ପ୍ରେମିକାର ବାହାଘର କଥା ଶୁଣି ଟ୍ରେନ ଆଗକୁ ଡେଇଁଲେ ପ୍ରେମିକ

ସୋର: ପ୍ରେମରେ ବିଫଳ ହୋଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ଆତ୍ମହତ୍ୟା ଉଦ୍ୟମ ବିଫଳ ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ ଜଣଙ୍କ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ମାର୍କୋଣା ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭଦ୍ରକ ରାହଞ୍ଜ ଅଞ୍ଚଳର ସତ୍ୟବ୍ରତ ଖିଲାର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।  ଫ୍ଲାଟଫର୍ମକୁ ଆସୁଥିବା ଏକ ମାଲବାହୀ ଟ୍ରେନ ସାମନାକୁ ହଠାତ ସତ୍ୟବ୍ରତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ  ।

ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ  । ସତ୍ୟବ୍ରତ ଭଦ୍ରକର ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିଲେ  । ସିମୁଳିଆ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା  । ତେବେ କିଛି ଦିନ ଧରି ଯୁବତୀଙ୍କ ମୋବାଇଲ ସୁଇଚ ଅଫ ଥିଲା । ଯୁବକ ଜଣଙ୍କ ତାଙ୍କୁ ଯେତେ ଯୋଗାଯୋଗ କଲୋ ମଧ୍ୟ ସେ ଫୋନର ଉତ୍ତର ଦେଉନଥିଲେ ।

ଅନ୍ୟପଟେ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ମଧ୍ୟ ସତ୍ୟବ୍ରତ ଶୁଣିବାକୁ ପାଇଲେ । ଏହି ଖବରରେ ବ୍ୟତିବ୍ୟସ୍ତ ହୋଇ ସତ୍ୟବ୍ରତ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେ ଆତ୍ମହତ୍ୟା କରିବା ପାଇଁ ଟ୍ରେନ ଆଗକୁ ଡେଇଁବା ବେଳେ ପାଖରେ ଥିବା ଲୋକମାନେ ତାଙ୍କୁ ଛିକ ସମୟରେ ଉଦ୍ଧାର କରିଥିଲେ ।

Leave a Reply