spot_img
Home Blog Page 7175

ଏହି ସବୁ ରାଶିର ଲୋକଙ୍କର ଆଜି ହେବ ଆର୍ଥିକ ଲାଭ… ପରିଶ୍ରମ କଲେ ସୁଫଳ ମିଳିବ

ମେଷ ରାଶି

ଅଶ୍ୱିନୀ – ଦୃଢ ସଙ୍କଳ୍ପ ନେଇ କାର୍ଯ୍ୟ କରିଚାଲନ୍ତୁ, ସଫଳତା ପାଇବେ

ଦ୍ୱିଜା- ଯାହା ବି ଯୋଜନା କରିଥିବେ ତାହା ଲାଭଦାୟକ ରହିବ

କୃତ୍ତିକା- ଜୀବନସାଥିଙ୍କ ସହ ଝଗଡା ମନରେ ଅଶାନ୍ତି ଭରିଦେବ

ଓଁ ଦୁର୍ଗାୟୈ ନମଃ ପାଠ କରନ୍ତୁ ସକାଳ ସମୟରେ

ବୃଷ ରାଶି

କୃତ୍ତିକା – ଶାରିରୀକ ଓ ମାନସିକ ସ୍ତରରେ ଖୁସି ପାଇବେ

ରୋହିଣୀ- ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ, ନଚେତ ଅସୁବିଧା ଭୋଗ କରିବେ

ମଗଶିରା- ସ୍ୱଭାବକୁ ଶାନ୍ତ ରଖନ୍ତୁ, ନଚେତ କ୍ଷତି ହୋଇପାରେ

ପାରାକୁ ଖାଦ୍ୟ ଦିଅନ୍ତୁ

ଓଁ ଗଣେଶାୟ ନମଃ ମନ୍ତ୍ର ପାଠ କରନ୍ତୁ

ମିଥୁନ ରାଶି

ମଗଶିରା- ଆକସ୍ମିକ ଭାବରେ ଧନ ଲାଭ ହୋଇପାରେ

ଆର୍ଦ୍ରା- ପରିଶ୍ରମର ଫଳ ସଂପୂର୍ଣ୍ଣ ଭାବରେ ପାଇବେ, ଅର୍ଥ ଲାଭ ହେବ

ପୁନର୍ବସୁ- ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ , ସଫଳତା ଅଛି

ଓଁ ଆଦିତ୍ୟାୟ ନମଃ ପାଠ କରନ୍ତୁ

 କର୍କଟ ରାଶି

ପୁନର୍ବସୁ – ମହିଳାମାନେ ନିଜ ସୁନା ଜିନିଷକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ

ପୁଷ୍ୟ- ପୁରୁଣା ମତଭେଦ ରହିଥିଲେ, ତାହାର ସମାଧାନ ହୋଇଯିବ

ଅଶ୍ଳେଷା- ନୂତନ କାର୍ଯ୍ୟ ପାଇଁ ଦିନଟି ଭଲ ରହିଛି

ଗାୟତ୍ରୀ ମନ୍ତ୍ର ୩ ଥର ପାଠ କରନ୍ତୁ

ସିଂହ ରାଶି

ମଘା – ଅଧିକ ପରିଶ୍ରମ କରିଲେ ବି ସୁଫଳ ମିଳିବ ନାହିଁ

ପୂର୍ବାଫାଲଗୁନି- ଦୁର ଯାତ୍ରା କରନ୍ତୁ ନାହିଁ, ବିପଦ ରହିଛି

ଉତ୍ତରାଫାଲଗୁନି- ଆଶାଠାରୁ ଅଧିକ ଲାଭ ପାଇବେ

ହନୁମାନ ଚାଳିଶା ପାଠ ହିଁ ସବୁ ବିପଦରୁ ଉଦ୍ଧାର କରିବ

କନ୍ୟାରାଶି

ଉତ୍ତରଫାଲଗୁନି- କର୍ମକ୍ଷେତ୍ରରେ ଉନ୍ନତି ପାଇଁ କିଛି ନୂଆ ଯୋଜନା କରନ୍ତୁ

ହସ୍ତା- ମନରେ ରଖିଥିବା ଇଛାକୁ ନେଇ ବ୍ୟସ୍ତ ହୋଇପାରନ୍ତି

ଚିତ୍ରା- ଘରେ ସୁଖ,ଶାନ୍ତିର ବାତାବରଣ ରହିବ

ବଜରଙ୍ଗ ବାଣ ପାଠ କରନ୍ତୁ

 ତୁଳା ରାଶି

ଚିତ୍ରା – ଖରାପ ସାଙ୍ଗ ଠାରୁ ଦୁରେଇ ରୁହନ୍ତୁ

ସ୍ୱାତୀ- ପ୍ରେମ ପାଇଁ ଦିନଟି ଭଲ ରହିବ ନାହିଁ

ବିଶାଖା- ବ୍ୟବସାୟ କରୁଥିଲେ ସତର୍କ ରୁହନ୍ତୁ, କ୍ଷତି ହେବାର ସମ୍ଭାବନା

ମା’ସରସ୍ୱତୀଙ୍କର ଦ୍ଵାଦଶ ନାମାବଳୀ ପାଠ ସଫଳତା ଆଣିଦେବ

ବିଛା ରାଶି

ବିଶାଖା – ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ

ଅନୁରାଧା- ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭ ପାଇବେ

ଜ୍ୟେଷ୍ଠା – ଏକା ସମୟରେ ଦୁଇଟି କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ, ଅସଫଳ ରହିବେ

ଦୁର୍ଗା କବଚ ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ

ଧନୁ ରାଶି

ମୂଳା- ନିଜ ସ୍ତ୍ରୀଙ୍କ କାରଣରୁ ଝଗଡା ଆରମ୍ଭ ହୋଇପାରେ, ଦିନଟିକୁ ଜଗନ୍ତୁ

ପୂର୍ବାଷାଢା- ମନରେ ଚିନ୍ତା ଓ ଅଶାନ୍ତି ଲାଗି ରହିବ

ଉତ୍ତରାଷାଢା- ଅର୍ଥ ଓ ଭୂମିକୁ ନେଇ କୈାଣସି ସମସ୍ୟା ଦେଖାଦେଇପାରେ

ସକାଳ ସମୟରେ ଗୀତା ପାଠ କରିଲେ ଶୁଭ ରହିବ

ମକର ରାଶି

ଉତ୍ତରାଷାଢା- ଶରୀର ସାମାନ୍ୟ ଅସୁସ୍ଥ ରହିପାରେ, ବିଶ୍ରାମ ନିଅନ୍ତୁ

ଶ୍ରବଣା- ଜୀବନରେ ଯାହା ବି କିଛି ସମସ୍ୟା ରହିଛି ସେଥିରେ ପରିବର୍ତ୍ତନ ଆସିବ

ଧନିଷ୍ଠା- ଧୈର୍ଯ୍ୟ ସହ କାମ କରନ୍ତୁ, ଶୁଭ ଫଳ ପାଇବେ

ଓଁ ଅଂ ଅଙ୍ଗାରକାୟ ନମଃ ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, ସଫଳତା ମଧ୍ୟ ରହିଛି

ଶତଭିଷା- ନିଜର କଥା ଦ୍ଵାରା ଅଧିକ ଅର୍ଥ ଅର୍ଜନ କରିବେ

ପୂର୍ବଭାଦ୍ରପଦ- କର୍ମରେ ରହିଥିବା ସମସ୍ତ ବାଧା ଦୁର ହେବ

ପୁରୁଷଶୁକ୍ତ ପାଠ କରିଲେ ଶୁଭ ରହିବ

ମୀନ ରାଶି

ପୂର୍ବଭାଦ୍ରପଦ- ପୂର୍ବରୁ ରହିଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରଭାଦ୍ରପଦ- ଜୀବନସାଥିଙ୍କ ଠାରୁ କିଛି ଉପହାର ପାଇପାରନ୍ତି

ରେବତୀ- ନିଜର ବନ୍ଧୁଙ୍କ ଠାରୁ କିଛି ଶୁଭ ଖବର ପାଇବେ

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

 

ଭିଡ଼ ମାନିଲାନି କର୍ଫ୍ୟୁ କଟକଣା । କାଲି ସନ୍ଧ୍ୟାରେ ନାକେଦମ ହେଲା ପୋଲିସ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଗଡ଼ିଲା ଶହ ଶହ ଗାଡ଼ି । ଡାକବାଜି ଯନ୍ତ୍ର ସହ ପାଟ୍ରୋଲିଂକୁ କଡାକଡି କଲା ପୋଲିସ ।

