spot_img
Home Blog Page 7085

ଅମ୍ଫାନ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା…

ଭୁବନେଶ୍ୱର: ଆଇଏମ୍‌ଡିର ପୂର୍ବ ସୂଚନା ମୁତାବକ ଅମ୍ଫାନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ତେବେ ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି । ଗତ ରାତିରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ସର୍ବାଧିକ ବର୍ଷା ପାରାଦୀପରେ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କର ସୂଚନା ଅନୁଯାୟୀ ପାରିଦୀପରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅମ୍ଫାନ ଏବେ ପାରଦୀପଠାରୁ ୧୨୫ କିଲୋମିଟର ଦୂରରେ ଥିବା ବେଳେ ଦୀଘା ଠାରୁ ୨୪୦ କିଲୋମିଟର ଦୂରରେ ରହିଛି  । ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପାରାଦୀପରେ ଏବେ ୧୧୦ କିଲୋମିଟର ବେଗରେ ପବନ ବହୁଥିବାରୁ ପାରାଦୀପରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେପଟେ ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ଲାଗି ରହିଛି । ଉଦୟ ପୁର ପାଖ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାର ଲୋକେ ଡ଼ରିଯାଇଛନ୍ତି । ଯାହାପାଇଁ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇଯାଛନ୍ତି ।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

ଆଜି ବ୍ୟବସାୟରେ ଲାଭବାନ ହେବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ମେ ୨୦,୨୦୨୦ ମସିହା, ବୃଷ ୭ ଦିନ, ବୈଶାଖ ୩୦ ଦିନ

୧୯୪୨ ଶକାଦ୍ଦଂ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ, ବୁଧବାର

ଅଶ୍ୱିନୀ ନକ୍ଷତ୍ର, ମେଷରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ରହିବେ ଦକ୍ଷିଣରେ ରାତି ୭ଟା ୪୫ ପର୍ଯ୍ୟନ୍ତ ପରେ ପଶ୍ଚିମରେ ରହିବେ

