spot_img
Home Blog Page 7156

ପ୍ରବାସୀ ଓଡ଼ିଆଙ୍କ ଚେତାବନୀ, ଓଡ଼ିଶା ଫେରାଇ ନନେଲେ କରିବୁ ଆତ୍ମହତ୍ୟା

ଭୁବନେଶ୍ୱର: କ୍ୱାରେଣ୍ଟାଇନ ସେଣ୍ଟରରୁ ଘର ବାହୁଡ଼ା ପାଇଁ ନିବେଦନ । ଓଡ଼ିଶା ଫେରିବା ପାଇଁ ନିବେଦନ କରିଛନ୍ତି ୩୭ ଓଡ଼ିଆ ମତ୍ସ୍ୟଜୀବୀ । କର୍ଣ୍ଣାଟକର ମାଙ୍ଗାଲୋରରେ କିଛି ମତ୍ସ୍ୟଜୀବୀ ଲକ୍‌ଡାଉନ୍‌ ପାଇଁ ଫସି ରହିଥିଲେ । ଗତ ୨୭ ତାରିଖରେ ଡଙ୍ଗା ମାଲିକ ଫସି ରହଥିବା ଶ୍ରମିକମାନଙ୍କୁ ଗାଡ଼ି କରି ନିଜ ରାଜ୍ୟକୁ ପଠାଇ ଦେଇଥିଲେ । ଓଡ଼ିଶାର ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ସହ ବସ୍‌ରେ ଆସିଥିଲେ । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

୧୪ ଦିନ ପରେ ଆନ୍ଧ୍ର ସରକାର ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ଛାଡି ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଆ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଛଡ଼ାଯାଇନାହିଁ ।  ଘର ବାହୁଡ଼ା ପାଇଁ ସେମାନେ ଚିକିଟି ବିଧାୟିକା, ତହସିଲଦାର, ସୁନାପୁର ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଫେରାଇ ନେବାର ବ୍ୟବସ୍ଥା କରାନଗଲେ ସେମାନେ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି । ନଚେତ ନିୟମ ଭାଙ୍ଗି ଚାଲି ଚାଲି ଯିବେ ବୋଲି ରୋକଠୋକ୍‌ ଶୁଣାଇଛନ୍ତି ।

ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍‌ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗୋଟିଏ ଦିନରେ ୨୯ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଟପିଛି । ସେହିପରି ଭାଇରସ ୧୫ ଶହରୁ ଅଧିକ ଜୀବନ ନେଇଛି । ଗତ ୪ ଦିନରେ ଦେଶରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି କରୋନା ସଂକ୍ରମଣରେ ୯୯ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ପରେ ତାମିଲନାଡୁରେ ବଢୁଛି କରୋନା ସ୍ପିଡ୍‌।

ମହାରାଷ୍ଟ୍ରରେ ଗତକାଲି ୭୭୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୫୨୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗୁଜରାଟ ଓ ଦିଲ୍ଲୀରେ ୩ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ବରେ ୩୫ ଲକ୍ଷ ୮୮ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨ ଲକ୍ଷ ୪୮ ହଜାର ୮୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ୬୨ ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଆମେରିକାରେ ୧୧ ଲକ୍ଷ  ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ପେନ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି ।

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ ଦୁର୍ବୃତ୍ତ, ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ

ସମ୍ବଲପୁର: ଯୁବକଙ୍କୁ ପିଟିପିଟି ହତ୍ୟା । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ତାଳବଣିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ୪ ଜଣ ଯୁବକ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଉଛନ୍ତି ଦୁଶାସନ ଦେହୁରୀ । ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ।

 

ନାକଟିଦେଉଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । କୌଣସି କାରଣ ନେଇ ଦୁଶାସନଙ୍କ ସହ ସଂପୃକ୍ତ ଯୁବକଙ୍କ ଶତୃତା ରହିଥିଲା । ଗତକାଲି ସଂଧ୍ୟାରେ କଥା କଟାକଟି ହେବା ପରେ ଅଭିଯୁକ୍ତମାନେ ଗାଁ ଦାଣ୍ଡରେ ଦୁଶାସନଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

 

କର୍ମକ୍ଷେତ୍ରରେ ଅପମାନ ହୋଇପାରନ୍ତି… ବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ପାଇବେ

