spot_img
Home Blog Page 712

ରାଜ୍ୟରୁ ଚିହ୍ନଟ ସମସ୍ତ ୫ କୋଭିଡ ରୋଗୀ ଖୋର୍ଦ୍ଧା ଜିଲ୍ଲାର

ଭୁବନେଶ୍ବର : ଧୀରେ ଧୀରେ ଖୋର୍ଦ୍ଧା ଜିଲ୍ଲା କୋଭିଡ ସ୍ପଟ ପାଲଟୁଛି । ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଗଲେ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ପାଲଟିବାର ଆଶଂକା ରହିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ହିଁ ୫ ଜଣ କୋଭିଡ ରୋଗୀ ଥିବା ରିପୋର୍ଟ ହୋଇଛି । ପର୍ବରୁ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିବା ଜଣେ ୭୬ ବର୍ଷ ବୟସ୍କ କୋ-ମରବିଡ ରୋଗୀଙ୍କ ଶରୀରରେ କୋଭିଡ ଚିହ୍ନଟ ହୋଇଥିଲା । ଜେନମ ସିକୁଏନସିଂରୁ ଜଣା ପଡ଼ଛି ଯେ ତାହା ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ । ତେବେ ଆଜି ଆଉ ଚାରି ଜଣ ସନ୍ଦିଗ୍ଧଙ୍କ ଖବର ମିଳିଛି । ଚହ୍ନଟ ହୋଇଥିବା ରୋଗୀଙ୍କ ଭିତରୁ ଜଣେ ମହିଳା ଅଛନ୍ତି । ନୂଆ ରୋଗୀଙ୍କ ଭିତରୁ ତିନି ଜଣ ଭୁବନେଶ୍ବରର ହୋଇଥିବାବେଳେ ଜଣେ ଜଟଣୀରେ ରୁହନ୍ତି । ଜଟଣୀରୁ ଚିହ୍ନଟ ହୋଇଥିବା କୋଭିଡ ରୋଗୀଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଛି । ତେବେ ଖୁବ୍ ଶୀଘ୍ର ଏହି ୪ ଜଣଙ୍କ ଆରଟିପିସିଆର ସହ ଜେନମ ସିକୁଏନସିଂ କରାଯିବ । ବହୁ ବର୍ଷରୁ ଆଣ୍ଟିଜେନ କିଟ କାର୍ଯ୍ୟକାରୀ ହୋଇ ନଥିବାରୁ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ଏହାକୁ ଆରଏମଆରସି ପଠାଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ଦେଶରେ କୋଭିଡ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟମାନଙ୍କ ସହ ବୈଠକ ଡ଼କାଇ ଥିଲେ । ହେଲେ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିବାରୁ କୌଣସି ନୂଆ ମାର୍ଗଦର୍ଶିକା ଆସି ପାରିଲା ନାହିଁ । ତେବେ ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ର ବିଭିନ୍ନ ଲକ୍ଷଣ ରହୁଛି । ଭୋକ ନ ଲାଗିବା, ଜ୍ବର, ଥଣ୍ଡା, ଗଳାରେ ସଂକ୍ରମଣ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଗ୍ୟାସ୍ଟ୍ରିକ, ବାନ୍ତି, ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଦେଉଛି । ଏହା ସେତେଟା ମାରାତ୍ମକ ନ ହୋଇଥିଲେ ସୁଦ୍ଧା ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଚଳିତ ମାସ ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ ସ୍ଥିତି ଅଣାୟତ୍ତ କରିଛି । ଏପ୍ରିଲ ମାସରେ ଥାଇଲାଣ୍ଡରେ ସଂଗକ୍ରାନ ପର୍ବ ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିବାରୁ ସଂକ୍ରମଣ ବୃଦ୍ଧି ପାଇଥିଲା । ଓଡ଼ିଶାରେ ବି ପାଖେଇ ଆସିଲାଣି ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହା ପୂର୍ବରୁ କୋଭିଡକୁ ମାତ ନ ଦିଆଗଲେ, ରଥଯାତ୍ରାରେ ବି ସଂଗକ୍ରାନ ପରି ସଂକ୍ରମଣ ଯୋଗୁଁ ବିସ୍ଫୋରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେପିର ମିଛ କାହାଣୀକୁ ସତ ଜବାବ ଦେବ ବିଜେଡି

