spot_img
Home Blog Page 6994

ରାଜ୍ୟରେ ବଢ଼ିବାରେ ଲାଗିଛି ସୁସ୍ଥ ହାର, ୨୩୫୪ରେ ପହଞ୍ଚିଲା କରୋନା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ତାର ସଂଖ୍ୟା ଅତିକ୍ରମ କରିବାରେ ଲାଗିଛି । ୩ ହଜାର ପାର ହେଲାଣି କରୋନା ସଂକ୍ରଣ । ସେହିଭଳି ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତ ସୁସ୍ଥ ହେବାରେ ମଧ୍ୟ ଲାଗିଛନ୍ତି । ଆଜି ପୁଣି ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏହା ସହ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨୩୫୪ ରେ ପହଞ୍ଚିଛି । ୧୩ଟି ଜିଲ୍ଲାରୁ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।୧୩ ଜିଲ୍ଲା ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଛନ୍ତି, ସେହିପରି ସୋନପୁରରୁ ୯ ଜଣ ଏବଂ ବଲାଙ୍ଗିରରୁ ୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେପଟେ ଜଗତସିଂହପୁରରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ କଟକ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଏବଂ ମୟୂରଭଞ୍ଜରୁ ୪ ଜଣ ଲେଖାଏଁସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା, କନ୍ଧମାଳ ଏବଂ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍

NEET ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ: କହିଲେ, ମୌଳିକ ଅଧିକାର ନୁହେଁ ସଂରକ୍ଷଣ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ସଂଣକ୍ଷଣ ସମ୍ପର୍କରେ ବଡ଼ ଟିପ୍ପଣୀ ଦେଇଛନ୍ତି । ତାମିଲନାଡ଼ୁରେ NEET ପୋଷ୍ଟ ଗ୍ରାଜୁଏସନ ରିଜର୍ବବେସନ୍‌ ମାମଲାରେ କୋର୍ଟ କହିଛନ୍ତି କି ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ । ଏହା ସହିତ ଅଦାଲତ ତାମିଲନାଡ଼ୁର କିଛି ରାଜନୈତିକ ଦଳ ଦ୍ୱାରା ଲିଖିତ ପିଟିସନ୍‌ ଗ୍ରହଣ କରିବାକୁ ମନା କରିଛନ୍ତି ।

Prediction for DMK Party's Performance in 2019 Lok Sabha Election

ଡିଏମ୍‌କେ-ସିପିଆଇ-ଏଆଇଡିଏମ୍‌କେ ସମେତ ଅନ୍ୟ ତାମିଲନାଡ଼ୁର ରାଜନୈତିକ ଦଳମାନଙ୍କ ପକ୍ଷରୁ NEET ଅନୁଯାୟୀ ମେଡିକାଲ କଲେଜ ସିଟ ନେଇ ତାମିଲନାଡ଼ୁରେ ୫୦% ଓବିସି ସଂରକ୍ଷଣ ମାମଲା ଉପରେ ପିଟିସନ ଦାୟର କରାଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଶୁଣାଣି ହୋଇଥିଲା ।

Supreme Court: Latest News on Supreme Court | Top Stories & Photos ...

ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାରେ କାହାର ମାଲିକାନା ଅଧିକାର ଛିନ୍ନ କରାଯାଇନାହିଁ । ଆପଣ ଯୁକ୍ତିରୁ ଲାଗୁଛି ଯେ, ଆପଣ କେବଳ ତାମିଲନାଡୁ ଲୋକଙ୍କ ଭଲ ପାଇଁ କହୁଛନ୍ତି । ଅପରପକ୍ଷରେ ଅଧିକ ସଂଣକ୍ଷଣ ଯୋଡ଼ିବାକୁ କହୁନାହୁଁ, ବରଂ ଯାହା ଆଇନ ରହିଛି ତାକୁ ଲାଗୁ କରିବାକୁ କହୁଛି ବୋଲି କୋର୍ଟ ନିକଟରେ ଡିଏମ୍‌କେ ପକ୍ଷରୁ ଯୁକ୍ତି ବଢ଼ାଯାଇଛି ।

