spot_img
Home Blog Page 711

ଆଜି ରଥଯାତ୍ରା ଲାଗି ଦ୍ୱିତୀୟ ସମନ୍ବୟ କମିଟି ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରା ଲାଗି ଦ୍ୱିତୀୟ ସମନ୍ବୟ କମିଟି ବୈଠକ । ଚଳିତବର୍ଷ ଜୁନ ୨୭ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଦିନ ୧୧ଟାରେ ପୁରୀ ପୌରସଦନରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ଏହା ପୂର୍ବରୁ ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ରଥ ସମନ୍ୱୟ କମିଟି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡଲାଇନ ଦିଆଯାଇଥିଲା । ଅନ୍ୟପଟେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା, ନୀତିକାନ୍ତି, ଭକ୍ତଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଆଲୋଚନା ହେବ ।

ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ସମସ୍ତ ବ୍ୟବସ୍ଥାବଳୀ ଉପରେ ବୈଠକରେ ଆଲୋଚନା ହେବ । ସେପଟେ ପ୍ରଥମ ରଥ ସମନ୍ୱୟ ବୈଠକରେ ସରକାର ପରିଚାଳନା କମିଟି ଗଠନ ନକରିବା ନେଇ ସେବାୟତମାନେ ପ୍ରଶ୍ନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ହୋହଲ୍ଲା ହୋଇଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଆହତ ଓ ଗୁରୁତରଙ୍କୁ ସ୍ୱାସ୍ଥ୍ୟ ସେବା ନମିଳିବାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ସେବାୟତ ଓ ବୁଦ୍ଧିଜୀବୀ । ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ସେତେଟା ତତ୍ପରତା ଦେଖାଇନଥିବା ଜଣାପଡିଛି ।

ରାସ୍ତା ମରାମତି,ନାଳ ସଫା,ବିଦ୍ୟୁତ,ଇତ୍ୟାଦିରେ ଅବ୍ୟବସ୍ଥା ଏବେବି ପରିଲକ୍ଷିତ ହେଉଛି । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭାଗ ଗୁଡିକ କେତେ ସକ୍ରିୟ ଅଛନ୍ତି ତାହାର ଆକ୍ସନ ପ୍ଲାନ ରିପୋର୍ଟ ଆଇନମନ୍ତ୍ରୀଙ୍କ ଆଗରେ ଦାଖଲ କରିବେ। ଆଜି ହେବାକୁ ଥିବା ବୈଠକରେ ଜିଲ୍ଲାପାଳ,ଏସପି,ବିଧାୟକ,ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ,ସେବାୟତ,ବୁଦ୍ଧିଜୀବୀ ଉପସ୍ଥିତ ରହିବେ ।

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ ; ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ । କଳାହାଣ୍ଡି ଧର୍ମଗଡକ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ୨୦୨୧ ବ୍ୟାଚ୍ IAS ହେଉଛନ୍ତି ଧୀମାନ ଚକମା । ସ୍ଥାନୀୟ ଜଣେ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଉପଜିଲ୍ଲାପାଳ । ଲାଞ୍ଚର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ । ଲାଞ୍ଚ ନଦେଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ ଉପଜିଲ୍ଲାପାଳ ।

ଅଭିଯୋଗକାରୀଙ୍କୁ ଧର୍ମଗଡ଼ସ୍ଥିତ ତାଙ୍କର ସରକାରୀ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍‌ ପିଏସ୍ କେସ୍ ନମ୍ବର ୬/୨୦୨୫, ୭ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି। ଘଟଣାର ଅଧିକ ତଦନ୍ତ ପାଇଁ ରାତିରେ ଶ୍ରୀ ଚକ୍‌ମାଙ୍କୁ ଭବାନୀପାଟଣା ଅଣାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହି ଟଙ୍କା ବାଦ ଉପଜିଲ୍ଲାପାଳଙ୍କ ଘରୁ ଆହୁରି ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି । ଆହୁରି ତଲାସି ଜାରି ରହିଛି ।

ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଶ୍ରୀ ଚକ୍‌ମା ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ

ନନ୍ଦିଘୋଷ ବ୍ୟୁରୋ: ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି । ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରିକୁ ନିଷିଦ୍ଧ କରାଯାଇଛି । ସବୁଦିନ ଲାଗି ଏହି ନିୟମ ଲାଗୁ ରହିବ ବୋଲି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିବାବେଳେ ପୁରୀବାସୀ ସ୍ବାଗତ କରିଛନ୍ତି । ତେବେ ପୂର୍ବରୁ ମନ୍ତ୍ରୀ ଅନେକ ଥର ଅନେକ ଭିନ୍ନ ଭିନ୍ନ ମତ ଦେଇଥିବାବେଳେ ଏହାକୁ ସଠିକ ପାଳନ କରାଯାଇ ନାହିଁ । ତେଣୁ ବଡ଼ଦାଣ୍ଡକୁ ଆମିଷ ମୁକ୍ତ ଓ ୨ କିଲୋମିଟର ପରିଧି ମଧ୍ୟରେ ମଦମୁକ୍ତ ପାଇଁ ସ୍ୱତ୍ରନ୍ତ୍ର ଗାଇଡଲାଇନ ଅଣାଯାଇ ନିୟମକୁ କଡାକଡି କରିବାକୁ ପରାମର୍ଶ ଦେଇଛନ୍ତି ପୁରୀବାସୀ l କେବଳ ବଡ଼ଦାଣ୍ଡ ନୁହେଁ ବେଳାଭୂମୀରୁ ମଧ୍ୟ ମଦ ଓ ଆମିଷକୁ ବନ୍ଦ କରାଯାଉ ବୋଲି ପୁରୀବାସୀ ଦାବି କରିଛନ୍ତି l

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁରେ ଅଜଣା ରୋଗ ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ଅଜଣା ରୋଗରେ ଆକ୍ରାନ୍ତ ଗ୍ରାମବାସୀ । ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ଭୟଭୀତ ଅବସ୍ଥାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁ ଲୋକେ । ଗାଁରେ ପହଞ୍ଚି ଲୋକଙ୍କୁ ସ୍ଵାସ୍ଥ୍ଯସେବା ଯୋଗାଇବା ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛନ୍ତି ଡାକ୍ତରୀ ଦଳ ।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବିନିସପୁର ଗାଁରେ ଅଜଣା ରୋଗ ଆତଙ୍କ । ଜ୍ଵର ସାଙ୍ଗକୁ ଆଣ୍ଠୁ ଗଣ୍ଠି ବିନ୍ଧା, ଗୋଡ ଝିମା ସହ ଦୁର୍ବଳ ଅନୁଭବ କରୁଛନ୍ତି ରୋଗୀ । ୫୦ରୁ ଅଧିକ ବ୍ୟକ୍ତି ଜ୍ବରରେ ପିଡୀତ ଥିବା ବେଳେ ୩ ଜଣ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଫେରିଛନ୍ତି । ଗତ କିଛି ଦିନ ହେଲା ଗାଁରେ ଜଣକ ପରେ ଜଣଙ୍କୁ ଜ୍ବର ହେବାରେ ଲାଗିଛି । ଗାଁରେ ୮୦ ପରିବାର ବସବାସ କରୁଥିବା ବେଳେ ପ୍ରତ୍ଯେକ ଘରୁ ଦୁଇରୁ ତିନି ଜଣ ଜ୍ଵରରେ ଛଟପଟ ହେଉଛନ୍ତି । ସେ ମଧ୍ୟରୁ ପ୍ରାୟ ୧୫ ରୁ ୨୦ ଜଣ ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ।