ଭୁବନେଶ୍ବର : କାମ ଶୂନ । ପ୍ରଚାର ଓ ପ୍ରକଳ୍ପ ଘୋଷଣାରେ ବ୍ୟସ୍ତ ବିଜେପି । ବର୍ଷ ତମାମ ଉତ୍ସବ ପାଳନରେ ମସଗୁଲ ସରକାର । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କମିଛି କେନ୍ଦ୍ରୀୟ ଅନୁଦାନ, ଓଡିଶାରେ ବିକାଶ ସଂପୂର୍ଣ୍ଣ ଠପ । ନାଁ ହୋଇିଛି ରାସ୍ତାଘାଟ ନିର୍ମାଣ ନା କରାଯାଇଛି ଯୋଜନା । କେବଳ ରଙ୍ଗ ଓ ପୂର୍ବ ଯୋଜନାର ନାଁ ପରିବର୍ତ୍ତନରେ ସୀମିତ ରାଜ୍ୟ ସରକାର । ବିଜେପି ସରକାର ନିର୍ବାଚନ ପ୍ରତିଶୃତି ପାଳନରେ ବି ବିଫଳ ହୋଇଛି । ଏତେସବୁ ବିଫଳତା ଭିତରେ ରାଜ୍ୟ ସରକାର ସଫଳତାର ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେଣୁ ଏହା ସଫଳତାର ନୁହେଁ, ବିଫଳତାର ବର୍ଷପୂର୍ତ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସରକାରଙ୍କ ବିଫଳତାକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯିବ । ସେପଟେ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଣ୍ଟର କରିବ ବିଜେଡି। ଜୁନ ୧୨ ରେ ଓଡିଶା ଦେଖିବ ନୂଆ ନାଟକ। ନାଟକର ନାଁ ହେଲା ବିଜେପିର ମିଛ କାହାଣୀକୁ ବିଜେଡିର ସତ ଜବାବ । ମଇଦାନ ପଡିଛି ।  ଓଡିଶାର ଜନତା ବିଜେଡିର ସ୍ଵର ସାଜିବେ। ଘରେ ଘରେ ରାସ୍ତା ଘାଟରେ ପ୍ରଚାର କରୁଛନ୍ତି । ବିଜେଡି ଜବାବ ଦେବ, ଅପେକ୍ଷା କରନ୍ତୁ ବୋଲି ଶାସକ ବିଜେପିକୁ ସିଧାସଳଖ ଚେତାବାନୀ ଦେଇଛନ୍ତି ବିଧାୟକ ଅରୁଣ ସାହୁ ।

ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାରେ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ୩୦୦ ୟୁନିଟ ମାଗଣା ବିଜୁଳି, ସରକାର ଗଠନର ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ବେକାରୀଙ୍କୁ ନିଯୁକ୍ତି ଦେବା ଓ ଦାଦନ ବନ୍ଦ ହେବାର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେପି ସରକାର ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡାଇ ଦେଇଛି । ସେହିପରି ବରିଷ୍ଠ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶା ସ୍ବାର୍ଥକୁ ଅବହେଳା କରାଯାଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି ଏସବୁର ଜବାବ ଦେଇ କହିଛନ୍ତି, ବିଜେପି ଯେତିକି ପାରିଛି ସେତିକି କରିଛି । ବର୍ଷପୂର୍ତ୍ତି ପାଳନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ  ସଫଳତା ଓ ବିଫଳତାର ଲଢେଇ ଆରମ୍ଭ ହୋଇଛି । ବିଜେଡି ଲୋକଙ୍କ ସ୍ବର ସାଜି ସରକାରଙ୍କ ସତର ଜବାବ ଦେବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଗାଁ ଗାଁରେ ବିଜେପି ସରକାର ବିରୋଧରେ ଜନ ସଚେତନ କରିବାକୁ ଅଣ୍ଟା ଭିଡ଼ିଛି । ବିଜେପି କିନ୍ତୁ ସଫଳତାର ଗ୍ରାଣ୍ଡ ଉତ୍ସବ ପାଳନ କରିବାକୁ ବଡ ଧରଣର ସଜବାଜ ଆରମ୍ଭ କରିଛି ।

