୨ଥର EMI ଦେଇସାରିଲେଣି । ଆପଣଙ୍କ ୧୩ତମ ଏବଂ ୧୪ତମ EMI ( ଅପ୍ରିଲ ଏବଂ ମେ ) ଅଟକେଇ ଦିଆଯାଇଛି । ଏହି ଦୁଇ ମାସର ଇଣ୍ଟରେଷ୍ଟ ୭୪, ୪୪୧ ଟଙ୍କା ଅଟେ । ଏହା ୧୫ତମ ଲୋମ ବାଲାନ୍ୟ ସହନ ଯୋଡି ହୋଇଯିବ । ଜୁନ ମାସରେ ଏସବୁକୁ ପେମେଣ୍ଟ କରିଦେବା ଆପଣଙ୍କ ପାଇଁ ଭଲ ରହିବ । ଏମିତି ନକଲେ ଏହି ଇଣ୍ଟରେଷ୍ଟ ବାକି ଲୋନ ଟେନୌରରେ ବଢ଼ିବାକୁ ଲାଗିବ ଯାହାଫଳରେ ଏକ ବଡ଼ ଟେନୌର କିମ୍ବା ଅଧିକ EMI ମାଧ୍ୟମରେ ଆପଣଙ୍କ ପାଖରୁ ଏହା ପୁନରୁଦ୍ଧାର କରାଯିବ । ଏହା ହେଉଛି ସବୁଠୁ ବଡ଼ ସମସ୍ୟା । ଦୁଇଟି EMI ଛାଡ଼ିବା ପରେ ଆପଣଙ୍କ ଲୋନ ଟେନୌର ୩୦୦ ମାସଠୁ ବଢ଼ି ୩୧୯ ମାସରେ ପହଞ୍ଚିଯିବ । ଏଥିସହିତ ଆପଣଙ୍କ ଇଣ୍ଟରେଷ୍ଟ ୭୫.୮୭ ଟଙ୍କାରୁ ବଢ଼ି ଯାଇ ୮୨.୭୦ ଲକ୍ଷ ଟଙ୍କା ହେଇଯିବ । କେବଳ ଦୁଇଟି ପେମେଣ୍ଟ ମିସ୍ କରିବାରୁ ୬.୮୩ ଲକ୍ଷ ଟଙ୍କା ବଢ଼ିଯିବ ।

ମୋନାଟୋରିୟମ ବାଝିବା କାହା ପାଇଁ ମହଙ୍କା ପଡ଼ିବ-

ଯେଉଁମାନେ ସେମାନଙ୍କ ଲୋନ କାର୍ଯ୍ୟକାଳର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି ସେମାନଙ୍କ ପାଇଁ ଏହା ଅଧିକ ମହଙ୍ଗା ପ୍ରମାଣିତ ହେବ । ଯେଉଁମାନେ ଶେଷ ପର୍ଯ୍ୟାୟରେ ଅଛନ୍ତି ସେମାନଙ୍କ ପାଇଁ ଏହା ସହଜ ହେବ | ଉଦାହରଣ ସ୍ୱରୂପ, ଯଦି ଆପଣ ଲୋନର ୨୪୧ତମ ଏବଂ୨୪୨ତମ EMI କୁ ମିସ୍ କରନ୍ତି, ତେବେ ଆପଣଙ୍କୁ କେବଳ ଚାରିଟି EMI ଦେବାକୁ ପଡିବ ଏବଂ ଆପଣଙ୍କର ସୁଧ ପ୍ରାୟ ୪୮,୦୦୦ରୁ ୭୫.୮୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ | ତେଣୁ, ଲୋନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମାରାଟୋରିୟମର ଲାଭ ଉଠାଇବା ଏବଂ ଦୀର୍ଘ ସମୟ ମଧ୍ୟରେ ଇଣ୍ଟରେଷ୍ଟ ବୃଦ୍ଧି କରିବାର ଏକମାତ୍ର ଉପାୟ ହେଲା  ପ୍ରିପେମେଣ୍ଟ ।

ପ୍ରିପେମେଣ୍ଟ ଆପଣଙ୍କୁ କିପରି ସାହାଯ୍ୟ କରିବ?