ସରକାରୀ ଚାକିରିରେ ସଂରକ୍ଷଣର ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ଇତିମଧ୍ୟରେ ଜଷ୍ଟିସ ରାଓ କହିଛନ୍ତି ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ । ଆପଣ ସୁପ୍ରିମକୋର୍ଟରୁ ଏହି ଆବେଦନ ଫେରସ୍ତ ନିଅନ୍ତୁ ଏବଂ ହାଇକୋର୍ଟରେ ଦାଖଲ କରନ୍ତୁ । ତେବେ ଏହାରି ଭିତରେ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି କହିଛନ୍ତି, ଆମେ ଖୁସି ଯେ, ଗୋଟିଏ ମାମଲା ସପକ୍ଷରେ ସମସ୍ତ ରାଜେନୖତିକ ଦଳ ଏକାଠି ଆସିଛନ୍ତି । କିନ୍ତୁ ଆମେ ଆବେଦନର ଶୁଣାଣି କରିବୁନାହିଁ । କିନ୍ତୁ ଆମେ ଏହାକୁ ଅଗ୍ରାହ୍ୟ କରୁନାହୁଁ ବରଂ ହୋଇକୋର୍ଟରେ ଏହାର ଶୁଣାଣି ନେଇ ସୁଯୋଗ ଦେଉଛୁ ।

ଚାଷୀଙ୍କ ପାଇଁ ଖୁସି ଖବର, ଗୋଟାଏ ଦିନ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି କିମ୍ବା ଆସନ୍ତାକାଲି ଓଡ଼ିଶା ଛୁଇଁବା ନେଇ ଆଗରୁ ଆକଳନ କରିଥିଲା ପାଣିପାଗ ବିଭାଜ କେନ୍ଦ୍ର । ମୌସୁମୀ ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଥିଲା ।

ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ କେନ୍ଦ୍ର । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡ଼ିଶା ଛୁଇଁଛି ମୌସୁମୀ । ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲଗାଣ ବର୍ଷା ଲାଗି ରହିବ । ଏବର୍ଷ ଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବାରୁ ବର୍ଷା ସ୍ୱାଭାବିକ ରହିବ । କୃଷକଙ୍କୁ ପାଇଁ ଏହା ଏକ ପ୍ରକାରର ଖୁସି ଖବର । କାରଣ ସ୍ୱାଭାବିକ ବର୍ଷା ହେବା ଦ୍ୱାରା ରଜ୍ୟରେ ଏବର୍ଷ ଭଲ ଚାଷ ମଧ୍ୟ ହେବ ।

ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଫଳରେ ରାଜ୍ୟରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ତେବେ ଲଘୁଚାପ ବର୍ଷା ସମୟରେ ରାଜ୍ୟରେ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ ପବନ ବୋହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଗାଗ କେନ୍ଦ୍ର ।

ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ

0

ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା ।   । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ ।  ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।

ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା  । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।

ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।

ଲଦାଖରେ ଏବେବି ଅଛନ୍ତି ଦଶ ହଜାର ଚୀନ ସୈନିକ, ଆଜି ପୁଣି ଦୁଇ ଦେଶ ସେନାଧିକାରୀଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ, ୧୧/୦୬: ଲଦାଖରେ ଚୀନ ସୈନିକ ୨ରୁ ତିନି କିଲୋମିଟର ପଛକୁ ଘୁଂଚିଛନ୍ତି  ।  କିନ୍ତୁ ଏବେବି ଚୀନର ୧୦ହଜାର ସୈନ୍ୟ  ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖରେ ମୁତ୍ତୟନ ଅଛନ୍ତି । ତେବେ ଏହାର ଅର୍ଥ ନୁହେଁ ଭାରତୀୟ ସେନା ସେଠାରେ ନାହାନ୍ତି ।  ଚୀନ ସୈନିକଙ୍କୁ ଜବାବ ଦେବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଏଲଏସିରେ ଭାରତର ଦଶରୁ ବାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି ।  ଚୀନ୍ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅକ୍ତିଆର କରିବାକୁ ଚାହୁଁଛି । ଏନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ଆଲୋଚନା ଆଗକୁ ବଢିଛି। ବୁଧବାର ୪ ଘଣ୍ଟା ଧରି  ଭାରତ  ଓ ଚୀନ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା | ଚୀନ୍ ସହିତ ଆଜି ମଧ୍ୟ ଆଲୋଚନା ହେବ ।  କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନାର ସ୍ଥାନ ସ୍ଥିର ହୋଇନାହିଁ। ତେବେ ଗତକାଲିର ବାର୍ତ୍ତାଳାପ ସକରାତ୍ମକ ଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ ।