୩୫୦ ଜନସଂଖ୍ଯା ବିଶିଷ୍ଟ ବିନିସପୁର ଗାଁରେ ଏବେ ଭୟର ବାତାବରଣ ଖେଳିଯାଇଛି । ଗାଁରେ ଆଶା ଦିଦି ସମସ୍ତ ଆକ୍ରାନ୍ତଙ୍କ ରକ୍ତ ପରୀକ୍ଷା କରିଥିଲେ ସେଥିରେ ମ୍ଯାଲେରିଆ ନେଗେଟିଭି ଆସିଛି । ବର୍ତ୍ତମାନ ମେଡିକାଲ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ସ୍ଵାସ୍ଥ୍ଯସେବା ଯୋଗାଇବା ସହ ସେଚତନ କରୁଛନ୍ତି । ରକ୍ତ ନମୁନା ସଂଗ୍ରହ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ରୋଗର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।

ଆରମ୍ଭ ହୋଇପାରୁନି ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ କାମ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇପାରୁନି ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ କାମ । ଫ୍ଲାଏ ଓଭର ପାଇଁ ଜମି ଚିହ୍ନଟ, ଜନଶୁଣାଣି ସରିଛି। ବିସ୍ଥାପନ ନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ଆଗେଇ ପାରୁନି କାମ । ରେଳଫାଟକ ଯୋଗୁ ହଇରାଣ ହେଉଛନ୍ତି ଲୋକେ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କେବେ ଆରମ୍ଭ ହେବ ପୁରୀ ସାକ୍ଷୀଗୋପାଳ ରେଳ ଓଭରବ୍ରିଜ ନିର୍ମାଣ ? ରେଳ ଫାଟକ ପାଇଁ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ କେବେ ମିଳିବ ମୁକ୍ତି ? ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ନିର୍ବାଚନ ସମୟରେ ନେତା ଦେଇଥିବା ପ୍ରତିଶୃତି ପାଲଟିଛି ପାଣିରଗାର । ସାକ୍ଷୀଗୋପାଳ ରେଳ ଫାଟକ ଦେଇ ପ୍ରତିଦିନ ସତ୍ୟବାଦୀ ଓ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକେ ଯାତାୟତ କରିଥାନ୍ତି । ସ୍କୁଲ୍ କଲେଜ, ଓଡ଼ିଆ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଗୁରୁତର ରୋଗୀ, ଆମ୍ବୁଲାନ୍ସ, ଦମକଳ ଗାଡ଼ି, ପୋଲିସ ଗାଡି ଯିବା ସମୟରେ ରେଳ ଫାଟକ ପଡୁଥିବାରୁ ଗୁରୁତର ସମସ୍ୟା ହେଉଛି । ଖରାରେ, ଝାଞ୍ଜି ପବନରେ, ବର୍ଷାରେ ବହୁ ସମୟ ଧରି ରେଳ ଫାଟକରେ ଅଟକିବାକୁ ପଡୁଛି। ବେଳେବେଳେ ଏଥିପାଇଁ ଦୁର୍ଘଟଣା ବି ଘଟୁଛି। ଏସବ ସମସ୍ୟାର ଏକମାତ୍ର ସମାଧାନ ଫ୍ଲାଏ ଓଭର । ଏହାର ନିର୍ମାଣ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ବ୍ରିଟିଶ ଅମଳରୁ ସାକ୍ଷୀଗୋପାଳ ବଜାରରେ ରେଳ ଫାଟକ ନିର୍ମାଣ କରାଯାଇଥିଲା । ଏହି ରେଳ ଫାଟକ ବର୍ତ୍ତମାନ ସତ୍ୟବାଦୀ ବାସୀଙ୍କର ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି । ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜମି ଚିହ୍ନଟ ଓ କାଗଜପତ୍ର କାମ ସରିଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ପ୍ରଶାସନର ଅବହେଳା ପାଇଁ ହଇରାଣ ହେଉଛନ୍ତି ଲୋକେ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ କହିଛନ୍ତି, ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଥଇଥାନ କରି ସାକ୍ଷୀଗୋପାଳ ବଜାରରେ ତୁରନ୍ତ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ କରାଯାଉ । ନଚେତ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ।

ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଶ୍ରମିକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଶ୍ରମିକଙ୍କ ମୃତ୍ୟୁ। ବାଲେଶ୍ଵର ସୋର ଅଂଚଳରେ ଘଟିଛି ଏ ଅଘଟଣ। ପାଣିଟାଙ୍କି କାମ କରୁଥିବା ବେଳେ କରେଣ୍ଟ ଲାଗି ଯାଇଛି ୩ ଶ୍ରମିକଙ୍କ ଜୀବନ। ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ବାପି ମାଝୀ ନାମକ ବ୍ୟକ୍ତିଙ୍କ ଘର କାମ ଚାଲିଥିବାବଳେ ଘଟିଛି ଏ ଅଘଟଣ। ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି କାମ କରୁଥିଲେl ୩ ଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ତେବେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ସେମାନେ ହେଉଛନ୍ତି ବାବାଜୀ ମାଝୀ ଓ ବାପି ଦାସ। ଅନ୍ୟ ଜଣକ ପରିଚୟ ମିଳିପାରିନାହିଁ

କାନାଡ଼ାରେ ଖାଲିସ୍ତାନୀ ସମର୍ଥକଙ୍କ ଆତଙ୍କ: ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇ ନେବା ସହ ଦେଲେ ଧମକ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ବେଙ୍କୁଓ୍ବରରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ । ଆନ୍ଦୋଳନ ବେଳେ ସାମ୍ବାଦିକଙ୍କୁ କଲେ ଆକ୍ରମଣ । ଏହି ଅଭିଯୋଗ ଆକ୍ରମଣର ଶିକାର କାନାଡ଼ାଇ ସାମ୍ବାଦିକ ମୋଚା ବିଜେର୍ଗନ କରିଛନ୍ତି । ସେ କହିଛନ୍ତି, ମୁଁ ସେଠାକୁ ରିପୋର୍ଟିଂ କରିବାକୁ ଯାଇଥିଲି । ହେଲେ କିଛି ଖାଲିସ୍ତାନୀ ସମର୍ଥକ ମୋତେ ଚାରି ପଟୁ ଘେରି ଯାଇ ଧମକାଇବା ସହ ମୋ ମୋବାଇଲ ଛଡ଼ାଇ ନେଲେ । ମୁଁ ରିପୋର୍ଟିଂ ଖାଲିସ୍ତାନୀ ସମର୍ଥକ ସହି ପାରୁ ନାହାନ୍ତି । ଏହି କାରଣରୁ ସେମାନେ ମୋତେ ଆକ୍ରମଣ କରିଛନ୍ତି ।

ମୋଚା ଏଏନଆଇକୁ କହିଛନ୍ତି, ବେଙ୍କୁଓ୍ବରରେ ଖାଲିସ୍ତାନୀ ସମର୍ଥକଙ୍କ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି । ଏଠାରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକରୀଙ୍କୁ ସହିଦ କହି ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା । ମୁଁ ରିପୋର୍ଟିଂ କରୁଥିବା ବେଳେ ସେମାନେ ମୋତେ ଘେରି ଗଲେ, ଧମକାଇଲେ । ଏପରିକି ସେମାନେ ମୋତେ ଆକ୍ରମଣ ମଧ୍ୟ କରିଛନ୍ତି । ସେମାନେ ମୋ ମୋବାଇଲ ଛଡ଼ାଇ ନେଇଛନ୍ତି ।

