spot_img
Home Blog Page 7161

ସଚେତନତା କରିବାକୁ ଯାଇ ତହସିଲଦାର ହଟହଟା । ଗଞ୍ଜାମ ଦିଗପହଣ୍ଡିରେ ସ୍ୱଚ୍ଛତା ପାଇଁ କହିବା ବେଳେ ଦୁର୍ବ୍ୟବହାର ଅଭିଯୋଗ । ଭିଡିଓ ଭାଇରାଲ୍

ସଚେତନତା କରିବାକୁ ଯାଇ ତହସିଲଦାର ହଟହଟା । ଗଞ୍ଜାମ ଦିଗପହଣ୍ଡିରେ ସ୍ୱଚ୍ଛତା ପାଇଁ କହିବା ବେଳେ ଦୁର୍ବ୍ୟବହାର ଅଭିଯୋଗ । ଭିଡିଓ ଭାଇରାଲ୍‌

କରୋନା କରୋନା ସହ ସଂଘର୍ଷ କରୁଛି ଭାରତ । ଗୋଟିଏ ଦିନରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭାଇରସ ମୁକାବିଲା ସମ୍ପର୍କରେ ରାତି ୮ରେ ଦେଶକୁ ଉଦବୋଧନ ଦେବେ ପ୍ରଧାନମନ୍

କରୋନା ସହ ସଂଘର୍ଷ କରୁଛି ଭାରତ । ଗୋଟିଏ ଦିନରେ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭାଇରସ ମୁକାବିଲା ସମ୍ପର୍କରେ ରାତି ୮ରେ ଦେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

ୱେସ୍କୋ ଉପଭୋକ୍ତାଙ୍କଠାରୁ ବିଲ୍ ଟଙ୍କା ନେଇ ଆଦାୟକାରୀ ଫେରାର

କଳାହାଣ୍ଡି: ଉପଭୋକ୍ତଙ୍କଠାରୁ ବିଦ୍ୟୁତ୍ ବିଲ୍ ଟଙ୍କା ଆଦାୟ ହେଲା । କିନ୍ତୁ ଓସ୍କୋ ଖାତାକୁ ଟଙ୍କା ଗଲାନି । ଟଙ୍କା ଗଲା ଆଦାୟକାରୀଙ୍କ ପକେଟକୁ । ଏଭଳି ଚାଞ୍ଚଲ୍ୟକର ଘୋଟାଲ ଘଟିଛି କଳାହାଣ୍ଡି ଜିଲ୍ଲାରେ । ଆଭିଯୋଗ ଅନୁସାରେ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ଦେୟ ବାବଦରେ  ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନିଜ ପକେଟ୍ ଗରମ କରିଛନ୍ତି  ରୂପେଶ ବେହେରା ନାମକ  ବିଲ୍ ଆଦାୟକାରୀ । କୁସୁମୁଖୁଣ୍ଟି ଡିଭିଜନ ବିଦ୍ୟୁତ ଏସଡିପି ପ୍ରଦୀପ କୁମାର ଦାସ ଥାନାରେ ଏତଲା ଦେବାପରେ ମାମଲା ସାମନାକୁ ଆସିଛି ।

ଜୁନାଗଡ଼ ଥାନା ଅମ୍ବାଦଳା ଗାଁର ରୂପେଶ ୱେସ୍କୋ (WESCO)ର ଜୟପାଟଣା ଓ କୋକସରା ସେକ୍ସନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବାର କାର୍ଯ୍ୟାଦେଶ ପାଇଥିଲେ। ସେ ସେଠାକାର ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ନିୟମିତ ଟଙ୍କା ମଧ୍ୟ ଆଦାୟ କରୁଥିଲେ । କିନ୍ତୁ ଆଦାୟ ଟଙ୍କାକୁ ବିଭାଗକୁ ଦେବା ବଦଳରେ ନିଜେ ରଖୁଥିଲେ ।  ସେ କେବଳ ଜାନୁଆରି ମାସର ଟଙ୍କା ଦେଇଥିଲେ । ଫେବୃଆରୀ ମାସର ୭ଲକ୍ଷ ୫ହଜାର ୮୯୩ ଟଙ୍କା ଜମା ନଦେଇ କୁଆଡେ ଚମ୍ପଟ ମାରିଥିଲେ।

