spot_img
Home Blog Page 7233

ଟ୍ରମ୍ପ କହିଲେ ଚିନ୍ ଲାବରୁ କରୋନା ଉତ୍ପତି, ରଖିଲେ ଏମିତି କିଛି ତଥ୍ୟ

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ କରୋନାକୁ ନେଇ ଚିନ୍ତାରେ । କାରଣ କେବଳ ଆମେରିକାରେ ଏହି ଭାଇରସ କାରଣରୁ ସାଢେ ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଏବଂ ୩୨,୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାର ରାଷ୍ଟ୍ରପତି ବିଶ୍ୱାସ କରନ୍ତି ଯେ ଚୀନ୍‌ର ଉହାନରେ ଥିବା ଏକ ଲାବ୍ରୋଟୋରୀରୁ କରୋନାର ଉତ୍ପତି ହୋଇଛି । ଏହି ଲାବୋରେଟୋରୀରେ ବାଦୁଡ଼ିଙ୍କ ଉପରେ ଗବେଷଣା କରାଯାଇଥିଲା । ବର୍ତ୍ତମାନ ଟ୍ରମ୍ପ ଚାହୁଁଛନ୍ତି ଯେ ଏହି ଲାବ୍ରୋଟୋରୀକୁ ଅନୁସନ୍ଧାନ କରାଯାଉ । ତେବେ ଆମେରିକା ଏହି ଲ୍ୟାବକୁ ତା ନିଜ ସ୍ତରରେ ଅନୁସନ୍ଧାନ କରୁଛି ।

ଚୀନ୍ ପୂର୍ବରୁ କହିଛି ​​ଯେ, ଏହି ଭାଇରସ୍ ସେମାନଙ୍କର କୌଣସି ଲାବ୍ରୋଟୋରୀରୁ ନୁହେଁ ବରଂ ଉହାନର ମାଂସ ବଜାରରୁ ବ୍ୟାପିଛି । ଏହି ଭାଇରସର କୌଣସି ଲ୍ୟାବ ସହିତ ସମ୍ପର୍କ ନାହିଁ । କିନ୍ତୁ ଆମେରିକାର ଖବରକାଗଜ ୱାଶିଂଟନ୍ ପୋଷ୍ଟ ଏବଂ ଫକ୍ସ ନ୍ୟୁଜ୍ ସୂତ୍ରରୁ ପ୍ରକାଶ ପାଇଛି ଯେ, ଚାଇନାର ଉହାନର ଲାବ୍ରୋଟୋରୀରୁ ଅଜାଣତରେ ଏହି ଭାଇରସ ବାହାରକୁ ଆସିଛି ।

ଉଭୟ ୱାଶିଂଟନ୍ ପୋଷ୍ଟ ଏବଂ ଫକ୍ସ ନ୍ୟୁଜରେ କରୋନା ଭାଇରସର ଉତ୍ପତ୍ତି ବିଷୟରେ କୌଣସି ପ୍ରମାଣ ନାହିଁ । ୱାଶିଂଟନ୍ ପୋଷ୍ଟରେ ଜୋସ୍ ରାଂଗିନ ଲେଖିଛନ୍ତି ଯେ, ଆମେରିକାର ଦୂତାବାସର ଲୋକମାନେ ୨ ବର୍ଷ ପୂର୍ବେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜି ଯାଇଥିଲେ । ସେଠାରେ ଥିବା ସୁରକ୍ଷାକୁ ଦେଖି ଆମେରିକାର ଦୂତାବାସର ଲୋକମାନେ ଚେତାବନୀ ଦେଇଥିଲେ ଯେ, ଯେକୌଣସି ସମୟରେ ଏଠାରୁ ଏହି ଭାଇରସ ଲିକ୍ ହୋଇପାରିବ।

ଯେତେବେଳେ କି, ଫକ୍ସ ନ୍ୟୁଜ୍ ଦାବି କରିଛି ଯେ ଚାଇନାର ପ୍ରଥମ ରୋଗୀ ଯାହାକୁ ଲୋକମାନେ  ପେସେଣ୍ଟ୍ ଜିରୋ ବୋଲି କହୁଛନ୍ତି । ସେ ଉହାନର ଲାବ୍ରୋଟୋରୀରେ ଏକ ବାଦୁଡ଼ି ଦ୍ୱାରା ସଂକ୍ରମିତ ହୋଇଥିଲା । ଏହା ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଯାଇଛି ।

