spot_img
Home Blog Page 714

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ। ଆଜୀବନ ସଜା ସହ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ। ଦୀର୍ଘ ୭ ବର୍ଷ ପରେ ରାୟ ପ୍ରକାଶ ପାଇବା ସହ ଦୋଷୀକୁ ଦଣ୍ଡାଦେଶ ହୋଇଛି।

୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ । ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଂଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଂଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଂଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ଏଡିଜେ କୋର୍ଟ।

ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ: ଗର୍ଭବତୀଙ୍କ ମୃତ୍ୟୁ ପରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି

କେନ୍ଦ୍ରାପଡ଼ା: ଆଗକୁ ବଢୁଛି ବିଜ୍ଞାନ, ହେଲେ ଲୋକଙ୍କ ମନରୁ ଦୂର ହେଉନି ଅନ୍ଧ ବିଶ୍ୱାସ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ବିଜୟନଗର ଗାଁରେ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ଗର୍ଭବତୀଙ୍କ ମୃତ୍ୟୁ ପରେ ମୃତ ଦେହକୁ ସଂସ୍କାର କରିବା ବଦଳରେ ମହିଳାଙ୍କ ପେଟକୁ ଚିରି ଗଛରେ ଡେରି ଦିଆଯାଇଛି। ଅନ୍ଧ ବିଶ୍ଵାସ ରହିଛି, ଗର୍ଭବତୀଟି ମରିଗଲେ ସେ ଚିରୁଗୁଣୀ ହେବ। ମହିଳା ଜଣକ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରେ ମୃତ ମହିଳାର ପେଟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚିରି ମୃତଦେହକୁ ନଦୀ କୁଳ ନିର୍ଜନ ସ୍ଥାନରେ ଏକ ଗଛକୁ ଡେରି ବସାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବିଜୟନଗର ଗାଁର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ୪ ମାସର ଗର୍ଭବତୀ ଥିଲେ। ଏହା ତାଙ୍କର ଦ୍ଵିତୀୟ ଗର୍ଭ ଥିଲା। କିନ୍ତୁ ସେ ମଧୁମେହ ରୋଗରେ ପୀଡିତ ଥିବା କାରଣରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ରବିବାର ବିଳମ୍ବିତ ରାତିରେ ପଦ୍ମିନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ପଦ୍ମିନୀଙ୍କ ମୃତଦେହ ଘରକୁ ଆସିବା ପରେ ରାତିରେ ତାଙ୍କୁ ଏଭଳି ଭାବେ ଗଛ ମୂଳରେ ଡେରିକି ବସାଇ ଦିଆଯାଇଥିଲା। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା। ସ୍ବେଛାସେବୀ ଓ ବୁଦ୍ଧିଜୀବୀ ପରିବାର ଲୋକଙ୍କୁ ଭେଟି ଏପରି କାର୍ଯ୍ୟକୁ ବାରଣ କରିବା ସହିତ ବୁଝା ସୁଝା କରିଥିଲେ। ପରେ ମୃତଦେହକୁ ମାଟି ଖୋଳି ପୋତି ଦିଆଯାଇଥିଲା।

ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ। ମେ’ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା କରାଯିବ । ଭୁବନେଶ୍ୱରରେ ଶୀତଳଷଷ୍ଠୀ କମିଟିର ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା। ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।

ଚଳିତ ବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି ଜୋରସୋର କରାଯାଇଛି । ଦୁଇ ଦିନିଆ ରୋଷଣୀରେ ୪୦ ପ୍ରକାର ନୃତ୍ୟ ପରିବେଷଣ କରାଯିବ। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ, ଦୁଲ୍‌ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୂରୀ, କଣ୍ଢେଇ, ଘୋଡ଼ାନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ ପରିବେଷଣ କରି ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବ । ଶୀତଳଷଷ୍ଠୀ ଯାତ୍ରା ନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି କମିଟି । ଏହାସହ ରାଜ୍ୟ ସରକାର, ବିଏମସି ଓ ପୋଲିସର ସହଯୋଗ କାମନା କରିଛି।

