spot_img
Home Blog Page 6924

ପାରାଦୀପ ଆଇଓସିଏଲ୍ ରେ ପିଏଡିସି ଉଦଘାଟିତ… ଉଦଘାଟନ କଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

ପାରାଦୀପ: ପାରାଦୀପ ଆଇଓସିଏଲ୍‌ରେ ପ୍ରଡକ୍ଟ ଆପ୍ଲିକେସନ୍‌ ଆଣ୍ଡ ଡେଭ୍‌ଲପମେଣ୍ଟ ସେଣ୍ଟର ବା ପିଏଡିସି ଉଦ୍‌ଘାଟିତ ହୋଇଛି ।  ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ଉଦଘାଟନ କରିଛନ୍ତି । ୪୩ କୋଟି ଟଙ୍କାରେ ତିଆରି ହୋଇଛି ଏହି ପ୍ରକଳ୍ପ । ଆତ୍ମନିର୍ଭର ଭାରତ ଯୋଜନାରେ ଭଲ କପଡା ଓ ଟେକ୍ନୋକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀରେ ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏହି ପ୍ରକଳ୍ପ ସହାୟତା କରିବ।

ଓଡ଼ିଶା ତଥା ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ପାଇଁ ପାରାଦୀପଠାରେ ଇଣ୍ଡିଆନ୍‌ ଅଏଲ ଦ୍ଵାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ପିଏଡିସି ପ୍ରତିଷ୍ଠା କରାଯାଇଛି। ୨୦୧୯ ମସିହା ଫେବ୍ରୁଆରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ ଟନ୍‌ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଣ୍ଟ ଆରମ୍ଭ ହୋଇଥିଲା।

ଏଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ। ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିଏସି ପାରାଦୀପ ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ଏହା ସହାୟକ ହେବ । ଅଭିନବ ଆପ୍ଲିକେସନ୍‌ର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ୍‌ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀ ହ୍ରାସ କରିବା ପିଏଡିଏସିର ମୁଖ୍ୟ ଉଦ୍ଦେଶ୍ୟ।

ଏହା ପଲିମେରିକ ସାମଗ୍ରୀର ବିକଶିତ ଅଞ୍ଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ୍‌ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ୍‌ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଗ୍ରାହକ ଓ ନୂଆ ପୁଞ୍ଜିନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରର ପରୀକ୍ଷଣ ଓ ପ୍ରକ୍ରିୟାକରଣ ଯନ୍ତ୍ରପାତି ରହିଛି ।

ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ବାପା, ଅବସ୍ଥା ହେଲାଣି ଏମିତି…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ପରିବାର ଏବଂ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି । ୩୪ ବର୍ଷ ବୟସରେ ସୁଶାନ୍ତ କାହିଁକି ବିଦାୟ ନେଲେ, ଏହା ପରିବାର ସହିତ ପ୍ରଶଂସକମାନେ ମଧ୍ୟ ବୁଝିପାରୁନାହାନ୍ତି । ଅଭିନେତାଙ୍କ ମୃତ୍ୟୁ ପରଠାରୁ ତାଙ୍କର ପୁରୁଣା ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିଣତ ବୟସରେ ଏକମାତ୍ର ପୁଅକୁ ହରାଇଥିବା ବାପାଙ୍କ ଉପରେ କ’ଣ ବିତୁଥିବ  ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ଅଭିନେତାଙ୍କ ଏପରି ବିୟୋଗରେ ସବୁଠୁ ବେଶୀ ଭାଙ୍ଗି ପଡିଛନ୍ତି ତାଙ୍କ ବାପା କେ.କେ ସିଂହ । ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ପାଟନାରେ ପରିବାର ଦ୍ୱାରା କରାଯାଇଥିବା ଏକ ପ୍ରାର୍ଥନା ସଭାର ଅଟେ, ଯେଉଁଥିରେ ସେ ଅତ୍ୟନ୍ତ ଅସହ୍ୟ ଭାବରେ ତାଙ୍କ ପୁଅର ଫଟୋ ସାମ୍ନାରେ ବସିଛନ୍ତି ।

https://www.instagram.com/p/CB09JC9gqs3/?utm_source=ig_web_copy_link

ପ୍ରସିