ଅମ୍ଫାନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: ପ୍ରବଳ ବେଗରେ ସ୍ଥଳପଥକୁ ମାଡ଼ି ଆସୁଛି ବାତ୍ୟା ଅମ୍ପାନ । ଅମ୍ଫାନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା କାଲି ଠାରୁ ପବନ ହେବା ସହ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି । ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ କେନ୍ଦ୍ରର ସୂଚନା ରହିଛି । ତେବେ ବାତ୍ୟା ପ୍ରଭାବରେ ଭୋଗରାଇ, ତାଳସାରୀ ସମେତ ଉପକୂଳ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ ସମେତ ଉପକୂଳରରେ ବାତ୍ୟାର ପ୍ରଭାବ  ଅଧିକ ରହିବ । ଅନ୍ୟପଟେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଗତ ରାତି ସୁଦ୍ଧା ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ରହିବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେହିପରି କରୋନା ସଂକ୍ରମଣରୁ ବଞ୍ଚିବାକୁ ମାସ୍କ ପିନ୍ଧିବାକୁ ଏସଆରସି ଅନୁରୋଧ କରିଛନ୍ତି । ସରକାରୀ ନିୟମ ମାନି ବାହାରକୁ ନଯିବା, ବାତ୍ୟାବେଳେ ଆମ୍ବ, ନଡିଆ ଗୋଟାଇବାକୁ ନ ଯିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁକାବିଲା ପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି ।

Leave a Reply