spot_img
Home Blog Page 7167

ଦୀପିକା ପାଦୁକୋନ ଗ୍ରହଣ କଲେ  #SafeHandsChallenge, ବିରାଟଙ୍କୁ କଲେ ଟ୍ୟାଗ୍‌

କରୋନା ପାଇଁ ଏବେ ସାରା ବିଶ୍ୱ ସତର୍କ  । ସବୁ ସ୍ଥାନରେ କରୋନାଠୁ ଦୁରେଇ ରହିବା ପାଇଁ ନିଆଯାଉଛି କଡ଼ା ପଦକ୍ଷେପ । କାରଣ କରୋନା ଭାଇରସ୍‌ରେ ଏପର୍ଯ୍ୟନ୍ତ ୧ଲକ୍ଷ ୭୯ ହଜାର ୧୧୨ ଜଣ ସଂକ୍ରମିତ ହୋଇସାରିନ୍ତି । ସେଥିମଧ୍ୟରୁ ୭ହଜାର ୪୨୬ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିପାଇଁ ସାରା ବିଶ୍ୱରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି ।

https://www.instagram.com/p/B92WtavHbr0/?utm_source=ig_embed&utm_campaign=embed_video_watch_again

ନିକଟରେ ଏହି କରୋନାଭାଇରସ୍‌ ସତର୍କତା ପାଇଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ #SafeHandsChallenge ଆରମ୍ଭ କରିଥିଲେ ।

ଯେଉଁ ଚ୍ୟାଲେଞ୍ଚକୁ ଭାରତର ବଡ଼ ବଡ଼ ଖେଳାଳୀ ଏବଂ ଫିଲ୍ମି କଳାକାର ମାନେ ଗ୍ରହଣ କରିଛନ୍ତି । ଦୀପିକା ପାଦୁକୋନ୍ ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇଥିଲେ ଯିଏକି ଏହି ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିଥିଲେ । ଏହିପରେ ବିରାଟ କୋହଲି, ରୋଜର ଫେଡ଼େରର ଏବଂ କ୍ରିଷ୍ଟାନ ରୋନାଲ୍ଡୋଙ୍କୁ ଟ୍ୟାଗ୍ କରିଛନ୍ତି ଦୀପିକା ପାଦୁକୋନ ।

ସେପଟେ ସଚିନ ତେନ୍ଦୁଲକର, ଅନୁଷ୍କା ଶର୍ମା, ଭାଟସାଲ ସେଥ, ସଚିନ ତେନ୍ଦୁଲକର, ମାରିଆ ସାରାପୋଭା, ହିମା ଦାସ ଏବଂ ପିଭି ସିନ୍ଧୁଙ୍କ ପରି ସେଲିବ୍ରିଟିମାନେ #SafeHandsChallenge ଅଂଶଗ୍ରହଣ କରିଛନ୍ତି ।

କରୋନା ରୋକିବାକୁ ପଦକ୍ଷେପ: ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: ଆଜିଠାରୁ ଏପ୍ରିଲ ୧୫ ଯାଏଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିର ସେବା ପୂଜାରେ କୌଣସି ପରିବର୍ତ୍ତନ ହେବନାହିଁ। ଯେଉଁ ସେବାୟତଙ୍କ ପାଳିଥିବ ସେହି ଦିନ ସେମାନେ ମନ୍ଦିରକୁ ଆସିବେ। କୌଣସି ଯାତ୍ରୀ କିମ୍ବା ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରହିଲା। ଆଜି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରି ଏପରି ଘୋଷଣା କରିଛନ୍ତି।

ସେହିପରି ଜିଲ୍ଲାରେ ୧୪୪ ଧାରାକୁ କୋହଳ କରାଯାଇଛି। ଜିଲ୍ଲାରେ ୨୧ ତାରିଖରେ ହେବାକୁ ଥିବା ବାରୁଣୀ ମେଳା ଓ ବୁଡ଼ ସ୍ଥାନ ଏବଂ ଏହାର ପାଖାପାଖି ଅଂଚଳରେ ୧୪୪ ବଳବତ୍ତର ରହିଛି। ତେଣୁ କୌଣସି ପର୍ଯ୍ୟଟକ କିମ୍ବା ଯାତ୍ରୀ ମା’ ବିରଜା ମନ୍ଦିରକୁ ନ ଆସିବାକୁ ନିର୍ଦେଶ ଦିଆଯିବା ସହ ବାରୁଣୀ ବୁଡକୁ ନ ଆସିବାକୁ ଅନୁରୋଧ କରାଯାଇଛି।