ଫେବ୍ରୁଆରି ବିଲ୍ ପୈଠ ନହେବା ପରେ WESCO ପକ୍ଷରୁ ଛାନଭିନ୍ କରାଯାଇଥିଲା । ଖୋଲତାଡରୁ ରୁପେଶଙ୍କ କଳା କାରନାମା ଉପରୁ ପରଦା ଉଠିଥିଲା । ଏହା ମଧ୍ୟ ଜଣା ପଡିଥିଲା ଯେ, ସେ ବିଲକୁ ଛାଡି ଅନ୍ୟାନ୍ୟ କାରଣ ଦର୍ଶାଇ ଉପଭୋକ୍ତାଙ୍କଠାରୁ ମୋଟା ରକମର ଟଙ୍କା ଆଦାୟ କରିଛନ୍ତି ।  ଏଥିପାଇଁ ନକଲି ରସିଦ୍ ମଧ୍ୟ ଦେଇଥିବା ଜଣା ପଡିିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରୁପେଶ ଫେରାର ଅଛନ୍ତି ।

 

 

ସ୍ୱାସ୍ଥ୍ୟ ଏମରଜେନ୍ସି-ଲକ୍ ଡାଉନ୍ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ? କରୋନାକୁ ନେଇ ପିଏମଙ୍କ ସମ୍ବୋଧନ, ଅନୁମାନ ଓ ଆଶଙ୍କା ବଜାର ଗରମ

  • ଭାରତରେ କରୋନା ଭାଇରସ ମାମଲା ବଢିଛି
  • ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି
  • କରୋନା ମୁକାବିଲା ପାଇଁ ପ୍ଲାନ୍ !

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶ ବ୍ୟାପି ଆତଙ୍କର ବାତାବରଣ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ରାତିରେ ଦେଶକୁ ସମ୍ବୋଧନ କରିବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୦ କରୋନା ପଜିଟିଭ ମାମଲା ଆସିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାରି ଭିତରେ ମୋଦି ରାଷ୍ଟ୍ରକୁ ସମ୍ବୋଧନ କରିବାକୁ ନେଇ ଅନୁମାନ ଓ ଅଟକଳ ମଧ୍ୟରେ ବଜାର ଗରମ ହୋଇଛି । ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ ଘୋଷଣା କରି ପାରନ୍ତି, ଯେଉଁଥିରେ ସ୍ୱାସ୍ଥ୍ୟ.ଏମରଜେନସିଠାରୁ ଲକ୍ ଡାଉନ ଘୋଷଣା ସାମିଲ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।  ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରିବେ ତାକୁ ପୂରା ଦେଶ ଅପେକ୍ଷା କରିଛି ।

କରୋନା ଉପରେ ବଡ ବୈଠକ, ଆଜି କରିବେ ସମ୍ବୋଧନ

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କରୋନା ଭାଇରସକୁ ନେଇ ବଡ଼ ବୈଠକ କରିଥିଲେ । ଯେଉଁଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାତି ୮ରେ ଦେଶକୁ ସମ୍ବୋଧନ କରିବେ ବୋଲି ଘୋଷଣା କରାଯାଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନୋଟ୍ ବ୍ୟାନ୍ ଓ ସ୍ପେସ୍ ଲଞ୍ଚ ପୂର୍ବରୁ ଦେଶକୁ ସମ୍ବୋଧନ କରିଥିଲେ ।

ଜାତୀୟ ଏମରଜେନ୍ସି – ଲକ୍ ଡାଉନ୍ କିମ୍ବା ଆଉ କିଛି ?

କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଘରେ ରହିବାକୁ ଓ ଗହଳି ବର୍ଜନ କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । କିଛି ରାଜ୍ୟ ମଧ୍ୟ ସ୍କୁଲ, କଲେଜ ଓ ସିନେମା-ମଲ ବନ୍ଦ କରିସାରିଲେଣି । ତେବେ ଏସବୁ ସୀମିତ କ୍ଷେତ୍ର ମଧ୍ୟରେ ହୋଇଛି । ଏମିତିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱେଛାକୃତ ଲକ୍ ଡାଉନରେ ରହିବାକୁ ଅପିଲ କରି ପାରନ୍ତି ।