ଭିଡ଼ ମାନିଲାନି କର୍ଫ୍ୟୁ କଟକଣା । କାଲି ସନ୍ଧ୍ୟାରେ ନାକେଦମ ହେଲା ପୋଲିସ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଗଡ଼ିଲା ଶହ ଶହ ଗାଡ଼ି  । ଡାକବାଜି ଯନ୍ତ୍ର ସହ ପାଟ୍ରୋଲିଂକୁ କଡାକଡି କଲା ପୋଲିସ ।

କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର । ଜାରି କଲେ ନୂଆ ଗାଇଡ୍ଲାଇନ୍ । ଅଧିକ ସଂକ୍ରମିତ ୧୧ ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍ଡାଇନ୍ । ରାଜ୍ୟରେ ସଂଧ୍ୟା ୭ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ।

କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର । ଜାରି କଲେ ନୂଆ ଗାଇଡ୍‌ଲାଇନ୍‌ । ଅଧିକ ସଂକ୍ରମିତ ୧୧ ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଇନ୍‌ । ରାଜ୍ୟରେ ସଂଧ୍ୟା ୭ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ।

କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର… ଜାରି କଲେ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କରୋନା ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ବରଂ ଦିନକୁ ଦିନ ଏହା କରୋନା କହର ବଢିଚାଲିଛି । ତେବେ ଗତ କାଲି ଅନଲକ୍ ୧.୦ ଆରମ୍ଭ ହୋଇଛି ସତ କିନ୍ତୁ କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର । ସପ୍ତାହକୁ ଦୁଇ ଦିନ ୧୧ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ସଟ୍‌ଡାଉନ ହେବ । ଗତକାଲିଠୁ ରାଜ୍ୟରେ ଜାରି ହୋଇଛି ଏହି ନୂଆ ନିୟମ। ରାଜ୍ୟର ଉପକୂଳବର୍ତ୍ତୀ ୧୦ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଗଂଜାମ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ନୟାଗଡ ସହ ପଶ୍ଚିମରେ ବଲାଙ୍ଗିରରେ ବଢୁଛି ସଂକ୍ରମଣ । ତେଣୁ ପ୍ରତି ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟ୍‌ଡାଉନ୍‌ ରହିବ ୧୧ ଜିଲ୍ଲା ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

କେବଳ ମେଡିକାଲ, ପୋଲିସ, ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ଭଳି ଅତ୍ୟାବଶ୍ୟକ ସେବା ଏବଂ ଗଣମାଧ୍ୟମକୁ ବାଦ ଦେଲେ ଅନ୍ୟ ସବୁ ଅଫିସ ଏପରିକି ହାଟ ଓ ଗ୍ରାସରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏହିସମୟ ମଧ୍ୟରେ ପୋଲିସ କଡାକଡି ଚେକିଂ କରିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଏଣିକି ୨୦୦ ବଦଳରେ ପ୍ରଥମ ତିନିଟି ଅପରାଧ ପାଇଁ ୫୦୦ ଟଙ୍କା ଫାଇନ ହେବ । ମାସ୍କ ନପିନ୍ଧିଲେ ବି ୫୦୦ ଟଙ୍କା ଫାଇନ ଗ୍ରହଣ କରାଯିବ । ପ୍ରଥମ ତିନିଟି ଅପରାଧ ପରେ ହଜାରେ ଟଙ୍କା ଫାଇନ ଆଦାୟ ହେବ । ଲକଡାଉନ ସମୟରେ ଅନ୍ତେଷ୍ଟିକ୍ରିୟାରେ ୨୦ ଜଣ ଏବଂ ବାହାଘର ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ନିୟମର ପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ ଡିଜି ।

ମାଡି ଆସୁଛନ୍ତି ପଙ୍ଗପାଳ… ଗୁରୁବାର ରାତିରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରିବା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶା ମୁହାଁ ପଙ୍ଗପାଳ । ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିବା ପରେ ଏବେ ଓଡିଶା ପ୍ରବେଶ କରିବା ଆଶଙ୍କା ରହିଛି । ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ପରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପ୍ରବେଶ କରି ଫସଲ, ପନିପରିବା, ଫଳମୂଳ ଧ୍ୱଂସ କରି ପାରନ୍ତି ପଙ୍ଗପାଳ। ଛତିଶଗଡ଼ରେ ଏହି ପଙ୍ଗପାଳ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶା ଠାରୁ ମାତ୍ର ୫୧୦ କିଲୋମିଟର ଦୂରରେ ରହିଛନ୍ତି।

୧୦୦ ସ୍ପିଡ୍‌‌ରେ ଓଡ଼ିଶା ଆସୁଛନ୍ତି ପଙ୍ଗପାଳ, ପଶ୍ଚିମ ଓଡ଼ିଶା ଆଲର୍ଟ…

କ୍ଷମତା ଅନୁସାରେ ଦିନକୁ ୧୦୦ ରୁ ୧୫୦ କିଲୋମିଟର ବେଗରେ ଉଡ଼ିଲେ ଏମାନେ ଗୁରୁବାର ମଧ୍ୟରାତ୍ରୀ ସୁଦ୍ଧା ଓଡ଼ିଶା ସୀମାରେ ପ୍ରବେଶ କରିବେ । ସେପଟେ ପଙ୍ଗପାଳଙ୍କ ପ୍ରବେଶକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତା ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ଵ।ବଧାନରେ ପ୍ରତ୍ୟେକ ଜିଲ୍ଲା ପାଇଁ ଜାରି ହୋଇଛି ଏସ୍‌ଓପି। ସଚେତନ କରିବାକୁ ୬.୫ ଲକ୍ଷ ଚାଷୀଙ୍କୁ ହ୍ଵାଟସ୍‌ଆପ୍‌ ଗ୍ରୁପରେ ଯୋଡ଼ା ଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ବୈଷୟିକ ଟିମ୍‌ ଠାରୁ ପରାମର୍ଶ ନେଉଛି କୃଷି ବିଭାଗ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦାବି- ଭାରତରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫ ହଜାର ୩୯୪କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଛି । ଦେଶର ବହୁଳ ଓ ମଧ୍ୟମ ଲୋକ ରହୁଥିବା ଅଞ୍ଚଳରେ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏ ନେଇ ଏମ୍ସ ଡାକ୍ତର ଓ ଆଇସିଏମଆର୍ ଅଧ୍ୟୟନ ଗୋଷ୍ଠୀର ୨ ଜଣଙ୍କ ସହ ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ନିଶ୍ଚିତ କରିଛନ୍ତି । କିନ୍ତୁ, ସରକାର ବାରମ୍ବାର କହି ଆସୁଛନ୍ତି ଦେଶରେ ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ନାହିଁ ।

ଭାରତୀୟ ଜନସ୍ୱାସ୍ଥ୍ୟ ସଂଗଠନ, ଭାରତୀୟ ପ୍ରତିଷେଧକ ଓ ସାମାଜିକ ଔଷଧ ସଂଗଠନ, ଭାରତୀୟ ମହାମାରୀ ବିଜ୍ଞାନ ସଂଘର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି । ଯେଉଁଥିରେ ‘ଭାରତରେ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । ଗୋଷ୍ଠୀ ସଂକ୍ରମଣ ଦେଶର ବହୁଳ ଓ ମଧ୍ୟମ ଜନସଂଖ୍ୟା ରହୁଥିବା ଅଞ୍ଚଳରେ ଆରମ୍ଭ ହୋଇଛି । ଏହି ସ୍ତରରେ କୋଭିଡ୍-୧୯ ବା କରୋନାକୁ ଖତମ କରିବା ସହଜ ନୁହେଁ’ ।

ରିପୋର୍ଟ ପ୍ରକାରେ, ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ବେଳେ ସଂକ୍ରମଣ ବୃଦ୍ଧି ପାଇଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ କେତକ ରିହାତି ଦିଆଯାଇଥିଲା । ସାଧାରଣ ଲୋକଙ୍କ ସୁବିଧା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା । ତେବେ, ଲକଡାଉନ୍ ରିହାତି ନେଇ ସରକାର ବିଶେଷଜ୍ଞଙ୍କ ମତ ନନେଇ ମହମାରୀରୁ ମୁକୁଳିବା ପାଇଁ ନିଷ୍ପତ୍ତି ନେଇଥିବା କୋଭିଡ୍ ଟ୍ୟାସ୍କଫୋର୍ସର ୧୬ ସଦସ୍ୟ କହିଛନ୍ତି ।