ପଦହରାଇଲେ ଦାରିଙ୍ଗବାଡ଼ି ବ୍ଲକ୍ ଅଧ୍ୟକ୍ଷା

ଦାରିଙ୍ଗବାଡ଼ି: ପଦବୀ ହରାଇଲେ ଦାରିଙ୍ଗିବାଡ଼ି ବ୍ଲକ୍ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ । ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ପୂର୍ବତନ ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ଧର୍ମପତ୍ନୀ ସୁବେନ୍ତି ପ୍ରଧାନ ବିଜୟୀ ହୋଇ ଦାରିଙ୍ଗିବାଡ଼ି ବ୍ଲକ୍ ଅଧ୍ୟକ୍ଷା ହୋଇଥିଲେ । ହେଲେ ବିପକ୍ଷରେ ଲଢ଼ୁଥିବା ପ୍ରାର୍ଥୀ ରୁଦ୍ଦା ମଲ୍ଲିକ ଅଧ୍ୟକ୍ଷାଙ୍କ ବିରୋଧରେ ୨ରୁ ଅଧିକ ସନ୍ତାନ ଥାଇ କିଭଳି ଅଧ୍ୟକ୍ଷା ହେଲେ ସେନେଇ ଅଭିଯୋଗ କରିଥିଲେ । ଏନେଇ ଉଚ୍ଚ ନ୍ୟାୟାଳୟରେ ଚାଲିଥିଲା ମାମଲା । ମାନ୍ୟବର ହାଇକୋର୍ଟ ମାମଲାର ବିଚାରକରି ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କୁ ପଦଚ୍ୟୁତ କରିଛନ୍ତି ।

 

କେଉଁ ବ୍ଲଡ୍ ଗ୍ରୁପ୍ ପାଇଁ କରୋନା ଅଧିକ ବିପଜ୍ଜନକ ? ଜାଣନ୍ତୁ…

ସମଗ୍ର ବିଶ୍ୱରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉପରେ ଗବେଷଣା କରାଯାଉଛି । ତେବେ ଏନେଇ ଏକ ନୂତନ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା ଜୀବାଣୁ ହେବାର ଆଶଙ୍କା ଅଧିକ ଥାଏ ଓ କେଉଁମାନଙ୍କୁ କମ୍ ତାହା ସାମ୍ନାକୁ ଆସିଛି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, A ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନା ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ ।

O ବ୍ଲଡ୍ ଗ୍ରୁପର ଲୋକଙ୍କୁ ଏହି ମାରାତ୍ମକ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ। ଚାଇନାରୁ କୋଭିଡ -୧୯ କରୋନା ଜୀବାଣୁ ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିଛି। ନିକଟରେ ପ୍ରମାଣ-ଆଧାରିତ ବୈଜ୍ଞାନିକମାନେ ଏକ ଅନୁସନ୍ଧାନ କରିଥିଲେ । ଯେଉଁଥିରୁ ଏହି ୨ଟି ବ୍ଲଡ ଗ୍ରୁପର ଲୋକଙ୍କ ବିଷୟରେ ଜାଣିବାକୁ ମିଳିଛି ।  କରୋନ ଜୀବାଣୁରେ ପୀଡିତ ଲୋକଙ୍କ ବ୍ଲଡ ଗ୍ରୁପ ଉପରେ ନଜର ରଖି ଏହି ଗବେଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ବୈଜ୍ଞାନିକମାନେ କରୋନା ଜୀବାଣୁ ସଂକ୍ରମିତ ୨୧୭୩ ଜଣଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକଙ୍କ ବ୍ଲଡ ଗ୍ରୁପ A ଥିଲା । ଏହା ସହ ପ୍ରାୟ ୫୦ ପ୍ରତିଶତ A ବ୍ଲଡ ଗ୍ରୁପ ଥିବା ଲୋକେ ଅଧିକ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ୨୬ ପ୍ରତିଶତ O ବ୍ଲଡଗ୍ରୁପ ଥିବା ଲୋକେ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଥିଲେ।

ପ୍ରତିଷେଧମୂଳକଭାବେ ଗିରଫ ହେଲେ ଦିଗବିଜୟ

ହୋଟେଲ ବାହାରେ ଧାରଣାରେ ବସିଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଗିରଫ କଲା ପୋଲିସ । ପ୍ରତିଷେଧାତ୍ମକଭାବେ ଗିରଫ କଲା ପୋଲିସ । ଗିରଫ ପରେ ତାଙ୍କୁ କମିଶନରଙ୍କ କାର୍ଯ୍ୟାଳୟକୁ ନିଆଯାଇଛି ।