ଯଦି ପ୍ରଧାନମନ୍ତ୍ରୀ ନିଜେ ଲକ୍ ଡାଉନ୍ ଅପିଲ କରିବେ ତେବେ ଦେଶ ଏହାକୁ ଗମ୍ଭୀରତାର ସହ ନେବ । ଏହାଛଡା ଏହି ମହାମାରୀକୁ ଦେଖି ସେ ଜାତୀୟ ଜରୁରୀକାଳୀନ ପରିସ୍ଥିତି କିମ୍ବା ସ୍ୱାସ୍ଥ୍ୟ ଏମରଜେନ୍ସୀ ଲାଗୁ କଥା ମଧ୍ୟ ଘୋଷଣା କରି ପାରନ୍ତି ।

ଆମେରିକା ଭଳି ନିର୍ଣ୍ଣୟ ନେବେ କି ?

ଆମେରିକାରରେ ୮୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ସାମନାକୁ ଆସିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ଜାତୀୟ ଏମରଜେନ୍ସୀ ଘୋଷଣା କରିଥିଲେ । ୧୦ରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ନହେବା ପାଇଁ ଟ୍ରମ୍ପ ଅପିଲ କରିଥିଲେ । କେବଳ ଏତିକି ନୁହେଁ ଆମେରିକା ମଧ୍ୟ. ମେକ୍ସିକୋ ଓ ବାକି ପଡୋଶୀ ଦେଶଙ୍କ ସହ ନିଜ ସୀମାକୁ ସିଲ୍ କରିଦେଇଛି । ଏହାସହ କେବଳ ବ୍ରିଟେନକୁ ଛାଡି ବାକି ଦେଶରୁ ଆସୁଥିବା ବିଦେଶୀଙ୍କ ପ୍ରବେଶ ଉପରେ ରହିତାଦେଶ ଲାଗୁ କରିଛି । ଅନୁମାନ କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ସେହିଭଳି କିଛି ବଡ଼ ପଦକ୍ଷେପ ଘୋଷଣା କରି ପାରନ୍ତି । ତେବେ ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରୁଛନ୍ତି ତାହା ତାଙ୍କ ସମ୍ବୋଧନ ପରେ ହିଁ ଜଣା ପଡ଼ିବ । ସେ ପର୍ଯ୍ୟନ୍ତ ପୂରା ଦେଶ ରାତି ୮କୁ ଅପେକ୍ଷା କରିବା ଏଥିରେ ସନ୍ଦେହ ନାହିଁ ।

କ’ଣ କହେ ଆଜିର ଇତିହାସ ?

୧୯୪୪- ପୂର୍ବୋତ୍ତର ଭାରତରେ ଆଜାଦ ହିନ୍ଦ ଫୌଜ ରାଷ୍ଟ୍ରୀୟ ଧ୍ୱଜା ଉଡାଇଥିଲେ ।

୧୯୫୩- ପ୍ରଥମ ଥର ଟେଲିଭିଜନରେ ଏକାଡେମୀ ଆୱାର୍ଡର ପ୍ରସାରଣ ହୋଇଥିଲା ।

୧୯୬୫- ସମସ୍ତ ବିଦେଶୀ ତେଲ କମ୍ପାନୀ ଗୁଡିକର ରାଷ୍ଟ୍ରୀୟକରଣ କରାଇଥିଲା ଇଣ୍ଡୋନେସିଆ ।

୧୯୭୨- ଭାରତ ଏବଂ ବାଲାଂଦେଶ ମଧ୍ୟରେ ମିତ୍ରତା ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

୧୯୯୮- ଅଟଳ ବିହାରୀ ବାଜପାୟୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ।

୧୮୭୭- ଅଷ୍ଟ୍ରେଲିଆ ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ଇଲଂଣ୍ଡକୁ ୪୫ ରନରେ ହରାଇଥିଲା ।

କରୋନା ପାଇଁ ଫିଲିପାଇନ୍ସରେ ଫସିଛନ୍ତି ୯ ଓଡ଼ିଆଙ୍କ ସମେତ ୬୦ଭାରତୀୟ

ଭୁବନେଶ୍ୱର: ଫିଲିପାଇନ୍ସରେ ଫସିଛନ୍ତି ୬୦ରୁ ଅଧିକ ଭାରତୀୟ। ସେମାନଙ୍କ ମଧ୍ୟରେ ୯ଜଣ ଓଡିଆ ଡାକ୍ତରୀ ଛାତ୍ର ଅଛନ୍ତି। ଫିଲିପାଇନ୍ସ ସରକାର ୭୨ ଘଣ୍ଟା ମଧ୍ୟରେ ଏମାନଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି  । ଅନ୍ୟପକ୍ଷରେ ଫିଲିପାଇନ୍ସ ସରକାର ଏଭଳି କୌଣସି ନିର୍ଦ୍ଦେଶ ଦେଇ ନାହାନ୍ତି ବୋଲି କହିଛନ୍ତି ଭାରତୀୟ ଦୂତାବାସ ।

