spot_img
Home Blog Page 7202

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ କଂଗ୍ରେସର ମୁଲତବି ପ୍ରସ୍ତାବ । ମୁଲତବି ନୋଟିସ୍ ଦେଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ. ସୁରେଶ ।

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ କଂଗ୍ରେସର ମୁଲତବି ପ୍ରସ୍ତାବ । ମୁଲତବି ନୋଟିସ୍ ଦେଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଓ କେ. ସୁରେଶ ।

ବଡ଼ଦାଣ୍ଡକୁ ଭିକାରୀ ମୁକ୍ତ କରିବାକୁ ଆରମ୍ଭ ହେବ ନୀଳାଦ୍ରି ନୀଳୟ

ପୁରୀ: ପୁରୀ ସହର ହେବ ଭିକାରୀ ମୁକ୍ତ । ଆରମ୍ଭ ହେବ ନୀଳାଦ୍ରି ନୀଳୟ । ଭିକାରୀଙ୍କ ପାଇଁ ତିଆରି ହେବ ପୁନର୍ବାସ ଗୃହ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନରେ ବସିଥିବା ବୈଠକରେ ନୀଳାଦ୍ରି ନୀଳୟ ଯୋଜନାର ରୂପରେଖ ନେଇ ସମୀକ୍ଷା କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ପୁର୍ନବାସ ଗୃହ କାର୍ଯ୍ୟ କରିବ ।ପ୍ରତ୍ୟେକ ଗୃହରେ ୫୦ ଜଣ ଭିକାରୀଙ୍କ ରହିବା ଖାଇବା ବ୍ୟବସ୍ଥା ରହିବ । ଏପରିକି ସେମାନଙ୍କ ପରିବାରର ସହ ଯୋଗଯୋଗ କରାଯାଇ ପୁନଃ ଥଇଥାନର ବ୍ୟବସ୍ଥା କରାଯିବ ।ଆସନ୍ତା ୩ରୁ ଯୋଜନାର ପରାମର୍ଶଦାତାଙ୍କ ତଦାରଖରେ ପୁରୀ ପୌରପାଳିକା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ସହାୟତାରେ ଭିକାରୀ ଚିହ୍ନଟ ହେବେ । ପରେ ସେମାନଙ୍କୁ ପୁନର୍ବାସ ପାଇଁ ବ୍ୟବସ୍ଥା କରିବାକୁ ବୈଠକରେ ସ୍ଥିର ହୋଇଛି ।

ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ, ଦିଲ୍ଲୀ ହିଂସାକୁ ନେଇ ଅକଳରେ ସରକାର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ । ଦିଲ୍ଲୀ ହିଂସାକୁ ନେଇ ଆଜି ଲୋକସଭା ଓ ରାଜ୍ୟସଭା ଗୃହ ସରଗରମ ହେବ । ସରକାରଙ୍କୁ ଘେରିବାକୁ ବିରୋଧୀ ପୁରା ପ୍ରସ୍ତୁତ । ଦିଲ୍ଲୀ ହିଂସାକୁ ଆୟତ୍ତ କରିବାରେ ସରକାର ବିଫଳ ହୋଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିପାରେ କଂଗ୍ରେସ । ଏନେଇ କଂଗ୍ରେସ ରବିବାର ଏକ ବୈଠକ କରିଥିବା ଜଣାପଡ଼ିଛି ।ଦିଲ୍ଲୀ ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକଜୁଟ ହେବେ ବୋଲି କଂଗ୍ରେସ କହିଛି । ଏଥିସହ ସିଏଏ, ଏନଆରସି ଓ ଦରବୃଦ୍ଧି ପ୍ରସଙ୍ଗରେ ମଧ୍ୟ ମୋଦୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।

ସଂସଦର ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବସୁଛି ସଂସଦର ସର୍ବଦଳୀୟ ବୈଠକ

ଭଦ୍ରକ: ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ଜଳିଗଲା ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଭଦ୍ରକ: ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ । ଜଳିଗଲା ଗଚ୍ଛିତ ସ୍ଲାବ ଓ ଅନ୍ୟାନ୍ୟ ସାମଗ୍ରୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ରାଉରକେଲା: ବନ୍ଦ କ୍ରସରରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ୬ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ଚୋରି କରିବାକୁ ଯାଇ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ମଟର ଜବତ ।

ରାଉରକେଲା: ବନ୍ଦ କ୍ରସରରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ୬ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ଚୋରି କରିବାକୁ ଯାଇ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ମଟର ଜବତ ।