ପୋଲାଭରମ ପ୍ରକଳ୍ପ ନେଇ କେନ୍ଦ୍ରର ସମୀକ୍ଷାକୁ ବିଜେ଼ଡିର ସମାଲୋଚନା

ଭୁବନେଶ୍ବର : ପୋଲାଭରମ ସମୀକ୍ଷାକୁ ନେଇ ତେଜିଲା ରାଜନୀତି। ବିରୋଧୀ କହିଲେ ପ୍ରକଳ୍ନ  ସରିବା ପରେ କେନ୍ଦ୍ରର ସମୀକ୍ଷା। ପ୍ରକଳ୍ନରେ ଓଡିଶାର ସ୍ବାର୍ଥକୁ ଟ୍ରିପଲ ଇଂଞ୍ଜିନ ସରକାରଙ୍କ ଅଣଦେଖା। କେନ୍ଦ୍ରକୁ ବିଜେଡି ଓ କଂଗ୍ରେସର ନିଶାଣ। ପୋଲାଭରମ ପ୍ରକଳ୍ନ ଯୋଗୁଁ ଓଡିଶାର ମାଲକାନାଗିରି ଜିଲ୍ଲା ବହୁ ମାତ୍ରାରେ  କ୍ଷତିଗ୍ରସ୍ତ ହେବ। ବୁଡିଯିବ ମୋଟୁ ଅଂଚଳ। ଜଳମଗ୍ନ ହେବ ହଜାର ହଜାର ହେକ୍ଟର ଚାଷଜମି। ପ୍ରକଳ୍ନ ନକ୍ସା ପ୍ରସ୍ତୁତ ହେବା ଦିନଠାରୁ କେନ୍ଦ୍ରକୁ ଏହି  ଦାବି ଜଣାଇ ଆସିଛି ଓଡିଶା। ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି। ଓଡିଶା ପ୍ରତିବାଦ କରିବା ସତ୍ତ୍ବେ କେନ୍ଦ୍ର ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ସ୍ବତନ୍ତ୍ର ଅନୁଦାନ ଦେଇଛନ୍ତି। ପୋଲାଭରମ ପ୍ରକଳ୍ନ କାମ ସରିବା ପରେ କେନ୍ଦ୍ର ସରକାରଙ୍କ ସମୀକ୍ଷା କଟା ଘାରେ ଚୂନ ସଦୃଶ ବୋଲି କହିଛି ବିଜେଡି। ପ୍ରକଳ୍ନ ଯୋଗୁଁ ଆଦିବାସୀମାନେ ବେଶୀ କ୍ଷତିଗସ୍ତ ହେବ। ଅଧା ମାଲକାନିଗିରି ବୁଡିଯିବ। ତେଣୁ ସମୀକ୍ଷା ପରେ ଓଡିଶାର କିଛି ଭାଗ୍ୟ ପରିବର୍ତ୍ତନ ହେବ ନାହିଁ କହିଛି ବିଜେଡି। ସେପଟେ କଂଗ୍ରେସ କହିଛି ଓଡିଶାକୁ ବୁଡାଇବା ପରେ ଟ୍ରିପଲ ଇଂଜିନ ସରକାର ପୋଲାଭରମ ପ୍ରକଳ୍ନର ସମୀକ୍ଷା କରୁଛନ୍ତି। ଯାହାର କୌଣସି ମୂଲ୍ୟନାହିଁ। ଯଦି ପ୍ରଧାନମନ୍ତ୍ରୀ ଓଡିଶାର ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ତେବେ ମାଲକାନାଗିରି କ୍ଷତିଗସ୍ତମାନଙ୍କୁ ନ୍ୟାୟ ଦିଅନ୍ତୁ କହିଛି କଂଗ୍ରେସ ।

ପୋଲାଭରମ ପ୍ରକଳ୍ନ ମାମଲାରେ ସୁପ୍ରିମକୋର୍ଟ ଆଡିବନ୍ଧ ନିର୍ମାଣ ସହ ଉଚ୍ଚତା କମାଇବାକୁ ପୂର୍ବରୁ କହିଛନ୍ତି।ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ବିଜେଡି ଦାବି କରିଛି। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ଉପଯୁକ୍ତ ଯୁକ୍ତି ବାଢି କ୍ଷତିଗ୍ରସ୍ତଙ୍କୁ  ନ୍ୟାୟ ଦେବାକୁ ଦୁଇ ବିରୋଧୀ ଦାବି କରିଛନ୍ତି। ଅନ୍ୟପଟେ ଶାସକ ବିଜେପି କହିଛି ରାଜ୍ୟ ସ୍ବାର୍ଥକୁ ଗୁରୁତ୍ବ ଦେଇ ସରକାର କାମ କରୁଛନ୍ତି। ବିଶେଷଜ୍ଞ ଆକଳନ ହେଉଛି ପୋଲାଭମର ପ୍ରକଳ୍ପ ଯୋଗୁଁ ୧୦ ହଜାର ହେକ୍ଟର ଜମି ଜଳମଗ୍ନ ହେବ। ୭୦ ପ୍ରତିଶତ ଆଦିବାସୀ ଜନବସତି ପ୍ରଭାବିତ ହେବ। ମୋଟୁ ଅଚଳ ସହ ଅନେକ ଗାଁ ବୁଡିଯିବ। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଓଡିଶାକୁ ନ୍ୟାୟ ମିଳିବ କି ନାହିଁ ତାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି।

