ଅମ୍ଫାନ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା…

ଭୁବନେଶ୍ୱର: ଆଇଏମ୍‌ଡିର ପୂର୍ବ ସୂଚନା ମୁତାବକ ଅମ୍ଫାନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । ତେବେ ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି । ଗତ ରାତିରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ସର୍ବାଧିକ ବର୍ଷା ପାରାଦୀପରେ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କର ସୂଚନା ଅନୁଯାୟୀ ପାରିଦୀପରେ ସର୍ବାଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅମ୍ଫାନ ଏବେ ପାରଦୀପଠାରୁ ୧୨୫ କିଲୋମିଟର ଦୂରରେ ଥିବା ବେଳେ ଦୀଘା ଠାରୁ ୨୪୦ କିଲୋମିଟର ଦୂରରେ ରହିଛି  । ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପାରାଦୀପରେ ଏବେ ୧୧୦ କିଲୋମିଟର ବେଗରେ ପବନ ବହୁଥିବାରୁ ପାରାଦୀପରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେପଟେ ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ଲାଗି ରହିଛି । ଉଦୟ ପୁର ପାଖ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାର ଲୋକେ ଡ଼ରିଯାଇଛନ୍ତି । ଯାହାପାଇଁ ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇଯାଛନ୍ତି ।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

Leave a Reply