ଡାକ୍ତରଙ୍କୁ ମାଡ଼ମାରି କାର କାଚ ଭାଙ୍ଗିଲେ ଦୃର୍ବୃତ୍ତ

ଭୁବନେଶ୍ୱର: ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ। ଡାକ୍ତର ନିଶିତ ରଞ୍ଜନ ଶତପଥୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୩ ଦୁର୍ବୃତ୍ତ ଆକ୍ରମଣ କରିବା ସହ କାର୍ ଭଙ୍ଗାରୁଜା କରିଛନ୍ତି ।
ସୂଚନା ଅନୁଯାୟୀ, ନିମାପଡା ସରଦେଇପୁର ରାସ୍ତାରେ କାରରେ ଘରକୁ ଫେରୁଥିବା ବେଳେ ବାଳକାଟୀ ବଜାର ଅଟୋଷ୍ଟାଣ୍ଡ ନିକଟରେ ହୋଇଛି ଆକ୍ରମଣ। ଗୋଟିଏ ବାଇକରେ ୩ ଜଣ ନିଶାସକ୍ତ ଯୁବକ ଆସି କାରକୁ ପ୍ରଥମେ ସାଇଡ ମାରିଥିଲେ । ଡାକ୍ତର ନିଶିତ ତାଙ୍କୁ ଗାଡି ଧୀରେ ଚଳାଇବାକୁ କହି ସେଠାରୁ ଘର ଅଭିମୁଖେ ଯାଉଥିବାବେଳେ ଦୁର୍ବୃତ୍ତ ମାନେ ଡାକ୍ତରଙ୍କ କାର ଆଗରେ ବାଇକ ରଖି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କାର କାଚକୁ ବାଡେଇ ଭାଙ୍ଗିଥିଲେ।  ଘଟଣାସ୍ଥଳରେ ବାଳକାଟି ଫାଣ୍ଡି ପୋଲିସ ଓ ପିସିଆର୍ ପହଞ୍ଚି ୨ ଜଣକୁ ଅଟକ ରଖିଥିବା ବେଳେ ଜଣେ ଫେରାର ହୋଇଛି। ଏନେଇ ଡାକ୍ତର ବାଳକାଟୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ, ଆଗାମୀ ୫ ଦିନ ପାଇଁ ସତର୍କତା ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଡକୁ ଗତି କରିବା ସହ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା ରହିଛି।

ଆଗାମୀ ୫ ଦିନ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । ଦିନେ ଦୁଇ ଦିନରେ ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଚଳିତ ବର୍ଷ ୧୭ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଆସୁଛି। ରାଜ୍ଯରେ ଏବେ ଜାରି ରହିଛି ପ୍ରାକ ମୌସୁମୀ ବର୍ଷା। ପ୍ରବଳ ବର୍ଷା ପାଇଁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି ।

ଡରାଇଲାଣି କୋଭିଡ: ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ପରେ କେନ୍ଦ୍ର ତତ୍ପର

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋଭିଡ। ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦କୁ ପହଞ୍ଚିଲାଣି । କେନ୍ଦ୍ର ସରକାର ଆଜି ଡକାଇଛନ୍ତି ଜରୁରୀ ବୈଠକ । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସହ ଭିଡିଓ କନଫରେନସିଂ ଜରିଆରେ କୋଭିଡ ସ୍ଥିତିର ସମୀକ୍ଷା କରିବେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ପରି ରାଜ୍ୟରେ ଯେପରି କୋଭିଡ ପିକରେ ରହୁଛି, ଏପରି ସ୍ଥିତିରେ କେନ୍ଦ୍ର ସରକାର ବୈଠକ ପରେ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିପାରନ୍ତି । ଆନ୍ଧ୍ର ପ୍ରଦେଶ ଓ ଦିଲ୍ଳୀ ସରକାର ପୂର୍ବରୁ ହିଁ ମାର୍ଗଦର୍ଶିକା ଜାରି କରି ସାରିଛନ୍ତି ।