ସେ କହିଛନ୍ତି, ଯେଉଁମାନେ ମୋତେ ଆକ୍ରମଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ କିଛିଦିନ ହେବ ଅନଲାଇନରେ ମୋତେ ହଇରାଣ କରୁଛନ୍ତି । ମୋ ପ୍ରତି ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି । ମୁଁ କେବଳ ସତ ଦେଖାଇବାକୁ କାନାଡା, ବ୍ରିଟେନ, ଆମେରିକା ଓ ନ୍ୟୁଜିଲାଣ୍ଡରେ ହେଉଥିବା ଖାଲିସ୍ତାନୀ ପ୍ରଦର୍ଶନକୁ ରିପୋର୍ଟିଂ କରିଥାଏ । ଯାହା କିଛି ଖାଲିସ୍ତାନୀ କଟ୍ଟରପନ୍ଥିଙ୍କୁ ପସନ୍ଦ ଆସୁନି । ସେମାନେ ମୋତେ ଡରାଇବା ସହ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଛନ୍ତି ।

ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ କାନାଡ଼ାର ନାଗରିକ ନୁହେଁ, ବରଂ ବ୍ରିଟେନରୁ ଆସିଥିଲା ବୋଲି ମୋଚା କହିଛନ୍ତି । ଆଗକୁ ସେ କହିଛନ୍ତି, ମୁଁ ସେଠାକୁ କେବଳ ରିପୋର୍ଟିଂ ପାଇଁ ଯାଇଥିଲି । କାହାରିଙ୍କୁ ଉତ୍ତେଜିତ କରିବା ମୋର ଉଦ୍ଦେଶ୍ୟ ନଥିଲା । ଖାଲିସ୍ତାନୀ ସମର୍ଥକଙ୍କ ଚିନ୍ତାଧାରା ହେଲା, ସେମାନଙ୍କ କଥାରେ ଯିଏ ସହମତ ନୁହେଁ, ସେମାନଙ୍କୁ ଚୁପ କରାଇ ଦେବା ।

ସୂଚନାଯୋଗ୍ୟ, ଘଟଣା ସମୟରେ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାରେ କାହାକୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି । ହେଲେ, ସାମ୍ବାଦିକଙ୍କ ଉପରେ ଆକ୍ରମଣ କାନାଡ଼ାରେ ଖାଲିସ୍ତାନୀ ଗତିବିଧି ଉପରେ ପୁଣି ଥରେ ପ୍ରଶ୍ନ ଛିଡ଼ା କରିଛି ।

ଟିମ୍ ଇଣ୍ଡିଆ ଷ୍ଟାର୍ ବ୍ୟାଟର୍ ରିଙ୍କୁ ସିଂହ ଏବଂ ସାପା ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମଧ୍ୟମ କ୍ରମ ବ୍ୟାଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଯାଇଛି । ସେ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି । ରବିବାର ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ଦି ସେଣ୍ଟ୍ରମରେ ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ରିଙ୍ଗ ସେରିମନି ହୋଇଥିଲା । ରିଙ୍କୁ ମୁଦି ପିନ୍ଧାଇବା ପରେ ପ୍ରିୟା ଭାବୁକ ହୋଇଯିବା ସହ କାନ୍ଦି ପକାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ରିଙ୍ଗ ସେରିମନିରେ ସାମଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ ଜୟା ବଚ୍ଚନ ଉପସ୍ଥିତ ରହି ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ । ସେହିପରି ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର, ପିୟୂଷ ଚାଓ୍ବଲା ଏବଂ ୟୁପି ରଣଜୀ ଟିମର ଅଧିନାୟକ ଆର୍ଯନ ଜୁୟାଲ ମଧ୍ୟ ସାମିଲ ହୋଇଥିଲେ ।