ଘର ଲୋନର ସୁଧ ହ୍ରାସ କରିବାର ସର୍ବୋତ୍ତମ ଉପାୟ, ବିଶେଷକରି ଦୀର୍ଘକାଳୀନ ଲୋନ ଗୁଡ଼ିକର ହେଉଛି ନିୟମିତ ଭାବରେ ଲୋନ ପରିଶୋଧ କରିବା | ଏକ ମାସର EMI ସହିତ ସମାନ ପ୍ରିପେମେଣ୍ଟ କରିବା ମଧ୍ୟ ଅନେକ ମାସର ସୁଧ ସଞ୍ଚୟ କରିପାରିବ | ଯେପରି ଆମେ ଉପରୋକ୍ତ ଉଦାହରଣରେ ଦେଖିଛୁ, ଦୁଇଟି ଦେୟ ବଞ୍ଚିତ ହୋଇଥିଲେ ମଧ୍ୟ ବହୁ ଲକ୍ଷ ଟଙ୍କା ଦେୟ ବୃଦ୍ଧି କରାଯାଇପାରେ | ସେହିଭଳି, ଦୁଇଟି ଅତିରିକ୍ତ ଦେୟ ଦେଇ, ଆପଣ କରଜ ଯଥେଷ୍ଟ ହ୍ରାସ ହୋଇପାରିବେ |

ପ୍ରିପେମେଣ୍ଟର ଗଣିତକୁ ବୁଝନ୍ତୁ-

୧୩ ଏବଂ ୧୪ତମ EMI ର ଉଦାହରଣ ଅନୁଯାୟୀ, ଧରାଯାଉ ୧୨ ମାସ ଖର୍ଚ୍ଚ କରିବା ପାଇଁ ଆପଣଙ୍କ ପାଖରେ କ୍ୟା ରହିଛି । ଏକ ବର୍ଷ ପରେ, ଆପଣଙ୍କର ୨୭ତମ EMI ଦେବା ବ୍ୟତିତ, ୧ ଲକ୍ଷ ଟଙ୍କା ପ୍ରିପେମେଣ୍ଟ୍ କରିବା ସହ, ଆପଣଙ୍କର ଲୋନ କାର୍ଯ୍ୟକାଳ ପ୍ରାୟ ୨୦ EMI ହ୍ରାସ ପାଇବ | ଏବଂ ଆପଣଙ୍କର ମୋଟ ସୁଧ, ଯାହା ୭୫.୮୭ ଲକ୍ଷରୁ ୮୨.୭୦ ଲକ୍ଷକୁ ବୃଦ୍ଧି ପାଇଛି, ତାହା ପୁଣି ୭୫.୪୮ ଲକ୍ଷ ଟଙ୍କାକୁ ଖସିଯିବ । ଏହିପରି, ଆପଣ ୭.୨୧ ଲକ୍ଷ ଟଙ୍କା ସଞ୍ଚୟ କରିବେ । ଭବିଷ୍ୟତରେ, ଯଦି ସୁଧ ହାର ହ୍ରାସ ହୁଏ, ତେବେ ଅଧିକ ଅର୍ଥ ସଞ୍ଚୟ ହୋଇପାରିବ ।

 

ଋଣ ମୁକ୍ତି ପାଇଁ ପ୍ରିପେମେଣ୍ଟ ଏକ ଭଲ ଉପାୟ | ଯଦି ଆପଣ ଘର ଲୋନ ପରି ଏକ ବଡ଼ ଲୋନ ପରିଶୋଧ ଜାରି ରଖନ୍ତି, ତେବେ ଆପଣ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ | ଯଦି ମୋର୍ଚ୍ଚା ଆବଶ୍ୟକ ହୁଏ ତେବେ ଏହି ଉପାୟକୁ ବ୍ୟବହାର କରନ୍ତୁ, କିନ୍ତୁ ଅଧିକ ଇଣ୍ଟରେଷ୍ଟକୁ ଏଡାଇବା ପାଇଁ ମଝିରେ ମଝିରେ ପ୍ରିପେମେଣ୍ଟ ଜାରି ରଖନ୍ତୁ ।