ଆଜିର ପଞ୍ଚାଙ୍ଗ

ମେ ୫,୨୦୨୦ ମସିହା, ମେଷ ୨୩ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀ, ମଙ୍ଗଳବାର

ଘାତଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁରାଶି ମହିଳାଙ୍କର

ଘାତବାର- ହସ୍ତାକନ୍ୟା, ମକର ରାଶିର

ଶୁଭ ସମୟ-ଦିନ ୧୧ଟା ୪୩ ରୁ ଦିନ ୧ଟା ୨୦

ଅଶୁଭ ସମୟ- ଦିନ ୨ଟା ୫୭ ରୁ ଅପରାହ୍ନ ୪ଟା ୩୩

ମେଷ ରାଶି

ଅଶ୍ବିନୀ ମେଷ- ଅନ୍ୟ ଲୋକଙ୍କ ଦ୍ଵାରା ସମାଲୋଚନାର ଶିକାର ହେବେ

ଦ୍ବିଜା ମେଷ- ଅର୍ଥ ଲଗାଣ ସଂସ୍ଥାରେ କାମ କରୁଥିବା ବ୍ୟକ୍ତି ଲାଭବାନ ହେବେ

କୃତ୍ତିକା ମେଷ- ବିରୋଧୀଙ୍କ ଠାରୁ ଜୟଲାଭ କରିବେ

ସଫେଇ କର୍ମଚାରୀଙ୍କୁ ମିଠା ଦାନ କରନ୍ତୁ

ବୃଷ ରାଶି

କୃତ୍ତିକା- ବିଦ୍ୟା କ୍ଷେତ୍ରରେ ଅନେକ ସଫଳତା ପାଇବେ

ରୋହିଣୀ- ନୂତନ କାର୍ଯ୍ୟ ଆରମ୍ଭ କରିବେ

ମୃଗଶିରା- ମାନସିକ ଶାନ୍ତି ପ୍ରତି କ୍ଷେତ୍ରରେ ପାଇବେ

ଅଟାଗୁଳା କିଛି ମାଛ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ସାମ୍ବାଦିକତା କାର୍ଯ୍ୟ କରୁଥିଲେ ପ୍ରଶଂସା ମିଳିବ

ଆର୍ଦ୍ରା ମିଥୁନ- ଅତୀତ ଗଠଣାର ସମୀକ୍ଷା କରି ଚିନ୍ତାଗ୍ରସ୍ତ ହେବେ

ପୁର୍ନବସୁ- ନୂତନ ଗୃହ ପାଇଁ ବ୍ୟସ୍ତ ରହିବେ, କଳାକ୍ଷେତ୍ରରେ ଉନ୍ନତି କରିବେ

ଆଶ୍ବସ୍ଥ ବୃକ୍ଷ ମୂଳରେ ଘିଅ ଦୀପ ଜାଳନ୍ତୁ

କର୍କଟ ରାଶି

ପୁର୍ନବସୁ-ପରିବାର ମଧ୍ୟରେ କୈାଣସି ଅଶାନ୍ତି ଦେଖାଦେଇପାରେ

ପୁଷ୍ୟା କର୍କଟ- ପଡୋଶୀଙ୍କ ସହିତ କଳିଝଗଡା ଠାରୁ ଦୁରେଇ ରୁହନ୍ତୁ

ଅଶ୍ଲେଷା- କଳା କ୍ଷେତ୍ରରେ ସମ୍ମାନ ମିଳିବ

କିଛି କଉଡି ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ

ସିଂହ ରାଶି

ମଘା- ଅଟକି ରହିଥିବା ଅର୍ଥ ଆଜି ଆପଣଙ୍କୁ ମିଳିଯିବ

ପୂର୍ବାଫାଲଗୁନି- ୟୁକ୍ତିତର୍କରେ ଅନେକ ଅସୁବିଧାର ସମ୍ମୁଖୀନ ହେବେ

ଉତ୍ତରାଫାଲ୍‌ଗୁନି- ଶରୀରର କୈାଣସି ଅଂଶରେ କ୍ଷତି ହୋଇପାରେ

ଦୁର୍ଗା କବଚ ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ନିଜ କାର୍ଯ୍ୟ ଶୈଳୀରେ ପ୍ରଶଂସିତ ପାଇପାରନ୍ତି

