ଭୁବନେଶ୍ୱର କରୋନା ଅପଡେଟ୍ : ଆଜି ୧୯୦ ସଂକ୍ରମିତ, ୧୦୩ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ସହରରେ ଆଜି ସମୁଦାୟ ୧୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ୧୩୬ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ।

 

ଭୁବନେଶ୍ୱରର ପ୍ରାୟ ସବୁ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ଆଜି ରାଜଧାନୀରେ ୧୦୩ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ଏଯାବତ୍ ୩୭୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୩୬୦ ଜଣ ସୁସ୍ଥ ହୋଇ ସାରିଲେଣି । ସେହିଭଳି ଏବେ ୧୩୮୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିସାରିଛି । ତେବେ ଅଧିକ ସଂଖ୍ୟକ ରୋଗୀ ରାଜଧାନୀରେ ସୁସ୍ଥ ହୋଇ ଫେରୁଛନ୍ତି । ବିଏମସି ସଂକ୍ରମଣକୁ ରୋକିବା ସହ ସଂକ୍ରମିତଙ୍କ ସ୍ୱାସ୍ଥଜନିତ ସମସ୍ୟା ଉପରେ ଧ୍ୟାନ ଦେଉଛି ବୋଲୁ ଜଣାଇଛି ।

Leave a Reply