ଆମ୍ବୁଲାନ୍ସକୁ ବାଟ ଛାଡ଼ି ପୁଣି ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭିଡ଼ ଭିତରେ ଜୀବନ । କେତେ ମୁଲ୍ୟବାନ ? ଏ କଥାକୁ ଆଉଥରେ ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ପୁଣିଥରେ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।ରବିବାର, ସମୟ ସନ୍ଧ୍ୟା ୭ଟା ୪୮ ମିନିଟ୍ । ଲୋକସେବା ଭବନରୁ ନବୀନ ନିବାସ ଅଭିମୁଖେ ଫେରୁଥାନ୍ତି ମୁଖ୍ୟମନ୍ତ୍ରୀ । ଏତିକି ବେଳେ ଏଜି ଛକ ଦେଇ ଆସୁଥିଲା ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ଆମ୍ବୁଲାନ୍ସକୁ ପ୍ରଥମେ ଯିବାକୁ ଦେବା ପାଇଁ ନିଜ କାରକେଡକୁ ଅଟକାଇ ଥିଲେ । ଆମ୍ବୁଲାନ୍ସ ଯିବା ପରେ ପଛରେ ଯାଇଥିଲେ ।

କିଛିଦିନ ତଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜୟଦେବ ବିହାରରୁ ନନ୍ଦନକାନନ ରୋଡରେ ଯିବାବେଳେ ନିଜ କାରକେଡ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି ।ବିଭିନ୍ନ ସମୟରେ ରାଜଧାନୀରେ ଭିଡ଼ ଭିତରେ ଆମ୍ବୁଲାନ୍ସ ଫସି ଲୋକଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।

ଉଦାହରଣ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ନିଜେ ଅଟକି ଆମ୍ୱୁଲାନ୍ସକୁ ବାଟ ଛାଡ଼ିଲେ

SCBକୁ ବିଶ୍ୱସ୍ତରୀୟ ମେଡିକାଲଭାବେ ଗଢ଼ିତୋଳିବାକୁ ପଦକ୍ଷେପ: ୧୦ ପ୍ରତିଷ୍ଠିତ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ିତୋଳାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିଲାଗି ପୂର୍ବରୁ ୧୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରାଯିବ । ରାଜ୍ୟ ବାହାର ଡାକ୍ତରଙ୍କୁ ସେବା ପାଇଁ ଆକୃଷ୍ଟ କରିବା ପାଇଁ ହସ୍ପିଟାଲରେ ଉତ୍ତମ ପରିବେଶ ସୃଷ୍ଟି କରିବା ସହ ଶ୍ରେଷ୍ଠ ୩ ଚିକିତ୍ସାଳୟ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି ଏହି କ୍ରମରେ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲକୁ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ଦିଗରେ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଜଣ ପ୍ରତିଷ୍ଠିତ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ।

ଡାକ୍ତର ରମାକାନ୍ତ ପଣ୍ଡା

ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍, କାର୍ଡିଆଭାସ୍କୁଲାର୍ ଥୋରାସିକ୍ ସର୍ଜରୀର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ ପରାମର୍ଶଦାତା । ସେ ୨୦୦୨ରେ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିଥିଲେ । କରୋନାରୀ ଧମନୀ ବାଇପାସ୍ ଗ୍ରାଫ୍ଟିଙ୍ଗରେ ଏକ ଆଘାତପ୍ରାପ୍ତ ହୃଦୟ ଉପରେ କେବଳ ଧମନୀ ଗ୍ରାଫ୍ଟ, ରେଡୋ ବାଇପାସ୍ ସର୍ଜରୀ, ଭଲଭ୍ ମରାମତି ଏବଂ ଜଟିଳ ଆନ୍ୱେରାଇଜ୍ ମରାମତି କରିବାରେ ବିଶେଷଜ୍ଞ । ଡକ୍ଟର ପଣ୍ଡାଙ୍କୁ ‘ଦୁନିଆର ସବୁଠାରୁ ସୁରକ୍ଷିତ ହାର୍ଟ ସର୍ଜନ କୁହାଯାଏ। ସେ ଏସ୍‌ସିବି ମେଡିକାଲ୍ କଲେଜର ଜଣେ ପୁରାତନ ଛାତ୍ର ।

