spot_img
Home Blog Page 7236

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ: ଏତଲା ପରେ ବି କାଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ

0

କେନ୍ଦ୍ରାପଡ଼ା: ଘରୋଇ କଳହକୁ ନେଇ ଘଟିଲା ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ପଟ୍ଟ।ମୁଣ୍ଡାଇ ବକ୍ତାପୁର ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ଗାଁର ତ୍ରିଲୋଚନ ମହାଲିକ ଓ ବିପିନ ମହାଲିକଙ୍କ ଭିତରେ ପାରିବାରିକ ସମସ୍ୟା ନେଇ କଳହ ଦେଖା ଦେଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ପୁତୁରା ତ୍ରିଲୋଚନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୈାଣସି କାଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି ।

ନିର୍ଭୟା ଦୋଷୀମାନଙ୍କ ଓକିଲଙ୍କ ଦମ୍ଭୋକ୍ତି; ୩ ତାରିଖରେ ହେବନି ଫାଶୀ, ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ପଟିଆଲା ହାଉସ କୋର୍ଟ ସୋମବାର ୪ ଜଣ ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି । ଗତ ୪୧ ଦିନରେ ତୃତୀୟ ଥର ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଛି । ୪ ଜଣ ଦୋଷୀଙ୍କୁ ୩ ମାର୍ଚ୍ଚ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଆଦେଶ ଦିଆଯାଇଛି । କିନ୍ତୁ ୪ଜଣ ଦୋଷୀଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏବେ ବି  ରାଜକ୍ଷମା ଆବେଦନ ଓ କ୍ୟୁରେଟିଭ୍‌ ପିଟିସନ୍‌ର  ବିକଳ୍ପ ରହିଛି । ଏହି ୨ ବିକଳ୍ପ  ଖାରଜ ହେଲା ପରେ ବି ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରିବେ ।

Image result for nirbhaya

ଅପରପକ୍ଷରେ ଦୋଷୀମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଚାଲିଛି । ଯାହା ଉପରେ ଫଇସଲା ନଆସିଲା ପର୍ଯ୍ୟନ୍ତ ଫାଶୀ ହୋଇପାରିବନ ନାହିଁ  ବୋଲି ଗତ ୭ ବର୍ଷ ହେଲା ନିର୍ଭୟା ଦୋଷୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଏପି ସିଂହ କହିଛନ୍ତି । ଏଥିସହ ସେ ଆସନ୍ତା ମାର୍ଚ୍ଚ ୩ରେ ଫାଶୀ ଦିଆଯାଇପାରିବନି ବୋଲି ଦୃଢ଼ତାର ସହ କହିଛନ୍ତି ।

Image result for advocate ap singh

ସେ ଆହୁରି କହିଛନ୍ତି, ମୁଁ ଦୋଷୀଙ୍କ ସହ ସାକ୍ଷାତ କରିବି, ସମସ୍ତ ଆଇନଗତ ବିକଳ୍ପ ନେଇ ଆଲୋଚନା କରିବି । ଯାହା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ କୁହାଯିବ କରିବି । ଏବେ ବି ଅନେକ ଆଇନଗତ ବିକଳ୍ପ ବାକି ରହିଛି । ସେ ସବୁର ଉପଯୋଗ କରାଯିବ । ରାଷ୍ଟ୍ରପତିଙ୍କ ନିକଟକୁ ପୁଣିଥରେ ମର୍ସି ପିଟିସନ୍ ପଠାଯିବ, ଏହା ଖାରଜ ହେବା ପରେ ପୁଣି ଯାହା ବିକଳ୍ପ ରହିଛି ତାହାର ପ୍ରୟୋଗ କରାଯିବ ।

ସେ କହିଛନ୍ତି ନା ମୁଁ ପରତ୍ମା, ନା ମୁଁ ଯମରାଜ, ମୁଁ ଜଣେ ଓକିଲ । ଯାହା କ୍ଳାଇଣ୍ଟ ଓ ତାଙ୍କ ପରିବାର ଲୋକେ କହିବେ ତାହା ହିଁ କରିବି । ଏହି ମାମଲାରେ ମିଡିଆ ଟ୍ରାଇଲ ହେଉଥିବା ବେଳେ ପବ୍ଳିକ୍‌ ଏବଂ ରାଜନେତାଙ୍କ ଚାପ ମଧ୍ୟ ରହିଛି । କିନ୍ତୁ ଏହା ଦ୍ୱାରା ନ୍ୟାୟର ପରାକାଷ୍ଠା ନୁଇଁବାକୁ ଦେବିନି ବୋଲି କହିଛନ୍ତି ।

ବିଧାନସଭାରେ ଉଠିଲା ଓଡ଼ିଆ ଭାଷାର ସୁରକ୍ଷା ପ୍ରସଙ୍ଗ, ବିରୋଧୀଙ୍କ ପ୍ରଶ୍ନ କାହିଁକି ମିଳୁନାହିଁ ଟଙ୍କା ?