ତେବେ ଭାରତ ସରକାର ବିଦେଶ ଫ୍ଲାଇଟ୍‌ ରଦ୍ଦ କରିଥିବାରୁ ସେମାନେ ଫିଲିପାଇନ୍‌ସ ଏୟାରପୋର୍ଟରେ ଫସି ରହିଛନ୍ତି । କଟକ ମହାନଦୀ ବିହାର ଅଞ୍ଚଳର ଦୁଇ ଛାତ୍ର ଅବିନାଶ ଓ ସମ୍ବିତ ଦାସ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଶୀଘ୍ର ଦେଶକୁ ଫେରାଇ ନେବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ଅନ୍ୟପଟେ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ସଠାରେ ବଜାର ଖୋଲା ଅଛି ଓ ଖାଦ୍ୟପଦାର୍ଥର ଅଭାବ ନାହିଁ ବୋଲି କହିଛନ୍ତି ଫିଲିପାଇନ୍ସ ସ୍ଥିତ ଭାରତୀୟ ଦୂତାବାସ ।  ଏହାସହ ଫିଲିପାଇନସ୍ସ ସ୍ଥିତିକୁ ନେଇ  ଗୁଜବ ପ୍ରଚାରରୁ କ୍ଷାନ୍ତ ରହିବାକୁ ମଧ୍ୟ ଦୂତାବାସ ତରଫରୁ କୁହାଯାଇଛି । ।

ନିର୍ଭୟାଙ୍କ ଦୋଷୀ ବିରୋଧରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅଭିନେତ୍ରୀ ରବିନା ଟଣ୍ଡନ୍…

ଆସନ୍ତା ୨୦ ତାରିଖ ଅପରାହ୍ନ ୫:୩୦ ସମୟରେ ନିର୍ଭାୟା ହତ୍ୟା ମାମଲାରେ ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ କୋର୍ଟ ଆଦେଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ନିକଟରେ ରବିନା ଟଣ୍ଡନ୍ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ରଭିନା ଟଣ୍ଡନ୍ ଲେଖିଛନ୍ତି ଯେ, ନ୍ୟାୟ ବିଳମ୍ବ କରିବା ପାଇଁ ଏହା ଏକ ଭଲ ରଣନୀତି । ଅକ୍ଷୟଙ୍କ ପତ୍ନୀ ଛାଡପତ୍ର ଆବେଦନ କରିବା ପରେ ରବିନା ଏଭଳି ଟ୍ୱିଟ୍ କରି ଲେଖିଛନ୍ତି ।

ଦୋଷୀମାନଙ୍କ ମଧ୍ୟରେ ଅକ୍ଷୟ ଠାକୁରଙ୍କ ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ, ସେ ଅକ୍ଷୟଙ୍କ ବିଧବା ଭାବରେ ବଞ୍ଚିବାକୁ ଚାହାଁନ୍ତି ନାହିଁ, ତେଣୁ ତାଙ୍କୁ ଛାଡପତ୍ର ଦିଆଯିବା ଉଚିତ୍। ଏହି ମାମଲା ଆଣିଲେ ଫାଶୀ ଦେବାରେ ବିଳମ୍ବ ହୋଇପାରେ ବୋଲି ଅକ୍ଷୟଙ୍କ ପତ୍ନୀ ଏହି ଆବେଦନ କରିଛନ୍ତି । କାରଣ ତାଙ୍କ ବିଶ୍ୱାସ ଯେ ଏହି ମାମଲାରେ ସ୍ୱାମୀ ଅକ୍ଷୟ ନିର୍ଦ୍ଦୋଷ। ପୂର୍ବରୁ ମଧ୍ୟ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ସବୁ ପ୍ରକାରର ଚେଷ୍ଟା କରିଥିଲେ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ ୪ଟି ମୃତ୍ୟୁ ୱାରେଣ୍ଟ ଜାରି କରାଯାଇଛି। କିନ୍ତୁ ଦୋଷୀମାନେ ସେମାନଙ୍କର ଆଇନଗତ ଅଧିକାରକୁ ତିନିଥର ଉପଯୋଗ କରି ଫାଶି ଏଡାଇବାରେ ସଫଳ ହୋଇଥିଲେ। ‘ନିର୍ଭୟା’ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବ ନା ନାହିଁ । ଏହାକୁ ନେଇ ପୁଣି ସନ୍ଦେହ ଦେଖାଦେଇଛି । ଗତ କାଲି ଜହ୍ଲାଦ ପବନ ସକାଳେ ଡମି ଫାଶୀ ପ୍ରସ୍ତୁତ କରି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ।

