ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷା କାର୍ଯ୍ୟକାରିତାକୁ ବିଜେଡିର ବିରୋଧ । ଏମ୍ସ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଲା ବିଜେଡି । ଦଳର ସାଂସଦ ଓ ବିଧାୟକମାନେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଅଧିକାଂଶ ଲୋକ ଓଡ଼ିଆ । ଯେଉଁମାନେ ଓଡ଼ିଆ କୁହନ୍ତି ଓ ବୁଝନ୍ତି । ତେଣୁ, ଏମ୍ସର ସବୁ କାର୍ଯ୍ୟ ଓଡ଼ିଆରେ କରିବାକୁ ବିଜେଡି ସାଂସଦ ଓ ବିଧାୟକମାନେ ଦାବି କରିଛନ୍ତି ।
ହିନ୍ଦୀ ଭାଷାରେ ଭୁବନେଶ୍ୱର ଏମ୍ସର ସମସ୍ତ ପ୍ରଶାସନିକ କାର୍ଯ୍ୟ ଓ ଆଲୋଚନା କରିବାକୁ ଗତ ୨୦ ତାରିଖରେ ନୋଟିସ୍ ପ୍ରକାଶ ପାଇଥିଲା । ଯାହାକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ହିନ୍ଦୀକୁ ଜୋରଜବରଦସ୍ତ ଓଡ଼ିଆ ଲୋକଙ୍କୁ ଉପରେ ଲଦି ଦିଆଯାଉଥିବା ଦଳ ଅଭିଯୋଗ କରିଛି । ଦଳ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛି ।
ତୁରନ୍ତ ନୋଟିସକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏଥିସହ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ହେଲେ ଲୋକ ଚିକିତ୍ସା ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।
ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି





ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସହ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ ତାରିଖରେ ତ୍ତରର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ । ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ ସହ ଉପକୂଳ ଓଡ଼ିଶାରେ ବର୍ଷା ହେବ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ ନୂଆପଡ଼ାରେ ବର୍ଷିବ ।
୨୫ରୁ ବର୍ଷା ଆହୁରି ବଢ଼ିବ । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହେବ । ବର୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ଅନ୍ୟ ଜିଲ୍ଲା ଗୁଡ଼ିକରେ ଆକାଶ ମେଘମୁକ୍ତ ରହିବା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇବ ।





ଆଜି ଲୋକାର୍ପିତ ହୋଇଥିବା ଗାନ୍ଧି ଶାନ୍ତି କେନ୍ଦ୍ର ସୋମବାର ବନ୍ଦ ରହିବ । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଏହି କେନ୍ଦ୍ର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।
ମୋଦିଙ୍କ ସମେତ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ସବରେ ଯୋଗଦେବ । ଏଥିସହ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ସରକାରଙ୍କ ଠାରୁ ଅର୍ଥ ଅନୁଦାନ ନେବନାହିଁ ବୋଲି କହିଛନ୍ତି । ସାଧାରଣ ଜନତାଙ୍କ ଠାରୁ ମିଳିଥିବା ଅନୁଦାନରେ ହିଁ ମନ୍ଦିର ନିର୍ମାଣ କରାଯିବ ।