କର୍ଣ୍ଣାଟକରେ ମାମଲା ବଢୁଥିବା ଦେଖି ଇଣ୍ଡିଆନ ମେଡିକାଲ ଆସୋସିଏସନର ରାଜ୍ୟ ଶାଖା ବି ମାର୍ଗଦର୍ଶିକା ଜାରି କରିଛି । ଆଇଏମଏର ମାର୍ଗଦର୍ଶିକା ଅନୁସାରେ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ଣ୍ଣାଟକ କୋଭିଡର ହଟସ୍ପଟ ପାଲଟିଲାଣି। ଦେଶର ସମସ୍ତ ଆକ୍ରାନ୍ତଙ୍କ ଭିତରୁ କେରଳରୁ ହିଁ ୪୦ ପ୍ରତିଶତ ଚିହ୍ନଟ ହୋଇଛନ୍ତି। କେରଳରେ ୪୩୦ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୧୦ ଓ ଦିଲ୍ଳୀରେ ୧୦୪ ରୋଗୀ କୋଭିଡରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି। ୭ ଜଣଙ୍କ ମୃତ୍ୟୁ ଖବର ବି ସ୍ବାସ୍ଥ୍ୟ ବିଭାଗ ପାଖରେ ଅଛି। ତାମିଲନାଡ଼ୁ ଓ ଗୁଜରାଟରେ ବି କୋଭିଡ ମାମଲା ସାମାନ୍ୟ ବୃଦ୍ଧି ପାଇଛି ।

ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇଥିବା ଏକମାତ୍ର ରୋଗୀ ସୁସ୍ଥ ଅଛନ୍ତି । ଏହି ନୂଆ ଭୂତାଣୁକୁ ଓମିକ୍ରନର ଦୁଇ ନୂଆ ସବ-ଭାରିଆଣ୍ଟ ଏନବି.୧.୮.୧ ଓ ଏଲଏଫ.୭ ଭାବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିହ୍ନଟ କରିଛି । ତେବେ ଭାରତରେ ଏବେ ବି ଜେଏନ.୧ ଷ୍ଟ୍ରେନ ସକ୍ରିୟ ରହିଛି ।

ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଜି ଆସିବ ମାମଲାର ଚୂଡ଼ାନ୍ତ ରାୟ

ବଲାଙ୍ଗୀର: ସାଢେ ସାତ ବର୍ଷ ପରେ ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଆଜି ଆସିବ ଚୂଡ଼ାନ୍ତ ରାୟ। କଣ ମିଳିବ ଅଭିଯୁକ୍ତ ପୁଂଜିଲାଲକୁ ଦଣ୍ଡ ? ବୋମା ବିସ୍ଫୋରଣରେ ବଳି ପଡିଥିବା ସୌମ୍ୟ ଶେଖର ସାହୁଙ୍କ ପରିବାରକୁ ନ୍ୟାୟ ମିଳିବ କି ? ଏହାକୁ ନେଇ ପାଟଣାଗଡ଼ ଏଡିଜେ କୋର୍ଟଙ୍କ ଚୁଡାନ୍ତ ରାୟକୁ ଅପେକ୍ଷା କରି ରହିଛି ସାରା ଓଡିଶା।

୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଂଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଂଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଂଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲେ ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ଅଦ୍ୟାବଧି ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଏଡିଜେ କୋର୍ଟ। ଏବେ ଅଭିଯୁକ୍ତ ପୁଞ୍ଜିଲାଲ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର ଜେଲରେ ରହିଛି। ଅଭିଯୁକ୍ତକୁ ଫାଶୀଦଣ୍ଡ ମିଳୁ ବୋଲି ସୌମ୍ୟଙ୍କ ପରିବାର ଦାବି କରୁଥିବା ବେଳେ ପୁଞ୍ଜିଲାଲଙ୍କ ଓକିଲ ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ଯୁକ୍ତି ବାଢିଥିଲେ।