0

ଭୁବନେଶ୍ବର : ଓଡ଼ିଆ ଭାଷାକୁ ନେଇ ଗୃହରେ ଦେଖାଦେଇଛି ହଟ୍ଟଗୋଳ । ଓଡ଼ିଆ ଭାଷା ସଂସ୍କୃତିକୁ ଅବହେଳା କରାଯାଉଛି । କେନ୍ଦ୍ର ସରକାର ଭାଷା ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ବି ମିଳିନାହିଁ ।

Image result for ଓଡ଼ିଆ ଭାଷା

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହକୁ ଜଣାଇବାକୁ ରୁଲିଂ ଦେଇଥିଲେ । ବାଚସ୍ପତିଙ୍କ ରୁଲିଂ କଂଗ୍ରେସ ବିଧାୟକଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହି ପ୍ରସଙ୍ଗରେ ହଟ୍ଟଗୋଳ ହେବାରୁ ଗୃହକୁ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି ।

ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।

ଗଞ୍ଜାମ: ଗୋଳନ୍ଥରା ଛକ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ବାଇକ୍ ୨ମୃତ, ଜଣେ ଗୁରୁତର ।

ନୃଶଂସ ନୁହେଁ ମାନବ ସମାଜ, ଏଠି କୁକୁରକୁ ବି ମିଳେ ଚାରି କାନ୍ଧ

0

ଅନୁଗୁଳ: ବେଳେ ବେଳେ ହଜି ଯାଉଛି ମାନବିକତା । ମଲା ପରେ ମଣିଷକୁ ମଶାଣିକୁ ନେବା ପାଇଁ ମିଳୁନି ଚାରି କାନ୍ଧ । କିନ୍ତୁ ଏଠି ଏକ କୁକୁରକୁ ଚାରିକାନ୍ଧ ମିଳିଛି । ମଲା ପରେ ମଣିଷକୁ ସମ୍ମାନର ସହ କୋକେଇରେ ଶ୍ମଶାନକୁ ନେଲା ଭଳି, ଗୋଟିଏ କୁକୁରର ସେମିତି ସଂସ୍କାର କରାଯାଇଛି ।

 

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖିଣ୍ଡା ତ୍ରିବେଣୀ ଛକରେ ଗୋଟିଏ ବିଶ୍ୱସ୍ତ କୁକୁର ରାତିରେ ଦୋକାନ ଜଗିଥାଏ । ଦୋକାନୀ ବିନା ଚିନ୍ତାରେ ଘରକୁ ଯାଇଥାନ୍ତି । କିନ୍ତୁ ହଠାତ୍‌ ଏକ ଗାଡ଼ି ଧକ୍କାରେ କୁକୁରଟି  ପ୍ରାଣ ହରାଇଥିଲା ।

ତେବେ ଦୋକାନୀମାନେ ତା’ ଋଣ ଶୁଝିବାକୁ ଚେଷ୍ଟା କରିଛନ୍ତି । ତାକୁ କୋକେଇରେ ନେଇ ରୀତିନୀତି ଅନୁସାରେ ଶବ ସଂସ୍କାର କରିଛନ୍ତି । ବାଜା ବଜାଇ କୁକୁର ଶବକୁ ମଶାଣିକୁ ନେଇ ସଂସ୍କାର କରାଯାଇଛି ।

ଶୋଇଥିବା ବେଳେ ୨ଶିଶୁଙ୍କ ଦେହରେ ଡିବିରିରୁ ଲାଗିଲା ନିଆଁ

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଡିବିରିରୁ ନିଆଁ ଲାଗି ଭାଇ-ଭଉଣୀ ଗୁରୁତର । ଗୁରୁତର ଭାଇର ବୟସ ୮ ବର୍ଷ ଓ ଭଉଣୀର ବୟସ ୨ ବର୍ଷ ।

Image result for fire burning

ସୂଚନା ମୁତାବକ ଭାଇ-ଭଉଣୀ ଘରେ ଶୋଇଥିବା ବେଳେ ପାଖରେ ଜଳୁଥିବା ଡିବିରିରୁ କମ୍ବଳରେ ନିଆଁ ଲାଗି ଯାଇଥିଲା । ଘରେ ଆଉ କେହି ନଥିଲେ । ନିଆଁ ଜଳୁଥିବା ଅବସ୍ଥାରେ ଭାଇ-ଭଉଣୀ ଘରୁ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । ଦୁଇଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି ।

ଆକ୍ସନ ମୋଡ଼ରେ ଓ୍ୱେସ୍‌କୋ, ବିଲ୍‌ ବାକି ଥିବା ଉପଭୋକ୍ତାଙ୍କ କାଟୁଛି ବିଦ୍ୟୁତ

0

ରାଉରକେଲା: ପଶ୍ଚିମ ଓଡ଼ିଶାରେ ଆକ୍ସନ ମୋଡ଼ରେ ଓ୍ୱେସ୍‌କୋ । ବିଲ୍‌ ବାକି ଥିବା ଉପଭୋକ୍ତାଙ୍କ ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନରୁ ଓ୍ୱେସ୍‌କୋ ପକ୍ଷରୁ ଆଜିଠାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ ଅଭିଯାନ ଆରମ୍ଭ ହୋଇଛି ।

