ଖୋଲିଲା ମଦ ଦୋକାନ, ଏମିତି ଭିଡ଼ ଲଗାଇଥିଲେ ଲୋକ…

ବେଙ୍ଗଳୁରୁ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଏଥିସହ ଜୋନ ଅନୁସାରେ କୋହଳ ହୋଇଛି କଟକଣା । ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ ଭାବରେ କେନ୍ଦ୍ର ସରକାର ଅଞ୍ଚଳକୁ ଚିହ୍ନଟ କରିଛନ୍ତି । ଏଥିସହ ଜୋନ୍ ପ୍ରକାରେ ବିଭିନ୍ନ କାର୍ଯ୍ୟ ସହ ଦୋକାନ ଆଦି ଖୋଲିବାକୁ ମିଳିଛି ସର୍ତ୍ତମୂଳକ ଅନୁମତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ପରେ କର୍ଣ୍ଣାଟକ ସରକାର ରାଜ୍ୟର ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ।ରାଜ୍ୟରେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ଯାଏଁ ମଦ ଦୋକାନ ଖୋଲା ରହିବ । ସକାଳୁ ସକାଳୁ ହୁବଲି ସହରର ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମାସେରୁ ଅଧିକ ସମୟ ହେବ ମଦ ଦୋକାନ ବନ୍ଦ ଥିବାରୁ ଲୋକେ ଲାଇନ୍ ଲଗାଇଛନ୍ତି । କିଛି ଲୋକ ଦୋକାନ ଖୋଲିବା ପୂର୍ବରୁ ମଧ୍ୟ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।କର୍ଣ୍ଣାଟକ ଧାରୱାଡ଼ ଜିଲ୍ଲାରେ ରହିଛି ହୁବଲି ସହର । ବର୍ତ୍ତମାନ ଯାଏଁ ଧାରୱାଡ଼ ଜିଲ୍ଲାରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଅରେଞ୍ଜ ଜୋନରେ ରହିଛି ।

 

Leave a Reply