ଦୁଇ ବନ୍ଧୁଙ୍କ ନିଆରା ପ୍ରୟାସ, ବେଶ ବଦଳାଇ ଲୋକଙ୍କୁ କରୁଛନ୍ତି ସଚେତନ

କଳାହାଣ୍ଡି: କରୋନା ଆତଙ୍କରେ ଏବେ ସାରା ବିଶ୍ୱ ଏବେ ଆତଙ୍କିତ । କରୋନା ମୁକାବିଲା କ୍ଷେତ୍ରରେ ବଡ଼ ବଡ଼ ଅଗ୍ରଣୀ ଦେଶ ମାନେ ମଧ୍ୟ ଫେଲ୍‌ ମାରି ସାରିଲେଣି । ଏହାରି ମଧ୍ୟରେ କରୋନାର ପ୍ରଭାବ ଭାରତରେ ଏବଂ ଓଡ଼ିଶାରେ ମଧ୍ୟ ବିଶେଷ ଭାବେ ଦେଖାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଘରେ ରହିଲେ ଲୋକେ ସୁସ୍ଥ ରହିବେ ବୋଲି ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି ।

  Kalahandi

ତେବେ ଏହାରି ମଧ୍ୟରେ କଳାହାଣ୍ଡିର ଦୁଇ ଯୁବକ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସେମାନେ ଦୁଇ ବନ୍ଧୁ ମିଶି ସାଇକେଲରେ ବୁଲି ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛନ୍ତି । ଏହି ଦୁଇ ବନ୍ଧୁ ହେଲେ ନର୍ଲାର ଅରୁଣ ପ୍ରଧାନୀ ଓ ଅସୁରଗଡ଼ର ପିତାମ୍ବର ଗଉଡ଼ । ଅରୁଣ ଓ ପିତାମ୍ବର ନିଜକୁ ବିଭିନ୍ନ ବେଶରେ ସଜେଇ ଲୋକଙ୍କ ସାମ୍ନାକୁ ଯାଉଛନ୍ତି ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସଚେତନ କରୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବାକୁ ସେମାନେ ବର୍ତ୍ତା ଦେଉଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଦୁଇ ବନ୍ଧୁ ଗାଁ ଗାଁ ବୁଲି ଲୋକଙ୍କୁ କରୋନାରୁ ମୁକ୍ତି ପାଇଁ ସଚେତନତ କରାଉଛନ୍ତି । ବିଶେଷ କରି ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସେ ଲୋକଙ୍କୁ ବୁଝାଉଛନ୍ତି । ଖାଲି ସେତିକି ନୁହେଁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଇତ୍ୟାଦି ମଧ୍ୟ ଶିଖାଉଛନ୍ତି ।

Kalahandi

ଅନ୍ୟପଟେ ବାହାରୁ ଯଦି କେହି ନିଜ ଲୋକ ଗାଁକୁ ଆସୁଛନ୍ତି ତେବେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପାଇଁ ସେ ଘର ଘର ବୁଲି ଜଣାଉଛନ୍ତି । ବିଭିନ୍ନ ଦୋକାନକୁ ଯାଇ ମଧ୍ୟ ସେହି ଦୁଇ ବନ୍ଧୁ ସାମାଜିକ ଦୂରତା ରଖିବାକୁ ବାର୍ତ୍ତା ଦେଉଛନ୍ତି । ଏପରି କି ପ୍ରଶାସନିକ ତଥ୍ୟ ସଂଗ୍ରହ ଦଳରେ ସାମିଲ ହୋଇ ଆଶା ଓ ଅଙ୍ଗନବାଡ଼ିଙ୍କୁ ମଧ୍ୟ ସହଯୋଗ କରୁଛନ୍ତି ।

Kalahandi

Leave a Reply