spot_img
Home Blog Page 7146

କଟକ: ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ପ୍ରବାସୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ସେମାନେ ଫେରିପାରିବେ । ପଜିଟିଭ ଆସିଲେ ସେହି ସ୍ଥାନରେ ଚିକିତ୍ସା କରାଯିବ, ଖର୍ଚ୍ଚ ବହନ କରିବ ରାଜ୍ୟ ।

କଟକ: ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ପ୍ରବାସୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଲେ ସେମାନେ ଫେରିପାରିବେ । ପଜିଟିଭ ଆସିଲେ ସେହି ସ୍ଥାନରେ ଚିକିତ୍ସା କରାଯିବ, ଖର୍ଚ୍ଚ ବହନ କରିବ ରାଜ୍ୟ ।

ମହାରାଜା ନିଜେ କାଙ୍ଗାଳ କିନ୍ତୁ କରୋନା ବିରୋଧୀ ଯୁଦ୍ଧରେ ସଭା ଆଗରେ..

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଚିନ୍ତା ଏବେ ବଢିବାରେ ଲାଗିଛି  । ଏହାର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏବଂ ଏନେଇ ବିମାନ, ବସ୍ ଏବଂ ଟ୍ରେନର ସୁବିଧାକୁ ବନ୍ଦ କରିଦିଆଯାଇଛି । ଫଳରେ ବିଦେଶ ଫସି ରହିଛନ୍ତି ଅନେକ ଲୋକେ କେବଳ ସେତିକି ନୁହେଁ ଅନେକ ବିଦେଶୀମାନେ ମଧ୍ୟ ଭାରତରେ ଫସି ରହିଛନ୍ତି । ତେଣୁ ଏୟାର ଇଣ୍ଡିଆ ୮ ମେରୁ ୧୪ ମେ ମଧ୍ୟରେ ଲଣ୍ଡନ, ସିଙ୍ଗାପୁର ଏବଂ ଆମେରିକା ପାଇଁ କିଛି ବିମାନ ଯିବାକୁ ନିଷ୍ପତ୍ତି ନିଆଯାଇଛି ।

କଙ୍ଗାଳ ମହାରାଜା ଦାୟିତ୍ୱ ବହନ କରୁଛି

ମହାରାଜା ହେଉଛନ୍ତି ଏୟାର ଇଣ୍ଡିଆର ଲୋଗୋ  କିନ୍ତୁ ମହାରାଜ ମାନେ  ଏୟାର ଇଣ୍ଡିଆ ଋଣରେ ବୁଡ଼ିକି ଅଛନ୍ତି ।  କାଙ୍ଗାଳ ହୋଇଯାଇଥିବା ଏୟାର ଇଣ୍ଡିଆ ଦେଶ ପାଇଁ ନିଜର ଦାୟିତ୍ୱ ବହନ କରିଛି ଏବଂ ବିମାନ ଉଡ଼ାଇବାକୁ ଯୋଜନା କରୁଛି । ଫଳରେ ଦେଶରେ ଫସି ରହିଥିବା ବିଦେଶୀ ଲୋକେ ନିଜ ଦେଶକୁ ଫେରି ପାରିବେ । ଯଦିଓ ଏଥି ପାଇଁ କିଛି ନିୟମ ଏବଂ ଗାଇଡଲାଇନକୁ ମାନିବା ସର୍ବପ୍ରଥମ କାମ ।

କେମିତି ରହିଛି ଏୟାର ଇଣ୍ଡିଆର ପରିସ୍ଥିତି

ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆର ପରିସ୍ଥିତି ଏତେ ଖରାପ ଅଛି ଯେ, ତା ଉପରେ ୨୩,୨୮୬ କୋଟି ଟଙ୍କାର ଋଣ ରହିଛି । ଏବେ ପରିସ୍ଥିତି ଏମିତି ହେଲାଣି ଯେ, ସରକାର ଏୟାର ଇଣ୍ଡିଆକୁ ବିକିବାକୁ ପ୍ରସ୍ତୁତି କରିଛନ୍ତି । ଯଦି କରୋନା ଭାଇରସ୍ ପାଇଁ ଲକଡାଉନ ଜାରି କରାଯାଇ ନଥାନ୍ତା ତ ଏତେବେଳକୁ ଏୟାର ଇଣ୍ଡିଆ ବିକ୍ରି ହୋଇ ସାରନ୍ତାଣି ।