ଡାକ୍ତର ଦେବୀ ସେଟ୍ଟୀ

ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡକ୍ଟର ଦେବୀ ସେଟ୍ଟୀ ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ମେଡିକାଲ ସାଇନ୍ସ ୟୁନିଭରସିଟି ଏବଂ ଆମେରିକାର ମିନେସୋଟା ମେଡିକାଲ ସ୍କୁଲର ପ୍ରଫେସର ଅଟନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ୨୦୦୩ ଏବଂ ୨୦୧୨ରେ ଯଥାକ୍ରମେ ‘ପଦ୍ମଶ୍ରୀ’ ଏବଂ ‘ପଦ୍ମ ଭୂଷଣ’ ପୁରସ୍କାର ପାଇଛନ୍ତି ।

ସେ ୧୯୯୨ରେ ଦେଶରେ ପ୍ରଥମଥର ପାଇଁ “ରୋନି” ନାମକ ୯ ଦିନର ନବଜାତକର ହୃଦୟ ଅସ୍ତ୍ରୋପଚାର କରିଥିଲେ । କୋଲକାତାରେ ସେ ନୋବେଲ୍ ପୁରସ୍କାର ବିଜେତା ମଦର ଟେରେସାଙ୍କ ମଧ୍ୟ ହାର୍ଟ ସର୍ଜରୀ କରିଥିଲେ | ସେ ୧୦୦୦ ଶଯ୍ୟା ବିଶିଷ୍ଟ ‘ନାରାୟଣ ହୃଦୟାଳୟ’ ହାର୍ଟ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି, ଯାହା ବିଶ୍ୱର ସର୍ବବୃହତ । ଏଠାରେ ଦିନକୁ ୩୦ରୁ ଅଧିକ ପ୍ରମୁଖ ହାର୍ଟ ସର୍ଜରୀ ହେଉଛି

ଡାକ୍ତର କେ. ଶ୍ରୀନଥ ରେଡ୍ଡୀ

ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡାକ୍ତର ଶ୍ରୀନାଥ ରେଡ୍ଡୀ ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ସଭାପତି ଏବଂ ଓ୍ୱାର୍ଲ୍ଡ ହାର୍ଟ ଫେଡରେସନ୍‌ର ପୂର୍ବତନ ସଭାପତି ଅଟନ୍ତି । ଏହା ପୂର୍ବରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ କାର୍ଡିଓଲୋଜି ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ସେ WHO ବିଶେଷଜ୍ଞ ପ୍ୟାନେଲରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପ୍ରଫେସର ଡାକ୍ତର ସୁବ୍ରତ ଆଚାର୍ଯ୍ୟ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡାକ୍ତର ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଏସ୍‌ସିବି ମେଡିକାଲ କଲେଜର ଜଣେ ପୂର୍ବତନ ଛାତ୍ର । ସେ ଏମ୍ସରେ ୪୦ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ସେ ସ୍ୱର୍ଗତ ରଞ୍ଜନ ଧଳ ହସ୍ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ | ୨୦୧୨ରେ ସେ AIIMS, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । କିନ୍ତୁ AIIMS ନୂଆଦିଲ୍ଲୀରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ଭାବରେ ତାଙ୍କର ସେବା ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତାଙ୍କୁ ପି ଏନ୍ ବେରୀ ଆୱାର୍ଡ, କମନୱେଲ୍ଥ ମେଡିକାଲ ଫେଲୋସିପ୍ ଆୱାର୍ଡ ମିଳିଛି । ରୋଗୀଙ୍କ ସମସ୍ୟାକୁ ବୁଝିବା, ସଠିକ୍ ଏବଂ ସୁଚିନ୍ତିତ ନିରାକରଣ ଉପସ୍ଥାପନ କରିବା ଏବଂ ରୋଗୀଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବୋତ୍ତମ ଚିକିତ୍ସା ପାଇଁ ପରାମର୍ଶ ଦେବାର କ୍ଷମତା ତାଙ୍କୁ ଜଣେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟର ସୁନାମ ଅର୍ଜନ ଦେଇଛି |