ହସ୍ତା କନ୍ୟା- ମା’ଙ୍କ ଠାରୁ କିଛି ଉପହାର ପାଇବେ

ଚିତ୍ରା କନ୍ୟା- ନୂତନ କର୍ମ ମିଳିବାର ଯୋଗ ରହିଛି

ଛୋଟ ପିଲାଙ୍କୁ ରାଶି ଲଡୁ ବାଣ୍ଟନ୍ତୁ

ତୁଳା ରାଶି

ଚିତ୍ରା- ଆପଣଙ୍କର କୌଣସି ଜିନିଷ ଚୋରି ହୋଇପାରେ

ସ୍ବାତୀ ନକ୍ଷତ୍ର- ଧାର୍ମିକ ପରିବେଶରେ ସମୟ କାଟିବେ

ବିଶାଖା ନକ୍ଷତ୍ର- ଆର୍ଥିକ ସ୍ଥିତି ଯୋଗୁଁ ମନ ଅଶାନ୍ତି ରହିବ

ପକ୍ଷୀମାନଙ୍କୁ ଖାଦ୍ୟ ଦିଅନ୍ତୁ

ବିଛା ରାଶି

ବିଶାଖା- ନିଜର କୈାଣସି ବିଶ୍ବସ୍ତ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇବେ

ଅନୁରାଧା- ମନ ଭିତରେ ରହିଥିବା ଅକୁହା କଥାକୁ ପ୍ରକାଶ କରିବାର ସୁଯୋଗ ପାଇବେ

ଜ୍ୟେଷ୍ଠା- ପୁରୁଣା ଚିନ୍ତା, ପୁରୁଣା ଶତୃଙ୍କ ଦ୍ଵାରା କଷ୍ଟ ପାଇବେ

ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ଅଟକିଥିବା କାର୍ଯ୍ୟରେ ସଫଳତା ପାଇବେ

ପୂର୍ବାଷାଢା- ନୂତନ କର୍ମ ମିଳିବାର ସୂଚନା ପାଇବେ

ଉତ୍ତରାଷାଢା-କର୍ମକ୍ଷେତ୍ରରେ ଅପମାନ ହୋଇପାରନ୍ତି, ସତର୍କ ରୁହନ୍ତୁ

କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ଆଜି ଗୁରୁଙ୍କର ଆର୍ଶିବାଦ ସଫଳତା ଆଣିଦେବ

ଶ୍ରବଣା- ଧାର୍ମିକ କାର୍ଯ୍ୟ ପ୍ରତି ମନ ଲାଗିବ

ଧନିଷ୍ଠା- ଦୀକ୍ଷା ଗ୍ରହଣ, ଗୁରୁଙ୍କ ସହ ସାକ୍ଷାତ ଲାଭଦାୟକ ରହିବ

ସକାଳ ସମୟରେ ଗୀତା ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଶରୀରରେ କୈାଣସି ଅଂଶରେ ସମସ୍ୟା ଦେଖାଦେଇପାରେ

ଶତଭିଷା- ବ୍ୟାଙ୍କ ସଂପର୍କିତ କାମରେ ସମସ୍ୟା ଆସିପାରେ

ପୂର୍ବଭାଦ୍ରପଦ- ନକରାତ୍ମକ ଚିନ୍ତା ଠାରୁ ଦୁରେଇ ରୁହନ୍ତୁ

ତୁଳସୀ ବୃକ୍ଷ ମୂଳରେ ମିଶ୍ରି ଓ ଜଳ ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ବ୍ୟବସାୟରୁ ଲାଭ ପାଇପାରନ୍ତି

ଉତ୍ତରଭାଦ୍ରପଦ-ବିବାହ ପ୍ରସ୍ତାବ ଆସିବାର ଯୋଗ ରହିଛି

ରେବତୀ- ନୂତନ ବ୍ୟବସାୟ ଆପଣଙ୍କୁ ଖୁସି ଆଣିଦେବ

କୈାଣସି ଅସହାୟ ମହିଳାଙ୍କୁ କ୍ଷୀର ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 7008954311