ଏୟାର ଇଣ୍ଡିଆରେ କଣ ରହିଛି ସର୍ତ୍ତ

  • ଯାତ୍ରା କରୁଥିବା ବ୍ୟକ୍ତି ସେହି ଦେଶର ନାଗରିକ ହେବା ଆବଶ୍ୟକ
  • ଯେଉଁ ଦେଶକୁ ଯିବାକୁ ଚାହୁଁଛନ୍ତି ସେଠିକୁ ଯିବାକୁ ବର୍ଷେ ପର୍ଯ୍ୟନ୍ତ ଭିସା ଥିବା ଦରକାର
  • ବ୍ୟକ୍ତି ଜଣଙ୍କ ଗ୍ରୀନ କାର୍ଡ ବା ଓସିଆଇ କାର୍ଡ ଧାରକ ହେବା ଦରକାର
  • ଯାତ୍ରାର ପୂରା ଭଡ଼ା ଯାତ୍ରୀଙ୍କୁ ହିଁ ଦେବାକୁ ପଡ଼ିବ
  •  ଯାତ୍ରୀ ଏହା ସୁନିଶ୍ଚିତ କରିବା ଦରକାର ଯେ, ଯେଉଁ ଦେଶକୁ ସେମାନେ ଯିବାକୁ ଚାହୁଁଛନ୍ତି, ସେଠିକାର ହେଲଥ୍ ପ୍ରୋଟକଲର ନିୟମକୁ ସେ ପୂରଣ କରନ୍ତୁ ।
  • ବୋଡିଂ ସମୟରେ ସବୁ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ହେବ । ଯେଉଁ ଯାତ୍ରୀମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବ ନାହିଁ , ସେମାନଙ୍କୁ ହିଁ ଯାତ୍ରାର ଅନୁମତି ଦିଆଯିବ ।
  • ଯେକୌଣସି ପରିସ୍ଥିତିରେ, ଦେୟ ଉପରେ ଯାତ୍ରୀଙ୍କୁ ଜରିମାନା, ଫେରସ୍ତ ଭଡା ଏବଂ କ୍ୟାଣ୍ଟିନରେ ଖର୍ଚ୍ଚ ହୋଇଥିବା ଅର୍ଥ ଦେବାକୁ ପଡିବ ।

୧୫ହଜାର ନାଗରିକଙ୍କୁ ଦେଶକୁ ଫେରାଇଆଣିବ ଏୟାର ଇଣ୍ଡିଆ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ କହିଛନ୍ତି ଯେ, ୭ମେ ରୁ ୧୩ ମେ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ୬୪ଥର ଉଡାଣ ଭରିବ । ଫଳରେ ବିଦେଶରେ ଫସି ରହିଥିବା ୧୫ହଜାର ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଅଣାଯିବ । ଏୟାର ଇଣ୍ଡିଆର ବିମାନ ୧୨ଟି ଦେଶକୁ ଯାତାୟତ କରିବ । ଏହି ଦେଶ ଗୁଡ଼ିକ ହେଲା ସଂଯୁକ୍ତ ଆରବ ଏମିରଟ, ବ୍ରିଟେନ, ଆମେରିକା, କତ୍ତର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କୁଏତ ଏବଂ ଓମାନ ।