ପ୍ରଫେସର. ଡ। ମୁକୁତ ମିଞ୍ଜ

Padma Shri Prof. Dr. Mukut Minz

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡାକ୍ତର ମୁକୁତ ମିଞ୍ଜ ଚଣ୍ଡିଗଡ଼ସ୍ଥିତ ରେନାଲ୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ବିଭାଗ ପୂର୍ବତନ ମୁଖ୍ୟ | କିଡନୀ ଟ୍ରାନ୍ସପ୍ଲାଣ୍ଟର, ଏକାଡେମିକ୍ ଏବଂ ଅନୁସନ୍ଧାନକାରୀ ଭାବରେ ତାଙ୍କର କାର୍ଯ୍ୟ ତାଙ୍କୁ ପ୍ରତିଷ୍ଠିତ କରାଇପାରିଛି । ସେ ୩୫୦୦ ରୁ ଅଧିକ ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ଏବଂ ମେଡିସିନ କ୍ଷେତ୍ରରେ ବିଭିନ୍ନ ଲୋକପ୍ରିୟ ପ୍ରକାଶନ କରିଛନ୍ତି | ସେ ନରୱେ, ସ୍ୱିଡେନ, ଜର୍ମାନୀ ଏବଂ ଆମେରିକାର ବିଭିନ୍ନ କେନ୍ଦ୍ର / ବିଶ୍ୱବିଦ୍ୟାଳୟରୁ କାଡାଭୋରୀ ଅର୍ଗାନ ପୁନରୁଦ୍ଧାର ଏବଂ ପ୍ରତିରୋପଣ ନେଇ ଉନ୍ନତମାନର ପ୍ରଶିକ୍ଷଣ ପାଇଛନ୍ତି । ତାଙ୍କ ତତ୍ତ୍ୱାବଧାନରେ ଅନେକ ଜଟିଳ ଡାୟଲିସିସ୍ ଆକ୍ସେସ୍ ପ୍ରଣାଳୀ (AV Fistulas for Hemodialysis) କରାଯାଇଛି  । ସେ ଅନେକ ଟ୍ରାନ୍ସପ୍ଲାଣ୍ଟ ସର୍ଜନଙ୍କୁ ତାଲିମ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଭାରତ, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ଏକାଡେମିକ୍ ପଦବୀରେ ଅଛନ୍ତି। ସେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।

ପ୍ରଫେସର. ଡ। ଡିଗାମ୍ବର ବେହେରା

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡା ଦିଗାମ୍ୱର ବେହେରା ମଧ୍ୟ ଏସ୍‌ସିବି ମେଡିକାଲ କଲେଜର ଜଣେ ପୁରାତନ ଛାତ୍ର । ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଚଣ୍ଡିଗଡ଼ର ବିଭାଗୀୟ ମୁଖ୍ୟଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ସାରା ଦେଶରେ ଫୁସଫୁସ କର୍କଟ, କେମୋଥେରାପିର ପଥପ୍ରଦର୍ଶକ ଭାବେ ପରିଚିତ । ସେ ଫୁସଫୁସ କର୍କଟ ଅଧ୍ୟୟନ ପାଇଁ ଇଣ୍ଡିଆନ୍ ଷ୍ଟଡିର ପ୍ରତିଷ୍ଠାତା ସଭାପତି ଅଟନ୍ତି । ସେ ୪୬୨ରୁ ଅଧିକ କାଗଜପତ୍ର ପ୍ରକାଶ କରିଛନ୍ତି ଏବଂ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି | ଯକ୍ଷ୍ମା ଦୂର କରିବା ଏବଂ ଫୁସଫୁସ କର୍କଟ ଚିକିତ୍ସା ଦିଗରେ ସେ ଅଧିକ କାର୍ଯ୍ୟ କରୁଛନ୍ତି।

ଡାକ୍ତର ରାଜନ ବାଦୱେ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡାକ୍ତର ରାଜନ ବାଦଓ୍ୱେ ଟାଟା କ୍ୟାନସର ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଅଟନ୍ତି । ତାଙ୍କୁ ଅଙ୍କୋଲୋଜିରେ ଜଣେ ବିଶେଷଜ୍ଞ ଭାବରେ ବିବେଚିତ କରାଯାଏ । ତାଙ୍କ ପରାମର୍ଶକୁ ବିଭିନ୍ନ ଷ୍ଟେଜ୍‌ କର୍କଟ ରୋଗୀଙ୍କ ଯତ୍ନ ନେଇ ତାଙ୍କର ମତାମତ ଧ୍ୟାନକୁ ନିଆଯାଏ । ସ୍ତନ କର୍କଟ ଚିକିତ୍ସା ଦିଗରେ ଅଗ୍ରଗାମୀ ଅନୁସନ୍ଧାନ ଲାଗି ତାଙ୍କୁ ସମ୍ମାନୀତ କରାଯାଇଛି |