 

 

 

ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟା ମଧ୍ୟରେ ୯୦୫ ନୂଆ ମାମଲା, ୫୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦୫ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଓ ୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏଯାବତ୍‌ ମୋଟ ୯୮୦ ଜଣ ସୁସ୍ଥ ମଧ୍ୟ ହୋଇଥିବା ବେଳେ ୧୪୧ ଜଣ ଲୋକ ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୯୩୫୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ସନ୍ଧ୍ୟା ୬ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା

 

ସ୍ୱାସ୍ଥ୍ୟ ମନ୍ତ୍ରଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିବାନୁଯାୟୀ, ୧୫ ରାଜ୍ୟର ୨୫ ଜିଲ୍ଲାରେ ପ୍ରଥମେ କିଛି ମାମଲା ସାମ୍ନାକୁ ଆସିଥିଲେ । କିନ୍ତୁ ଗତ ୧୪ ଦିନ ମଧ୍ୟରେ ଅନ୍ୟ କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର)ର ଅଧିକାରୀଙ୍କ ସୂଚନା ଅନୁଯାୟୀ, କରୋନା ଭାଇରସ୍‌ ଦ୍ୱାରା ଏଯାବତ୍ ୨ ଲକ୍ଷରୁ ଊର୍ଦ୍ଧ୍ୱ ଯାଞ୍ଚ ହୋଇସାରିଛି । ଆଗାମୀ ୬ ପର୍ଯ୍ୟନ୍ତ ଯାଞ୍ଚ କରିବାକୁ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ରହିଛି ।

ଅପରପକ୍ଷରେ ମହାରାଷ୍ଟ୍ରରେ ଏଯାବତ୍‌ ସର୍ବାଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୧୯୮୫ ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି ।

କେତେ ଅଲଗା ହେବ ଲକଡାଉନ୍ ପାର୍ଟ-୨,ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଅନୁମାନ ବଜାର ଗରମ

ନୂଆଦିଲ୍ଲୀ: କରୋନା ମହାସଙ୍କଟ ପାଇଁ ଦେଶରେ ଲକଡାଉନ୍ । ଲକଡାଉନର ଅବଧି ଆସନ୍ତା ମଙ୍ଗଳବାରରେ ସରିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏବଂ ଏଥିରେ ଲକଡାଉନ୍ ସମ୍ବନ୍ଧିତ କିଛି ତଥ୍ୟ ରଖିପାରନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି, କଣ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଲକଡାଉନ୍ ବଢାଇବାକୁ ଘୋଷଣା କରିବେ ? ଯଦି ଲକଡ଼ାଉନ୍ ବଢାଯାଏ ତେବେ ଏଥିରେ କଣ ପରିବର୍ତ୍ତନ ଆସିବ ?

ଯେତେବେଳେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ହିଁ ଲକଡାଉନ ବଢିବାନେଇ ସଙ୍କେତ ଦିଆଯାଇଥିଲା । ଏହି ଆଲୋଚନା ପରେ କେତେ ଗୁଡ଼ିଏ ରାଜ୍ୟ ମଧ୍ୟ ତାଙ୍କ ରାଜ୍ୟର ଲକଡାଉନର ଅବଧି ବଢାଇଦେଇଥିଲେ ।

ପ୍ରଥମ ଲକଡାଉନଠାରୁ ଅଲଗା ହେବ କି ଦ୍ୱିତୀୟ ଲକଡାଉନ୍ ?

ଯଦି ଦ୍ୱିତୀୟ ଲକଡାଉନ୍ ଏପ୍ରିଲ୍ ୧୫ରୁ ଆରମ୍ଭ ହୁଏ, ତେବେ ଏହା ପ୍ରଥମ ଲକଡାଉନ୍ ଠାରୁ କିଛି ଭିନ୍ନ ହେବ । ଏଥର ସରକାର କିଛି ବିଭାଗକୁ କୋହଳ କରିବେ, ଯାହାଫଳରେ ଅର୍ଥନୀତି ଏବଂ ସାଧାରଣ ଜୀବନ ଶୈଳୀରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଶିଳ୍ପ, କୃଷକ ଏବଂ ଶ୍ରମିକଙ୍କ ପାଇଁ ଏଥରର ଲକଡ଼ାଉନ୍ କୋହଳ ହେବାନେଇ ସମ୍ଭାବନା ରହିଛି ।

ଦ୍ୱିତୀୟ ଲକଡାଉନରେ ଏହି ବିଭାଗ ଗୁଡ଼ିକୁ କୋହଳ କରାଯିବ କି ?