ସୂଚନା ଯୋଗ୍ୟ ଯେ ଚୀନ୍ ପଛକୁ ଫେରିଛି, କିନ୍ତୁ ଏହାର ୧୦ ହଜାରରୁ ଅଧିକ ସୈନ୍ୟ ଏଲଓସିରେ ଏବେବି ନିୟୋଜିତ ଅଛନ୍ତି । ଚୀନ୍ ସୈନ୍ୟଙ୍କୁ ସାମନା କରିବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଚୀନ୍ ନିଜର ସେନା ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭାରତୀୟ ସେନା ମଧ୍ୟ ପଛକୁ ଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି ।  ଚୀନର କର୍ଣ୍ଣେଲ, ବ୍ରିଗେଡିୟର୍ ଏବଂ ମେଜର ଜେନେରାଲଙ୍କ ସହିତ ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ୧୭ ଉପରେ ଉପରେ ଆଲୋଚନା ହେବ  ।

ବୁଧବାର ଅନୁଷ୍ଠିତ ଏକ ବାର୍ତ୍ତାଳାପରେ ମୁଖ୍ୟ ଜେନେରାଲ୍ ସ୍ତରର ଅଧିକାରୀମାନେ ମୁହାଁମୁହିଁ ବସିଥିଲେ । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା  କିନ୍ତୁ ଚୀନର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ  । ଏହି କାରଣରୁ, ପୈଂଗାଁନ୍ଗ ହ୍ରଦରେ ଉତ୍ତେଜନା ରହିଆସିଛି  ।  ପୈଂଗାଁନ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଭାରତୀୟ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ଚୀନ୍ ରାଜି ନାହିଁ। କେବଳ ଏତିକି ନୁହେଁ, ଗାଲଭାନ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତା ବାଗ ଓଲଡି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣରେ ମଧ୍ୟ ଚୀନ ଅସନ୍ତୁଷ୍ଟ ଅଛି ।

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍ଶୀଘ୍ର ଏନେଇ ଜାରି ହେବ ଏସ୍ଓପି । ୧୮ରୁ DL ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।

ଡ୍ରାଇଭିଂ ଲାଇସେନ୍‌ସ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍‌ଶୀଘ୍ର ଏନେଇ ଜାରି ହେବ ଏସ୍‌ଓପି । ୧୮ରୁ DL  ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।

ମାତା ସୀତାଙ୍କ ଭାଇ-ଭଉଣୀ ମାନେ ମଧ୍ୟ ଥିଲେ ବିଶେଷ ଗୁଣର ଅଧିକାରୀ, ଜାଣନ୍ତୁ କଣ ଥିଲା ସେମାନଙ୍କ ବିଶେଷତ୍ୱ

ଦେବୀ ସୀତା ମିଥିଳାର ରାଜା ଜନକଙ୍କ ବଡ଼ ଝିଅ ଥିଲେ, ତେଣୁ ତାଙ୍କୁ ‘ଜାନକୀ’ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ ରାଜା ଜନକ ମାତା ସୀତାଙ୍କୁ ଏକ କ୍ଷେତରୁ ପାଇଥିଲେ। ସେଥିପାଇଁ ତାଙ୍କୁ ପୃଥିବୀର ଝିଅ ବୋଲି ମଧ୍ୟ କୁହାଯାଏ । ମାତା ସୀତାଙ୍କ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ । କିନ୍ତୁ ଆପଣ ତାଙ୍କ ଭାଇ ଭଉଣୀ ମାନଙ୍କ ବିଷୟରେ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ତାଙ୍କ ଭାଇଭଉଣୀଙ୍କ ବିଷୟରେ କିଛି କଥା ।

ବାଲ୍ମୀକି ରାମାୟଣରେ ସୀତାଙ୍କ ଜଣେ ଭଉଣୀ ଉର୍ମିଳାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ମାଣ୍ଡୱୀ ଏବଂ କ୍ଷୁତକୀର୍ତ୍ତି ଜନକଙ୍କ ସାନଭାଇ କୁଶଧ୍ୱଜଙ୍କ ଝିଅ ଥିଲେ। ସୀତା ଜନକଙ୍କ ଏକମାତ୍ର ଝିଅ ବୋଲି ରାମାୟଣରେ ଉଲ୍ଲେଖ କରାଯାଇଛି । ସମୁଦାୟ ମାତା ସୀତାଙ୍କର ତିନୋଟି ଭଉଣୀ ଥିଲେ । ତାଙ୍କ ଭାଇଙ୍କ ନାମ ମଙ୍ଗଲଦେବ ଥିଲା, ଯିଏ ମାତା ପୃଥିବୀର ପୁତ୍ର ଥିଲେ ।