ସୀମାରେ ପୁଣି ଅଶାନ୍ତି: ଆକ୍ରମଣରେ ୩ ଯବାନ ସହିଦ, ଜଣେ ଆତଙ୍କି ନିହତ

ଜମ୍ମୁ-କଶ୍ମୀର: ସୀମାରେ ପୁଣି ଅଶାନ୍ତି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ହମ୍‌ଲା । ଆକ୍ରମଣରେ ୩ ଯବାନ ସହିଦ ହୋଇଥିବାବେଳେ, ଜଣେ ଆତଙ୍କି ନିହତ ହୋଇଛନ୍ତି । ହଦୱାଡ଼ରେ ସିଆରପିଏଫ କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ । ହଦୱାଡ଼ରେ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି। ସାରା ଦେଶ ଏବେ କରୋନା ଲଢେଇ ଲଢୁଥିବାବେଳେ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ଚାଲିଛି । ଗତ ରବିବାର ୫ ଜଣ ଯବାନ ସହିଦ ହୋଇଥିଲେ ।

ଗଞ୍ଜାମରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ… ରାଜ୍ୟରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୦୯ଟି ଆକ୍ଟିଭ କେସ ରହିଛି ।

 

ଗତ ୨ ତାରିଖରେ ଗଞ୍ଜାମ ଜିଲ୍ଲାରୁ ୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ଉଭୟ ନିକଟରେ ସୁରତରୁ ଫେରିଥିଲେ। ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

 

 

ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆଣୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୨ ଗୁରୁତର

ଟାଙ୍ଗୀ: ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆଣୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ କୁହୁଡି ଛକରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ ଡ୍ରାଇଭର ଏମ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି । ଆଜି ଭୋର ୪ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକରେ ବସ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି ।

ବସଟି ପ୍ରବାସୀଙ୍କୁ ନେଇ ହାଇଦ୍ରାବାଦରୁ ଖୋର୍ଦ୍ଧା ଆସୁଥିଲା। ବସରେ ଥିବା ପ୍ରବାସୀମାନେ ନିମାପଡା, ପିପିଲି , ବାଙ୍କୀ ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ଭୋରରୁ ବସ ହାଇଦ୍ରାବାଦରୁ ଓଡିଶା ଅଭିମୁଖେ ବାହାରିଥିଲା। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସପିଟାଲ ପହଞ୍ଚାଇଥିଲା ।

 

ତେବେ ହସ୍ପିଟାଲରେ ଡାକ୍ତର ଡ୍ରାଇଭର ଏମ ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବାସୀ ଯାତ୍ରୀମାନଙ୍କୁ ଅନ୍ୟ ଗାଡିରେ ନିଜ ନିଜ ଗନ୍ତବ୍ୟସ୍ତଳରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ଘଟଣାକୁ ମିଶାଇ ୪ଟି ଏଭଳି ପ୍ରବାସୀ ବସ ଦୁର୍ଘଟଣାଗ୍ରସ୍ତ ହୋଇସାରିଛି। ସୁରତରୁ ଓଡିଶା ଫେରୁଥିବା ଦୁଇଟି ବସ ପୃଥକ ପୃଥକ ଘଟଣାରେ ଦୁର୍ଘଟାଗ୍ରସ୍ତ ହୋଇଥିଲା।

 

ଫୁଲବାଣୀ ଜିଲ୍ଲାର କଳିଙ୍ଗା ଘାଟିରେ ଦୁଇଟି ବସ ଦୁର୍ଘଟଣା ହୋଇ ଦୁଇ ଜଣଙ୍କର ମୃତ୍ୟୁ ପ୍ରାଣହାନି ଘଟିଥିଲା। ଏହାପରେ ରାଜ୍ୟ ପରିବହନ ବିଭାଗ ବସ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ । ତଥାପି ଆଜି ପୁଣି ଏକ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି । ସମ୍ଭବତ ବାହାର ରାଜ୍ୟର ଚାଳକମାନେ ଆସୁଥିବାରୁ ରାଜ୍ୟର ରାସ୍ତାଘାଟ ସହ ଖାପ ଖୁଆଇ ପାରୁନାହାନ୍ତି । ଫଳରେ ଏଭଳି ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