ବୈଦେଶିକ ସଚିବ ମାଇକ ପୋମ୍ପିଓ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ, ଆମେ କରୋନା ଭୂତାଣୁଙ୍କ ଉତ୍ପତ୍ତି ଉପରେ ଏକ ବଡଧରଣର ଅନୁସନ୍ଧାନ କରୁଛୁ । ଆମେରିକା ସମେତ ସମଗ୍ର ବିଶ୍ୱରେ ଅନେକ ଲୋକ କରୋନା ପାଇଁ ପ୍ରାଣ ହରାଇଲେଣି ।

ମାଇକ୍ ପୋମ୍ପିଓ ଅସ୍ୱୀକାର କରିନାହାଁନ୍ତି ଯେ, ଚୀନ୍‌ର ଉହାନର ଏକ ଲାବୋରେଟୋରୀରୁ କରୋନା ଭୂତାଣୁ ଲିକ୍ ହୋଇଛି ବୋଲି । ସେ କହିଛନ୍ତି ଯେ, ସେହି ଲାବ୍ରୋଟୋରୀରେ ଅତ୍ୟଧିକ ସଂକ୍ରମକ ଏବଂ ମାରାତ୍ମକ ଜିନିଷ ରଖାଯାଏ। ତେଣୁ ଆମେ ଏହାର ଅନୁସନ୍ଧାନ କରିବା ଉଚିତ୍ ।

ପମ୍ପିଓ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଦେଶରେ ସେମାନଙ୍କର କାର୍ଯ୍ୟରେ ସ୍ୱଚ୍ଛତା ରହିଛି ସେମାନେ ନିଜକୁ ରକ୍ଷା କରିବା ଏବଂ ରୋଗ ନିୟନ୍ତ୍ରଣ କରିବାର କ୍ଷମତା ରଖିଛନ୍ତି । ଆମର ଅନୁସନ୍ଧାନ ସମୟରେ, ଆମେ ଏହାର ସମ୍ପୂର୍ଣ୍ଣ ଯତ୍ନ ନେବୁ ଏବଂ ବାହ୍ୟ ପର୍ଯ୍ୟବେକ୍ଷକ ଦ୍ୱାରା ଆମର ପ୍ରକ୍ରିୟା ଉପରେ ନଜର ରଖିବୁ ।

ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୱୁହାନରେ ଚୀନ୍‌ର ଲାବ୍ରୋଟୋରୀର ସବୁ କାହାଣୀ ଆମେ ଶୁଣିବାକୁ ପାଉଛୁ । ଆମେ ନିଜ ସ୍ତରରେ ଏହି ଲ୍ୟାବର ଅନୁସନ୍ଧାନ କରୁଛୁ ।

ନିକଟରେ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଫଣ୍ଡିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ତାଙ୍କ ଉପରେ ପୂରା ଦୁନିଆ ଅସନ୍ତୋଷର ପ୍ରକାଶ କରିଥିଲା । କରୋନା ଭୂତାଣୁ ସଂକ୍ରମଣ ପାଇଁ ଟ୍ରମ୍ପ କ୍ରମାଗତ ଭାବରେ ଚୀନ୍ ଏବଂ WHOକୁ ଦାୟୀ କରୁଛନ୍ତି ।

ସୋସିଆଲ ମିଡିଆରେ କରୋନା ଭାଇରସର ଉତ୍ପତ୍ତି ଏକ ଚର୍ଚ୍ଚିତ ଘଟଣା ହୋଇଗଲାଣି  । କିଛି ଲୋକ ଏହାକୁ ଚୀନ୍‌ର ଜୈବିକ ଅସ୍ତ୍ର ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ଆମେରିକାର ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିସହିତ କିଛି ଚୀନ୍ ଏବଂ ଏହାର ସମର୍ଥକ ଦେଶ କହିଛନ୍ତି ଯେ ଆମେରିକାର ସେନା ୱୁହାନରେ କରୋନା ଭୂତାଣୁ ଛାଡିଛନ୍ତି।

ଫି’ ପଇଠ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି କଲେଜ କର୍ତ୍ତୃପକ୍ଷ: AICTE