ବର୍ଷକର ସରକାରରେ ବେହାଲ ଆମ୍ବୁଲାନ୍ସ ସେବା

ନନ୍ଦିଘୋଷ ବ୍ୟୁରୋ : ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଅଟକି ଯାଉଛି ଆମ୍ବୁଲାନ୍ସ । ଡାକ୍ତରଖାନାରେ ନା ରୋଗୀ ପହଞ୍ଚୁଛନ୍ତି ନା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ପଶୁଛି ବର୍ଷା ପାଣି । ରୋଗୀ, ସହାୟକ ଓ ଷ୍ଟାଫ ସମସ୍ତେ ବେହାଲ । ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏ ଚିତ୍ର ଦେଖିଲେ ରାଜ୍ୟରେ ଜରୁରୀକାଳୀନ ସେବା କେମିତି ଚାଲିଛି, ତାହା ଜଳ ଜଳ ଦିଶୁଛି । ନବୀନ ସରକାରରେ ୧୦୮ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯାଇ ଉଚ୍ଚମାନର ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ଆମ୍ବୁଲାନ୍ସ ସେବା ବାବଦରେ ନ ଥିଲା କିଛି ଅଭିଯୋଗ । ହେଲେ ସରକାର ବଦଳିବା ପରେ ବଦଳିଗଲା ଆମ୍ବୁଲାନ୍ସ ସେବା । ଶାସନକୁ ଆସିବା ପରେ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥାକୁ ସରକାର ବଦଳାଇଦେଲେ । ଡ୍ରାଇଭର, ସହାୟକମାନଙ୍କୁ ସର୍ବନିମ୍ନ ସୁବିଧା ନ ମିଳିବାରୁ ରାସ୍ତାକୁ ଓହ୍ଲାଇଲା ସଂଘ। କିଛି କର୍ମଚାରୀଙ୍କୁ ଛଟେଇ କରିବାରୁ ତେଜିଲା ଆନ୍ଦୋଳନ। ଏମାନଙ୍କ ଦାବି ସମ୍ପୂର୍ଣ୍ଣ ପୂରଣ ହୋଇନଥିବା ବେଳେ ଏବେ ଆମ୍ବୁଲାନ୍ସର ବିକଳ ଚିତ୍ର ସାମ୍ନାକୁ ଆସିଛି।

ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସୁଥିବା ଅର୍ଥ ବାଟମାରଣା ହେଉଛି ବୋଲି କର୍ମଚାରୀ ସଂଘ ଅଭିଯୋଗ କରିଛି । ଆମ୍ବୁଲାନ୍ସ ସେବାର ମାନ ତଦାରଖ ପାଇଁ ସ୍ଵାସ୍ଥ୍ୟ ବିଭାଗର ଆନ୍ତରିକତା ନଥିବା ଭଳି ଅନୁଭବ ହେଉଛି । କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଡବଲ ଇଞ୍ଜିନର ଡବଲ ଧୋକା ବୋଲି କଂଗ୍ରେସ ଅଭିଯୋଗ କରିଛି । ନବୀନ ବାବୁଙ୍କ ଶାସନରେ ଆମ୍ବୁଲାନ୍ସ ସେବା ଭଲରେ ଚାଲୁଥିବା ବେଳେ ବିଜେପି ସରକାର ଏଥିପ୍ରତି ନଜର ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି।ବିଜୁ ସ୍ଵାସ୍ଥ୍ୟ ଯୋଜନାରୁ ବିଜେପି ସରକାର ଆୟୁଷ୍ମାନ ଯୋଜନାକୁ ବଦଳାଇବା ପରେ ସ୍ଵାସ୍ଥ୍ୟ ସେବାକୁ ନେଇ ରାଜ୍ୟର କୋଣ ଅନୁକୋଣରୁ ଅନେକ ଅଭିଯୋଗ ଆସୁଛି। ଏବେ ଆମ୍ବୁଲାନ୍ସ ସେବାର ଦୟନୀୟ ଚିତ୍ର ସାମନାକୁ ଆସିବା ପରେ ଜରୁରୀକାଳୀନ ସେବା ପାଇଁ ସରକାରଙ୍କ ଏପରି ହେୟଜ୍ଞାନକୁ ନେଇ ଖୁବ ସମାଲୋଚନା ହେଉଛି।

ଚଳିତବର୍ଷ ସଅଳ ଛୁଇଁଲା ମୌସୁମୀ, ନିର୍ଦ୍ଧାରିତ ସମୟର ୧୦ଦିନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ସକ୍ରିୟ