ଘାତଚନ୍ଦ୍ର-  ମେଷ ରାଶି

ଘାତବାର- କର୍କଟ ରାଶିର

ଶୁଭ ସମୟ- ସକାଳ ୭ଟା ୪୮ ପରେ ଏବଂ ସକାଳ ୯ଟା ୩୨ ମଧ୍ୟରେ

ଦିନ ୨ଟା ୪୭ରୁ ସନ୍ଧ୍ୟା ୫ଟା ୨୪

ଅଶୁଭ ସମୟ- ଦିନ ୧୧ଟା ୪୩ ରୁ ଦିନ ୧ଟା ୨୧ ମଧ୍ୟରେ

ଆଜି ବାଇଗଣ ଖାଇବା ମନା

ମେଷ

ଅଶ୍ୱିନୀ- ଯଦି କୈାଣସି ବିଷୟରେ ଗବେଷଣା କରୁଛନ୍ତି ତେବେ ସଫଳତା ପାଇବେ

ଦ୍ୱିଜା- ଅନେକ କଥାକୁ ନେଇ ମନରେ ତିକ୍ତତା ଆସିପାରେ, ଶାନ୍ତ ରହିବେ

କୃତ୍ତିକା- ଆପଣଙ୍କ ବ୍ୟବସାୟରେ ଆଜି ଲାଭର ଯୋଗ ରହିଛି

ପ୍ରଭୁଶ୍ରୀରାମଙ୍କ ନାମ କାଗଜରେ ୧୦୮ ଥର ଲେଖନ୍ତୁ

ବୃଷ

କୃତ୍ତିକା ବୃଷ- କଳାକ୍ଷେତ୍ରରେ ରହିଥିଲେ ସେଥିରେ ପ୍ରଶଂସା ପାଇବେ

ରୋହିଣୀ- ବାହାର ସ୍ଥାନରୁ କିଛି ଖୁସି ଖବର ପାଇପାରନ୍ତି

ମୃଗଶିରା- ଦିନଟିକୁ ଜଗନ୍ତୁ, କିଛି ମୂଲ୍ୟବାନ ବସ୍ତୁ ଚୋରିହେବାର ସମ୍ଭାବନା ରହିଛି

ମହୁ ଜଳ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

ମିଥୁନ

ମୃଗଶିରା ମିଥୁନ-  ଅଚାନକ ଧନଲାଭ ହୋଇପାରେ

ଆର୍ଦ୍ରା- ଖେଳ କ୍ଷେତ୍ରରେ ରହିବା ବ୍ୟକ୍ତିଙ୍କର ଉନ୍ନତି ହେବ

ପୁନର୍ବସୁ- ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ହେବ

କାଗଜରେ ସ୍ୱସ୍ତିକ‌ ଚିହ୍ନ ଆଙ୍କି ପାଖରେ ରଖନ୍ତୁ

କର୍କଟ

ପୁନର୍ବସୁ – କିଛି ନୂତନ କାମ ପାଇପାରନ୍ତି,ଏହାର ଫାଇଦା ନିଅନ୍ତୁ

ପୁଷ୍ୟ।- ସରକାରୀସ୍ତରରୁ କିଛି ସାହାଯ୍ୟ ପାଇପାରନ୍ତି

ଅଶ୍ଳେଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି

ମସୁର ଡାଲି ପ୍ରବାହିତ ଜଳରେ ବିସର୍ଜନ କରନ୍ତୁ

ସିଂହ

ମଘାସିଂହ- ଶିକ୍ଷା  କ୍ଷେତ୍ରରେ ଉନ୍ନତି କରିବେ, ଭାଗ୍ୟ ସହଯୋଗ କରିବ

ପୂର୍ବାଷାଢା- ନିଜ ଗୁରୁଙ୍କ ଠାରୁ ଆଶିର୍ବାଦ୍‌ ନିଅନ୍ତୁ, ସଫଳତା ପାଇବ

ଉତ୍ତରଷାଢା- ପିତାଙ୍କ ସଫଳତାରେ ପରିବାରରେ ଖୁସି ରହିବ

କିଛି ଚନ୍ଦନ ନାଭିରେ ଲଗାନ୍ତୁ

କନ୍ୟା

ଉତ୍ତରାଷାଢା-  ଶରୀର ଅସୁସ୍ଥ ରହିପାରେ, ଜଗିରଖି ଚଳନ୍ତୁ

ହସ୍ତା- ମା’ଙ୍କ ସହିତ ମନୋମାଳିନ୍ୟ ହୋଇପାରେ

ଚିତ୍ରା- ଯଦି କୈାଣସି ସ୍ଥାନକୁ ଯାତ୍ରା କରିବାର ଅଛି, ତେବେ ତାହାକୁ ବନ୍ଦ କରନ୍ତୁ

ଶିବ ଲିଙ୍ଗରେ ଲହୁଣୀ ଅର୍ପଣ କରନ୍ତୁ

ତୁଳା

ଚିତ୍ରା – ପରିବାରରେ ଥିବା ସମସ୍ୟାର ସମାଧାନ ହୋଇଯିବ

ସ୍ୱାତୀ- ଖାଦ୍ୟ ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭର ଯୋଗ ରହିଛି

ବିଶାଖା- ପତିଙ୍କ ଠାରୁ କିଛି ଉପହାର ପାଇପାରନ୍ତି, ଖୁସିରେ ରହିବେ

ଗୋମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ

ବିଛା

ବିଶାଖା ବିଛା- କେହି ଶତୃ ଭଳି ବ୍ୟବହାର କରିପାରନ୍ତି, ଅଶାନ୍ତିରେ ରହିବେ

ଅନୁରାଧା- ପରିଶ୍ରମ ଅଧିକ ରହିଲେ ମଧ୍ୟ ତାହା ଲାଭଦାୟକ ରହିବ

ଜ୍ୟୋଷ୍ଠା- ଶରୀରରେ ଥଣ୍ଡା ସମସ୍ୟା ଯୋଗୁ ମନ ଅଶାନ୍ତିରେ ରହିବେ

ଗୋଟିଏ ଲେମ୍ବୁକୁ ନିଜ ମୁଣ୍ଡ ଉପରେ ବୁଲାଇ ଦକ୍ଷିଣ ଦିଗକୁ ଫୋପାଡି ଦିଅନ୍ତୁ

ଧନୁ

ମୂଳା- ସନ୍ତାନମାନଙ୍କ ଖୁସିରେ ଆନନ୍ଦିତ ହେବେ

ପୂର୍ବାଷାଢା- କିଛି ନୂତନ ବସ୍ତ୍ର,ଅଳଙ୍କାର ଉପହାର ପାଇପାରନ୍ତି

ଉତ୍ତରାଷାଢା- କିଛି ନୂଆ ବନ୍ଧୁ ଜୀବନରେ ଆସିବେ

ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ

ମକର

ଉତ୍ତରାଷାଢା- ଘର କାମ ପାଇଁ ଭଲ ସମୟ ରହିଛି