ନୂଆଦିଲ୍ଲୀ: ଲକ୍‌ଡାଉନ୍ ସମୟରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କୋର୍ସ ଯୋଗାଉଥିବା କଲେଜ ଗୁଡ଼ିକ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। ଏ ନେଇ ଚିଠି ଲେଖି ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍ ଅଫ୍‌ ଟେକନିକାଲ ଏଜ୍ୟୁକେସନ୍‌ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।  କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଜାରିକରିଛନ୍ତି । ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି।

ଲକଡାଉନ ବେଳେ ଏଆଇସିଟିଇକୁ ନେଇ ଅନେକ ଗୁଜବ ଖବର ପ୍ରଚାର କରାଯାଉଛି। ସେ ସବୁକୁ ବିଶ୍ୱାସ ନକରିବାକୁ ଏଆଇସିଟିଇ ସଚିବ ପ୍ରୋଫେସର ରାଜୀବ କୁମାର କହିଛନ୍ତି। ତେବେ ପୂର୍ବଭଳି ପ୍ରଧାନମନ୍ତ୍ରୀ ସ୍ପେଶାଲ ସ୍କୋଲାରସିପ୍ ଯୋଜାନା ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଲକଡାଉନ ପାଇଁ ଇନଟର୍ଣ୍ଣ କରିପାରି ନାହାନ୍ତି ସେମାନେ ଅନଲାଇନ୍ ଜରିଆରେ ଇନଟର୍ଣ୍ଣ କରିପାରିବେ ବୋଲି ରାଜୀବ କୁମାର କହିଛନ୍ତି।

ଛେପ ପକାଇଲେ ଗଣିବେ ଟଙ୍କା,ଫାଇନ୍ ଦର ୨୦୦ରୁ ଆରମ୍ଭ ୫ଶହରେ ଶେଷ

ଭୁବନେଶ୍ୱର: ରାଜ୍ୟ କରୋନା ସହ ଯୁଦ୍ଧ ଲଢୁଛି । ଏହି ଯୁଦ୍ଧରେ ସରକାର ଲୋକଙ୍କ ସହଯୋଗ ଲୋଡୁଛନ୍ତି । ସାମାଜିକ ଦୂରତା ସହ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । ବାରମ୍ବାର ହାତ ଧୋଇବା କିଛି ଲୋକଙ୍କ ଅଭ୍ୟାସ ହୋଇସାରିଲାଣି । କିନ୍ତୁ ଘରେ ହାତ ଧୋଉଥିବା ଲୋକ ରାସ୍ତା ଉପରେ ଛେପ ପକାଇବା ବନ୍ଦ କରି ନାହାନ୍ତି । ଏଭଳି ଲୋକଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛେପ ପକାଇବାକୁ ଅପରାଧା ଘୋଷଣା କରିଛନ୍ତି ।

ରାସ୍ତାରେ ଛେପ ପକାଇଲେ ଏଥର ଜରିମାନା ଦେବାକୁ ପଡିବ । ପ୍ରଥମ ତିନିଥର ପାଇଁ ଫାଇନ୍ ୨ଶହ ଟଙ୍କା ଥିବା ବେଳେ ତା’ପରେ ଆଇନଭଙ୍ଗ କଲେ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁକ୍ରବାର ଏସମ୍ପର୍କରେ ଘୋଷଣା କରିଛନ୍ତି ।

ରାଜ୍ୟବ୍ୟାପି ଏହି ନିୟମ ଲାଗୁ ହେବା ପୂର୍ବରୁ ଗଂଜାମରେ ଏହା ଲାଗୁ ହୋଇ ସାରିଥିଲା । ଗଂଜାମ ପରେ ପରେ ବାଲଶ୍ୱରରେ ମଧ୍ୟ ରାସ୍ତାଘାଟରେ ଛେପ ପକାଇଲେ ଫାଇନ ଦେବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା ।