ପୂର୍ବରୁ ପୁଞ୍ଜିଲାଲଙ୍କ ଓକିଲ ମଧ୍ୟ କ୍ରାଇମବ୍ରାଞ୍ଚର ବିସ୍ଫୋରଣ ସିନ ରିକ୍ରିଏସନ ଭିଡିଓ ଗଣମାଧ୍ୟମକୁ ଲିକ ହେବା ନେଇ ପ୍ରଶ୍ନ ଉଠାଇଥିଲେ।

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଏଥିରେ ଜଣକର ମୃତ୍ୟୁ ହୋଇଛି। ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ସଦର ଥାନା ଦୁର୍ଦ୍ଦୁରା ଗାଁରେ ଘଟିଛି ଏହି ଘଟଣା। ମୃତକ ହେଲେ ବାବୁ ସ୍ବାଇଁ । ଦୁର୍ଦ୍ଦୁରା ଗାଁର ଦୁଃଖିଶ୍ଯାମ ବଡତିଆ ଏବଂ ଭ୍ରମର ବଡତିଆ ଦୁଇଭାଇ । ଭ୍ରମର ନିଜର ଗୋଟିଏ ଯାଗାକୁ ଗାଁର ବାବୁ ସ୍ବାଇଁଙ୍କୁ ବିକ୍ରି କରିବାକୁ କଥା ଦେଇଥିଲେ। ସେହି ଜାଗାକୁ ସାନଭାଇ ଦୁଃଖିଶ୍ଯାମ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଃଖିଶ୍ଯାମ ଏବଂ ତାଙ୍କର ଦୁଇପୁଅ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ବାବୁ ସ୍ବାଇଁଙ୍କର ମୃତ୍ଯୁ ହୋଇଛି। ତାଙ୍କ ସାନଭାଇ ଅମର ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପ୍ରତିଆକ୍ରମଣରେ ଭ୍ରମର ଏବଂ ଦୁଃଖିଶ୍ଯାମଙ୍କ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି । ଅମର ସ୍ବାଇଁ , ଭ୍ରମର ବଡତିଆ ଏବଂ ମନୋଜ ବଡତିଆଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ସଦରଥାନା ଆଇଆଇସି ଏବଂ ନୟାଗଡ ଏସଡିପିଓ ମେଡିକାଲରେ ପହଞ୍ଚି ଗୁରୁତରଙ୍କୁ ପଚରାଉଚରା କରିଛନ୍ତି।

ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି

ନନ୍ଦିଘୋଷ ବ୍ୟୁରୋ: ବଢିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି। ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢିଲା ରିଟର୍ଣ୍ଣ ଫାଇଲ ଅବଧି। ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଥିଲା ଆୟକର ରିଟର୍ଣ୍ଣ ଅବଧି ସମୟ। ଏହାକୁ ଆଉ ଅଢେଇ ମାସ ବଢାଇଛି ଆୟକର ବିଭାଗ। ଏହି ନିଷ୍ପତ୍ତି ପରେ ଆୟକର ବିଭାଗକୁ ବଡ ଆଶ୍ଵସ୍ତି ମିଳିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ CBDT ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ ଅବଧି ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କରଦାତା ଯେପରି ସଠିକ ଏବଂ ନିର୍ଭୁଲ ଭାବେ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ ଏହା ସୁନିଶ୍ଚିତ କରିବାକୁ ଆୟକର ବିଭାଗ ଏହି ନିଷ୍ପତ୍ତି ନେଇଛି। ସମୟସୀମା ଅବଧି ବୃଦ୍ଧି କରିବା ନେଇ ଖୁବଶୀଘ୍ର ସିବିଡିଟି ବିଜ୍ଞପ୍ତି ଜାରି କରିବେ। ଏହି ନିଷ୍ପତ୍ତି ଦ୍ଵାର ଚାକିରି କରୁଥିବା ଏବଂ ବ୍ୟବସାୟ କରୁଥିବା କରଦାତାଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ।