 

କରୋନା ଚିନ୍ତାରୁ ମୁକୁଳିବାକୁ ମାଧୁରୀଙ୍କୁ ଜରିଆ କଲେ ମହିଳା, ଦେଖନ୍ତୁ ଭିଡ଼ିଓ

କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। କରୋନା ପୂରା ଦେଶକୁ ଭୟଭୀତ କରି ରଖିଥିବା ବେଳେ । ଏବେ ଏହି ଭୟକୁ ଦୂର କରିବାକୁ ଗ୍ରୀସର ଜଣେ ମହିଳା ମାଧୁରୀଙ୍କୁ ଜରିଆ ବନେଇଛନ୍ତି । ମାଧୁରୀଙ୍କ ଲୋକପ୍ରିୟ ଗୀତ ଏକ-ଦୋ-ତିନ୍ ରେ ନାଚି ସେ କରୋନା ଚିନ୍ତାରୁ ମୁକ୍ତି ପାଇବାକୁ ପ୍ରୟାସ କରିଛନ୍ତି ।

https://twitter.com/Mr_Belutsch/status/1239548508367192064

ଗ୍ରୀସର ଏହି ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍‌ ଉପାୟ ବାଛିଛନ୍ତି। ସେ ରୋଷେଇ ଘରେ କାମ କରିବା ସମୟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ‘ଏକ୍‌ ଦୋ ତିନ୍‌…’ ଗୀତରେ ନାଚୁଛନ୍ତି। ଉକ୍ତ ମହିଳାଙ୍କର ଜଣେ ବନ୍ଧୁ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ନୃତ୍ୟ କରୁଥିବା ମହିଳା ମାଧୁରୀ ଦୀକ୍ଷିତଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ସେ ଲେଖିଛନ୍ତି। ମହିଳାଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ନିଜେ ମାଧୁରୀ ମଧ୍ୟ ଏହି ଭିଡିଓକୁ ଶେୟାର କରି ଏକ ଖାସ୍‌ ମେସେଜ୍‌ ଦେଇଛନ୍ତି।

ତାଙ୍କୁ ଏହି ଭିଡିଓଟି ପସନ୍ଦ ଆସିଥିବା ସେ ଲେଖିଛନ୍ତି। ଏଥିସହ ସେ ଲେଖିଛନ୍ତି ଏମିତି ଅନେକ କିଛି ଉପାୟ ରହିଛି ଯାହାକରି ଆମେ କରୋନା ଚିନ୍ତାଠାରୁ ଦୂରେଇ ରହିପାରିବା। ଯେମିତିକି, ନୃତ୍ୟ, ଗୀତ ଆଦି ବୋଲି ସେ ଲେଖିଛନ୍ତି।

ମହାରାଷ୍ଟ୍ରରେ ପ୍ରତି ୧୨ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ସାରା ବିଶ୍ୱରେ ଚ୍ୟାଲେଂଜ ପାଲଟିଛି COVID-19  । ଭାରତରେ ସବୁ ଠପ୍‌, କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯାଉଛି ।  ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୧୬ଟି ରାଜ୍ୟରେ କରୋନା ତାଣ୍ଡବ ଜାରି ରଖିଛି କରୋନା । ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେଠାରେ ସରକାର ୧୪୪ ଧାରା ଜାରି କରିଛନ୍ତି । ପଶ୍ଚିମବଙ୍ଗରେ ପ୍ରଥମ ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରତି ୧୨ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତା ପଛକୁ ରହିଛି କେରଳ । ମୁକାବିଲା ପାଇଁ କେନ୍ଦ୍ର ସରକାର ୩ଟି ସ୍ତରରେ କାମ କରୁଛନ୍ତି ।

