ଦେଶରେ କରୋନା ପ୍ରକୋପ ଜାରି… ବିଶ୍ୱରେ ଆମେରିକା ପରେ ବ୍ରାଜିଲରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଜାରି ରହିଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ଟପିଛି । ବିଶ୍ୱସ୍ତରରେ ଟପ୍‌ ଟେନ୍‌ରେ ସାମିଲ ହେଲା ଭାରତ । ଗତ ୨୪ ଘଣ୍ଟାରେ ଦେଶରେ ଆସିଛି ସର୍ବାଧିକ ସଂକ୍ରମିତ ସଂଖ୍ୟା । ଗୋଟିଏ ଦିନରେ ୬, ୯୭୭ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ୧୫୪ ଜଣକ ଜୀବନ ଯାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ୧ ଲକ୍ଷ ୩୮ ହଜାର ଟପିଛି । ପ୍ରାୟ ୭୭ ହଜାର କେସ୍‌ ଆକଟିଭ୍‌ ଥିବାବେଳେ ପ୍ରାୟ ୫୭ ହଜାର ଲୋକେ ସୁସ୍ଥ ହୋଇଛନ୍ତି ।

୫ ବର୍ଷୀୟ ବାଳକର ଏକୁଟିଆ ବିମାନ ଯାତ୍ରା: ଏକା ଏକା ଦିଲ୍ଲୀରୁ ଫେରିଲା ବେଙ୍ଗାଲୁରୁ

ଦେଶରେ ଦୁଇ ମାସରୁ ଅଧିକ ସମୟ ଧରି କରୋନାର ପ୍ରଭାବ ଜାରି ରହିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲକଡାଉନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମ ଥିବାବେଳେ ଗତ ଏକ ସପ୍ତାହ ଧରି ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମତକଙ୍କ ସଂଖ୍ୟା ଥିବାବେଳେ ଗୁଜରାଟ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀରେ ସ୍ଥିତି ଚିନ୍ତାଜନକ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା

ଏପଟେ ଆମେରିକାରେ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ବେଳେ ପଛକୁ ବ୍ରାଜିଲ, ଋଷ, ସ୍ପେନ, ବ୍ରିଟେନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ତୁର୍କୀ ରହିଛନ୍ତି ବିଶ୍ୱରେ ୭୪ ପ୍ରତିଶତ ମାମଲା କେବଳ ୧୨ଟି ଦେଶରୁ ଆସିଛି । ଏହି ୧୨ଟି ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୧ ଲକ୍ଷ ରହିଛି । ବ୍ରାଜିଲ୍‌ରେ କରୋନା ଆକ୍ରାନ୍ତଙ୍କ ବଢୁଥିବାରୁ ଆମେରିକା ବ୍ରାଜିଲରୁ ଆସୁଥିବା ସବୁ ବିମାନକୁ ରଦ୍ଦ କରିଛି ।

Leave a Reply