କରୋନା ହଟସ୍ପଟ୍ ଭୁବନେଶ୍ୱର:  ଜୋରଦାର ହେବ ଟେଷ୍ଟିଂ,ସପ୍ତାହକରେ ୫ ହଜାର ପରୀକ୍ଷା ଲକ୍ଷ୍ୟ

ଭୁବନେଶ୍ୱର:  ଗତ ଏକ ମାସ ଭିତରେ କରୋନା ଗଡ ଭାବେ ଉଭା ହୋଇଛି ଭୁବନେଶ୍ୱର । ମାର୍ଚ୍ଚ ୧୫ ତାରିଖ ଦିନ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ମାମଲା ଆସିବାର ଏକ ମାସ ଭିତରେ କେବଳ ଭୁବନେଶ୍ୱରରେ ୪୬ଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା । ଓଡ଼ିଶାରେ ଏହି ସମୟ ମଧ୍ୟରେ ମୋଟ ୬୦ ଜଣ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଥିଲା । ଯାହା ଭିତରୁ ଅଧାରୁ ଅଧିକ ହେଉଛି ଭୁବନେଶ୍ୱର ସଂପର୍କିତ ମାମଲା ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ପାଇଁ  ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି । ଏହି ରଣନୀତି ଅନୁସାରେ ଭୁବନେଶ୍ୱରରେ ବ୍ୟାପକ ନମୂନା ପରୀକ୍ଷା ହେବ ।

ଶୁକ୍ରବାର ଦିନ ଏସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ୱର ରାଜ୍ୟର କରୋନା ହଟସ୍ପଟ୍ ଭାବେ ଉଭା ହୋଇଛି । ଏମିତିରେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏହି ରଣନୀତି ଅନୁସାରେ ଭୁବନେଶ୍ୱରରେ ପ୍ରତି ସପ୍ତାହରେ ୭ ହଜାର କରୋନା ଟେଷ୍ଟ୍ ଲକ୍ଷ୍ୟ ରଖାଯାଇଛି । ଦେଶରେ ୧୦ ଲକ୍ଷ ଜନସଂଖ୍ୟା ଭିତରେ ଏହା ସବୁଠୁ ବଡ ନମୂନା ପରୀକ୍ଷା ଉଦ୍ୟମ ହେବ । ଭୁବନେଶ୍ୱରର ଜନସଂଖ୍ୟା ୧୧ ଲକ୍ଷ ହୋଇଥିବା ବେଳେ ପର ମିଲିୟନ ଟେଷ୍ଟ ଦୃଷ୍ଟିରୁ ଏଭଳି ବଡ ଧରଣର ଅଭିଯାନ ଦେଶର ଅନ୍ୟ କୌଣସି ରାଜ୍ୟର ବଡ ବଡ ସହରରେ ଆରମ୍ଭ ହୋଇନି । ବମ୍ବେ,ଦିଲ୍ଲୀ ଭଳି ମହାନଗରରେ ମଧ୍ୟ ଏଭଳି  ବ୍ୟାପକ ଟେଷ୍ଟ ହୋଇ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

କଣ ହେବ ରଣନୀତି ?

ଭୁବନେଶ୍ୱର ପାଇଁ ସରକାର ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ରାଜ୍ୟରେ ଯେଉଁ ଅଂଚଳରେ କରୋନା ସଂକ୍ରମିତ ନାହାନ୍ତି ସେଠାରୁ ମେସିନ୍ ରାଜଧାନୀକୁ ଅଣାଯିବ । ମାଇକ୍ରୋବାୟୋଲିଜିଷ୍ଟଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇ ବ୍ୟାପକ ଟେଷ୍ଟିଂ ଆରମ୍ଭ ହେବ । ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରି ଜୋନୱାରୀ ଦାୟିତ୍ୱ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

କେଉଁ ମାନଙ୍କର ହେବ ଟେଷ୍ଟିଂ ?

ସ୍ଥାୟୀ ଟେଷ୍ଟିଂ କେନ୍ଦ୍ର ସହ ରାଜଧାନୀରେ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ବୁଲିବ । ଏହା ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରିବ । ପ୍ରାଥମିକ ଭାବେ ଯେଉଁମାନଙ୍କର ଟେଷ୍ଟ ହେବ ସେମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଛି ।

