ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ଗୋଟିଏ ଦିନରେ ୭୯ କରୋନା ସଂକ୍ରମିତ ଚିହ୍ନଟ । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ସକ୍ରିୟ ଥିବା ୮୬୧ ମାମଲା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପ୍ରଥମ ଥର ପାଇଁ ସୋନପୁରରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ କରି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଯାଜପୁର୨, ବାଲେଶ୍ୱର୪, ଖୋର୍ଦ୍ଧା ୪, ପୁରୀ ୪, କଟକ ୧୬, କେନ୍ଦ୍ରାପଡ଼ା ୬, ନୟାଗଡ଼ା ୩, ବଲାଙ୍ଗୀର ୧୪, ଅନୁଗୁଳ ୧, କେନ୍ଦୁଝର ୮, କନ୍ଧମାଳ ୭, ଢେଙ୍କାନାଳ ୩, ଝାରସୁଗୁଡ଼ା ୧, ସୋନପୁର୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମାଟ୍ରିକ୍ ଖାତା ଦେଖା ଆରମ୍ଭ… ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ
ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ରାଜ୍ୟର ୬୦ଟି କେନ୍ଦ୍ରରେ ଖାତାଦେଖା ହେଉଛି। କରୋନା ପାଇଁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ବାତିଲ ହେବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୂଲ୍ୟାୟନ। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତା ଦେଖା ହେବ।

ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଇତିହାସ ଓ ଭୂଗୋଳ ଖାତା ଦେଖା ହେଉଛି। ଅନ୍ୟ ବିଷୟଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟରେ ଖାତାଦେଖା ହେବ। ଏଥିପାଇଁ ପୂର୍ବରୁ ମୂଲ୍ୟାୟନ କେନ୍ଦ୍ର ସାନିଟାଇଜ କରାଯାଇଛି । ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ ନେଇ ମୂଲ୍ୟାୟନ ଆରମ୍ଭ ହେଉଛି । ତେବେ ଲକଡାଉନ ନିୟମ, ମାସ୍କ ବ୍ୟବହାର, ସାନିଟାଇଜରର ବନ୍ଦୋବୋସ୍ତ ଓ ସାମାଜିକ ଦୂରତା ରକ୍ଷା କରି ମୂଲ୍ୟାୟନ ହେବ।

ପୂର୍ବରୁ ମାର୍ଚ୍ଚ ୧୯ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ତେବେ ଲକ୍ଡାଉନ୍ ଯୋଗୁଁ ଏହା ସେହିଦିନଠାରୁ ସ୍ଥଗିତ ରଥିଲା । ଏହାପରେ ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଥିବାରୁ ତାହା ମଧ୍ୟ ସମ୍ଭବ ହୋଇନଥିଲା ।
ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା
ଯାଜପୁର: କୋରାଇ ଥାନା ରଗଡ଼ି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖୁଣ୍ଟି ଉପରେ ଛିଡ଼ା ହୋଇଥିଲେ ଏକ ଶିଶୁ । ଯାହାର ବୟସ ୫ କି ୬ ବର୍ଷ ହେବ। ଏହା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଏପରି ଦୃଶ୍ୟ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଶିଶୁଟି କିପରି ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେଠାରେ ଥିବା ଲୋକେ ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇ ଆସିଥିଲା। ହେଲେ ସୌଭାଗ୍ୟର କଥା ଛୁଆଟି ଟ୍ରାନ୍ସଫର୍ମର ଉପରେ ଛିଡ଼ାହୋଇଥିବା ସମୟରେ କରେଣ୍ଟ ନଥିଲା। ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଛୁଆ ।
https://www.facebook.com/NandighoshaTV/videos/239887297308744/
ତେବେ ଛୁଆଟି କାହିଁକି ଓ କେମିତି ସେଠାକୁ ଗଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ପିଲାଟିକୁ ଏନେଇ ପଚାରିବୁଝିବ ପରେ ଯାହା ଉତ୍ତର ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିଲାଟି ନିୟମିତ ଭାବେ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଗତକାଲି ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ଦେଖିବାକୁ ଟ୍ରାନ୍ସଫର୍ମରରେ ଚଢ଼ି ଯାଇଥିବା ସେ କହିଛି ।
ପୁଣି ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଆହାତ
ଫୁଲବାଣୀ: ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ, ତୁମୁଡିବନ୍ଧର ମୁଣ୍ଡିଗଡ଼ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପ୍ରବସୀ ଓଡ଼ିଆଙ୍କୁ ନେଇ ଗୋଆରୁ ଆସୁଥିବା ବେଳେ ମୁଣ୍ଡିଗଡ଼ରେ ଟ୍ରକ ସହ ମୁହାମୁହି ଧକ୍କା l ୩ ଜଣ ଜଣ ଆହତ ଡ୍ରାଇଭର ଗୁରୁତର ସହ ୧୦ ଜଣ ଆହତ । ୩ ଜଣ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ପ୍ରବାସୀ ଓଡ଼ିଆ ଗୋଆରୁ ଟ୍ରେନ୍ ଯୋଗେ ଭବାନୀପାଟଣାରେ ଓହ୍ଲାଇବା ପରେ ଗୋଟିଏ ବସ ସାହାଯ୍ୟରେ ଗଞ୍ଜାମ ଜିଲ୍ଲା ଅଭିମୁଖେ ଆସୁଥିଲେ କିନ୍ତୁ ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ରେ ମୁହାମୁହିଁ ଗୋଟଏ ଟ୍ରକ୍ ସହ ଧକ୍କା ହୋଇଛି । ବସ୍ରେ ୪୭ ପ୍ରବାସୀ ଯାତ୍ରୀ ଥିବା ସୂଚନ । ସମସ୍ତଙ୍କୁ ତୁମୁଡିବନ୍ଧ ଡାକ୍ତର ଖାନା ରେ ଭର୍ତି ପରେ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।
ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ… ପୂର୍ବାହ୍ନ ୧୦ଟାରୁ ୩ଟା ଯାଏଁ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା… ୪୫ ଦିନରେ ରେଜଲଟ୍ ବାହାର କରିବାକୁ ରାଜ୍ୟ ସରକାରଙ୍କ ମିଶନ
ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ… ପୂର୍ବାହ୍ନ ୧୦ଟାରୁ ୩ଟା ଯାଏଁ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା… ୪୫ ଦିନରେ ରେଜଲଟ୍ ବାହାର କରିବାକୁ ରାଜ୍ୟ ସରକାରଙ୍କ ମିଶନ
ଖୋର୍ଦ୍ଧାରେ ବୋମାମାଡ଼: ଗୋଟିଏ ପରିବାରର ୩ ଗୁରୁତର
ଖୋର୍ଦ୍ଧା: ବାଘମାରୀରେ ରାତି ଅଧରେ ବୋମାମାଡ଼। ବାଘମାରି ଥାନା ଭୋଗଡ଼ା ଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଗୁରୁତର ହୋଇଛନ୍ତି। ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂ, ତାଙ୍କ ପତ୍ନୀ ଲାବଣ୍ୟ ଜୟସିଂ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ୩ଜଣଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ଡକାୟତି ଉଦ୍ଦେଶ୍ୟରେ ୮ରୁ ୧୦ଜଣ ଦୁର୍ବୃତ୍ତ ଆସିଥିଲେ। ଲୁଟେରା ଫେରାର ହୋଇଯାଇଥିବା ବେଳେ କେତେ ଲୁଟ୍ ହୋଇଛି ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବାଘମାରୀ ଥାନା ପୋଲିସର ତଦନ୍ତ କରୁଛି
ଦେଶରେ କରୋନା ପ୍ରକୋପ ଜାରି… ବିଶ୍ୱରେ ଆମେରିକା ପରେ ବ୍ରାଜିଲରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ଟପିଛି । ବିଶ୍ୱସ୍ତରରେ ଟପ୍ ଟେନ୍ରେ ସାମିଲ ହେଲା ଭାରତ । ଗତ ୨୪ ଘଣ୍ଟାରେ ଦେଶରେ ଆସିଛି ସର୍ବାଧିକ ସଂକ୍ରମିତ ସଂଖ୍ୟା । ଗୋଟିଏ ଦିନରେ ୬, ୯୭୭ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ୧୫୪ ଜଣକ ଜୀବନ ଯାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ୧ ଲକ୍ଷ ୩୮ ହଜାର ଟପିଛି । ପ୍ରାୟ ୭୭ ହଜାର କେସ୍ ଆକଟିଭ୍ ଥିବାବେଳେ ପ୍ରାୟ ୫୭ ହଜାର ଲୋକେ ସୁସ୍ଥ ହୋଇଛନ୍ତି ।
୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା: ଏକା ଏକା ଦିଲ୍ଲୀରୁ ଫେରିଲା ବେଙ୍ଗାଲୁରୁ
ଦେଶରେ ଦୁଇ ମାସରୁ ଅଧିକ ସମୟ ଧରି କରୋନାର ପ୍ରଭାବ ଜାରି ରହିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲକଡାଉନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମ ଥିବାବେଳେ ଗତ ଏକ ସପ୍ତାହ ଧରି ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମତକଙ୍କ ସଂଖ୍ୟା ଥିବାବେଳେ ଗୁଜରାଟ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀରେ ସ୍ଥିତି ଚିନ୍ତାଜନକ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା
ଏପଟେ ଆମେରିକାରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ବେଳେ ପଛକୁ ବ୍ରାଜିଲ, ଋଷ, ସ୍ପେନ, ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ତୁର୍କୀ ରହିଛନ୍ତି ବିଶ୍ୱରେ ୭୪ ପ୍ରତିଶତ ମାମଲା କେବଳ ୧୨ଟି ଦେଶରୁ ଆସିଛି । ଏହି ୧୨ଟି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୧ ଲକ୍ଷ ରହିଛି । ବ୍ରାଜିଲ୍ରେ କରୋନା ଆକ୍ରାନ୍ତଙ୍କ ବଢୁଥିବାରୁ ଆମେରିକା ବ୍ରାଜିଲରୁ ଆସୁଥିବା ସବୁ ବିମାନକୁ ରଦ୍ଦ କରିଛି ।