୨୫ ହଜାରରୁ ଅଧିକ ଟଙ୍କାର ବିଲ୍‌ ପଇଠ କରିନଥିବା ସୁନ୍ଦରଗଡ଼ ଜିଲ୍ଲାର ୪୯ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ନୋଟିସ୍‌ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଲ୍‌ ପଇଠ କରିନଥିବାରୁ ଆଜିଠାରୁ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଥିପାଇଁ ୪୫ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେପଟେ ନୂଆପଡ଼ାରେ ଲାଇନ୍‌ କାଟ ବେଳେ ଉତ୍ତେଜନା ଦେଖାଦେଇଛି । କିସ୍ତିରେ ବିଲ୍‌ ଆଦାୟ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ପେସା ଆଇନ ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍‌ଧି କରୁନାହାନ୍ତି: ମନ୍ତ୍ରୀ ପ୍ରତାପ ଜେନା

0

ଭୁବନେଶ୍ୱର: ପେସା ଆଇନ ୧୪ଟି ଜିଲ୍ଲାର ୧୨୯ ବ୍ଲକ୍‌ର ସଂପୂର୍ଣ୍ଣ ଅଞ୍ଚଳରେ ଓ ୩ଟି ବ୍ଲକ୍‌ର ଆଂଶିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି । ୧୧ଟି ବିଭାଗର ୨୧ ବିଷୟକୁ ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି ।

ଏବେ ପେସା ଆଇନ  ସଂଶୋଧନର ଆବଶ୍ୟକତା ରାଜ୍ୟ ସରକାର ଉପଲବ୍‌ଧି କରୁନାହାନ୍ତି । ବିଧାନସଭାରେ ପେସା ଆଇନର କାର୍ଯ୍ୟକାରିତା  ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଏହି ଆଇନ ଜରିଆରେ ୬୯ଟି ଲଘୁ ବନଜାତ ମାଲିକାନା ବ୍ୟବସାୟ ନିୟନ୍ତ୍ରଣ, ମାଇନର ଓ୍ୱାଟର ପଡି, ମାଇନର ମିନେରାଲ ଲାଇସେନ୍ସ, ଖଣି ଉତ୍ତୋଳନ ଓ ନିଲାମ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

 

ମାଓ ଦମନ ପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସହାୟତାର ହାତ ବଢାଇଛି ବିଏସ୍‌ଏଫ୍‌

0

ମାଲକାନାଗିରି: ନକ୍ସଲ ଦମନ କରିବା ପାଇଁ  ଦିନ ରାତି କାର୍ଯ୍ୟରତ ରହିଛି ବିଏସଏଫ୍‌ ।  ନକ୍ସଲ ମୁକାବିଲା କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସହାୟତାର ହାତ ବଢାଇଛି ବିଏସ୍‌ଏଫ୍‌ ।

ମାଲକାନଗିରିର ମାଥିଲି ବ୍ଲକ୍‌ର ଟେମୁରପାଲି ଗାଁର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ  ନିଆରା ପଦକ୍ଷେପ ନେଇଛି  ବିଏସ୍ଏଫ୍‌ । ଗାଁର ଯୁବାବର୍ଗଙ୍କୁ କମ୍ପ୍ୟୁଟର ଶିକ୍ଷା ଦାନ କରାଇବା ପାଇଁ ବ୍ୟବସ୍ଥା କରିଛି ବିଏସ୍‌ଏଫ୍‌ ।

ଏହାସହ ଯୁବତୀ ଓ ମହିଳାଙ୍କୁ ଆତ୍ମନିର୍ଭଶୀଳ କରିବା ପାଇଁ ବଣ୍ଟାଯାଇଛି ସିଲେଇ ମେସିନ । ଆଉ ଖେଳକୁଦ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ବି ବଣ୍ଟାଯାଇଛି ।

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

0

ବାଲେଶ୍ୱର: ୧୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗର ସହିତ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ଓ ଏକ କାର୍‌ ଜବତ, ୩ ଜଣ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସେଖ୍‌ସରାଇ ଛକ ନିକଟରୁ ପୋଲିସ ଚଢ଼ାଉ କରି ଏସବୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନେ ହେଲେ ପୁରୀ କୁମ୍ଭାରସାହି ଥାନା ଅନ୍ତର୍ଖତ ନରେନ୍ଦ୍ରକୋଣର ଶ୍ରୀଧର ନାୟକ, ଲିଟୁ ଦୋରା ଏବଂ ଦେବାଶିଷ ମହାନ୍ତି । ଏମାନେ ଜଳେଶ୍ୱରରୁ କାର୍‌ ଯୋଗେ ପୁରୀକୁ ବ୍ରାଉନ୍‌ ସୁଗର ଚୋରା ଚାଲାଣ କରିବା ବେଳେ ପୋଲିସ ଚଢ଼ାଉ କରି ଧରିଥିଲା । ଜବତ ବ୍ରାଉନ୍‌ ସୁଗରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।