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆସିଲା ଖୁସି । ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାକୁ ଅଗ୍ରସର । ଚଳିତବର୍ଷ ଭଲ ବର୍ଷିବା ସହ ଚାଷ ପାଇଁ ରହିବନି ପାଣିର ଅଭାବ । ଗତବର୍ଷ ଜୁନ୍ ୮ରେ ଓଡିଶା ଛୁଇଁଥିଲା ମୌସୁମୀ । ତେବେ ଚଳିତବର୍ଷ ୧୦ ଦିନ ଆଗରୁ ମାଲକାନାଗିରି, କୋରାପୁଟ ଅଞ୍ଚଳରେ ମୌସୁମୀ ବାୟୁ ଅଗ୍ରସର ହୋଇଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳକୁ ସ୍ପର୍ଶ କରିଛି । ତେବେ ପାଗ ଅନୁକୂଳ ଥିବାରୁ ଖୁବଶୀଘ୍ର ଏହା ସାରା ଓଡ଼ିଶାରେ ସକ୍ରିୟ ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗର ସକ୍ରିୟ ରହିଛି ସୁଦୃଶ୍ଯ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଭିତରେ ଏହା ଅବପାତରେ ପରିଣତ ହୋଇ ଉତ୍ତର ଆଡକୁ ଗତି କରିବ । ପ୍ରଭାବରେ ୨ଦିନ ଯାଏଁ ରାଜ୍ଯରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ଭିତରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେଥିପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ୪୦ ରୁ ୫୦ କିମି ବେଗରେ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି । ଚଳିତବର୍ଷ ବର୍ଷା ପରିମାଣ ଅଧିକ ରହିବା ସହ ଚାଷ ପାଇଁ ପାଣିର ଅଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଆଧୁନିକ ଯନ୍ତ୍ରପାତି ନୁହେଁ, ପାରମ୍ପରିକ ମାପରେ ଚାଲିଛି ରଥ କାମ

ପୁରୀ : ମହାପ୍ରଭୁଙ୍କ ଦିବ୍ୟରଥ ଯେତିକି ଆକର୍ଷଣୀୟ ଏହାର ନିର୍ମାଣ ଶୈଳୀ ସେତିକି ଚମତ୍କାର । ଯେଉଁଠି ବଡ଼ ବଡ଼ ଇଞ୍ଜିନିୟର ଫେଲ ମାରନ୍ତି ସେଠି ପାରମ୍ପରିକ କାଠି ଓ ଆଙ୍ଗୁଳି ମାପରେ ଏହାକୁ ନିର୍ମାଣ କରନ୍ତି ମହାରଣା କାରିଗର । କୌଣସି ଆଧୁନିକ ଯନ୍ତ୍ର ବ୍ଯବହାର ନକରି ନିହାଣ, ବାରିସି ଓ କୋରା ମୁଣ୍ଡାରେ ନିର୍ମାଣ ହୁଏ ବିଶାଳ ରଥତ୍ରୟ । ଏଥିପାଇଁ ଅକ୍ଷୟ ତୃତୀୟ ଠାରୁ ପୁରୀ ରଥଖଳାରେ ପୂଜାର୍ଚ୍ଚନା କରି ନିର୍ମାଣ କରନ୍ତି ମହାରଣା ସେବାୟତ । ମହାପ୍ରଭୁଙ୍କ ଆଜ୍ଞା ଓ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇ ପାରୁଥିବା କହନ୍ତି କାରିଗର । ଶ୍ରୀଜିଉଙ୍କ ଇଛାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ସରିବ ବୋଲି ଆଶା ରଖିଛନ୍ତି ମହାରଣା ।

ଇଞ୍ଜିନିଅର ଓ ଶିଳ୍ପୀ କାରିଗର ମାନେ ରଥ ନିର୍ମାଣ ପ୍ରକ୍ରିୟା ଦେଖିଥିବା ସତ୍ୱେ ସଫଳ ହୋଇନାହାନ୍ତି ।ପାରମ୍ପରିକ ମାପ ଚୁପକୁ ନେଇ ମହାରଣା ମାନେ ପିଢ଼ି ପରେ ପିଢ଼ି ଏବେବି ରଥ ନିର୍ମାଣ କରୁଛନ୍ତି । ପୂର୍ବପୁରୁଷଙ୍କ ଶିକ୍ଷା ତଥା ସୁତା ବାଡିଆ ନୀତିକୁ ନେଇ ହାତ କାଠି ମାପ ଦ୍ୱାରା ରଥ ନିର୍ମାଣ ସଫଳ ହେଇଛି । ଏବେ ରଥଯାତ୍ରା ପାଖେଇ ଆସିଥିବାରୁ ଜୋରସୋର ଚାଲିଛି ନିର୍ମାଣ କାମ । ଚକ କାମ ସାରି ଅଖ ଓ ଦଣ୍ଡା ନିର୍ମାଣ କରୁଛନ୍ତି କାରିଗର । ରଥ ନିର୍ମାଣରେ ପାରମ୍ପରିକ ମାପ ବ୍ଯବହାର କରାଯାଉଥିବାବେଳେ କାଠ କାଟିବା ପାଇଁ କିଛିବର୍ଷ ହେଲା ସମିଲକୁ ପଠାଯାଉଛି ।

ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର, ସରିଲା ବାବା ବାଲୁଙ୍କଶ୍ବରଙ୍କ ନିର୍ବନ୍ଧ

ସମ୍ବଲପୁର : ବାବା ବାଲୁଙ୍କେଶ୍ବରଙ୍କ ସରିଲା ନିର୍ବନ୍ଧ । ପତରପେଣ୍ଡିରେ କନ୍ଯା ଅନ୍ବେଷଣ ସହ ନିର୍ବନ୍ଧ କଲେ ସପ୍ତଋଷି । ପୂଜାର୍ଚ୍ଚନା ପରେ ସମ୍ବଲପୁର ବାଲୁଙ୍କେଶ୍ବର ମହାଦେବଙ୍କ ପାଇଁ ବିଶାଳ ପଟୁଆରରେ କନ୍ଯା ଅନ୍ବେଷଣରେ ବାହାରିଥିଲେ ସପ୍ତଋଷି । ନନ୍ଦପଡ଼ାରେ ରହୁଥିବା ଝାରସୁଗୁଡ଼ା ବାସିନ୍ଦା ପ୍ରତାପ ନନ୍ଦଙ୍କ ଘରେ ପହଞ୍ଚି ତାଙ୍କ କନ୍ଯାଙ୍କୁ ଦେଖିଥିଲେ । ଦେବାଧିଦେବ ମହାଦେବଙ୍କ ମହାନତା, ଉଦାରତା, ବିଷୟରେ କନ୍ୟା ମାତାପିତାଙ୍କୁ ଅବଗତ କରାଇ ପାର୍ବତୀଙ୍କ ହାତ ମାଗିଥିଲେ । କନ୍ଯା ପିତାମାତାଙ୍କ ସମ୍ମତି ପରେ ଆରମ୍ଭ ହୋଇଥିଲା ନିର୍ବନ୍ଧ ପର୍ବ । ବର ପିତା ସର୍ଗିପତ୍ର ବିଡା ସହ କିଛି ଫଳ, ପୁଷ୍ପ କନ୍ୟା ପିତାମାତାଙ୍କୁ ପ୍ରଦାନ କରି ସ୍ଥିର କରିଥିଲେ ନିର୍ବନ୍ଧ  ।

ମହାଦେବଙ୍କ ନିର୍ବନ୍ଧ ପର୍ବରେ ଦୁଲୁକିଥିଲା ସାରା ସହର । ପଞ୍ଚ ବାଦ୍ଯ ସହ ଶଙ୍ଖ, ମହୂରୀ ଓ ପାରମ୍ପରିକ ନାଚରେ ବାହାରିଥିଲା ଶୋଭାଯାତ୍ରା । ବାବା ବାଲୁଙ୍କେଶ୍ବରଙ୍କ ନିର୍ବନ୍ଧ ସରିଥିବାବେଳେ ଝାଡୁଆପଡ଼ାର ବାବା ଲୋକନାଥ ଓ ମୁଦିପଡାର ଜାଗେଶ୍ବର ବାବାଙ୍କ ମଧ୍ଯ ପତରପେଣ୍ଡି ପାଇଁ ଦୁଲୁକୁଛି ସମ୍ବଲପୁର । ୨୯ରେ ସହରର ଅନ୍ଯ ମହାଦେବ ମନ୍ଦିରରେ ପତରପେଣ୍ଡି କରାଯିବ । ଦେବ ବିବାହରେ ସାମିଲ ହେବେ ଦେବତା, ଦାନବ, ଯକ୍ଷ, ଗନ୍ଧର୍ବ ଓ କିନ୍ନର । ନିର୍ବନ୍ଧ ସରିଥିବାରୁ ସମସ୍ତ ଦେବୀ ଦେବତାଙ୍କୁ ନିମନ୍ତ୍ରଣ କରିବେ ନୃସିଂହ ଭଗବାନ। ଏଥିପାଇଁ ପାରମ୍ପରିକ ଭାବେ ଆରମ୍ଭ ହୋଇଛି ନୃସିଂହ ନିଉତା ।

କେବେ ସରିବ କଟକ ଚଣ୍ଡୀ ମନ୍ଦିର ନବୀକରଣ କାମ ?