ରିଙ୍କୁଙ୍କ ହ୍ବାଇଟ୍ ଶେରଓ୍ବାନୀ ଏବଂ ପ୍ରିୟା ଗୋଲାପୀ ଡ୍ରେସ୍

ରିଙ୍ଗ ସେରିମନିରେ ରିଙ୍କୁ ହ୍ବାଇଟ୍ ଶେରଓ୍ବାନୀ ପିନ୍ଧିଥିବା ବେଳେ ପ୍ରିୟା ଏକ ଗୋଲାପୀ ଡ୍ରେସରେ ବ୍ୟୁଟି ଦିଶୁଥିଲେ । ରିଙ୍ଗ ସେରିମନି ପାଇଁ ଉଭୟ ଷ୍ଟେଜକୁ ଯିବା ପରେ ପ୍ରିୟା ଭାବୁକ ହୋଇଯାଇ କାନ୍ଦିବାକୁ ଲାଗିଥିଲେ । ଏହି ସମୟରେ ରିଙ୍କୁ ତାଙ୍କୁ ସମ୍ଭାଳି ଥିଲେ । ଏହାପରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ୩୦୦ ଅତୀଥି ଯୋଗ ଦେଇଥିଲେ । ସାପା ନେତା ରାମଗୋପାଳ ଯାଦବ, ଶିବପାଲ ସିଂହ ଯାଦବ, ସାଂସଦ ରାଜୀବ ରାୟ, ଜିୟାଉର ରହମାନ ବର୍କ, ମୋହିବୁଲ୍ଲାହ ନଦବୀ ସାମିଲ ହୋଇଥିଲେ ।

ରିଙ୍କୁ ଓ ପ୍ରିୟାଙ୍କ ସ୍ପେଶାଲ ରିଙ୍ଗ

ରିଙ୍ଗ ସେରିମୋନି ପାଇଁ ରିଙ୍କୁ ଏବଂ ପ୍ରିୟା ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ରିଙ୍ଗ ମଗାଇଥିଲେ । ପ୍ରିୟା କୋଲକାତାରୁ ଡିଜାଇନର ରିଙ୍ଗ କିଣିଥିବା ବେଳେ ରିଙ୍କୁ ମୁମ୍ବାଇରୁ ଏକ ବିଶେଷ ରିଙ୍ଗ ମଗାଇଥିଲେ । ଉଭୟଙ୍କ ମୁଦିର ମୂଲ୍ୟ ୨.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏହି ନିର୍ବନ୍ଧ ଉତ୍ସବରେ ଖାଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥିରେ ୟୁରୋପିଆନରୁ ଆରମ୍ଭ କରି ଚାଇନିଜ ଡିସ୍ ଥିଲା । ପ୍ରିୟା ନିଜ ପସନ୍ଦର ବେଙ୍ଗଲୀ ରସଗୋଲା ଏବଂ କାଜୁ ପନିର ରୋଲ୍ ଡିସରେ ସାମିଲ କରିଥିଲେ । ସେହିପରି ରିଙ୍କୁଙ୍କ ପସନ୍ଦର ପନିର ଟିକ୍କା ଓ ମଟନ ମଲାଇ ବି ମେନୁରେ ଥିଲା ।

ନଭେମ୍ବର ୧୮ରେ ବାରାଣସୀରେ ବିବାହ

ସୂଚନାଯୋଗ୍ୟ, ରିଙ୍କୁ ଏବଂ ପ୍ରିୟାଙ୍କ ବିବାହ ୧୮ ନଭେମ୍ବରକୁ ବାରାଈସୀରେ ହେବ । ଏହି ବିବାହ ଉତ୍ସବ ବହୁତ ଭବ୍ୟ ହେବାକୁ ଯାଉଛି । ଯେଉଁଥିରେ କ୍ରିକେଟ ଜଗତର ହସ୍ତିଙ୍କ ସମେତ, ଫିଲ୍ମ ଓ ବହୁ ଉଦ୍ୟୋଗପତି ବି ସାମିଲ ହେବା ବୋଲି ଜଣାପଡ଼ିଛି ।

ଟିମ୍ ଇଣ୍ଡିଆର ଅଧିନାୟକ ହେବେ କି ଶ୍ରେୟସ ଆୟର ?