ବୈଶାଖୀ ପର୍ବ ପରେ ଅମଳ ପ୍ରକ୍ରିୟା ଆରମ୍ଭ ହେବ, ଏହି ସମୟରେ ଶ୍ରମିକମାନଙ୍କୁ କୃଷି କାର୍ଯ୍ୟ କରିବା ସ୍ଥାନରେ ପହଞ୍ଚିବାକୁ କିଛି ସ୍ୱତନ୍ତ୍ର ଟ୍ରେନ୍ ବସ୍ ଚଳାଚଳ କରାଯାଇପାରିବ | ଯେତେବେଳେ ପ୍ରଥମ ଲକଡାଉନର ଘୋଷଣା ହେଲା,  ସେ ସମୟରେ ଅନେକ ରାଜ୍ୟରେ ଅନେକ ଶ୍ରମିକ ଫସି ରହିଥିଲେ ।

ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କରୋନା ସଙ୍କଟ ମଧ୍ୟରେ ସରକାର ଥରେ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି, କିନ୍ତୁ ବର୍ତ୍ତମାନ ଆଶା କରାଯାଉଛି ଯେ ଦିନ ମଜୁରିଆ ମାନଙ୍କ ପାଇଁ କିଛି ବିଶେଷ ଘୋଷଣା କରାଯାଇପାରେ।

ଅର୍ଥବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ, ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ସହିତ ଏହାସହ ଜଡିତ ଆଉ କିଛି ଶିଳ୍ପକୁ ରିହାତି ଦିଆଯିବା ସମ୍ଭାବନା ମଧ୍ୟ ବ୍ୟକ୍ତ କରାଯାଉଛି । ତଥାପି, ଏଠାରେ ମଧ୍ୟ ସାମାଜିକ ଦୂରତା ଅନୁସରଣ କରିବା ଆବଶ୍ୟକ ହେବ ।

ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ

ଯେତେବେଳେ କରୋନାଭାଇରସ୍ ମହାମାରୀର ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିଲେ, ସେତେବେଳେ ସେ ‘ଜାନ ହେ ତୋ ଜାହାନ ହେ’ର କଥା କହିଥିଲେ । ଏହିସମୟରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ‘ଜାନ୍ ଭି ଔର ଜାହାନ ଭି’ ଏହି ନୂତନ ସ୍ଲୋଗାନ ଦେଇଥିଲେ ଯାହା ସୂଚାଇ ଦେଇଛି ଯେ କେତେକ ବିଭାଗକୁ ଲକ ଡାଉନରୁ ବାଦ ଦିଆଯାଇ ପାରେ ।

ମୟୂର ମାନୁଛନ୍ତି, ମଣିଷ ରକ୍ଷା କରୁନି ସାମାଜିକ ଦୂରତା

ଜୟପୁର: ମଣିଷକୁ ପ୍ରାଣୀମାନଙ୍କ ମଧ୍ୟରେ ପୃଥିବୀର ସବୁଠୁ ବୁଦ୍ଧିମାନ ବୋଲି କୁହାଯାଏ । ତାର ଚାଲି, ଚଳଣୀ, ବ୍ୟବହାର ମଧ୍ୟ ଅନ୍ୟ ପ୍ରାଣୀମାନଙ୍କ ଠାରୁ ଭିନ୍ନ । ଆଉ ସେହି ମଣିଷ ଆଜି ମର୍ତ୍ତ୍ୟରୁ ସ୍ୱର୍ଗ ସବୁଠି ତାର ଆଧିପତ୍ୟ ବିସ୍ତାର କରିଛି । ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛି ସବୁକିଛି । ହେଲେ, ଭୂତାଣୁ ଆଗରେ ଆଜି ମଣିଷର ଦମ୍ଭୋକ୍ତି ଭାଙ୍ଗି ଯାଇଛି । କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ମଣିଷ ଖୋଜୁଛି ଭ୍ୟାକ୍ସିନ୍ । ଏଭଳି ସ୍ଥିତିରେ ବିଶ୍ୱର ଅଧିକାଂଶ ଦେଶ ସହ ଆମ ଦେଶରେ ହୋଇଛି ଲକଡାଉନ୍ । ସାମାଜିକ ଦୂରତା ରକ୍ଷା ହିଁ ବିକଳ୍ପ ବୋଲି କୁହାଯାଉଛି ।

