ମେ’ ୨୦ ସୁଦ୍ଧା ସମାପ୍ତ ହେବ କୋରୋନା କାୟା !

ନୂଆଦିଲ୍ଲୀ: ଆଗାମୀ ମେ ୨୦ ସୁଦ୍ଧା ଦେଶରୁ କରୋନା ଭାଇରସ୍‌ ସମାପ୍ତ ହୋଇଯିବ ! ଖାଲି ଭାରତରୁ ନୁହେଁ ଭାରତ ବାହାରେ ଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟ କରୋନା କବଳରୁ ମୁକ୍ତ ହୋଇଯିବେ । ଏଭଳି ଆକଳନ ଆମେ କରୁନାହୁଁ, ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ଟେକ୍ନୋଲୋଜି ଓ ଡିଜାଇନ୍‌ ବିଭାଗ ଆକଳନ କରି ସୂଚନା ଦେଇଛି । କୃତ୍ରିମ ଉପାୟରେ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଥିବା ଜଣାପଡ଼ିଛି ।

SUTD

ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସର୍ବେକ୍ଷଣ କରାଯାଇ ଏଭଳି ଭବିଷ୍ୟବାଣୀ କରାଯାଇଛି । ସଂକ୍ରମିତଙ୍କ ପୁନରୁଦ୍ଧାର, ଆକ୍ରାନ୍ତ ହେବା ପରେ ସୁସ୍ଥ ଲୋକଙ୍କ ପରୀକ୍ଷା, ଏଭଳି ବିଭିନ୍ନ ଦିଗକୁ ଲକ୍ଷ କରି ବିଶ୍ୱବିଦ୍ୟାଳୟ ଏପରି ସୂଚନା ଦେଇଛି । ବିଭିନ୍ନ ଦେଶରେ ଏହି ମହାମାରୀ କେବେ ଓ କେଉଁ ପରିସ୍ଥିତିରେ ନିଜର ମୋଡ଼ ବଦଳାଇଥିଲା ତା’ଉପରେ ମଧ୍ୟ ଟିମ୍‌ ଅଧ୍ୟୟନ କରିଥିଲା ।

SUTD

ଏହା ପୂର୍ବରୁ ଶୁକ୍ରବାର କେନ୍ଦ୍ର ସରକାର ମଧ୍ୟ ଯୋଜନା କରୁଥିଲେ ଯେ, ଯଦି ଆସନ୍ତା ମେ ୧୬ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବ ତେବେ ଦେଶରେ କୗଣସି ନୂଆ ମାମଲା ଆସିବ ନାହିଁ । ଏହା ସହିତ ଭାରତ କରୋନା ଜୀବାଣୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି ।

କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଲଗାଯାଇଥିବା ଲକ୍‌ଡାଉନ୍‌ ଭିତରୁ ବାହାରିବା ପାଇଁ ସରକାର ମଧ୍ୟ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେଣୁ ଗାଁ ଗହଳି ଏବଂ ସହରରେ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତଥାପି କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟ୍ ଅଞ୍ଚଳରେ ଦୋକାନ ଖୋଲିବାକୁ ଅନୁମତି ନାହିଁ । ଏହା ବ୍ୟତୀତ ମଦ ଦୋକାନ ଏବଂ ମଲ୍ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ନାହିଁ ।

ସୂଚନାଯାେଗ୍ୟ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୯୪୦ ଅତିକ୍ରମ କରିସାରିଛି । ସେମାନଙ୍କ ମଧ୍ୟରୁ ୭୭୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୪୦ ହଜାର ୮୦୦ ଅତିକ୍ରମ କରିସାରିଲାଣି । ଏହାସହ ୧ ଲକ୍ଷ ୯୯ ହଜାର ୨୭୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Corona

ଏହି ବିଶ୍ୱ ମହାମାରୀ ପାଇଁ ଆମେରିକା ସବୁଠାରୁ ଅସୁରକ୍ଷିତ । ଆମେରିକାରେ ଏବେ ସୁଦ୍ଧା ୯ ଲକ୍ଷ ୩୬ ହଜାରରୁ ଅଧିକ କରୋନା ଜୀବାଣୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୫୩ ହଜାର ୫୧୧ ଜଣଙ୍କ ମୃତ୍ୟୁ ହୋଇସାରିଛି ।

Leave a Reply