ଉର୍ମିଳା: ବାଲ୍ମୀକି ରାମାୟଣ ଅନୁଯାୟୀ ଉର୍ମିଳା ଜନକନନ୍ଦିନୀ ସୀତାଙ୍କ ସାନ ଭଉଣୀ ଥିଲେ ଏବଂ ସୀତାଙ୍କ ବିବାହ ସମୟରେ ଦଶରଥ ଏବଂ ସୁମିତ୍ରାଙ୍କ ପୁଅ ଲକ୍ଷ୍ମଣଙ୍କୁ ବିବାହ କରିଥିଲେ। ଯେତେବେଳେ ରାମ ଏବଂ ସୀତାଙ୍କ ସହ ଲକ୍ଷ୍ମଣ ବନବାସ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ପତ୍ନୀ ଉର୍ମିଳା ମଧ୍ୟ ତାଙ୍କ ସହ ଯିବାକୁ ଜିଦ୍ ଧରିଥିଲେ, କିନ୍ତୁ ଅଯୋଧ୍ୟାରେ ମାଆ ମାନଙ୍କ ସହ ତାଙ୍କୁ ରହିବାରୁ ଲକ୍ଷ୍ମଣ ଅନୁରୋଧ କରିଥିଲେ । ଏପରି ପରିସ୍ଥିତିରେ ଉର୍ମିଳାଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସମୟ ଥିଲା   । କାରଣ ସେତେବେଳେ ସେ ଲକ୍ଷ୍ମଣଙ୍କୁ ନୂଆ କରି ବିବାହ କରିଥିଲେ ଏବଂ ତାଙ୍କ ଦାମ୍ପତ୍ୟ ଜୀବନର ଆରମ୍ଭ ମାତ୍ର ହୋଇଥଲା ।

ଲକ୍ଷ୍ମଣ ବନବାସ ଯାଇସାରିବା ପରେ ଉର୍ମିଳାଙ୍କ ପିତା ଅଯୋଧ୍ୟା ଆସିଲେ ଏବଂ ଉର୍ମିଳାଙ୍କୁ ବାପଘର ଆସିବାକୁ ଅନୁରୋଧ କରିଥିଲେ । ମାଆ ଏବଂ ସାଙ୍ଗ ମାନଙ୍କ ସହିତ ରହିଲେ ଉର୍ମିଳାଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ କଥା ବେଶୀ ମନେ ପଡ଼ିବ ନାହିଁ ବୋଲି ଭାବି ତାଙ୍କ ପିତା ତାଙ୍କୁ ଘରକୁ ଯିବାକୁ କହିଥିଲେ । କିନ୍ତୁ ଉର୍ମିଳା ତାଙ୍କ ବାପଘର ମିଥିଳା ଯିବା ପାଇଁ ମନା କରି କହିଥିଲେ ଯେ, ସ୍ୱାମୀଙ୍କ ଆଦେଶ କ୍ରମେ  ତାଙ୍କ ପରିବାର ସହିତ ରହିବେ ଏବଂ ସ୍ତ୍ରୀ ଧର୍ମ ପାଳନ କରିବେ । ଏହା ହିଁ ଥିଲେ ଉର୍ମିଳାଙ୍କ ଅଖଣ୍ଡ ପତିବ୍ରତା ଧର୍ମର ଜ୍ୱଳନ୍ତ ଉଦାହରଣ ।

