ପ୍ରବାସୀ ଓଡ଼ିଆଙ୍କ ଚେତାବନୀ, ଓଡ଼ିଶା ଫେରାଇ ନନେଲେ କରିବୁ ଆତ୍ମହତ୍ୟା

ଭୁବନେଶ୍ୱର: କ୍ୱାରେଣ୍ଟାଇନ ସେଣ୍ଟରରୁ ଘର ବାହୁଡ଼ା ପାଇଁ ନିବେଦନ । ଓଡ଼ିଶା ଫେରିବା ପାଇଁ ନିବେଦନ କରିଛନ୍ତି ୩୭ ଓଡ଼ିଆ ମତ୍ସ୍ୟଜୀବୀ । କର୍ଣ୍ଣାଟକର ମାଙ୍ଗାଲୋରରେ କିଛି ମତ୍ସ୍ୟଜୀବୀ ଲକ୍‌ଡାଉନ୍‌ ପାଇଁ ଫସି ରହିଥିଲେ । ଗତ ୨୭ ତାରିଖରେ ଡଙ୍ଗା ମାଲିକ ଫସି ରହଥିବା ଶ୍ରମିକମାନଙ୍କୁ ଗାଡ଼ି କରି ନିଜ ରାଜ୍ୟକୁ ପଠାଇ ଦେଇଥିଲେ । ଓଡ଼ିଶାର ମତ୍ସ୍ୟଜୀବୀମାନେ ମଧ୍ୟ ସେମାନଙ୍କ ସହ ବସ୍‌ରେ ଆସିଥିଲେ । ସମସ୍ତ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

୧୪ ଦିନ ପରେ ଆନ୍ଧ୍ର ସରକାର ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ଛାଡି ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଆ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଛଡ଼ାଯାଇନାହିଁ ।  ଘର ବାହୁଡ଼ା ପାଇଁ ସେମାନେ ଚିକିଟି ବିଧାୟିକା, ତହସିଲଦାର, ସୁନାପୁର ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଫେରାଇ ନେବାର ବ୍ୟବସ୍ଥା କରାନଗଲେ ସେମାନେ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି । ନଚେତ ନିୟମ ଭାଙ୍ଗି ଚାଲି ଚାଲି ଯିବେ ବୋଲି ରୋକଠୋକ୍‌ ଶୁଣାଇଛନ୍ତି ।

Leave a Reply