ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ,ପାସ୍ ହାର ୯୧.୪୬ ପ୍ରତିଶତ

1 min read
CBSE 10th Result Out Today

ଭୁବନେଶ୍ୱର:  ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । cbseresult.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି । କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ୍ । ଚଳିତବର୍ଷ କରୋନା କଟକଣା ଯୋଗୁଁ  CBSE ଦଶମର ସବୁ ପରୀକ୍ଷା ହୋଇପାରିନଥିଲା । ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ପରୀକ୍ଷାଫଳ ବାହାର କରିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଆଜି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି

ଗତ ସୋମବାର ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷଫଳ ପ୍ରକାଶ ପାଇଥିଲା । ଚଳିତବର୍ଷ କୋଭିଡ୍ କାରଣରୁ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଅଧାରୁ ବାତିଲ ହୋଇଥିଲା ।  ଇଣ୍ଟରନାଲ ଆସେସମେଣ୍ଟ ଆଧାରରେ ପରୀକ୍ଷା ଫଳ ବାହାର କରିବାକୁ କୁହାଯ଼ାଇଥିଲା ।

ଚଳିତ ବର୍ଷ ଦଶମ ଶ୍ରେଣୀରେ ୧୮.୮୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୯୧.୪୬ ପ୍ରତିଶତ ପାସ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ୯୩.୩୧ ପ୍ରତିଶତ ଛାତ୍ରୀ ଥିବା ବେଳେ ୯୦.୧୪ ପ୍ରତିଶତ ଛାତ୍ର ଅଛନ୍ତି । ପରୀକ୍ଷା ଫଳ ଡିଗି ଲକର ଓ ଉମଙ୍ଗ୍ ଆପରେ ମଧ୍ୟ ମିଳିବ । ଡିଗି ଲକର ଓ ଉମଙ୍ଗ୍ ଆପରୁ ପରୀକ୍ଷା ଫଳ ଡାଉନଲୋଡ୍ କରିପାରିବେ ।

ସପ୍ତମ ସ୍ଥାନରେ ଭୁବନେଶ୍ୱର

ସିବିଏସଇ ପରୀକ୍ଷ ଫଳାଫଲରେ ଭୁବନେଶ୍ୱର ଜୋନ୍ ସପ୍ତମ ସ୍ଥାନରେ ରହିଛି । ଭୁବନେଶ୍ୱର ଜୋନରେ ପାସ ହାର ୯୩.୨୦ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ସର୍ବଭାରତୀୟ ସ୍ତରରେ ଫଳାଫଳ ଦୃଷ୍ଟିରୁ ତ୍ରିଭାନ୍ଦ୍ରମ ପ୍ରଥମ ସ୍ଥାନରେ ରହିଛି । ଗତବର୍ଷ ମଧ୍ୟ ପ୍ରଥମ ସ୍ଥାନରେ ଥିଲା ତ୍ରିଭାନ୍ଦ୍ରମ ।

କେମିତି ଦେଖିବେ ରିଜଲ୍ଟ ?

-ସିବିଏସଇ ୱେବସାଇଟକୁ ଯିବେ

– cbseresults.nic.inରେ ଆପଣଙ୍କୁ ଦଶମ ଶ୍ରେଣୀ ରିଜଲ୍ଟର ଲିଙ୍କ୍ ମିଳିବ

-ଯାହା ଉପରେ କ୍ଲିକ୍ କରିଲେ ନୂଆ ପେଜ୍ ଖୋଲିବ

-ନୂଆ ପେଜରେ ଆପଣଙ୍କୁ ନିଜ ରୋଲ ନମ୍ବର ଓ ବିବରଣ ଦେବାକୁ ହେବ

-ଏହା ପରେ ଆପଣ ରିଜଲ୍ଟ ଦେଖି ପାରିବେ

ଏହି ୱେବସାଇଟରେ ଦେଖିପାରିବେ ପରୀକ୍ଷା ଫଳ

cbse.nic.in

cbseresults.nic.in

examresults.in

indiaresults.com

results.gov.in

ଏହାବ୍ୟତିତ Digilocker ଓ Umang App ଜରିଆରେ ମଧ୍ୟ ପରୀକ୍ଷା ଫଳ ଡାଉନଲୋଡ୍ କରିପାରିବେ ।

ଗତବର୍ଷର ଫଳ କେମିତି ଥିଲା ?

ଚଳିତ ବର୍ଷ କରୋନା ଭାଇରସ କାରଣରୁ ୧୦ମ ଶ୍ରେଣୀ ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଗତବର୍ଷ ମେ ୬ ତାରିଖରେ ଫଳ ପ୍ରକାଶିତ ହୋଇଥିଲା । ସିବିଏସଇ ଦଶମରେ ଗତବର୍ଷ ୯୧.୧ ପ୍ରତିଶତ ବିଦ୍ୟାର୍ଥୀ ପାସ୍ ହୋଇଥିଲେ । ଯାହା ୨୦୧୮ଠାରୁ ୫ ପ୍ରତିଶତ ଅଧିକ ଥିଲା । ଗତବର୍ଷ ତ୍ରିଭାନ୍ଦ୍ରମ (୯୯.୮୫%) ସହ ପ୍ରଥମ ସ୍ଥାନରେ ଥିଲା । ଏହାସହ ୧୩ ଜଣ ବିଦ୍ୟାର୍ଥୀ ଗତବର୍ଷ ୫୦୦ ନମ୍ବରରୁ ୪୯୯ ନମ୍ବର ରଖିଥିଲେ । ୨୪ ଜଣ ୫୦୦ରୁ ୪୯୮ ମାର୍କ ରଖିଥିଲେ ।

Leave a Reply