ଶ୍ରବଣା-  କୈାଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଆସିପାରେ

ଧନିଷ୍ଠା- ପରିବାରର ଅର୍ଥ ସାହାଯ୍ୟରେ ବାକି କାମ ସବୁ ଆଗେଇଯିବ

ପାରାକୁ କିଛି ଖାଦ୍ୟ ଦିଅନ୍ତୁ

କୁମ୍ଭ

ଧନିଷ୍ଠା – କାହା ସହ ଝଗଡା ହୋଇପାରେ, ଦିନଟିକୁ ଜଗିରଖି ଚଳନ୍ତୁ,

ଶତଭିଷା- ସଭାସମିତିରେ ଜଗିରଖି କଥା କୁହନ୍ତୁ, ଅପମାନିତ ହୋଇପାରନ୍ତି

ପୂର୍ବଭାଦ୍ରପଦ-  ଖାଦ୍ୟ କଷ୍ଟ ରହିଛି, ଉପବାସ ରହିପାରନ୍ତି

ତୁଳସୀ ପତ୍ର କିଛି ପାଖରେ ରଖନ୍ତୁ

ମୀନ

ପୂର୍ବଭାଦ୍ରପଦ -କୈାଣସି କଥାକୁ ନ ଜାଣି କିଛି ଦସ୍ତଖତ କରନ୍ତୁ ନାହିଁ

ଉତ୍ତରାଭାଦ୍ରପଦ – ଗୁରୁଜନଙ୍କ ଠାରୁ ଆଶୀର୍ବାଦ୍‌ ପାଇବେ

ରେବତୀ- ଆପଣ ଠକାମିରେ ଶିକାର ହୋଇପାରନ୍ତି, ସତର୍କ ରୁହନ୍ତୁ

ବେଲଗଛକୁ ପରିକ୍ରମା କରନ୍ତୁ

ଜ୍ୟୋତିର୍ବୀଦ‌ ପ୍ରଜ୍ଞା ତ୍ରିପାଠୀ
ଯ଼ୋଗାଯ଼ୋଗ-8984684801

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

ଭୁବନେଶ୍ୱର: ବାତ୍ୟା ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଗତକାଲି ରାତି ଗୋଟାଏ ସୁଦ୍ଧା ୧ ଲକ୍ଷ ୧୯ ହଜାର ୭୫ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲାର ୨୧୧ ଆଶ୍ରୟସ୍ଥଳୀକୁ ୨୩ହଜାର ୧୪୨ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ଭଦ୍ରକର ୩୬୬ଟି  ବାତ୍ୟା ଆଶ୍ରୟସ୍ଥଳୀକୁ ୨୬ ହଜାର ୧୭୪, କଟକର ୭୬ ବାତ୍ୟା ଆଶ୍ରୟସ୍ଥଳୀକୁ ୩ହଜାର ୯୩୮, ଗଜପତିର ୧୧ ଆଶ୍ରୟସ୍ଥଳୀକୁ ୧୪ଶହ ୯୫ ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ସେହିପରି ଜଗତସିଂହପୁରର ୧୧୨ ଆଶ୍ରୟସ୍ଥଳୀକୁ ୯ହଜାର ୭୬, ଯାଜପୁରର ୧୫୧ ଆଶ୍ରୟସ୍ଥଳୀକୁ ୭ହଜାର ୧୪୦, କେନ୍ଦ୍ରାପଡ଼ାରେ ୩୨ହଜାର ୬୦ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରେ ୯୨, ଖୋର୍ଦ୍ଧାରୁ ୧୩୮୫, ମୟୂରଭଞ୍ଜରେ ୫ହଜାର ୨ଶହ ଏବଂ ପୁରୀରେ ୯ହଜାର ୩ଶହ ୭୩ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଅମ୍ଫାନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ପ୍ରବଳ ବେଗରେ ସ୍ଥଳପଥକୁ ମାଡ଼ି ଆସୁଛି ବାତ୍ୟା ଅମ୍ପାନ । ଅମ୍ଫାନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା କାଲି ଠାରୁ ପବନ ହେବା ସହ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି । ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ରର ସୂଚନା ରହିଛି । ତେବେ ବାତ୍ୟା ପ୍ରଭାବରେ ଭୋଗରାଇ, ତାଳସାରୀ ସମେତ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ ସମେତ ଉପକୂଳରରେ ବାତ୍ୟାର ପ୍ରଭାବ  ଅଧିକ ରହିବ । ଅନ୍ୟପଟେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଗତ ରାତି ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହିବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେହିପରି କରୋନା ସଂକ୍ରମଣରୁ ବଞ୍ଚିବାକୁ ମାସ୍କ ପିନ୍ଧିବାକୁ ଏସଆରସି ଅନୁରୋଧ କରିଛନ୍ତି । ସରକାରୀ ନିୟମ ମାନି ବାହାରକୁ ନଯିବା, ବାତ୍ୟାବେଳେ ଆମ୍ବ, ନଡିଆ ଗୋଟାଇବାକୁ ନ ଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁକାବିଲା ପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି ।

ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ… ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା, ଉପକୂଳରେ ଦେଖାଇଲାଣି ପ୍ରଭାବ । ମହାବାତ୍ୟା ପରେ ବଙ୍ଗୋପସାଗରରେ ଦ୍ୱତୀୟ ମହାବାତ୍ୟା ଅମ୍ଫାନ ତାଣ୍ଡବ ରଚିବାକୁ ଯାଉଛି । ବର୍ତ୍ତମାନ ପାରାଦୀପଠାରୁ ୧୫୫ କିମି ଦୂରରେ ରହିଛି ଅମ୍ଫାନ୍‌ । ସେହିପରି ଦୀଘାରୁ ୨୮୦ ଓ ବାଙ୍ଗଲାଦେଶରୁ ୪୨୫ କିମି ଦୂରରେ ରହିଛି  । ଘଣ୍ଟା ପ୍ରତି ୧୧ କିମି ବେଗରେ ଏହା ସ୍ଥଳଭାଗ ଆଡକୁ ଆସୁଛି। ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ମଧ୍ୟରେ ରହିପାରେ । ତେବେ ଅମ୍ଫାନ ସୁପର ସାଇକ୍ଲୋନରୁ ସାମାନ୍ୟ ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି ।

ପ୍ରଭାବରେ ଉପକୂଳ ଓଡିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରେ ୭୫ ରୁ ୮୫ କମି ବେଗରେ ପବନ ବୋହିବା ସହ ବର୍ଷା ଜାରି ରହିଛି । ଅନ୍ୟପଟେ ବାତ୍ୟା ଅମ୍ଫାନ ୬ ଜିଲ୍ଲାର କ୍ଷୟକ୍ଷତି ଘଟାଇବ । ଚାଳଛପର ଉଡାଇବା ସହ ଓପାଡିବ ଗଛ ଓ ବିଦ୍ୟୁତ ଖୁଣ୍ଟି । ବାତ୍ୟା ଯୋଗୁ କଚ୍ଚା ଓ ପକ୍କା ରାସ୍ତା ପ୍ରଭାବିତ ହେବାକୁ ଥିବା ବେଳେ ରେଳପଥ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ବ୍ୟାପକ ଫସଲ ନଷ୍ଟ ହେବାର ଆକଳନ କରିଛି ପାଣିପାଗ ବିଭାଗ । ପାରାଦୀପ  ଓ ଧାମରା ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି ପୁରୀ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ ।

ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ଅନେଶତ ବାତ୍ୟା  ଭଳି କରାଳ ରୂପ ଦେଖାଇବ ଅମ୍ଫାନ  । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

କରୋନା କାଳରେ ଭଲ ଖବର : ଆମେରିକାରେ ସଫଳ ହେଲା ମଣିଷ ଉପରେ ଟୀକାର ପରୀକ୍ଷଣ !