ମାନ୍ୟତା ଅନୁସାରେ, ରାବଣର ପୁତ୍ର ମେଘନାଦକୁ ବରଦାନ ମିଳିଥିଲା ଯେ, ଯେଉଁ ବ୍ୟକ୍ତି ୧୪ ବର୍ଷ ଯାଏଁ ଶୋଇ ନଥିବ ସେ ହିଁ କେବଳ ତାଙ୍କୁ ପରାସ୍ତ କରିପାରିବ । ଯଦିଓ ଲକ୍ଷ୍ମଣ ନିଜ ଭାଇ ରାମଚନ୍ଦ୍ର ଏବଂ ଭାଉଜ ସୀତାଙ୍କ  ସୁରକ୍ଷା ଏବଂ ସେବାରେ ଏତେ ମାତ୍ରାରେ ଲିପ୍ତଥିଲେ ଯେ, ସେ ୧୪ ବର୍ଷ ଯାଏଁ ଶୋଇନଥିଲେ । ମାନ୍ୟତା ରହିଛି ଯେ ଲକ୍ଷ୍ମଣଙ୍କ ବଦଳରେ ତାଙ୍କ ସ୍ତ୍ରୀ ଉର୍ମିଳା ୧୪ ବର୍ଷ ଯାଏଁ ଶୋଇ ରହିଥିଲେ । ଆଉ ଏକ କଥା ଅନୁସାରେ ଲକ୍ଷ୍ମଣଙ୍କ ବିଜୟର ପ୍ରମୁଖ କାରଣ ଥିଲେ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ପତିବ୍ରତା ଧର୍ମ। ଲକ୍ଷ୍ମଣଙ୍କୁ ଉର୍ମିଳାଙ୍କ ଠାରୁ ଅଙ୍ଗଦ ଏବଂ ଚନ୍ଦ୍ରକେତୁ ନାମକ ଦୁଇ ପୁଅ ଏବଂ ସୋମଦା ନାମକ ଏକ ଝିଅ ପ୍ରାପ୍ତ ହୋଇଥିଲା ।

ମାଣ୍ଡୱୀ- ମାଣ୍ଡୱୀ ଦଶରଥଙ୍କ ପୁଅ ଭରତଙ୍କ ସ୍ତ୍ରୀ ଥିଲେ । ମାଣ୍ଡୱୀ ରାଜା ଜନକଙ୍କ ସାନ ଭାଇ କୁଶଧ୍ୱଜଙ୍କ ଝିଅ ଥିଲେ । ସେ ଜଣେ ସାଧବୀ ପରି ବସବାସ କରୁଥିଲେ | ଭରତ ଅଯୋଧ୍ୟାରେ ନୁହେଁ ବରଂ ନନ୍ଦିଗ୍ରାମରେ ରହୁଥିଲେ ଏବଂ ମାଣ୍ଡବୀ ତାଙ୍କ ସ୍ୱାମୀ ଭରତଙ୍କ ଭାଇ ଶ୍ରୀରାମଙ୍କ ସମର୍ପଣକୁ ସମ୍ମାନ କରୁଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ସମର୍ଥନ ଜଣାଉଥଲେ । ସେ ବଂଶର ମର୍ଯ୍ୟାଦା ଅନୁସାରେ ଆଚରଣ କରୁଥିଲେ । ତାଙ୍କର ଦୁଇଟି ପୁତ୍ର ଥିଲେ, ତକ୍ଷ ଏବଂ ପୁଷ୍କଲ ।

କ୍ଷୁତକୀର୍ତ୍ତି- କ୍ଷୁତକୀର୍ତ୍ତି ରାଜା କୁଶଧ୍ୱଜଙ୍କ ଝିଅ ଥିଲେ । କ୍ଷୁତକୀର୍ତ୍ତିଙ୍କ ବିବାହ ଭଗବାନ ରାମଙ୍କ ଭାଇ ଶତୃଘ୍ନଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁତ୍ର ଥିଲେ, ଶତୃଘାତି ଏବଂ ସୁବାହୁ । କୁଶଧ୍ୱଜ ମିଥିଳାର ରାଜା ନିମିର ପୁଅ ଏବଂ ରାଜା ଜନକଙ୍କ ସାନ ଭାଇ ଥିଲେ ।

ଓଡ଼ିଆ ଶ୍ରମିକଙ୍କୁ ସୁରତ ଫେରାଇବାକୁ ପ୍ରୟାସ

ଭୁବନେଶ୍ୱର, ୧୧/୦୬: କରୋନା ଛଡେଇ ନେଇଛି କେତେ ଜୀବନ ଆଉ ଜୀବିକା ଲକ୍ଷ ଲକ୍ଷ ଶ୍ରମିକ ହୋଇଛନ୍ତି ଛଟେଇ ଆଜି ବି ଲକ୍ଷ ଲକ୍ଷ ଶ୍ରମିକ କାମ ପାଇ ଘରେ ବସିରହିଛନ୍ତି ଏହାରି ଭିତରେ ସମୃଦ୍ଧ ସହର ସୁରତ ଖୋଜୁଛି ଓଡିଆ ଶ୍ରମିକଙ୍କୁ ପ୍ରବାସୀଙ୍କୁ ଫେରାଇ ନେବା ପାଇଁ ସୁରତରୁ ଗଂଜାମର କବିସୂର୍ଯ୍ୟନଗର ଖଲିକୋଟରେ ଆସି ପହଁଞ୍ଚିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ ପ୍ରଥମ ପର୍ଯ୍ୟାୟରେ ୧୮ ଜଣିଆ ଟିମ ଆସି ପହଁଞ୍ଚିଛି ପ୍ରବାସୀଙ୍କ ପାଖରେ

