କେଜ୍ରିଓ୍ୱାଲଙ୍କ ଡ୍ରାଇଭର ଯୋଜନା, PSV ବ୍ୟାଚ୍‌‌ ଧାରକଙ୍କୁ ଦେବେ ୫ ହଜାର ଟଙ୍କା

1 min read

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି । ଖାଲି ଭାରତରେ ନୁହେଁ ବିଶ୍ୱର ଅନେକ ଦେଶରେ ଲକ୍‌ଡାଉନ୍ ସ୍ଥିତି ଦେଖାଦେଇଛି । ତେବେ ଭାରତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନଙ୍କ ପକ୍ଷରୁ ଲୋକଙ୍କୁ ଅନେକ ସହଯୋଗ କରାଯାଉଛି । କାରଣ ଲୋକେ ଘରୁ ବାହାରି ନପାରିବାରୁ ରୋଜଗାର ଠପ୍‌ ହୋଇଯାଇଛି । ସେହିଭଳି ଅନେକ ଲୋକଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାନେ ସହଯୋଗ କରୁଛନ୍ତି ।‌‌

ଏଭଳି ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ ଡ୍ରାଇଭରମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । PSV ବ୍ୟାଚ୍‌ ଧାରକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ହେଲେ ହଜାର ହଜାର ଇ-ରିକ୍ସାଙ୍କର PSV ବ୍ୟାଚ୍ ନାହିଁ । ତଥାପି ସେମାନେ ଏହି ସୁବିଧା ପାଇବେ ବୋଲି କେଜ୍ରିଓ୍ୱାଲ ସରକାର କହିଛନ୍ତି । ଆଜି ଏ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । କେଜ୍ରିଓ୍ୱାଲଙ୍କ ଏହି ଯୋଜନାକୁ ଦିଲ୍ଲୀ ଡ୍ରାଇଭର ଯୋଜନା ମଧ୍ୟ କୁହାଯାଉଛି ।

Leave a Reply