ଯାହାକୁ ହେୟଜ୍ଞାନ କରୁଛି ବୁଦ୍ଧିମତା ବୋଲାଉଥିବା ମଣିଷ । ବଜାର ହେଉ କି ମେଡିସିନ୍ ଷ୍ଟୋର ସବୁଠି ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ହେଲେ, ଅଜ୍ଞାନ କୁହାଯାଉଥିବା ନିର୍ବୋଧ ପକ୍ଷୀଟି ଏହାକୁ ଭଲଭାବେ ବୁଝିଛି । ଭୂତାଣୁ ଠାରୁ ଜୀବନ ଛଡ଼ାଇ ଆଣିବା ପାଇଁ ମୟୂର ରକ୍ଷା କରୁଛନ୍ତି ସାମାଜିକ ଦୂରତା ।

ମୟୂରମାନେ ସାମାଜିକ ଦୂରତା ରକ୍ଷା କରୁଥିବାର ଏ ଚିତ୍ର ହେଉଛି ରାଜସ୍ଥାନର । ନାଗୁର ଜିଲ୍ଲା ମୁଣ୍ଡୱା ତହସିଲରେ ରହିଛି ରୁନ୍ ଗାଁ । ଆଉ ସେହି ଗାଁର ସରକାରୀ ବିଦ୍ୟାଳୟ ବାରଣ୍ଡାରେ ୭ଟି ମୟୂରଙ୍କୁ ଦେଖିବାକୁ ମିଳିଛି । ଯେଉଁମାନେ ବିଦ୍ୟାଳୟ ବାରଣ୍ଡାରେ ସାମାଜିକ ଦୂରତା ରକ୍ଷା କରି ବିଶ୍ରାମ ନେଉଛନ୍ତି । ଏମାନଙ୍କୁ ମଣିଷ ନିର୍ବୋଧ କହୁଥିବା ବେଳେ ସେମାନେ ବୁଦ୍ଧିମତାର ପରିଚୟ ଦେଇଛନ୍ତି ।

କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ତଥା ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦିନ ଗଡ଼ିବା ସହ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସମୟରେ କରୋନାକୁ ନେଇ ଆସିଛି ଭଲ ଖବର । ଦେଶର ୧୫ ରାଜ୍ୟର ୨୫ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ବି ନୂଆ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ସାମ୍ନାକୁ ଆସିନି ।

ଆଶା କରାଯାଉଛି କି, ଆଗାମୀ ଦିନରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କୌଣସି ମାମଲା ଆସିବନାହିଁ । ଏ ନେଇ ଜୋରସୋରରେ ପ୍ରୟାସ ଚାଲିବା ସହ ଲକ୍‌ଡାଉନ୍‌କୁ ମଧ୍ୟ କଡ଼ାକଡ଼ିଭାବେ ପାଳନ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ରେସମିଟ୍‌ରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ନାମ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟାରୀ ଲବ ଅଗ୍ରଓ୍ୱାଲ୍‌ । ଯେତେବେଳେ ଏଠାରେ କରୋନା ପଜିଟିଭ୍ ମାମଲା ସାମ୍ମାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ଭାବେ ଘୋଷଣା କରାଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଇଛି । ଯାହାର ସୁପରିଣାମ ଦେଖିବାକୁ ମିଳିଛି ।