ସରକାର ମହାମାରୀ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ଏହାଠୁ ଭଲ୍ ଉପାୟ ପାଇଥାନ୍ତେ । ସରକାର ପ୍ରଶାସକଙ୍କ ଉପରେ ଭରସା କରିଛନ୍ତି । ଯେଉଁଥିରେ କି ମହାମାରୀ ବିଜ୍ଞାନ, ଜନ ସ୍ୱାସ୍ଥ୍ୟ, ପ୍ରତିଷେଧକ ଔଷଧ, ସାମାଜିକ ବିଜ୍ଞାନ କ୍ଷେତ୍ରରେ ଥିବା ବୈଜ୍ଞାନିକଙ୍କ ଭୂମିକା ସୀମିତ ଥିବା ଅଭିଯୋଗ କରିଛନ୍ତି ।

କରୋନାର କେତୋଟି ଷ୍ଟେଜ୍ ?

ସରକାରଙ୍କ ଅନୁଯାୟୀ ଭାରତରେ କରୋନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ଯେତେବେଳେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଶରେ କରୋନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିବା ନିଶ୍ଚିତ କରିଛନ୍ତି । ଏମିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କରୋନାର କେତୋଟି ପର୍ଯ୍ୟାୟ ରହିଛି । ଆଉ କେଉଁ ପର୍ଯ୍ୟାୟରେ କରୋନା ବେଶୀ କ୍ଷତିକାରକ ? କରୋନା ଭାଇରସର ୪ଟି ପର୍ଯ୍ୟାୟ ରହିଛି ।

ପ୍ରଥମ- ଏହି ପର୍ଯାୟରେ କରୋନା ଭାଇରସ୍ କେବଳ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କ ଠାରେ ମିଳିଥାଏ । ସଂକ୍ରମଣ ରୋକିବାକୁ ଏହା ସବୁଠାରୁ ଭଲ ସମୟ ।

ଦ୍ୱିତୀୟ- ଏହି ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହନ୍ତି । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀ ସଂକ୍ରମିତ ହୁଅନ୍ତି ।

ତୃତୀୟ- ଏହି ପର୍ଯ୍ୟାୟକୁ ଗୋଷ୍ଠୀ ସଂକ୍ରମଣ କୁହନ୍ତି । ଏହି ପର୍ଯ୍ୟାୟରେ ବିଦେଶରୁ ଫେରି ନଥିବା ଲୋକ ଓ କାହା ସହ ସମ୍ପର୍କରେ ଆସିନଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଥାନ୍ତି । ଏଭଳିକି ସଂକ୍ରମିତ କେଉଁଠାରୁ ହେଲେ ତାହା ମଧ୍ୟ ଜଣାପଡ଼ି ନଥାଏ ।

ଚତୁର୍ଥ- କୌଣସି ମହାମାରୀର ଅନ୍ତିମ ଶେଷ ହେଉଛି ଚତୁର୍ଥ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସଂକ୍ରମଣ ବ୍ୟକ୍ତିଠାରୁ ବ୍ୟକ୍ତିଙ୍କୁ ଦ୍ରୁତ ଗତିରେ ହୋଇଥାଏ ।

ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନର ୧୮ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୯ରେ ଭୋଟ୍ ଗ୍ରହଣ ।

ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ମେଘାଳାୟ ଓ ରାଜସ୍ଥାନର ୧୮ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୯ରେ ଭୋଟ୍ ଗ୍ରହଣ ।

୭ ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୯ରେ ଭୋଟିଂ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ୧୮ ସଦସ୍ୟ ପଦ ପାଇଁ ନିର୍ବାଚନ ହେବ । ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆସନ୍ତା ୧୯ ତାରିଖରେ ଭୋଟିଂ ହେବ । ୭ ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମଣିପୁର, ମେଘାଳୟ ଓ ରାଜସ୍ଥାନର ୧୮ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ସେହିଦିନ ହିଁ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

ଖାଲି ପଡ଼ିଥିବା ପଦ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା । କରୋନା ଲକଡାଉନ୍ ପାଇଁ ସ୍ଥଗିତ ରହିଥିଲା । ୧୯ ତାରିଖରେ ଆନ୍ଧ୍ର ପ୍ରଦେଶ ଓ ଗୁଜରାଟର ୪ଟି ଲେଖାଏଁ ଆସନ ସମେତ ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ ଆସନ, ଝାଡ଼ଖଣ୍ଡର ୨, ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟିଂ ହେବ ।