ଓଡିଆଙ୍କ ବିନା ସୁରତ ଏକ ପ୍ରକାର ଅଚଳ ହୋଇଯାଇଛି ସବୁ କାରଖାନାରେ ସିଂହଭାଗ ଓଡିଆ ଶ୍ରମିକ କାମ କରୁଥିଲେ ହେଲେ କରୋନା ମହାମାରୀ ଯୋଗୁଁ ସବୁ ଏବେ ଘରେ କର୍ମକ୍ଷେତ୍ରକୁ ପୁଣି ଥରେ ଫେରାଇ ନେବାକୁ ଚାଲିଛି ପ୍ରୟାସ କଟକଣା କୋହଳ ପରେ କର୍ମକ୍ଷେତ୍ରରେ ଯୋଗଦେବା ନେଇ ପ୍ରସ୍ତାବ ରଖିଛି ପ୍ରବାସୀ ଓଡିଆ ଶ୍ରମିକ ଟ୍ରଷ୍ଟ ଏହାସହ ୧୨ ଘଣ୍ଟିଆ ଡ୍ୟୁଟି ବଦଳରେ ଘଣ୍ଟିଆ ଡ୍ୟୁଟି ଭବିଷ୍ୟନିଧି ପାଣ୍ଠିରେ ସାମିଲ କରିବାକୁ ମଧ୍ୟ ଦେଇଛି ପ୍ରତିଶ୍ରୁତି ପ୍ରବାସୀ ଓଡିଆଙ୍କ ଭବିଷ୍ୟତ ନେଇ ଉଭୟ ଓଡିଶା ଗୁଜୁରାଟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଟ୍ରଷ୍ଟର ସଭାପତି ପ୍ରଦୀପ ସାହୁ କହିଛନ୍ତି

ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ

0

ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା ।   । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ ।  ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।

ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା  । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।

ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।

ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ଭୁବନେଶ୍ୱର: ରଜ ପାଇଁ ଖୁସି ଖବର । କରୋନା ପାଇଁ ପୂରା ଦେଶରେ ପ୍ରଥମେ ଲକାଡାଉନ୍ ପରେ ସଟଡାଉନ ପରେ ଏହାକୁ କୋହଳ କରି ଦେଶରେ ଜାରି ହୋଇଛି ଅନଲକ୍ ୧ । ଏବଂ ଏଥିରେ ସବୁ ପ୍ରକାର ନିୟମକୁ କୋହଳ କରିବା ସହ ରାଜ୍ୟ ସରକାରଙ୍କ ଉପରେ ସବୁ ପ୍ରକାର ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏବେ ରାଜ୍ୟ ସରକାର ଦୋକାନ ଖୋଲିବା ବନ୍ଦ କରିବାକୁ କେତକ ନିୟମାବଳୀ ଜାରି କରିଥିଲେ । ଏହାସହ ରାଜ୍ୟ ସରକାର ରାତି ବେଳା କର୍ଫ୍ୟୁ କରିବାର ନିୟମ ଲାଗୁ କରିଥିଲେ । ଯାହା ରାତି ୭ରୁ ଦିନ ୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ତେବେ ଆଗକୁ ଓଡ଼ିଶାର ବଡ଼ପର୍ବ ରଜ ଥିବାରୁ ଏହି ନିୟମରେ ମଧ୍ୟ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ରଜ ମହୋତ୍ସବ ପାଇଁ ଦୋକାନ ବଜାର ରାତି ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଦିନ ପରେ ରଜ ଥିବାରୁ ଆସନ୍ତାକାଲି ଅର୍ଥାତ୍ କେବଳ ଶୁକ୍ରବାର ଦିନ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ସବୁ ପ୍ରକାର ଦୋକାନ ବଜାର । ତେବେ ଏନେଇ ରିଲିଫ କମିସନର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।