ଲବ୍‌ ଅଗ୍ରଓ୍ୱାଲଙ୍କ କହିବା ହେଲା ଯେ, ଆମେ ପ୍ରତ୍ୟେକ ସ୍ତରରେ ଟେକ୍ନୋଲୋଜିର ବ୍ୟବହାର କରୁଛୁ । ଟେକ୍ନୋଲୋଜି ସହାୟତାରେ ଲାଇଭ୍ ଟ୍ରାକିଂ କରିବା ସହ, କଣ୍ଟେନମେଣ୍ଟ ପ୍ଳାନିଂ କରିବା ସହ ଏହାକୁ ମନିଟରିଂ କରାଯାଇଥିବା ସେ କହିଛନ୍ତି । ଖୁସି ଖବର ଏହା ଯେ, ଏହି ୨୫ ଜିଲ୍ଲା ମଧ୍ୟରେ କଣ୍ଟାଟକାର ୪, ଛତିଶଗଡ଼ର ୩, ଛତିଶଗଡ଼ର ୩, କେରଳର ୨, ବିହାର ୩ ଏବଂ ହରିୟାଣାର ୩ ଜିଲ୍ଲା ସାମିଲ ରହିଛି । ଏହି ୫ ରାଜ୍ୟରେ କରୋନାର ସମୁଦାୟ ମାମଲା ୮୮୮ ରହିଛି । ଏଥିମଧ୍ୟରୁ ମୋଟ ୨୮୫ ଠିକ୍‌ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ରାଜ୍ୟରେ ମୋଟ ୫ ଜଣ ମୃତ୍ୟୁ ହୋଇଛି ।

ଉତ୍ତରଖଣ୍ଡରୁ ମଧ୍ୟ ଭଲ ଖବର ଆସିଛି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ କହିବାନୁଯାୟୀ ଗତ ୧୦୦ ଘଣ୍ଟା ମଧ୍ୟରେ ଗୋଟିଏ ବି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିନାହିଁ । ଏଯାଏଁ ୭ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ର: ଗୋନ୍ଦିଆଁ