Image

Image

କର୍ଣ୍ଣାଟକର ଏକ ହୋଟେଲରେ ରହୁଥିବା ୨୧ ବିଧାୟକଙ୍କୁ ଦେଖାକରିବାକୁ ଯାଇଥିଲେ ଦିଗବିଜୟ । ସେଠାରେ ତାଙ୍କୁ ଦେଖାକରିବାକୁ ଅନୁମତି ଦିଆଯାଇନଥିବାରୁ ସେ ଧାରଣାରେ ବସିଥିଲେ ।

Image

ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ

 

ସବୁବେଳେ ମାଆଙ୍କୁ ନିଜ ପାଖରେ ରଖୁଥିବା ଅଭିନେତାଙ୍କର ଆଜି ଜନ୍ମଦିନ

ବଲିଉଡର ସବୁଠୁ ସୁନ୍ଦର ଅଭିନେତାମାନଙ୍କ କଥା କହିଲେ , ଭେଟେରାନ୍ ଅଭିନେତା ଶଶି କପୁରଙ୍କ ନାଁ ମନକୁ ଆସେ । ଶଶି କପୁର ହେଉଛନ୍ତି ବଲିଉଡ ଜଗତର ଜଣେ ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ।  ହିନ୍ଦୀ ସିନେମା ବ୍ୟତୀତ ସେ ଇଂରାଜୀ ଭାଷାରେ ମଧ୍ୟ ଅନେକ ଫିଲ୍ମ ପ୍ରଡ୍ୟୁସ୍ କରିଛନ୍ତି । ଶଶି କପୁର ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଅନେକ ହିଟ୍ ମଧ୍ୟ ଦେଇଥିଲେ ସବୁ ପ୍ରକାର ସିନେମାରେ ତାଙ୍କର ଅବଦାନ ପ୍ରଶଂସନୀୟ ଥିଲା। ସିନେମା ଜଗତରେ ଶଶି କପୁରଙ୍କ ଅବଦାନ ପାଇଁ ତାଙ୍କୁ ଅନେକ ଜାତୀୟ ପୁରସ୍କାର ମିଳିଛି ।

୨୦୧୧ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମ ଭୂଷଣ ଦିଆଯାଇ ସମ୍ମାନୀତ କରାଯାଇଥିଲା । ୨୦୧୪ ମସିହାରେ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳିଥିଲା । ରାଜ କପୁରଙ୍କର ତୃତୀୟ ପୁତ୍ର ଥିଲେ ଶଶି । ୧୯୪୮ ମସିହାରେ ଫିଲ୍ମ ‘ଆଗ୍‌’ ଜରିଆରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ ।

୧୯୬୧ ମସିହାରେ ୟଶ୍‌ ଚୋପ୍ରାଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ‘ଧର୍ମପୁତ୍ରରେ’ ଲିଡ୍‌ ରୋଲରେ ଅଭିନୟ କରି ଅନେକ ଦର୍ଶକଙ୍କ ମନରେ ରାଜ କରିଥିଲେ । ୭୦ ରୁ ୮୦ ଦଶକ ମଧ୍ୟରେ ସେ ଜଣେ ଲୋକପ୍ରିୟ କଳାକାର ଭାବେ ଖୁବ ଜଣାଶୁଣା ଥିଲେ । ସବୁଠୁ ଅଧିକ ଶଶି କପୁରଙ୍କୁ ଦର୍ଶକ ଗୋଟେ ଡାଇଲଗ୍ ପାଇଁ ଅଧିକ ମନେ ପକାନ୍ତି । ତାହା ହେଉଛି ଶଶିଙ୍କର ଫେମସ୍ ଡାଇଲଗ୍ ‘ମେରେ ପାସ ମାଆ ହୈ’।

ସେ ସମୟରେ ଅନେକ ରୋମାଣ୍ଟିକ ଫିଲ୍ମ ‘ମୃହବତ୍‌ ଇସକୋ କେହତେ ହେଁ,’ ‘ଜବ ଜବ ଫୁଲ ଖିଲେ’, ‘ନିନ୍‌ଦ ହମାରୀ ଖ୍ବ।ବ୍‌ ତୁମୃହାରେ,’ ‘ରୁଠା ନା କରୋ’ ଆଦି ଫିଲ୍ମରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଶଶି । ୨୦୧୦ ମସିହାର ଆନୁଆଲ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ତାଙ୍କୁ ମିଳିଥିଲା ଫିଲ୍ମଫେୟାର ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ । ଆଜି ତାଙ୍କ ଜନ୍ମ ତିଥିରେ ପ୍ରଣାମ ଓଡିଶା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

