ଟ୍ରମ୍ପ କହିଲେ ଚିନ୍ ଲାବରୁ କରୋନା ଉତ୍ପତି, ରଖିଲେ ଏମିତି କିଛି ତଥ୍ୟ

1 min read

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ କରୋନାକୁ ନେଇ ଚିନ୍ତାରେ । କାରଣ କେବଳ ଆମେରିକାରେ ଏହି ଭାଇରସ କାରଣରୁ ସାଢେ ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଏବଂ ୩୨,୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାର ରାଷ୍ଟ୍ରପତି ବିଶ୍ୱାସ କରନ୍ତି ଯେ ଚୀନ୍‌ର ଉହାନରେ ଥିବା ଏକ ଲାବ୍ରୋଟୋରୀରୁ କରୋନାର ଉତ୍ପତି ହୋଇଛି । ଏହି ଲାବୋରେଟୋରୀରେ ବାଦୁଡ଼ିଙ୍କ ଉପରେ ଗବେଷଣା କରାଯାଇଥିଲା । ବର୍ତ୍ତମାନ ଟ୍ରମ୍ପ ଚାହୁଁଛନ୍ତି ଯେ ଏହି ଲାବ୍ରୋଟୋରୀକୁ ଅନୁସନ୍ଧାନ କରାଯାଉ । ତେବେ ଆମେରିକା ଏହି ଲ୍ୟାବକୁ ତା ନିଜ ସ୍ତରରେ ଅନୁସନ୍ଧାନ କରୁଛି ।

ଚୀନ୍ ପୂର୍ବରୁ କହିଛି ​​ଯେ, ଏହି ଭାଇରସ୍ ସେମାନଙ୍କର କୌଣସି ଲାବ୍ରୋଟୋରୀରୁ ନୁହେଁ ବରଂ ଉହାନର ମାଂସ ବଜାରରୁ ବ୍ୟାପିଛି । ଏହି ଭାଇରସର କୌଣସି ଲ୍ୟାବ ସହିତ ସମ୍ପର୍କ ନାହିଁ । କିନ୍ତୁ ଆମେରିକାର ଖବରକାଗଜ ୱାଶିଂଟନ୍ ପୋଷ୍ଟ ଏବଂ ଫକ୍ସ ନ୍ୟୁଜ୍ ସୂତ୍ରରୁ ପ୍ରକାଶ ପାଇଛି ଯେ, ଚାଇନାର ଉହାନର ଲାବ୍ରୋଟୋରୀରୁ ଅଜାଣତରେ ଏହି ଭାଇରସ ବାହାରକୁ ଆସିଛି ।

ଉଭୟ ୱାଶିଂଟନ୍ ପୋଷ୍ଟ ଏବଂ ଫକ୍ସ ନ୍ୟୁଜରେ କରୋନା ଭାଇରସର ଉତ୍ପତ୍ତି ବିଷୟରେ କୌଣସି ପ୍ରମାଣ ନାହିଁ । ୱାଶିଂଟନ୍ ପୋଷ୍ଟରେ ଜୋସ୍ ରାଂଗିନ ଲେଖିଛନ୍ତି ଯେ, ଆମେରିକାର ଦୂତାବାସର ଲୋକମାନେ ୨ ବର୍ଷ ପୂର୍ବେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜି ଯାଇଥିଲେ । ସେଠାରେ ଥିବା ସୁରକ୍ଷାକୁ ଦେଖି ଆମେରିକାର ଦୂତାବାସର ଲୋକମାନେ ଚେତାବନୀ ଦେଇଥିଲେ ଯେ, ଯେକୌଣସି ସମୟରେ ଏଠାରୁ ଏହି ଭାଇରସ ଲିକ୍ ହୋଇପାରିବ।

ଯେତେବେଳେ କି, ଫକ୍ସ ନ୍ୟୁଜ୍ ଦାବି କରିଛି ଯେ ଚାଇନାର ପ୍ରଥମ ରୋଗୀ ଯାହାକୁ ଲୋକମାନେ  ପେସେଣ୍ଟ୍ ଜିରୋ ବୋଲି କହୁଛନ୍ତି । ସେ ଉହାନର ଲାବ୍ରୋଟୋରୀରେ ଏକ ବାଦୁଡ଼ି ଦ୍ୱାରା ସଂକ୍ରମିତ ହୋଇଥିଲା । ଏହା ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଯାଇଛି ।