ଦୁର୍ଗ, ବିଳାସପୁର, ରାଜନନ୍ଦେଗାଁ: ଛତିଶଗଡ଼

ଓ୍ୱାୟନାଡ଼, କୋଟ୍ଟାୟମ୍‌: କେରଳ

ପଶ୍ଚିମ ଇମ୍ଫାଲ୍‌: ମଣିପୁର

ଦକ୍ଷିଣ ଗୋଆ: ଗୋଆ

ରଜୈରୀ: ଜମ୍ମୁ କଶ୍ମୀର

ଆଇଜଲ ପଶ୍ଚିମ: ମିଜୋରାମ

ମାହେ: ପୁଡୁଚେରୀ

ଏସ୍‌ବିଏସ୍‌ ନଗର: ପଞ୍ଜାବ

ପାଟଣା, ନାଳନ୍ଦା, ମୁଙ୍ଗେର: ବିହାର

ପ୍ରତାପଗଡ଼: ରାଜସ୍ଥାନ

ପାନିପଥ, ରୋହତକ୍‌, ସରିସ୍‌: ହରୟାଣା

ପେଡି ଗଢ଼ବାଲ: ଉତ୍ତରାଖଣ୍ଡ

ଭଦ୍ରାଦି କୋଟାଗୁଡମ୍:ତେଲେଙ୍ଗାନା

ଆକ୍ସନରେ ଭାଇଜାନ: ମଜୁରିଆଙ୍କ ପରେ ମହିଳାମାନଙ୍କୁ ସାହାଯ୍ୟର ହାତ ବଢାଇଲେ ସଲମାନ

ମୁମ୍ବାଇ: କରୋନା ମହାମାରୀରେ ସବୁଆଡ଼େ ହା ହା କାରର ସ୍ୱର । ଦି ଓଳି ଦି ମୁଠା ଖାଇବାକୁ ସମସ୍ତେ କରୁଛନ୍ତି ସଂଘର୍ଷ । ଏହି ମଧ୍ୟରେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ ସହାୟତା ହାତ ବଢାଇ ଚାଲିଛନ୍ତି । ଯଦିଓ ସଲମାନ ନିଜ ଘରଠାରୁ ବହୁ ଦୂରରେ ଅଛନ୍ତି ତଥାପି ସେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଭୁଲି ନାହାଁନ୍ତି । ଏବେ ସଲମାନ ମହିଳାଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସୂଚନା ଅନୁସାରେ ସଲମାନ ଖାନ୍ ୫୦ ମହିଳାଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମାଲେଗାଁବରୁ ସଲମାନ ଖାନଙ୍କ ପାଖକୁ ଏକ ଫୋନ ଆସିଥିଲା ଏହା ପରେ ସେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଲମାନ ଖାନଙ୍କ ଟିମ୍ ଏହାର ସତ୍ୟାସତ୍ୟ ଜାଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ସଲମାନ ଖାନଙ୍କ ମ୍ୟାନେଜର ଏହି ଖବରକୁ ନିଶ୍ଚିତ ମଧ୍ୟ କରିଛନ୍ତି । ତାଙ୍କ ମ୍ୟାନେଜର କହିଛନ୍ତି ଯେ ଯେତେବେଳେ ସଲମାନ ଅନୁଭବ କରନ୍ତି ଯେ କେହି ଜଣେ ପ୍ରକୃତରେ ସାହାଯ୍ୟ ଆବଶ୍ୟକ କରନ୍ତି ସେତେବେଳେ ସଲମାନ ସାହାଯ୍ୟ ପାଇଁ ଆଗକୁ ଆସନ୍ତି ।

ଏହାବ୍ୟତିତ ନିକଟରେ କଂଗ୍ରେସର ବାବା ସିଦ୍ଧିକି ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ସଲମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଲେଖିଥିଲେ ” ଧନ୍ୟବାଦ ସଲମାନ ଖାନ୍, ଡେଲି ବେଜର୍ସକୁ ସାହାଯ୍ୟ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବାରୁ । ଯେତେବେଳେ ବି କେହି ସାହାଯ୍ୟ ଆବଶ୍ୟକ କରନ୍ତି, ତୁମେ ଗୋଟିଏ ପାଦ ଆଗକୁ ଯାଅ ଏବଂ ସାହାଯ୍ୟ କରିବାକୁ ଆଗେଇ ଆସ ।”

ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ସଲମାନ ଖାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ୨୫୦୦୦ ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ । କିଛିଦିନ ପୂର୍ବରୁ ହିଁ ସେ ୧୬ହଜାର ମଜୁରିଆଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସାରିଛନ୍ତି । ତେଣୁ ଏବେ ସୋସିଆଲ ମିଡ଼ିଆରେ ତାଙ୍କ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ ।

କାହିଁକି ପୁରୀରେ ପୂଜା ପାଉଛନ୍ତି ବେଡି ହନୁମାନ ?

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ବେଡି ମହାବୀରଙ୍କ ଗାଥା ଶୁଣାଇଛନ୍ତି । ଶ୍ରୀକ୍ଷେତ୍ରବାସୀଙ୍କୁ ସମୁଦ୍ର କୋପରୁ ରକ୍ଷା କରୁଛନ୍ତି ହନୁମାନ । ଏକଦା ପୁରୀରେ ସମୁଦ୍ର ପାଣି ପଶି ଯାଇଥିଲା । ଲୋକେ ହନ୍ତସନ୍ତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଲେ ।

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

ମହାପ୍ରଭୁ, ହନୁମାନଙ୍କୁ ଡକାଇ ତାଙ୍କୁ ପୁରୀର ସୁରକ୍ଷା ଦାୟିତ୍ୱ ଦେଇଥିଲେ । ସେ କଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ । ହନୁମାନ କହିଲେ ସେ ଲଡୁ ଲୋଭରେ ଅଯୋଧ୍ୟା ପଳାଇଥିଲେ । ସେବେଠାରୁ ମହାପ୍ରଭୁ ହନୁମାନଙ୍କ ହାତରେ ଲଡୁ ଓ ହାତରେ ବେଡି ପକାଇରଖିଲେ । ହନୁମାନ ବେଡି ହନୁମାନ ଭାବେ ପୂଜା ପାଉଛନ୍ତି ।

https://www.facebook.com/nandighoshatv/videos/311310089846650