ଡାକ୍ତର ଜଗତ ନରୁଲା

କାର୍ଡିଓଭାସ୍କୁଲାର୍ ମେଡିସିନ୍ ସମ୍ପର୍କିତ ଶିକ୍ଷା ପ୍ରଦାନ ଓ ମେଡିସିନ ଉଦ୍ଭାବନ ନେଇ ଡାକ୍ତର ଜଗତ ନରୁଲା ପୁରସ୍କୃତ ହୋଇଛନ୍ତି । ସେ ବର୍ତ୍ତମାନ HAPPY [ହାର୍ଟ ଆଟାକ୍ ପ୍ରିଭେନସନ୍‌ ପୋଗ୍ରାମ ଫର୍‌ ୟୁ] ସହ ଜଡ଼ିତ ଅଛନ୍ତି ।

ଡା. ଜି ଏନ୍‌ ରାଓ

ପ୍ରତିଷ୍ଠିତ ଏଲ୍‌ ଭି ପ୍ରସଦା ଚକ୍ଷୁ ପ୍ରିଷ୍ଠାନର ନିର୍ଦ୍ଦେଶକ ହେଉଛନ୍ତି ଡାକ୍ତର ଜିଏନ୍ ରାଓ । ସେ ସମ୍ମାନଜନକ ଏକାଡେମିଆ ଅପ୍‌ଥାଲ୍‌ମୋଲୋଜି ଇଣ୍ଟରନ୍ୟାସନାଲିଷ୍ଟ (AOI)ର ସଭାପତି ରହିଛନ୍ତି । ସେ ଚକ୍ଷୁ ଚିକିତ୍ସା ସମ୍ପର୍କିତ ଶିକ୍ଷାଦାନ କ୍ଷେତ୍ରରେ ବିଶ୍ୱର ୮୦ ଜଣ ପ୍ରତିଷ୍ଠିତ ଶିକ୍ଷାବିତ୍‌ ଟିମ୍ ଏବଂ ଅନ୍ତର୍ଜାତୀୟ ଏଜେନ୍ସି ଫର୍‌ ପ୍ରିଭେନସନ୍‌ ଅଫ୍‌ ବ୍ଳାଇଣ୍ଡନେସ୍‌ (ଆଇଏପିବି)ର ପୂର୍ବତନ ଚେୟାରମ୍ୟାନ୍ ।

ଆମେରିକୀୟ ସୋସାଇଟି ଅଫ୍ ମୋତିଆବିନ୍ଦୁ ଏବଂ ପ୍ରତୀକାତ୍ମକ ସର୍ଜରୀ ଦ୍ୱାରା ପ୍ରତିଷ୍ଠିତ ୨୦୧୭ ଚକ୍ଷୁ ଚିକିତ୍ସା ହଲ୍ ଅଫ୍ ଫେମ୍ ତାଙ୍କୁ ମନୋନୀତ କରାଯାଇଛି।  ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ASCRS ରେ ସମ୍ମାନିତ କରାଯାଇଛି।

ପ୍ରଫେସର ଡ। ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଏସସିବି ମେଡିକାଲ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ର ହେଉଛନ୍ତି ପ୍ରଫେସର ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ସେ O&G, s.c.b.m.c କଟକର ପୂର୍ବତନ ପ୍ରଫେସର ଏବଂ ଏଫ୍‌ଓଜିଏସ୍‌ଆଇର ପୂର୍ବତନ ସଭାପତି । ସେ ମେଡିକାଲ ଶିକ୍ଷା କମିଟି ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ରାଜଧାନୀରେ ଜୋରଦାର ଟ୍ରାଫିକ୍ ଚେକିଂ, ମଧ୍ୟାହ୍ନ ସୁଦ୍ଧା ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଫାଇନ୍ ଆଦାୟ