ୱାସିଂଟନ:  କୋରୋନା କୋପକୁ ଦୂରେଇବାକୁ ଆସିଲା ଏକ ଭଲ ଖବର । ଆମେରିକାରେ ସଫଳ ହେଲା ଟୀକା ପରୀକ୍ଷଣ । ଆମେରିକାରେ ଏକ ଟୀକାର ସଫଳତା ପରେ ଲୋକଙ୍କୁ ମିଳିଛି ଆଶ୍ୱସ୍ଥି । ଔଷଧ କମ୍ପାନୀ ମାଡର୍ଣ୍ଣା ସୋମବାର ଦିନ କହିଛି ଯେ, ସେ ୮ଜଣଙ୍କ ଉପରେ ଏହି ଟୀକାର ପରୀକ୍ଷଣ କରିଥିଲା ଯାହାର ଫଳାଫଳ ସକାରତ୍ମକ ଆସିଛି । ଆମେରିକାର ଏହା ହୋଇଛି ପ୍ରଥମ ଟୀକା ଯାହା ମଣିଷ ଉପରେ ପ୍ରୟୋଗ କରାଯାଇଛି ।

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ଆମେରିକାର ଏହା ହୋଉଛି ପ୍ରଥମ ଟୀକା ଯାହା ମଣିଷ ଉପରେ ପ୍ରୟୋଗ କରାଯାଇଛି । ମାର୍ଚ୍ଚ ମାସ ଆରମ୍ଭରୁ ୮ଜଣ ସଂକ୍ରମିତଙ୍କୁ ଏହି ଟୀକା ଦିଆଯାଇଥିଲା । ସବୁ ଲୋକଙ୍କୁ ଟୀକାର ୨ଟି ଡୋଜ ଦିଆଯାଇଥିଲା । ଔଷଧ କମ୍ପାନୀର କହିବା ଅନୁସାରେ, ଏହି ଟୀକା ସୁରକ୍ଷିତ ଜଣାପଡ଼ୁଛି ଏବଂ ଏହା ଭାଇରସ୍ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଦେଖାଯାଇଛି । କମ୍ପାନୀର ଏହି ଦାବି ପରେ ଶେୟାର ବଜାରରେ ଏହାର ମୁଲ୍ୟ ବୃଦ୍ଧି ପାଇଛି  ।

ଯଦିଓ କମ୍ପାନୀ ପରୀକ୍ଷଣ ସମୟରେ ସ୍ୱସ୍ଥ ବାଲେଂଟିୟରସ ଟୀକାର ଡୋଜ ଦେଇଥିଲା । ଏହାପରେ ସେହି ଲୋକମାନଙ୍କ ଶରୀରରେ ଯେଉଁ ଆଣ୍ଟିବଡ଼ି ମିଳିଲା, ଲ୍ୟାବରେ ମଣିଷର କୋଷରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ଦେଖାଗଲା ଯେ, ଆଣ୍ଟିବଡ଼ି ଭାଇରସର ବୃଦ୍ଧିକୁ ରୋକିବାରେ ସକ୍ଷମ ହେଉଛି ।

ଟୀକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ ଯେଉଁ ଆଣ୍ଟିବଡ଼ିର ସ୍ତର ମିଳିଥିଲା ତାହା ସେତିକ ହିଁ ଥିଲା ଯେତିକି କରୋନା ଭାଇରସରୁ ସୁସ୍ଥ ହେଉଥିବା ରୋଗୀଙ୍କ ଠାରେ ଦେଖା ଦେଇଥାଏ । ଯଦିଓ ଟୀକା ବିଷୟରେ ଏବେ ପର୍ଯ୍ୟନ୍ତ ସୀମିକ ସୂଚନା ମିଳିଛି ଏବଂ ଏହି କାରଣରୁ ଏବେ ଏହାର ସଫଳତା ଉପରେ ଅନିଶ୍ଚିନ୍ତତା ଦେଖା ଦେଇଛି ।