ମୟୂରଭଞ୍ଜରୁ ଆଉ ଜଣେ ସଂକ୍ରମିତ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ମୟୂରଭଞ୍ଜରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆଜି ଆଉ ୨୧ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୬ କୁ ବୃଦ୍ଧି ପାଇଛି। ଆଜି ଆସିଥିବା ରିପୋର୍ଟ ଅନୁସାରେ କେବଳ ଗଞ୍ଜାମ ଜିଲ୍ଲାରୁ ୧୭ଜଣ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ପୁରୁଷ ସଂକ୍ରମିତଙ୍କ ବୟସ ୧୮ ରୁ ୫୦ ବର୍ଷ ମଧ୍ୟରେ । ସେହିପରି ୨୦ ବର୍ଷିୟା ଜଣେ ମହିଳା ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ସେପଟେ ମୟୁରଭଞ୍ଜରେ ପଶିଛି କରୋନା। ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପିଙ୍ଗୁରୁ ୨ ଜଣ ଏବଂ ପୋଡିଡିହାରୁ ଜଣେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମଗ୍ର ଜିଲ୍ଲାରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଆଜି ଚହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ରେ ଥିଲେ । ସେମାନଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା ।

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା ।

ଗ୍ୟାସ୍ ଲିକ୍ ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶାଖାପଟନମ ଗ୍ୟାସ୍ ଲିକରେ ୮ ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକ ଓ ଆହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆହତ ଶୀଘ୍ର ସୁସ୍ଥ ହେବା ପାଇଁ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ଆନ୍ଧ୍ରପ୍ରଦେଶ ଡିଜିପି ଗୌତମ ସୱାଙ୍ଗଙ୍କ ସୂତନା ଅନୁଯାୟୀ, ସକାଳ ପ୍ରାୟ ୩ଟା ୩୦ରେ ଗ୍ୟାସ୍ ଲିକ୍ ହୋଇଥିଲା । ଷ୍ଟିରେନେ ଗ୍ୟାସ୍ ଟ୍ୟାଙ୍କରୁ ଲିକ୍ ହୋଇଥିଲା । ବର୍ତ୍ତମାନ ଗ୍ୟାସ୍ ଲିକ୍ ବନ୍ଦ ହୋଇଛି । ପାଖାପାଖି ୮୦୦ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ୨୪୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ଏହି ଘଟଣାର ତଦନ୍ତ କରାଯାଉଛି । ତେବେ, ଭାଇଜାଗ ଗ୍ୟାସ୍ ଲିକ୍ ଏକ ଦୁର୍ଘଟଣା ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପି । ସମସ୍ତ ପ୍ରୋଟୋକଲ୍ସକୁ ଅନୁପାଳନ କରାଯାଉଛି । ତଦନ୍ତ ଚାଲିଛି, ଘଟଣା ସ୍ଥଳକୁ ଫରେନସିକ୍ ଟିମକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।

ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ୮ ମୃତ, ପ୍ରାୟ ୫ ହଜାର ଲୋକ ଅସୁସ୍ଥ

ଦେଖନ୍ତୁ ଗ୍ୟାସ ଲିକର ଭୟଙ୍କର ଚିତ୍ର: ଯେତେବେଳେ ଅଚେତ ହୋଇ ନାଳରେ ପଡ଼ିବାକୁ ଲାଗିଲେ ଲୋକ

ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେ ଆରଏସ୍ ଭେଙ୍କଟାପୁରମ୍ ଠାରେ ଥିବା ଏଲଜି ପଲିମର ଇଣ୍ଡଷ୍ଟ୍ରିର ଏକ ଫାର୍ମା କମ୍ପାନୀରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି । ଏହା ପରେ ସମଗ୍ର ସହରରେ ଭୟର ବାତାବରଣ ଦେଖାଦେଇଛି | ପାଖାପାଖି ୫ ଟି ଗାଁକୁ ବ୍ୟାପିଯାଇଥିଲା ଏହି ବିଷାକ୍ତ ଗ୍ୟାସର ପ୍ରକୋପ । ପରିସ୍ଥିତି ଏପରି ହୋଇଥିଲା ଯେ ୫ଟି ଗାଁକୁ ଖାଲି କରାଯିବା ସହ ସିଲ୍‌ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଷାକ୍ତ ଗ୍ୟାସ ଲିକ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଏଥିରେ ପ୍ରାୟ ୫ ହଜାର ଲୋକ ଅସୁସ୍ଥ  ହୋଇଥିବା ମଧ୍ୟ ସୂଚନା ରହିଛି ।

ଲୋକଙ୍କର ମୁଣ୍ଡ ବିନ୍ଧା ହେବା ସହ ପ୍ରବଳ ବାନ୍ତି ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଏମିତିକି ଲୋକ ଚେତା ହରାଇ ରାସ୍ତାରେ ଟଳିପଡ଼ୁଥିବା ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ।  ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଚିତ୍ର-ଚିତ୍ରରେ ଆସନ୍ତୁ ଦେଖିବା ବିଖାଖାପଟନମ୍ ହ୍ୟାସ ଲିକ୍ ର ଭୟଙ୍କର ଚିତ୍ର । 

୧. ଗ୍ୟାସ୍ ଲିକ୍ ର ପ୍ରକୋପ ସବୁଠୁ ଅଧିକ ଶିଶୁ ମାନଙ୍କ ଶରୀରରେ ଦେଖିବାକୁ ମିଳିଛି । ତାଙ୍କୁ ପ୍ରାଥମିକତା ଆଧାରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛନ୍ତି ।

୨. ଗ୍ୟାସ ଲିକ ଫଳରେ ପ୍ଲାଣ୍ଟର ୩ କିଲୋମିଟର ଅବଧି ମଧ୍ୟରେ ଲୋକମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ଅନେକ ଲୋକ ରାସ୍ତାରେ ଟଳିପଡ଼ୁଥିବା ବେଳ କେହି କେହି ନାଳରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।

୩. ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାର କରାଣ ଜଣାପଡ଼ିନାହିଁ । NDRF ଏବଂ SDRF ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

୪.ବିଶାଖାପଟନମ୍ ଜିଲ୍ଲାପାଳ ବିନୟ ଚନ୍ଦ ଘଟଣାସ୍ଥଳରେ ପହଁଞ୍ଚି ସାରିଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁୟାୟୀ, ୨ ଘଣ୍ଟା ଭିତରେ ସ୍ଥିତି କାବୁ କରାଯିବା ପାଇଁ ଚେଷ୍ଟା ଚାଲିଛି । ଯେଉଁ ମାନେ ନିଶ୍ୱାସ ନେବା କଷ୍ଟ ଅନୁଭବ କରୁଛନ୍ତି ସେମାନଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଉଛି ।

୫. ରାସ୍ତାରେ ଲୋକମାନେ ଟଳିପଡୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଲୋକମାନେ ପହଞ୍ଚିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

୬. ବିଶାକ୍ତ ଗ୍ୟାସ କବଳରେ ଆସି ମୃତ୍ୟୁ ବରଣ କଲେ ଅନେକ ଜୀବଜନ୍ତୁ ।

 

ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ: ବାପ ପୁଅ ମୃତ, ମରଣ ସହ ମାଆର ସଂଘର୍ଷ

ରାଉରକେଲା: ଲକଡାଉନ୍ ଯୋଗୁଁ ବନ୍ଦ ହୋଇ ଯାଇଥିଲା ଛୋଟ ଜଳଖିଆ ଦୋକାନ । ତଥାପି ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ପଡ଼ି ରହିଥିଲା ୩ ପାଣିର କୁଟୁମ୍ବ । ଲକଡାଉନ୍ ନିୟମ ଟିକିଏ କୋହଳ ହେବା ସହ ପୁଣି ଜୀବନ ବଞ୍ଚାଇବାକୁ ପରିବାର ଆରମ୍ଭ କରିଥିଲେ କସରତ୍ । ଏହାକୁ ସହିପାରିଲାନି ଦଇବ । ହଠାତ୍ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଗଲା । ଗ୍ୟାସ ନିଆଁରେ ଜଳିଗଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ ।ଏ ହୃଦୟ ବିଦାରକ ଘଟଣା ଘଟିଛି ରାଉରକେଲା ସହର ସେକ୍ଟର-୫ କବି ସମ୍ରାଟପାଲି ବସ୍ତିରେ । ଗତ ୪ ତାରିଖରେ ଗ୍ୟାସ୍ ନିଆଁରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ରାଉରକେଲା ଆଇଜିଏଚ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ୧୨ ବର୍ଷର ପୁଅକୁ କଟକ ସ୍ଥାନାନ୍ତର କରାଯାଇଥିଲା । ପାଲଲହଡ଼ା ନିକଟରେ ତାର ମୃତ୍ୟୁ ହୋଇଛି ।

୩୫ ବର୍ଷୀୟ ଅଯୋଧ୍ୟା ସାହୁ, ୧୨ ବର୍ଷର ପୁଅ ମନ୍ମଥ ସାହୁଙ୍କ ମୃତ୍ୟୁ ହୋଇଛି । ରୀତାଞ୍ଜଳି ସାହୁ ଆଇଜିଏଚରେ ଏବେ ଚିକିତ୍ସିତ ହେଉଛନ୍ତି । ରାଉରକେଲା ସେକ୍ଟର-୭ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । କବି ସମ୍ରାଟପାଲି ବସ୍ତିରେ ଲୋକ ୫୦ ହଜାର ଟଙ୍କା ଆଦାୟ କରି ଚିକିତ୍ସା ପାଇଁ ଦେଇଛନ୍ତି । ଏ ସମୟରେ ହସ୍ପିଟାଲରେ ଆଟେଣ୍ଡାଣ୍ଟ ରହି ବସ୍ତିବାସିନ୍ଦା ଉଦାହରଣ ସୃଷ୍ଟି କରିଛନ୍ତି ।

ନୋଟରୁ କରୋନା ବିସ୍ତାର ଭୟ, ପେଟ୍ରୋଲ ପମ୍ପରେ ଟଙ୍କା ସାନିଟାଇଜର ମେସିନ୍

ଲକଡାଉନ୍ ୩.୦ ସମୟରେ ମୋଟର ଯାନଗୁଡିକର ଗତିବିଧି ଉପରେ କଟକଣା ହଟିବା ପରେ ବର୍ତ୍ତମାନ ପେଟ୍ରୋଲ ପମ୍ପରେ ଭିଡ଼ ଜମୁଛି। ଏହା ସହିତ ନୋଟ ମାଧ୍ୟମରେ ଭୂତାଣୁ ବିସ୍ତାର ହେବାର ଆଶଙ୍କା ମଧ୍ୟ ବଢିଛି। ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପରେ ନୋଟ୍ ଷ୍ଟେରିଲାଇଜର କିମ୍ବା ଟଙ୍କା ସାନିଟାଇଜର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମେସିନରେ, ନୋଟ୍ ଗୁଡିକ ମାତ୍ର ୨୦ ସେକେଣ୍ଡରେ ସାନିଟାଇଜ୍ ହୋଇପାରେ  । ଏହି ନୋଟ ଗୁଡିକର କୌଣସି କ୍ଷତି କରେ ନାହିଁ । ଦିଲ୍ଲୀର ୫ଟି ପେଟ୍ରୋଲ ପମ୍ପରେ ଏହି ମେସିନ୍ ଲଗାଇବା କାମ ଆରମ୍ଭ ହୋଇଛି । ଦିଲ୍ଲୀ ଏନସିଆରର ୩୦ରୁ ଅଧିକ ପେଟ୍ରୋଲ ପମ୍ପରେ ଏହି ମେସିନ୍ ସ୍ଥାପନ ହୋଇସାରିଛି । ସମଗ୍ର ଦେଶରେ ପାଖାପାଖି ୫୦୦ ପେଟ୍ରୋଲ ପମ୍ପରେ ଏହି ମେସିନ୍ ଲାଗିସାରିଛି ।

ଏହି ମେସିନରେ ନୋଟ ରଖି ଏହାକୁ ବନ୍ଦ କରାଯାଏ । ମେସିନ୍ ର କବାଟ ବନ୍ଦ ହେବା ପରେ ଏଥିରେ ଥିବା ୟୁଭି ଲ୍ୟାମ୍ପରୁ ଅତିବାଇଗଣି ରଶ୍ମୀ ବାହାରେ । ଏହି ମେସିନ୍ ରେ ପଂଖା ମଧ୍ୟ ଲାଗିଛି । ତେବେ ସାନିଟାଇଜ୍ ପ୍ରକ୍ରିୟା ସରିବା ପରେ ମେସିନ୍ ରେ ଲାଗିଥିବା ସାଇରନ୍ ଆପେ ଆପେ ବାଜିବାକୁ ଲାଗେ । ସାନିଟାଇଜ୍ ହୋଇଥିବା ନୋଟ୍ ସମ୍ପୂର୍ଣ୍ଣ ଭାଇରସମୁକ୍ତ ଥାଏ । ଏହି ମେସିନ୍ କୁ ତିଆରି କରିଥିବା କମ୍ପାନୀ କେମଫାର୍ମ ଇଣ୍ଡଷ୍ଟ୍ରି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ସାହିଲ ସପରାଙ୍କ କହିବା ଅନୁସାରେ ଏହି ମେସିନ୍ CE ସର୍ଟିଫାଏଡ୍ ହେବା ସହିତ WHO ମଧ୍ୟ ଏଥିପାଇଁ ଅନୁମତି ଦେଇଛି । ଏହି ମେସିନ୍ ର ୧ ବର୍ଷର ୱାରେଣ୍ଟି ମଧ୍ୟ ଉପଲବ୍ଧ କରାଯାଉଛି ।

ଗ୍ରୀନ୍ ଜୋନରେ ଥିଲେ ଖୁସି ହୁଅନ୍ତୁନି ! କରୋନା ଏମିତି ଫେରୁଛି… ଏମିତି ଜୋନର ରଙ୍ଗ ବଦଳାଉଛି

ନୂଆଦିଲ୍ଲୀ: କରୋନା ପାଇଁ ଲକଡାଉନର ଅବଧି ବଢିବାରେ ଲାଗିଛି । ଏପ୍ରିଲର ୩ୟ ଓ ୪ର୍ଥ ସପ୍ତାହରେ କରୋନା ମମଲା କମିଥିଲା  । ଯାହା ଲୋକଙ୍କୁ ଏବଂ ପ୍ରଶାସନକୁ ଏକ ପ୍ରକାର ଆଶ୍ୱସ୍ଥି ଦେଇଥିଲା ।  କିନ୍ତୁ ମେ ମାସ ଆରମ୍ଭରୁ କରୋନା ମାମଲା ଅଚାନକ ବଢିବାରେ ଲାଗିଥିଲା ଯାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏପର୍ଯ୍ୟନ୍ତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ପାର ହୋଇଛି । କରୋନା ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପୁଣି ଅଧିକ ଶକ୍ତିଶାଳି ହୋଇ ଫେରିଛି ବୋଲି କୁହାଯାଉଛି ।

ଦିଲ୍ଲୀରେ ଦ୍ୱିଗୁଣିତ ହୋଇଛି କରୋନା ମାମଲା

ଦିଲ୍ଲୀରେ ବହୁ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା  । ୨୪ ଘଣ୍ଟାରେ ୪୨୮ଟି ମାମଲା ସାମ୍ନାକୁ ଆସିଛି ଯେଉଁଠିକି ଦିନକ ପୂର୍ବରୁ ୨୦୬ଟି ମାମଲା ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ୪ମେ ରେ ୩୪୯, ୩ମେ ରେ ୪୨୭, ୨ ମେ ରେ ୩୮୪ ଏବଂ ୧ ମେ ରେ ୨୨୩ଟି ମାମଲା ସାମ୍ନାକୁ ଆସିଥିଲା । ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୫୩୨ରେ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଏହାସହ ଦିଲ୍ଲୀରେ ୧୫୪୨ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମହାରାଷ୍ଟ୍ରରେ ୧୨୩୩ ନୂଆ ମାମଲା