କଟକ : ସରୁନି କଟକ ଚଣ୍ଡୀ ମନ୍ଦିର ନବୀକରଣ କାମ । ସାଢେ ୩ ବର୍ଷ ହେଲାଣି ଠିକାଦାର ଚଳାଇଛି ମନମୁଖି କାର୍ଯ୍ଯ । ଜନସ୍ବାର୍ଥ ମାମଲା ପରେ ମଧ୍ଯ ତତ୍ପରତା ଦେଖାଉନି ପ୍ରଶାସନ । ବିପଦପୂର୍ଣ୍ଣ ନିର୍ମାଣ ଦେଇ ଯାତାୟାତ କରୁଛନ୍ତି ଶ୍ରଦ୍ଧାଳୁ । ବଢୁଛି ଅଘଟଣ ଆଶଂକା, ତେଜୁଛି ଅସନ୍ତୋଷ । କଟକର ଆରାଧ୍ଯ ଦେବୀଙ୍କ ପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଆସିଥାନ୍ତି । ହେଲେ କାମ ଚାଲୁଥିବାରୁ ସାମାନ୍ଯ ବର୍ଷାହେଲେ ମନ୍ଦିର ପରିସର କାଦୁଅ ପଚପଚ ହେଉଛି । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏପରି ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି । ଠିକାଦାର ମନମୁଖି କାମ କରୁଥିଲେ ବି ପ୍ରଶାସନ ନିରବ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ପୂର୍ବ ସରକାରଙ୍କ ସମୟରେ ମନ୍ଦିରର ସୌନ୍ଦର୍ଯ୍ଯକରଣ ପାଇଁ ପଦକ୍ଷେପ ନିଆଯାଇଥିଲା । ସରକାର ବଦଳିବା ପରେ ଧିମା ହୋଇଛି କାମ । ଏନେଇ ଚଣ୍ଡୀ ମନ୍ଧିର ସୁରକ୍ଷା କମିଟି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ଯ ରୁଜୁ କରିଛି । ମାମଲାରେ ୯ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି । କାମ ପାଇଁ ପ୍ରସ୍ତୁତ ଡିପିଆର୍ କୁ ସାର୍ବଜନୀନ କରିବାକୁ ଦାବି କରିଛି କମିଟି । ତଥାପି ବିପଦପୂର୍ଣ୍ଣ ଭାବେ କାମ ଚାଲୁଥିବାରୁ କୌଣସି ସମୟରେ ଅଘଟଣ ଘଟିବା ନେଇ ଆଶଂକା ପ୍ରକାଶ କରିଛନ୍ତି ସଂଗଠନ କର୍ମକର୍ତ୍ତା । ଆଗକୁ ବର୍ଷା ଆସୁଥିବାରୁ ତୁରନ୍ତ ପ୍ରଶାସନ ଦୃଷ୍ଟିଦେଇ କାମକୁ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି କଟକବାସୀ ।

ଲୁଟିନେଲ ୫ ଟନର ବିସ୍ଫୋରକ, ଜଙ୍ଗଲରେ ଛାଡ଼ି ଦେଲେ ଖାଲି ପେଟି

ସୁନ୍ଦରଗଡ଼ : ଲୁଟିନେଲ ୫ ଟନର ବିସ୍ଫୋରକ । ଜଙ୍ଗଲରେ ଛାଡ଼ି ଦେଲେ ଖାଲି ପେଟି । କୌଣସି ବଡ଼ ଅପରେସନ କରୁ ନାହାନ୍ତି ତ ମାଓବାଦୀ ? ଏତେ ପରିମାଣ ବିସ୍ଫୋରକ ନେଇ ଘଟାଇବେନି ତ ବଡ଼ ଅଘଟଣ ? ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ ଦେଇଛି ଲାଲ ବାହିନୀ । ସୁନ୍ଦରଗଡ଼ ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ପଥର ଖାଦାନରୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୨ଶହ ପେଟି ବିସ୍ଫୋରକ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ପଶ୍ଚିମାଞ୍ଚଳ ଡିଆଆଇଜି ବ୍ରିଜେଶ କୁମାର, ଆଇଜି ଅପରେସନ ଦୀପକ କୁମାର କରିଛନ୍ତି ତନାଘନା । ମଙ୍ଗଳବାର ବିସ୍ଫୋରକ ଲୁଟ ପରେ ଭ୍ଯାନ ଓ ଡ୍ରାଇଭରକୁ ଛାଡ଼ି ଦେଇଥିଲେ ମାଓବାଦୀ । ଜଙ୍ଗଲରୁ ଖାଲି ପେଟି ଜବତ ହୋଇଛି । ଘଟଣା ପରେ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଆତଙ୍କ ସୃଷ୍ଟି ହୋଇଛି ।