ଭୁବନେଶ୍ୱର: ଟ୍ରାଫିକ୍, ଫାଇନ୍ ରିଟର୍ଣ୍ଣସ୍ । ୬ ମାସର କୋହଳ ପରେ ପୁଣି କଡ଼ା ହୋଇଛି ଟ୍ରାଫିକ୍ ଆଇନ୍ । ଆରମ୍ଭ ହୋଇଛି ଧରପଗଡ଼ । ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଛକେ ଛକେ ଜଗି ଚାଲାଣ କାଟୁଛି ପୋଲିସ ଓ ପରିବହନ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜଧାନୀରେ ସକାଳ ଠାରୁ କଡ଼ା ଚେକିଂ ଚାଲିଛି ।ଭୁବନେଶ୍ୱର ଆରଟିଓ-୨ ଇନଫୋସିଟି ଅଞ୍ଚଳରେ ଆରଟିଓ-୨ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ମଧ୍ୟାନହ୍ନ ସୁଦ୍ଧା ୬୩ ଜଣଙ୍କ ଚାଲାଣ କଟାଯାଇଛି । ଫାଇନ୍ ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା ।ଇନଫୋସିଟି ଅଞ୍ଚଳରୁ ଜଣେ ବାଇକ୍ ଆରୋହୀଙ୍କ ଠାରୁ ୨୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି । ଚାଳକ ଜଣଙ୍କ ବିନା ହେଲମେଟ, ଡିଏଲ, ଗାଡ଼ି ପଞ୍ଜିକୃତ ନ କରି ଚଲାଉଥିଲେ । ଏଥିସହ ଲର୍ଣ୍ଣିଂ ଲାଇସେନ୍ସରେ କେହି ବି ଗାଡ଼ି ଚଲାଇ ପାରିବେ ନାହିଁ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି । ଯଦି ଆପଣଙ୍କର ଲର୍ଣ୍ଣର୍ସ ଲାଇସେନ୍ସ ଅଛି ତେବେ ଆପଣଙ୍କ ପଛରେ ଡିଏଲଧାରୀ ବସିଥିବା ଆବଶ୍ୟକ ବୋଲି ବିଭାଗ କହିଛି ।

ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ

ଦିଲ୍ଲୀ ହିଂସାରେ ଯବାନଙ୍କ ଘର ପୋଡ଼ି ଘଟଣା, ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଯବାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦମ୍ଭୋକ୍ତି । ଦିଲ୍ଲୀ ହିଂସାରେ ଘର ପୋଡ଼ି ଯାଇଥିବା ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

ବିଏସଏଫ ୯ମ ବାଟାଲିୟନର ଯବାନ ମହମ୍ମଦ ଆନିସ । ବର୍ତ୍ତମାନ ମାଓ ପ୍ରଭାବିତ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ । ସେ ମାଓ ବିରୋଧୀ ଅପରେସନରେ ସାମିଲ୍ ଥିବାବେଳେ ତାଙ୍କ ଘର ହିଂସାରେ ପୋଡ଼ିଯାଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିଛନ୍ତି ।

କଡ଼େଇ ଧରି, ଭାରରେ ସିମେଣ୍ଟ-ବାଲି ବୋହିଲେ ବିଡ଼ିଓ

ନବରଙ୍ଗପୁର: ବିଡିଓ ସାଜିଲେ ଶ୍ରମିକ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ପିପଲାପଡ଼ା ଗାଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମକର ସୋରି ୨୦୧୯-୨୦ ଆର୍ଥିକବର୍ଷରେ ଘର ପାଇଥିଲେ । ଛାତ ଉଠିବା ଯାଏଁ କାମ କରି ଛାଡି ଦେଇଥିଲେ । ଘର କାମ ସାରିବା ପାଇଁ ପଞ୍ଚାୟତ ତରଫରୁ ବାରମ୍ବାର କହିବା ପରେ କୁଲି ଓ ମିସ୍ତ୍ରି ମିଳୁନଥିବା କହି କାମ ସାରିନଥିଲେ ହିତାଧିକାରୀ । ବିଡିଓ ଧର୍ମରାଜ ମାଝୀ ପିପଲାପଡ଼ା ଯାଇ ପିଇଓ ଲଛମନ୍‌ ନିଆଲ ଓ ଯ଼ୋଗାଣ ସହାୟକଙ୍କ ସହିତ ମିଶି ଶ୍ରମିକ ଭଳି ଘର କାମ କରିଛନ୍ତି । କଡ଼େଇ ଧରି, ଭାରରେ ସିମେଣ୍ଟ ଓ ବାଲି ମିଶା ମସଲା ବୋହି ଶ୍ରମିକ ପରି ଘରକାମ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ବିଡିଓ ଧର୍ମରାଜ ମାଝୀ, ପିଇଓ ଲଛମନ୍‌ ନିଆଲ ଓ ଯୋଗାଣ ସହାୟକ କାମକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସମସ୍ତେ ଏଭଳି କାମକୁ ପ୍ରଶଂସା କରିଛନ୍ତି ।