ମାଡର୍ଣ୍ଣା କମ୍ପାନୀ କହିଛି ଯେ ସେ ଦ୍ୱିତୀୟ ପର୍ଯ୍ୟାୟରେ ୬୦୦ଲୋକଙ୍କ ଠାରେ ଏହି ପରୀକ୍ଷଣ କରିବାକୁ ଚାହୁଁଛି ।  ଜୁଲାଇରୁ ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ୧ ହଜାର ଲୋକଙ୍କୁ ସାମିଲ କରାଯିବ । ଏହା ସହ  ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷଣ ଯଦି ସଫଳ ହେବ ତେବେ ଟୀକା ଏହି ବର୍ଷ ଶେଷ  ଆଡ଼କୁ କିମ୍ବା ୨୦୨୧ର ଆରମ୍ଭରୁ  ବ୍ୟାପକ  ପରିମାଣରେ  ଉପଲବ୍ଧ ହେବ ।

ହ୍ୱାଟସଆପରେ ନୱାଜୁଦ୍ଦୀନ ସିଦ୍ଦୀକୀଙ୍କୁ ତାଙ୍କ ସ୍ତ୍ରୀ ପଠାଇଲେ ଛାଡ଼ପତ୍ର ନୋଟିସ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ନୱାଜୁଦ୍ଦୀନ ସିଦ୍ଦୀକୀ ନିଜ ଫିଲ୍ମ ଏବଂ ଆକ୍ଟିଂକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟିଥାନ୍ତି । କିନ୍ତୁ ନିକଟରେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ନୱାଜୁଦ୍ଦୀନ ସିଦ୍ଦୀକୀଙ୍କ ପତ୍ନୀ ଆଲିଆ ସିଦ୍ଦୀକୀ ତାଙ୍କୁ ଛାଡ଼ପତ୍ରର ନୋଟିସ ପଠାଇ ଭରଣ ପୋଷଣ ଏବଂ ଛାଡ଼ପତ୍ରର ଦାବି କରିଛନ୍ତି । ଆଲିଆଙ୍କ (ଅଞ୍ଜଲି) ଓକିଲ ଅଭୟ ସହାୟଙ୍କ ସୂଚନା ମୁତାବକ କରୋନା ଭାଇରସ ମହାମାରୀ ମଧ୍ୟରେ ସ୍ପିଡ୍ ପୋଷ୍ଟର ସୁବିଧା ଉପଲବ୍ଧ ନଥିବାରୁ ନୱାଜୁଦ୍ଦିନଙ୍କୁ ଏହି ନୋଟିସ୍ ଇ-ମେଲ୍ ଏବଂ ହ୍ୱାଟସ୍-ଆପ ଜରିଆରେ ମେ’ ୭ ତାରିଖ ଦିନ ପଠାଯାଇଥିଲା । ତେବେ ମୱାଜୁଦ୍ଦୀନଙ୍କ ତରଫରୁ ଏହି ଇ-ମେଲର କୌଣସି ଉତ୍ତର ମିଳିନଥିବା ଆଲିଆଙ୍କ ଓକିଲ ସୂଚନା ଦେଇଛନ୍ତି ।

ଜଣାଇ ରଖୁଛୁ ଯେ, ନୱାଜୁଦ୍ଦୀନ ଏବଂ ଆଲିଆଙ୍କ ବିବାହ ୨୦୦୯ ରେ ହୋଇଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହା ପୂର୍ବରୁ ନୱାଜୁଦ୍ଦୀନଙ୍କ ବିବାହ ଶିୱାଙ୍କ ସହିତ ହୋଇଥିଲା କିନ୍ତୁ ତାଙ୍କ ବିବାହ ଖୁବ କମ ସମୟ ପାଇଁ ଚାଲିଥିଲା ।

ଅନ୍ୟପଟେ, ୪୫ ବର୍ଷୀୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦୀକୀ ବର୍ତ୍ତମାନ ନିଜ ପରିବାର ସହ ଅଛନ୍ତି । ସେ ମେ’ ୧୨ ତାରିଖ ରେ ଉତ୍ତର ପ୍ରଦେଶର ବୁଢ଼ାନାକୁ ଚାଲିଯାଇଥିଲେ । ନୱାଜୁଦ୍ଦିନଙ୍କ ସାନ ଭଉଣୀଙ୍କ ଦେହାନ୍ତ ପରେ ତାଙ୍କ ମାଆ ଚିନ୍ତାରେ ରହୁଥିଲେ । ତେଣୁ ତାଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବୁଝିବା ପାଇଁ ନୱାଜୁଦ୍ଦିନ ଗାଁକୁ ଯାଇଥିଲେ ।