ମଙ୍ଗଳବାର ଭୋର୍ ୫ ଟାରେ ବଡଗାଁ ଥାନା ଇତମା ବାରୁଦ ଗୋଦାମରୁ ୨୫ କେଜିଆ ୨ଶହ ପ୍ୟାକେଟ ବାରୁଦ ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ଯାଇଥିଲା । ଖାଦାନରେ ପହଞ୍ଚିବା ପରେ ଡ୍ରାଇଭର ଓ ପଥର ଖଣି କର୍ମଚାରୀଙ୍କୁ ଭୟଭତ କରି ୪୦ରୁ ଅଧିକ ମାଓବାଦୀ ଭ୍ଯାନକୁ ଲୁଟି ନେଇଥିଲେ । ଏହାପରେ ଖାଲି ଗାଡି ଓ ଡ୍ରାଇଭରକୁ ଛାଡି ଦେଇଥିଲେ । ଇତମା ସ୍ଥିତ ବାରୁଦ ଗୋଦାମକୁ ଗଲାପରେ ସବୁ ତଥ୍ୟ ରଖିଛନ୍ତି ସେଠାକାର କର୍ମଚାରୀ । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଗୋଦାମକୁ ସିଲ୍ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି, ବିସ୍ଫୋରକ ଚାଲାଣବେଳେ ସୁରକ୍ଷା କାହିଁକି ସୁରକ୍ଷା ବ୍ଯବସ୍ଥା ପ୍ରତି ଧ୍ୟାନ ଦିଆଯାଇ ନଥିଲା ? ବିସ୍ଫୋରକ ପରିବହନ ପାଇଁ ପୋଲିସ ଓ ପ୍ରଶାସନର ଅନୁମତି ନିଆଯାଇ ଥିଲା ନା ନାହିଁ ? ଗୋଟିଏ ଭ୍ଯାନରେ କେଉଁ ପରିସ୍ଥିତିରେ ଏତେ ଏତେ ପରିମାଣ ବିସ୍ଫୋରକ ପଠାଯାଉଥିଲା ? ଯଦି ମାଓବାଦୀଙ୍କ ହାତରେ ଏହି ବିସ୍ଫୋରକ ପଡ଼ିଥାଏ ତେବେ ଅତ୍ଯନ୍ତ ସାଂଘାତିକ ।

ବିଏମସି କମିଶନରଙ୍କୁ ଭେଟିଲେ ଭୁବନେଶ୍ୱର ବିଜେଡି ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ବିଏମସି କମିଶନରଙ୍କୁ ଭେଟିଲେ ଭୁବନେଶ୍ୱର ବିଜେଡି ବିଧାୟକ । ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡାଙ୍କ ନେତ୍ତୃତ୍ୱରେ ଦୁଇ ବିଧାୟକ ଭେଟି ଉନ୍ନୟନ କାର୍ଯ୍ୟକ୍ରମରେ ଉଦେଶ୍ୟମୂଳକ ଭାବରେ ଡକା ନଯାଉଥିବା ଅଭିଯୋଗ କରିଛନ୍ତି ।ଭୁବନେଶ୍ୱର ୩ଟି ନିର୍ବାଚନ ମଣ୍ଡଳୀ ରହିଛି । କିନ୍ତୁ ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଛି । ନିୟମ ଅନୁସାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ ଡାକିବା କଥା । ଲୋକଙ୍କ ପାଖରେ ଉତ୍ତରଦାୟୀ ପ୍ରତିନିଧିଙ୍କୁ ଅବହେଳା କଲେ ଜନସାଧାରଣଙ୍କ ନିକଟରେ କଣ ଉତ୍ତର ରଖିବେ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚିତ ପ୍ରତିନିଧି । ଏହାକୁ ନେଇ ଏସଓପି ଖୁବଶୀଘ୍ର ଅଣାଯାଉ ବୋଲି ଦାବି କରିଛନ୍ତି । ମଧ୍ୟ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହେଉଛି । କିନ୍ତୁ ବିଧାୟକଙ୍କୁ ଡକାଯାଉନି । କର୍ପୋରେସନ ଆକ୍ଟ ବା କର୍ପୋରେସନ ମାନୁଆଲ ଅନୁସାରେ ଡକାଯିବା କଥା । ହେଲେ ଉଦ୍ଦେଶ୍ୟ ମୂଳକ ଭାବେ ଉପେକ୍ଷିତ କରାଯାଉଛି । ସେପଟେ ଅଭିଯୋଗକୁ ଗରୁତର ସହ ନେଇଛନ୍ତି କମିଶନର । ଆଗାମୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏ ସମ୍ପର୍କରେ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।