ଜିଓର ନୂଆ ଧମାକେଦାର ଅଫର…ସବୁକିଛି ଫ୍ରି ଓ ଅନଲିମିଟେଡ୍

ଭାରତର ପପୁଲାର ଟେଲିକମ୍‌ କମ୍ପାନୀ ମଧ୍ୟରୁ ଗୋଟେ ହେଉଛି ରିଲାଏନ୍ସ ଜିଓ। ଜିଓ ଲଗାତାର ଭାବେ ନିଜ ଗ୍ରାହକଙ୍କ ପାଇଁ ଫାଇଦା ହେଉଥିବା ସେବା ଲଂଚ କରେ। ଜିଓ ମାଧ୍ୟମରେ ଅନେକ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏବେ ଜିଓ ନିଜର ଆଉ ଏକ ନୂଆ ପ୍ଲାନ ମାର୍କେଟକୁ ଆଣିଛି। ବଜାରକୁ ଜିଓ ଆସିବା ପରେ ଅଧିକାଂଶ ନେଟୱାର୍କଙ୍କ ଛୁଟି ହୋଇଥିଲା ।

ନିକଟରେ ରିଲାଏନ୍ସ ଜିଓ ମାଗଣା କଲ୍ ବନ୍ଦ କରି ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଥିଲା  । ହେଲେ ଏବେ ପୁଣି ଜିଓ ନିଜର ଆଉ ଏକ ନୂତନ ପ୍ଲାନ୍ ଆଣିଛି । ଜିଓର ଏହି ନୂତନ ଅଫର ୩୩୬ ଦିନର ହେବ । ଏହି ନୂଆ ଅଫର ବଜାରକୁ ଆସିବା ମାତ୍ରେ ବଜାରରେ ଧମାକା ସୃଷ୍ଟି କରିଛି । ରିଲାଏନ୍ସ ଜିଓ ଟେଲିକମ୍ ଦୁନିଆରେ ପ୍ରବେଶ କରିବା ପରେ ଅଧିକାଂଶ ଅଫର ଗ୍ରାହକଙ୍କୁ ଦେଇଛି ।

ଗୋଟେ ସମୟ ଥିଲା ଯେବେ ଗ୍ରାହକମାନଙ୍କୁ ୧ ମାସ ପାଇଁ ଇଣ୍ଟରନେଟ୍ ପ୍ୟାକ୍ ୩୦୦ ରୁ ୪୦୦ ଟଙ୍କା ଦେବାକୁ ପଡୁଥିଲା । କେବଳ ସେତିକି ନୁହେଁ ଗ୍ରାହକମାନେ କଲିଂ ଏବଂ ମେସେଜିଂ ପାଇଁ ମଧ୍ୟ ରିଚାର୍ଜ କରୁଥିଲେ। କିନ୍ତୁ ଜିଓ ଆସିବା ପରେ ଗ୍ରାହକମାନଙ୍କୁ ସସ୍ତାରେ ଜିଓର ଅନେକ ଅଫର ମିଳୁଥିଲା । ଏବେ କମ୍ପାନୀ ନୂଆ ଅଫରର ମୂଲ୍ୟ ୨,୧୨୧ ଟଙ୍କା ରଖିଛି। ଏହି ଅଫରରେ, ଗ୍ରାହକମାନେ ପୁରୁଣା ଲାଭ ପାଇବେ।

ଏହି ଅଫରରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ଡାଟା ପାଇବେ ।  କେବଳ ସେତିକି ନୁହେଁ ଡାଟା ସହିତ ଫ୍ରି କଲିଂର ସୁବିଧା ମଧ୍ୟ ରହିବ । ଏହା ସହିତ ମାଗଣା SMS ରୋମିଂ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହି ଅଫରରେ ଅନଲିମିଟେଡ୍ ଫ୍ରି ଭଏସ୍ କଲିଂ ଉପଲବ୍ଧ ହେବ  । ଏହା ସହିତ ୧୨୦୦୦ ଫ୍ରି କଲିଂ ମିନିଟ୍ ଗ୍ରାହକମାନେ ଏହି ଅଫରରେ ପାଇବେ ।  ଏହି ଅଫରରେ ଫ୍ରି SMS ମଧ୍ୟ ଉପଲବ୍ଧ ହେବ ।