୧. ପ୍ରଥମ ଶ୍ରେଣୀରେ ସେମାନେ ଅଛନ୍ତି ଯେଉଁମାନଙ୍କର ବିଦେଶ କିମ୍ବା ଦେଶ ଭିତରେ ଅନ୍ୟ କରୋନା ହଟସ୍ପଟକୁ ଯାଇଥିବାର ଇତିହାସ ଥିବ । ଏହାସହ କରୋନା ଲକ୍ଷଣ ଥିବା ବ୍ୟକ୍ତି,ଥଣ୍ଡା ଜର ହୋଇଥିବା ବ୍ୟକ୍ତି,ରାଜଧାନୀର କରୋନା ହଟସ୍ପଟରେ ରହୁଥିବା ଲୋକ, ବିଭିନ୍ନ ବସ୍ତିର ବାସିନ୍ଦା ମାନେ ମଧ୍ୟ ପ୍ରଥମ ପ୍ରାୟୋରିଟି ଲିଷ୍ଟରେ ଆସୁଛନ୍ତି ।

୨. ଦ୍ୱିତୀୟ ଶ୍ରେଣୀରେ ଆସୁଛନ୍ତି ସ୍ୱାସ୍ଥ୍ୟକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ,ପୋଲିସ,ସଫେଇ କର୍ମଚାରୀ ।

୩.  ୬୦ ବର୍ଷ କିମ୍ବା ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ଟେଷ୍ଟ୍ ହେବ ।

୪.  ଚତୁର୍ଥ ପ୍ରାୟୋରିଟିରେ  ରାଣ୍ଡମ ଟେଷ୍ଟ୍ କରାଯିବ ।

ନିଜ ତରଫରୁ ଟେଷ୍ଟ୍ କରାନ୍ତୁ

ଭୁବନେଶ୍ୱରକୁ ନିରାପଦ କରିବା ପାଇଁ ଜନସାଧାରଣଙ୍କୁ ନିଜ ତରଫରୁ  ନମୂନା ପରୀକ୍ଷା କରିବା ଲାଗି ମୁଖ୍ୟ ଶାସନ ସଚୀବ ଅନୁରୋଧ କରିଛନ୍ତି । କିଛି ଲୋକ ନିଜ ଟେଷ୍ଟିଂ ପାଇଁ କୁଣ୍ଠାବୋଧ କରୁଛନ୍ତି । କିନ୍ତୁ ଏମିତି କରି ସେମାନେ ନିଜର ଓ ପରିବାରର ସୁରକ୍ଷା ସହ ସମାଜକୁ ମଧ୍ୟ ବିପଦରେ ପକାଉଛନ୍ତି । ଯେଉଁମାନଙ୍କୁ ଟେଷ୍ଟ ପାଇଁ କୁହାଯିବ ସେମାନେ ସହଯୋଗ କରିବା ଆବଶ୍ୟକ ,ସହଯୋଗ ନକଲେ ପୋଲିସକୁ ବ୍ୟବହାର କରାଯିବ ବୋଲି ମୁଖ୍ୟ ଶାସନ ସଚୀବ କହିଛନ୍ତି ।

https://www.facebook.com/nandighoshatv/videos/838435569977973/

ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କରୋନାଗ୍ରସ୍ତ ଦେଶର ଅର୍ଥନୀତିକୁ ଆରବିଆଇର ସଞ୍ଜିବନୀ । ମାର୍କେଟରେ ଲିକ୍ୟୁଡିଟି ବଢ଼ାଇବାକୁ  ଭାବେ ୧ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କଲା ଆରବିଆଇ । ଏନ୍‌ବିଏଫ୍‌ସି ଓ ଏମ୍‌ଏଫ୍‌ଆଇଏଏସ୍‌କ ପାଇଁ ୫୦ ହଜାର କୋଟି ଟଙ୍କାର ସାହାଯ୍ୟର ଘୋଷଣା କରିଛି । ଏଥିସହିତ ରିଭର୍ସ ରେପୋ ରେଟ୍‌ରେ ମଧ୍ୟ ହ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟ୍‌ ୪ ପ୍ରତିଶତରୁ ୩.୭୫% ହ୍ରାସ କରାଯାଇଥିବା ବେଳେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗୋଟିଏ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରିଭର୍ସ ରେପୋ ରେଟ୍‌ ହ୍ରାସ କରାଯାଇଛି । ୨୭ ମାର୍ଚ୍ଚ ଏଥିରେ ୯୦ ବିପିଏସ୍‌ କଟାଯାଇଥିଲା ।

