ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଗଣଦୁଷ୍କର୍ମ ନେଇ କମିଶନରେଟ ପୋଲିସକୁ କମିଶନ ରିପୋର୍ଟ ମାଗିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟା ନେଇ କମିଶନଙ୍କୁ ତଥ୍ୟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନକୁ ମଧ୍ୟ ଅନୁଧ୍ୟାନ ପାଇଁ କିମଶନ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକା ଗଣଦୁଷ୍କର୍ମରେ ପୋଲିସ ଓ ଗଣମାଧ୍ୟମ ସଂସ୍ଥା କର୍ମଚାରୀଙ୍କ ସମ୍ପୃକ୍ତିକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିନ୍ଦା କରିଛନ୍ତି । ସେପଟେ ମହିଳା କମିଶନର କହିଛନ୍ତି, ଡିସିପିଙ୍କୁ ରିପୋର୍ଟ ମଗାଯାଇଛି ।

ପ୍ରାୟ ୨ମାସ ତଳେ ଲକଡାଉନ୍ ସମୟରେ ଭୁବନେଶ୍ୱରରେ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିଲା । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ୍ ଆରମ୍ଭ କରିଛି ତନାଘନା । ଅଗଷ୍ଟ ୩୦ ତାରିଖରେ ମାମଲା ରୁଜୁ ସହ ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଥିଲେ ।

Leave a Reply