ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍

1 min read

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଆଜି ୧୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୧୪ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ୧୩୮ । ଏମାନଙ୍କ ମଧ୍ୟରୁ  ୧୩୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୩୩ଶହ ଟପିଛି । ଏବେ ଯାଏଁ ରାଜ୍ୟରେ ୩୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

ଆଜି ୧୪ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଖୋର୍ଦ୍ଧାରୁ ସର୍ବାଧିକ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ ୮,ଝାରସୁଗୁଡ଼ାରୁ ୪, ଢେଙ୍କାନାଳରୁ ୩, କଟକରୁ ୭, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ  ଜଣେ ଲେଖାଏଁ , ନୁଆପଡ଼ା ୨, ଗଜପତି ୭, କନ୍ଧମାଳ ୧୫, କଳାହାଣ୍ଡି୨, ଗଞ୍ଜାମ ଏବଂ ପୁରୀ ୩ ଲେଖାଏଁ , ମୟୁରଭଞ୍ଜରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଓଡ୍ରାଫ, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବିଭାଗର ୫୪ଜଣ ସଂକ୍ରମିତ ହୋଇଛନ୍ତି। ସମସ୍ତେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିଲେ।

ଆଜି ସୁଦ୍ଧା ୩୩୮୬ଟି କରୋନା ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହୋଇଛି । ୨୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୯ ରହିଛି । ଏବେ ରାଜ୍ୟରେ ୧୦୯୨ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Leave a Reply