କରୋନା ପ୍ରଭାବକୁ ଦେଖି ବୈଷ୍ଣୋଦେବୀ ଯାତ୍ରାକୁ ବନ୍ଦ କରାଯାଇଛି । ଏଥିସହ ଦେଶର ବିଭିନ୍ନ ସ୍କୁଲରେ ପରୀକ୍ଷା ବାତିଲ କରାଯାଇଛି । ମାର୍ଚ ୩୧ ପରେ ପୁଣି ଥରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବ । ୧୬୭ଟି ଦେଶରେ କରୋନା କାୟା ମେଲାଇଲାଣି । ବିଶ୍ୱରେ ମୋଟ୍‌ ୧ ଲକ୍ଷ ୮୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ ତଳକୁ ଇଟାଲୀ, ଇରାନ, ସ୍ପେନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂରା ସ୍ଥିତି ଉପରେ ନଜର ରଖିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାତିରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ ।

ଭଟିଣ୍ଡାରେ ଫସିଥିବା ୬୯ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲେ ରାଜ୍ୟ ସରକାର

 

ଅସହାୟ ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର। ରାଜ୍ୟସରକାର ଓ ଓଡ଼ିଶା ମୋ ପରିବାର’ର ମିଳିତ ସାହାୟତାରେ ପଞ୍ଜାବର ଭଟିଣ୍ଡାରେ ଫସିଥିବା ୬୯ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏକ ଭୟର ବାତାବରଣ ଭିତରେ ଭାୟା ଦିଲ୍ଲୀ ଦେଇ ଭଟିଣ୍ଡାରୁ ଭୁବନେଶ୍ବର ପହଞ୍ଚିଥିଲେ ଏହି ଓଡିଆ ଛାତ୍ରଛାତ୍ରୀ । କରୋନା ଭାଇରସ ପାଇଁ ୪୮ ଘଣ୍ଟା ଭିତରେ ହଷ୍ଟେଲ ଖାଲି କରିବାକୁ ଆସିଲା ନିର୍ଦ୍ଦେଶ। ଏହାପରେ ଛାତ୍ରଛାତ୍ରୀଙ୍କ ଆଖିରୁ ନିଦ ହଜିଯାଇଥିଲା।

ଓଡ଼ିଶାରୁ ଆସି ସୁଦୂର ପଞ୍ଜାବର ଭଟିଣ୍ଡାରେ ପାଠ ପଢୁଥିବା ୬୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଲାଗିଥିଲା। କେଉଁଠି ରହିବେ କଣ ଖାଇବେ ଏବଂ ଏତେ କମ ସମୟ ଭିତରେ ଏତେ ସଂଖ୍ୟାର ପିଲା କେମିତି ଓଡ଼ିଶା ଫେରିବେ ସେ ନେଇ ଚିନ୍ତା ବଢିଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଗୁହାରୀ କରିଥିଲେ ଏହି ଛାତ୍ରଛାତ୍ରୀମାନେ। ଏହାପରେ ସହାୟତାର ହାତ ବଢାଇଥିଲେ ରାଜ୍ୟ ସରକାର।

ରାଜ୍ୟସରକାର ଓ ଓଡ଼ିଶା ମୋ ପରିବାର’ର ମିଳିତ ସାହାୟତାରେ ଭଟିଣ୍ଡାରେ ଫସିଥିବା ୬୯ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଯାଇଛି। ପ୍ରଥମେ ବସ୍‌ ଯୋଗେ ଭଟିଣ୍ଡାରୁ ଦିଲ୍ଲୀ ଏବଂ ଏହାପରେ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଭୁବନେଶ୍ବରକୁ ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା।

ଭୁବନେଶ୍ବରରେ ପହଞ୍ଚିବା ପରେ ପାନ୍ଥନିବାସରେ ଛାତ୍ରଛାତ୍ରଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟାବସ୍ଥା କରାଯାଇଥିଲା। ସେପଟେ ସୁରକ୍ଷା ଦୃଷ୍ଟିରୁ ଦୀର୍ଘ ସମୟ ଧରି ଟ୍ରେନ ଯୋଗେ ଯାତ୍ରା କରିଆସିଥିବା ଛାତ୍ରଛାତ୍ରୀଙ୍କର  ପ୍ରଥମେ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା।