ଏକାଥରେ ୧୭ ପଜିଟିଭ୍, ରେଡ୍‌ ଜୋନ୍‌କୁ ଆସିଲା ଗଞ୍ଜାମ

1 min read

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କଲା ସ୍ୱାସ୍ଥ୍ୟ ବିଭାଗ । ଆଜି ପୂର୍ବାହ୍ନରରେ ଗଞ୍ଜାମରୁ ଏକକାଳିନ ୧୭ ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି । ପୁର୍ବରୁ ଏହି ଜିଲ୍ଲା ଅରେଞ୍ଜ ଜୋନ୍‌ ଅନ୍ତର୍ଭୁକ୍ତ ଥିଲା । ତେବେ ଆଜି ସକାଳୁ ଗଞ୍ଜାମରୁ ୧୭ ଜଣ ପଜିଟିଭି ଚିହ୍ନଟ ହେବା ସହ ପ୍ରଥମ ଥର ପାଇଁ ମୟୁରଭଞ୍ଜରୁ ମଧ୍ୟ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହା ସହ ଏବେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି । ଆଜି ଆସିଥିବା ରିପୋର୍ଟ ଅନୁସାରେ ଗଞ୍ଜାମର ୧୭ ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି ।

ପୁରୁଷ ସଂକ୍ରମିତଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ରହିଛି । ସେହିପରି ମହିଳାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି । ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

Leave a Reply