ବୁଧବାରଦିନ ମହାରାଷ୍ଟ୍ରର ୧୨୩୩ଟି ମାମଲା ସାମ୍ନାକୁ ଆସିଛି । ଯାହା ଦେଶରେ ରେକର୍ଡ କରିଛି ଏବଂ ମହାରାଷ୍ଟ୍ରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୬୭୫୮ରେ ପହଞ୍ଚିଛି ଏବଂ ୬୫୧ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ଅଧିକ ମାମଲା ମୁମ୍ବାଇରେ ଦେଖା ଦେଇଛି ଏବଂ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୧୦,୭୧୪ରେ ପହଞ୍ଚିଛି ।

ଗୁଜୁରାଟରେ ମଧ୍ୟ ସମାନ ପରିସ୍ଥିତି

ଗୁଜୁରାଟରେ ୨୪ ଘଣ୍ଟାରେ ୩୮୦ମାମଲା ସାମ୍ନାକୁ ଆସିଛି । ଏବଂ ଗୋଟେ ଦିନ ପୂର୍ବରୁ ହିଁ ଗୁଜୁରାଟରେ ୪୪୧ ମାମଲା ସାମ୍ନାକୁ ଆସିଥିଲା ଏବଂ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୬୨୫ରେ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୩୯୬ରେ ପହଞ୍ଚିଛି । କେବଳ ଅହମଦାବାଦରେ ହିଁ ୨୯୧ ମାମଲା ସାମ୍ନାକୁ ଆସିଛି ଏବଂ ୨୫ଜଣଙ୍କ ମୃତ୍ୟୁ ହୋଇଛି ।

ମଧ୍ୟ ପ୍ରଦେଶର ୨ଟି ଗ୍ରିନ୍ ଜୋନ୍ ଅରେଞ୍ଜ ଜୋନ୍ ହୋଇଛି । ଏହାସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର ହୋଇ ୫୨,୯୩୫ ହୋଇଛି । ବୁଧବାର ଦିନ ଦେଶରେ ସମୁଦାୟ ୩୬୦୨ମାମଲା ସାମ୍ନାକୁ ଆସିଛି । ଏବଂ ଦେଶରେ ସମୁଦାୟ ୧୭୦୦ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହାସହ ଆଜି ଓଡ଼ିଶାର ଦୁଇଟି ଜିଲ୍ଲା ଗ୍ରିନ୍ ଜୋନରୁ ଅରେଞ୍ଜ ଜୋନକୁ ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପଞ୍ଚିବା ପରେ ଏହାକୁ ଗ୍ରିନ ଡଜୋନରୁ ରେଡ୍ ଜୋନକୁ ଘୋଷଣା କରାଯାଇଛି  । ସେହିଭଳି ରାଜ୍ୟରେ ୫ଟି ଅଞ୍ଚଳ ଏବେ ରେଡ୍ ଜୋନରେ ସାମିଲ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ

ଏକାଥରେ ୧୭ ପଜିଟିଭ୍, ରେଡ୍‌ ଜୋନ୍‌କୁ ଆସିଲା ଗଞ୍ଜାମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କଲା ସ୍ୱାସ୍ଥ୍ୟ ବିଭାଗ । ଆଜି ପୂର୍ବାହ୍ନରରେ ଗଞ୍ଜାମରୁ ଏକକାଳିନ ୧୭ ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି । ପୁର୍ବରୁ ଏହି ଜିଲ୍ଲା ଅରେଞ୍ଜ ଜୋନ୍‌ ଅନ୍ତର୍ଭୁକ୍ତ ଥିଲା । ତେବେ ଆଜି ସକାଳୁ ଗଞ୍ଜାମରୁ ୧୭ ଜଣ ପଜିଟିଭି ଚିହ୍ନଟ ହେବା ସହ ପ୍ରଥମ ଥର ପାଇଁ ମୟୁରଭଞ୍ଜରୁ ମଧ୍ୟ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହା ସହ ଏବେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି । ଆଜି ଆସିଥିବା ରିପୋର୍ଟ ଅନୁସାରେ ଗଞ୍ଜାମର ୧୭ ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି ।

ପୁରୁଷ ସଂକ୍ରମିତଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ରହିଛି । ସେହିପରି ମହିଳାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି । ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