ନନ୍ଦିଘୋଷ ବ୍ୟୁରୋ : ଶ୍ରେୟସ ଆୟର ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବହୁତ ଭଲ ଫର୍ମରେ ଥିଲେ  । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ସିଜିନରେ ପଞ୍ଜାବ କିଙ୍ଗସ୍ ପାଇଁ ତାଙ୍କର ଫର୍ମ ଜାରି ରଖିଥିଲେ। ମୁମ୍ବାଇର ଏହି ଡାହାଣହାତୀ ବ୍ୟାଟସମ୍ୟାନ୍ ପଞ୍ଜାବ କିଙ୍ଗସ୍ ପାଇଁ ୧୭ ମ୍ୟାଚରେ ମୋଟ ୬୦୪ ରନ କରିଥିଲେ। ଏକ ଜାତୀୟ ଗଣମାଧ୍ୟମ ଭାରତୀୟ କ୍ରିକେଟ୍ ସୂତ୍ରକୁ ଉଦ୍ଧୃତ କରି କହିଛି, ବର୍ତ୍ତମାନ ସେ କେବଳ ଏକଦିବସୀୟ ଖେଳନ୍ତି, କିନ୍ତୁ ଏହି ଆଇପିଏଲ ପରେ ଆମେ ତାଙ୍କୁ ଟି୨୦ ଆନ୍ତର୍ଜାତୀୟ ଓ ଟେଷ୍ଟରୁ ମଧ୍ୟ ଦୂରେଇ ରଖିପାରିବୁ ନାହିଁ। ଏହା ସହିତ, ସେ ଏବେ ଆନୁଷ୍ଠାନିକ ଭାବରେ ହ୍ବାଇଟ୍ ବଲ୍ ଅଧିନାୟକତ୍ୱ ଦୌଡ଼ରେ ମଧ୍ୟ ଅଛନ୍ତି।

ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ବ୍ୟତୀତ, ତାଙ୍କ ନେତୃତ୍ବ ପାଇଁ ସେ ଆଗରେ ଅଛନ୍ତି । ୨୦୧୪ ପରେ ସେ ପ୍ରଥମ ଥର ପାଇଁ ପଞ୍ଜାବ କିଙ୍ଗସକୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ । ସେ ଏବେ ହ୍ବାଇଟ ବଲ ଅଧଇନାୟକତ୍ବ ଦୌଡରେ ଅଛନ୍ତି ।

ଏପର୍ଯ୍ୟନ୍ତ ସେ ୧୪ ଟେଷ୍ଟ, ୭୦ ଦିନିକିଆ ଓ ୫୧ ଟି-୨୦ ଖେଳିଛନ୍ତି । ଆୟର ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୦୨୪ରେ ଖେଳିଥିଲେ  । ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଡିସେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଗତ ବର୍ଷ କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ ୨୦୨୪ ଟାଇଟଲ ଜିତିଥିବା ଆୟର ଘରୋଇ କ୍ରିକେଟରେ ଅଧିନାୟକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  । ତଥାପି ତାଙ୍କୁ କେବେ ବି ଖେଳର କୌଣସି ଫର୍ମାଟରେ ଭାରତୀୟ ପୁରୁଷ ଦଳର ଅଧିନାୟକ ହେବାର ସୁଯୋଗ ମିଳିନାହିଁ।

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ନିର୍ବନ୍ଧରେ କିଏ କିଏ ଯୋଗଦେବେ ?