କେଜ୍ରିଓ୍ୱାଲଙ୍କ ଡ୍ରାଇଭର ଯୋଜନା, PSV ବ୍ୟାଚ୍‌‌ ଧାରକଙ୍କୁ ଦେବେ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି । ଖାଲି ଭାରତରେ ନୁହେଁ ବିଶ୍ୱର ଅନେକ ଦେଶରେ ଲକ୍‌ଡାଉନ୍ ସ୍ଥିତି ଦେଖାଦେଇଛି । ତେବେ ଭାରତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନଙ୍କ ପକ୍ଷରୁ ଲୋକଙ୍କୁ ଅନେକ ସହଯୋଗ କରାଯାଉଛି । କାରଣ ଲୋକେ ଘରୁ ବାହାରି ନପାରିବାରୁ ରୋଜଗାର ଠପ୍‌ ହୋଇଯାଇଛି । ସେହିଭଳି ଅନେକ ଲୋକଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାନେ ସହଯୋଗ କରୁଛନ୍ତି ।‌‌

ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ ଡ୍ରାଇଭରମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । PSV ବ୍ୟାଚ୍‌ ଧାରକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ହେଲେ ହଜାର ହଜାର ଇ-ରିକ୍ସାଙ୍କର PSV ବ୍ୟାଚ୍ ନାହିଁ । ତଥାପି ସେମାନେ ଏହି ସୁବିଧା ପାଇବେ ବୋଲି କେଜ୍ରିଓ୍ୱାଲ ସରକାର କହିଛନ୍ତି । ଆଜି ଏ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । କେଜ୍ରିଓ୍ୱାଲଙ୍କ ଏହି ଯୋଜନାକୁ ଦିଲ୍ଲୀ ଡ୍ରାଇଭର ଯୋଜନା ମଧ୍ୟ କୁହାଯାଉଛି ।

ବାଇକ୍‌ରେ ଆସି ଶିଶୁକୁ ଝାମ୍ପିନେଲା ମାଙ୍କଡ଼, ଦେଖନ୍ତୁ ଭିଡିଓ…

ଖେଳ ସାଜିଲା କାଳ । ମାଙ୍ଗଡ଼ ଖେଳୁଥିଲା କୁନି ବାଇକ୍‌ ଧରି । ଆଉ ଏହାର ମଜା ନେଉଥିଲେ କୁନି କୁନି ପିଲାମାନେ ।ହେଲି କୁନି ମାଙ୍କଡ଼ର ଖେଳ ଦେଖୁ ଦେଖୁ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲା ଶିଶୁ । ଏଭଳି ଏକ ଭିଡିଓ ଏବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗଳି ଭିତରେ ମାଙ୍କଡ଼ଟି ବାଇକ୍‌ ଧରି ଖେଳୁଥିବା ବେଳେ ଶିଶୁଟିକୁ ଝାମ୍ପି ନେଇଥିଲା । କିଛି ଦୂରତା ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ମଧ୍ୟ ନେଇଥିଲା । ଅନ୍ୟଲୋକ ଏହା ଦେଖି ପାଟି କରିବାରୁ ପିଲାକୁ ଛାଡି ମାଙ୍କଡଟି ପଳାଇଥିଲା ।

ତେବେ ଦେଖନ୍ତୁ ଏହି ଭିଡିଓ ଟି….

ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିବା ମନା

ଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ ୩.୦ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିପାରିବେନି ସାଧାରଣ ଜନତା । ଏହି ନିୟମ ଦେଶର ସମସ୍ତ ଜୋନ୍ ପାଇଁ ଲାଗୁ । ତେବେ କମିଶନରେଟ୍ ପୋଲିସ ଅଞ୍ଚଳରେ ଏହି ନିୟମକୁ ଲାଗୁ କରାଯାଇଛି । କଟକ-ଭୁବନେଶ୍ୱରେ ସନ୍ଧ୍ୟା ୭ ପରେ ଘରୁ ବାହାରିପାରିବେନି ସାଧାରଣ ଜନତା । କିନ୍ତୁ ଏହି ସମୟରେ କିଛି ଜରୁରୀ କାମଥିଲେ ଘରୁ ବାହାରିପାରିବେ । ଏଥିସହିତ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ମାଲବାହୀ ଯାନବାହନ ଚଳାଚଳ କରିପାରିବ । ଏ ନେଇ  ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଟ୍ୱିନ୍‌ ସିଟି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।