          ରିଭର୍ସ ରେପୋ ରେଟ୍‌ କ’ଣ

ଯେତେବେଳେ ଦିନସାରାର କାରବାର ପରେ ବ୍ୟାଙ୍କ ପାଖରେ ଟଙ୍କା ବଳିଯାଏ, ବ୍ୟାଙ୍କ ସେହି ଟଙ୍କାକୁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ରଖିଥାଏ । ଏହି ଟଙ୍କା ଉପରେ ଆରବିଆଇ ତାଙ୍କୁ ସୁଧ ଦେଇଥାଏ । ରିଜର୍ଭ ବ୍ୟାଙ୍କ ଏହି ଟଙ୍କା ବାବଦକୁ ଯେଉଁ ହାରରେ ସୁଧ ଦେଇଥାନ୍ତି ତାକୁ ରିଭର୍ସ ରେପୋ ରେଟ୍ ବୋଲି କୁହାଯାଏ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆରବିଆଇ କୋଭିଡ-୧୯ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖାଯାଇଛି । ମାର୍ଚ୍ଚ ୨୭ରେ ଯେତେବେଳେ ପ୍ରଥମ ରିହାତି ଘୋଷଣା ହୋଇଥିଲା ମାଇକ୍ରୋଇକୋନମି ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ବିଶ୍ୱ ଅର୍ଥନୀତି ସବୁଠାରୁ ଖରପା ଅବସ୍ଥା ଦେଇ ଗତିକରିପାରେ । ସାରା ବିଶ୍ୱର ଜିଡିପିରେ ୯ ଟ୍ରିଲିୟନ୍‌ ଡଲାରର କ୍ଷତି ହୋଇପାରେ । ଭାରତ ଜି-୨୦ ଦେଶମାନଙ୍କ ଅର୍ଥନୀତି ତୁଳନାରେ ସର୍ବାଧିକ ଗ୍ରୋଥ କରିପାରେ । ଯାହା ଆଇଏମ୍ଏଫ୍ ପକ୍ଷରୁ ମଧ୍ୟ କୁହାଯାଇଛି । ଆମେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ନଜର ରଖିଛୁ । ଭାରତର ସ୍ଥିତି ଅନ୍ୟମାନଙ୍କ ଠାରୁ ଭଲ ରହିଛି । ବିଶ୍ୱ ମାନ୍ଦାବସ୍ଥା ମଧ୍ୟରେ ଭାରତର ବିକାଶ ହାର ୧.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି ।

ରିଫାଇନାସିଂ ପାଇଁ ୫୦ ହଜାର କୋଟି ଟଙ୍କାର ସାହାଯ୍ୟ ଦିଆଯାଉଛି । ଏଥିରେ ୨୫ ହଜାର କୋଟି ନାବାର୍ଡ ପାଇଁ, ସିବିଡି ପାଇଁ ୧୫ ହଜାର କୋଟି ଓ ଏନ୍‌ଏଚବି ପାଇଁ ୧୦ ହଜାର କୋଟି ପାଇଁ ରହିବ ।

 

ମାନବିକତାକୁ ଭାଇରସ ସଂକ୍ରମଣ : ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବେନଶ୍ୱର ଆସିଥିଲେ ବୋଲି କବାଟ ବନ୍ଦ କଲେ ଘର ମାଲିକ !

ଭୁବନେଶ୍ୱର: ଦେଶରେ ବଢୁଛି କରୋନାର କୋପ । ଏନେଇ ରାଜ୍ୟରେ ମଧ୍ୟ ୬୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ହଟପ୍ପଟ୍ ହୋଇଛି ରାଜଧାନୀ ଭୁବନେଶ୍ୱର । ଏଠାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ମଧ୍ୟ ଚିନ୍ତା ଦେଖାଦେଇଛି ।

ଭୂତାଣୁ ଭୟରେ ବାଟ ହୁଡୁଛି ମାନବିକତା। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଆସିଥିଲେ, ଫେରିଲା ପରେ ଘରେ ପୁରାଇଲେନି ଘର ମାଲିକ । ବାଲେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା।

ବାଲେଶ୍ୱରର ସୁରେଶ କୁମାର ଶର୍ମା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲେ। ତେବେ ଡାକ୍ତରଙ୍କୁ ଦେଖାଇବା ପରେ ସେ ସଂଧ୍ୟାରେ ବାଲେଶ୍ୱର ସ୍ଥିତ ଭଡାଘରକୁ ଫେରିଥିଲେ। ହେଲେ ଘର ମାଲିକ ତାଙ୍କୁ ଘରେ ପୁରାଇବାକୁ ମନା କରିଥିବା ଅଭିଯୋଗ ହୋଇଛି।