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସପା ସାଂସଦ ପ୍ରିୟା ସରୋଜଙ୍କ ରିଙ୍ଗ ସେରିମନୀ ଆଜି ଲକ୍ଷ୍ନୌର ଏକ ଫାଇବ ଷ୍ଟାର ହୋଟେଲରେ ହେବ । ଏହି କାର୍ଯ୍ୟକ୍ରମରେ ୩ ଶହରୁ ଅଧିକ ଅତିଥି ଯୋଗଦବୋର କାର୍ଯ୍ୟକ୍ରମ ରହିଛି । ଦୁଇ ପରିବାରର ସଦସ୍ୟ ଲକ୍ଷ୍ନୌ ପହଞ୍ଚିବା ପରେ ଅଲଗା ଅଲଗା ସ୍ଥାନରେ ରହିଛନ୍ତି । ଏହି ସେରିମନୀରେ ବହୁ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିବ  । ଏହି ଅବସରରେ କ୍ରିକେଟରଙ୍କୁ ମଧ୍ୟ ଯୋଗଦେବେ । ରିଙ୍କୁ ସିଂହ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲରେ ଖେଳୁଛନ୍ତି । ପ୍ରିୟା ସରୋଜ ମଛଲିସହରର ସାଂସଦ ଅଛନ୍ତି । ଦୁଇ ଜଣଙ୍କ ବାହାଘର ୧୮ ନଭେମ୍ବରରେ ହେବ ।

ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ରିଙ୍ଗ ସେରିମନୀରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସାଂସଦ ଡିମ୍ପଲ ଯାଦବ, ଜୟା ବଚ୍ଚନ, ସାଂସଦ ଇକରା ହାସନ ଓ ଅନେକ କେନ୍ଦ୍ରମନ୍ତ୍ରୀ ସାମିଲ ଅଛନ୍ତି। ଏହା ବ୍ୟତୀତ ରିଙ୍କୁ ସିଂହଙ୍କ ସହିତ ଖେଳିଥିବା ଟିମ୍ ଇଣ୍ଡିଆର ଅନେକ କ୍ରିକେଟରଙ୍କୁ ମଧ୍ୟ ଏହି ସମାରୋହରେ ଦେଖିବାକୁ ମିଳିବ।

ରିଙ୍ଗ ସେରିବନୀ ପାଇଁ ଉଭୟ ପରିବାରର ପ୍ରସ୍ତୁତି ଶେଷ ହୋଇଯାଇଛି। ପ୍ରିୟା ସରୋଜ ଦିଲ୍ଲୀର ଜଣେ ପ୍ରସିଦ୍ଧ ଡିଜାଇନରଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ତାଙ୍କର ଲେହେଙ୍ଗା କରାଇଛନ୍ତି। ସେ କୋଲକାତାରୁ ମୁଦି କିଣିଛନ୍ତି। ଷ୍ଟାର କ୍ରିକେଟର ରିଙ୍କୁ ସିଂହ ମୁମ୍ବାଇରୁ ମୁଦି କିଣିଛନ୍ତି। ରିଙ୍କ ସେରିବନୀ ପୂର୍ବରୁ, ରିଙ୍କୁ ସିଂହଙ୍କ ପରିବାର ଆଲିଗଡ଼ର ମହୁଆ ଖେଡାରେ ୩.୫ କୋଟି ଟଙ୍କାର ଏକ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇଛନ୍ତି। ବିବାହ ପରେ ପ୍ରିୟା ସରୋଜ ମଧ୍ୟ ଏହି ବଙ୍ଗଳାରେ ରହିବେ। କିଛି ଦିନ ପୂର୍ବରୁ ପ୍ରିୟା ତାଙ୍କ ପରିବାର ସହିତ ଏହି ଘର ଦେଖିବାକୁ ଆସିଥିଲେ।

ରିଙ୍କୁ ଓ ପ୍ରିୟାଙ୍କ ବାହାଘର ୧୮ ନଭେମ୍ବରରେ ବାରଣାସୀର ଏକ ହୋଟେଲରେ ହେବ । ଏହି ଉତ୍ସବରେ କ୍ରିକେଟର, ଫିଲ୍ମ ତାରକା ଓ ଶିଳ୍ପପତିମାନେ ଯୋଗ ଦେଇପାରନ୍ତି । ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଜୋରସୋରରେ ଚାଳିଛି ।