ବୈଦେଶିକ ସଚିବ ମାଇକ ପୋମ୍ପିଓ ଫକ୍ସ ନ୍ୟୁଜକୁ କହିଛନ୍ତି ଯେ, ଆମେ କରୋନା ଭୂତାଣୁଙ୍କ ଉତ୍ପତ୍ତି ଉପରେ ଏକ ବଡଧରଣର ଅନୁସନ୍ଧାନ କରୁଛୁ । ଆମେରିକା ସମେତ ସମଗ୍ର ବିଶ୍ୱରେ ଅନେକ ଲୋକ କରୋନା ପାଇଁ ପ୍ରାଣ ହରାଇଲେଣି ।

ମାଇକ୍ ପୋମ୍ପିଓ ଅସ୍ୱୀକାର କରିନାହାଁନ୍ତି ଯେ, ଚୀନ୍‌ର ଉହାନର ଏକ ଲାବୋରେଟୋରୀରୁ କରୋନା ଭୂତାଣୁ ଲିକ୍ ହୋଇଛି ବୋଲି । ସେ କହିଛନ୍ତି ଯେ, ସେହି ଲାବ୍ରୋଟୋରୀରେ ଅତ୍ୟଧିକ ସଂକ୍ରମକ ଏବଂ ମାରାତ୍ମକ ଜିନିଷ ରଖାଯାଏ। ତେଣୁ ଆମେ ଏହାର ଅନୁସନ୍ଧାନ କରିବା ଉଚିତ୍ ।

ପମ୍ପିଓ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଦେଶରେ ସେମାନଙ୍କର କାର୍ଯ୍ୟରେ ସ୍ୱଚ୍ଛତା ରହିଛି ସେମାନେ ନିଜକୁ ରକ୍ଷା କରିବା ଏବଂ ରୋଗ ନିୟନ୍ତ୍ରଣ କରିବାର କ୍ଷମତା ରଖିଛନ୍ତି । ଆମର ଅନୁସନ୍ଧାନ ସମୟରେ, ଆମେ ଏହାର ସମ୍ପୂର୍ଣ୍ଣ ଯତ୍ନ ନେବୁ ଏବଂ ବାହ୍ୟ ପର୍ଯ୍ୟବେକ୍ଷକ ଦ୍ୱାରା ଆମର ପ୍ରକ୍ରିୟା ଉପରେ ନଜର ରଖିବୁ ।

ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୱୁହାନରେ ଚୀନ୍‌ର ଲାବ୍ରୋଟୋରୀର ସବୁ କାହାଣୀ ଆମେ ଶୁଣିବାକୁ ପାଉଛୁ । ଆମେ ନିଜ ସ୍ତରରେ ଏହି ଲ୍ୟାବର ଅନୁସନ୍ଧାନ କରୁଛୁ ।

ନିକଟରେ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଫଣ୍ଡିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ତାଙ୍କ ଉପରେ ପୂରା ଦୁନିଆ ଅସନ୍ତୋଷର ପ୍ରକାଶ କରିଥିଲା । କରୋନା ଭୂତାଣୁ ସଂକ୍ରମଣ ପାଇଁ ଟ୍ରମ୍ପ କ୍ରମାଗତ ଭାବରେ ଚୀନ୍ ଏବଂ WHOକୁ ଦାୟୀ କରୁଛନ୍ତି ।

ସୋସିଆଲ ମିଡିଆରେ କରୋନା ଭାଇରସର ଉତ୍ପତ୍ତି ଏକ ଚର୍ଚ୍ଚିତ ଘଟଣା ହୋଇଗଲାଣି  । କିଛି ଲୋକ ଏହାକୁ ଚୀନ୍‌ର ଜୈବିକ ଅସ୍ତ୍ର ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ଆମେରିକାର ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିସହିତ କିଛି ଚୀନ୍ ଏବଂ ଏହାର ସମର୍ଥକ ଦେଶ କହିଛନ୍ତି ଯେ ଆମେରିକାର ସେନା ୱୁହାନରେ କରୋନା ଭୂତାଣୁ ଛାଡିଛନ୍ତି।

Leave a Reply