ଏନେଇ ସୂଚନା ପାଇବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୋଲିସର ହସ୍ତକ୍ଷେପ ପରେ ଘରେ ପୁରାଇଛନ୍ତି ଘରମାଲିକ ତେବେ ଏଭଳି ଘଟଣାର ପୁନରାବୃତି ନକରିବାକୁ ପୋଲିସ ଚେତାବନୀ ଦେଇଥିଲା।

https://www.facebook.com/nandighoshatv/videos/668978110342186/

କରୋନା ସଂକଟରେ ବଢିଲା ସହଯୋଗର ହାତ । କଟକରେ ଅସହାୟ ମହିଳାଙ୍କୁ ଖୁଆଇଲେ ମହିଳା ପୋଲିସ ଏସ୍ଆଇ ବର୍ଷା ମହାନ୍ତି । କର୍ତ୍ତବ୍ୟର ପରିଧିରୁ ବାହାରି ଦେଲେ ମାନବିକତାର ପରିଚୟ ଟ୍ୱିଟ୍ କରି ସୂଚନା ଦେଲେ ଡିସିପି ।

କରୋନା ସଂକଟରେ ବଢିଲା ସହଯୋଗର ହାତ । କଟକରେ ଅସହାୟ ମହିଳାଙ୍କୁ ଖୁଆଇଲେ ମହିଳା ପୋଲିସ ଏସ୍‌ଆଇ ବର୍ଷା ମହାନ୍ତି । କର୍ତ୍ତବ୍ୟର ପରିଧିରୁ ବାହାରି ଦେଲେ ମାନବିକତାର ପରିଚୟ ଟ୍ୱିଟ୍‌ କରି ସୂଚନା ଦେଲେ ଡିସିପି ।

କରୋନା ମହାସଂକଟରେ ବେହାଲ୍ ଆମେରିକା । ଗୋଟିଏ ଦିନରେ ଗଲା ୨୫ଶହ ଲୋକଙ୍କ ଜୀବନ । ୩୪ ହଜାର ଟପିଲା ମୃତ୍ୟୁସଂଖ୍ୟା । ନ୍ୟୁୟର୍କ ହୋଇଛି କୋଭିଡ୍-୧୯ କେନ୍ଦ୍ର । ଇଟାଲୀ, ସ୍ପେନ୍ରେ ବି ଥମୁନି ସଂକ୍ରମଣ ।

କରୋନା ମହାସଂକଟରେ ବେହାଲ୍‌ ଆମେରିକା । ଗୋଟିଏ ଦିନରେ ଗଲା ୨୫ଶହ ଲୋକଙ୍କ ଜୀବନ । ୩୪ ହଜାର ଟପିଲା ମୃତ୍ୟୁସଂଖ୍ୟା । ନ୍ୟୁୟର୍କ ହୋଇଛି କୋଭିଡ୍‌-୧୯ କେନ୍ଦ୍ର । ଇଟାଲୀ, ସ୍ପେନ୍‌ରେ ବି ଥମୁନି ସଂକ୍ରମଣ ।

ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ । ଗତକାଲିର ସବୁ ରିପୋର୍ଟ ନେଗେଟିଭ୍ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ । ୧୯ ସୁସ୍ଥ, ଅନ୍ୟମାନଙ୍କର ଚିକିତ୍ସା ଜାରି ।

ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ । ଗତକାଲିର ସବୁ ରିପୋର୍ଟ ନେଗେଟିଭ୍‌ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬୦ । ୧୯ ସୁସ୍ଥ, ଅନ୍ୟମାନଙ୍କର ଚିକିତ୍ସା ଜାରି ।

ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଛି କୋଭିଡ୍ ହସପିଟଲ୍ । ଢେଙ୍କାନାଳ ଓ ତାଳଚେରରେ ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ ଓ ଉନ୍ନୟନ କମିଶନର । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ କଲେ ସମୀକ୍ଷା ।

ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଛି କୋଭିଡ୍‌ ହସପିଟଲ୍‌ । ଢେଙ୍କାନାଳ ଓ ତାଳଚେରରେ ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ ଓ ଉନ୍ନୟନ କମିଶନର । ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ କଲେ ସମୀକ୍ଷା ।