ଦେଶରେ ଗତ ଏପ୍ରିଲ ପହିଲାରୁ ନୂଆ ଟାକ୍ସ ରିଜିମ ଲାଗୁ କରାଯାଇଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ନୂଆ ଟ୍ୟାକ୍ସ ବ୍ୟବସ୍ଥା ସହ କରଦାତାଙ୍କୁ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନର ମଧ୍ୟ ଲାଭ ମିଳିବ। ଏହା ଦ୍ଵାରା ଯାହାର ଆୟ ବାର୍ଷିକ ୧୨ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟରେ ରହିଛି ସେମାନଙ୍କୁ ଇନକମ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏହା ପୂର୍ବରୁ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା। ଏହାର ସବୁଠାରୁ ଅଧିକ ଫାଇଦା ମଧ୍ୟବିତ୍ତ ଶ୍ରେଣୀଙ୍କୁ ମିଳିବ। ତେବେ ଚଳିତି ଥର ଆୟକର ରିଟର୍ଣ୍ଣ ଫାଇଲରେ ୧୨ ଲକ୍ଷ ଆୟ ବ୍ୟବସ୍ଥାର ଲାଭ କରଦାତାଙ୍କୁ ମିଳିବ ନାହିଁ। ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ ବ୍ୟବସ୍ଥା ୨୦୨୫-୨୬ ଆର୍ଥିକ ବର୍ଷରେ ମିଳିବ ।

ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା

ନୂଆ ଯାତ୍ରା ପାର୍ଟି ଓଁକାରରେ ଯୋଗ ଦେଲେ ଜଲିଉଡ କମେଡିଆନ୍ ନରି ପଣ୍ଡା। ପ୍ରାୟ ଦୁଇ ମାସ ହେବ ଯାତ୍ରା ବିବାଦରେ ସେ ଛନ୍ଦି ହୋଇଥିଲେ। ତୁଳସୀ ଯାତ୍ରା ପାର୍ଟି ମାଲିକ ତାଙ୍କୁ ମାଡ଼ ମାରିବା ନରି ପଣ୍ଡା ଅଭିଯୋଗ କରିବା ପରେ ତାଙ୍କୁ ବ୍ୟାନ କରାଯାଇଥିଲା। ଏବେ ସେ ୨୦୨୫-୨୬ ସିଜନ ପାଇଁ ନୂଆ ଯାତ୍ରା ପାର୍ଟି ଓଁକାରରେ ସହିତ ଚୁକ୍ତି କରିଛନ୍ତି। ନାଣ୍ଡୁ ଙ୍କ ବିରୋଧରେ ଦେଇଥିବା FIR ଉପରେ ପୋଲିସର ଭୂମିକା ନେଇ ହସି ହସି କଟାକ୍ଷ କରିଛନ୍ତି ନରି ପଣ୍ଡା। ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ଫୋନ କଲେ ତଦନ୍ତ ଚାଲୁଥିବା କହି ଦିନ ଗଡାଉଛନ୍ତି। ଏତଲା ଦେବାକୁ ୨ ମାସ ହୋଇଗଲା। ନ୍ୟାୟ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି ନରି। ଆଇନ ଓ ପୋଲିସ ଉପରେ ଭରସା ଥିଲେ ବି ଦିନ ଗଡୁଥିବାରୁ ତଦନ୍ତ ବାଟବଣା ହେଉନି ପୁଣି ଯାତ୍ରାରେ ଅଭିନୟର ସୁଯୋଗ ପାଉଥିବାରୁ ସେ ଖୁସି। କହିଛନ୍ତି, ମୁହଁରେ ରଙ୍ଗ ବୋଳି ଲୋକଙ୍କୁ ହସାଇବି। ନାଣ୍ଡୁ ବାବୁଙ୍କ କଥା ସମୟ ବୁଝିବ ଓ ଦର୍ଶକ ହିଁ ମୋର ଭଗବାନ ବୋଲି କହିଛନ୍ତି ନରି ପଣ୍ଡା। …