ନିର୍ବାଚନ ପାଇଁ ପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବେ । ଅଧିକାରୀ ଜଣଙ୍କ କୋଭିଡ୍-୧୯ ନିୟମାବଳୀକୁ ଅନୁପାଳନ କରି ଭୋଟିଂ କରାଇବେ । ଚଳତିବର୍ଷ ରାଜ୍ୟସଭାର ୫୫ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୩୭ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବଳକା ୧୮ ଆସନ ଲାଗି ଭୋଟିଂ ହୋଇଥାନ୍ତା ।

କୃଷକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା, ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ।

କୃଷକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା, ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ।

୧୮ ବର୍ଷର ପୁରୁଣା ଫଟୋ ସେୟାର କରି ଅନୀଲ କୁମ୍ବଲେଙ୍କୁ ‘ଯୋଦ୍ଧା’ କହିଲେ ଲକ୍ଷ୍ମଣ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେଙ୍କ ପ୍ରଶଂସା କରିଛନ୍ତି । କୁମ୍ବଲେଙ୍କୁ ଜଣେ ବହୁତ ବଡ଼ ଖିଲାଡ଼ି ବୋଲି କହିଛନ୍ତି ଭିଭିଏସ୍ ଲକ୍ଷ୍ମଣ । କୁମ୍ବଲେ ସବୁବେଳେ ନିଜ ଦାୟିତ୍ୱ ସମ୍ପାଦନ ପାଇଁ ପ୍ରସ୍ତୁତ ରହିଥାନ୍ତି । ଲକ୍ଷ୍ମଣ କହିଛନ୍ତି- ସେ ଆଗାମୀ କିଛିଦିନ ଯାଏଁ ସେହି ସାଥୀମାନଙ୍କୁ ମନେ ପକାଇବେ । ଯେଉଁମାନଙ୍କ ସହ ସେ ଖେଳିଛନ୍ତି ଓ ତାଙ୍କ ଠାରୁ ପ୍ରେରଣା ପାଇଛନ୍ତି ।

ଭିଭିଏସ୍ ଲକ୍ଷ୍ମଣ ଏହି କ୍ରମରେ ଅନୀଲ କୁମ୍ବଲେଙ୍କୁ ମନେ ପକାଇଛନ୍ତି । ୨୦୦୨ ମସିହାରେ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆହତ ଅବସ୍ଥାରେ ଅନୀଲ କୁମ୍ବଲେ ବୋଲିଂ କରିଥିଲେ । ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିବା ସହ କୁମ୍ବଲେ ସବୁ ଅସୁବିଧାକୁ ପଛରେ ପକାଇ ନିଜ ଦାୟିତ୍ୱ ପାଳନ କରନ୍ତି ବୋଲି କହିଛନ୍ତି । ତାଙ୍କ ଠାରେ ଥିବା ଅସୀମ ସାହାସ ଓ ଧୈର୍ଯ୍ୟ ଏହି ଫଟୋ କହୁଛି ।

୨୦୦୨ରେ ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚରେ ଅନୀଲ କୁମ୍ବଲେ ଆହତ ହୋଇଥିଲେ । ଆହତ ସତ୍ତ୍ୱେ ମୁହଁରେ ପ୍ଲାଷ୍ଟର ଭିଡ଼ି ଲଗାତାର ୧୪ ଓଭର ବୋଲିଂ କରିଥିଲେ କୁମ୍ବଲେ । ଟେଷ୍ଟ କ୍ରିକେଟରେ ଭାରତୀୟ ଭାବେ ଅନୀଲ କୁମ୍ବଲେ ସବୁଠୁ ଅଧିକ ୱିକେଟ୍ ନେଇଥିବା ବୋଲର । ସେ ଭାରତ ପାଇଁ ୧୩୨ଟି ଟେଷ୍ଟ ମ୍ୟାଚ୍ ଖେଳି ୬୧୯ ୱିକେଟ୍ ନେଇଛନ୍ତି । ଦିନିକିଆରେ କୁମ୍ବଲେ ୨୭୧ଟି ମ୍ୟାଚ୍ ଖେଳିଥିବା ବେଳେ ୩୩୭ଟି ୱିକେଟ୍ ନେଇଛନ୍ତି ।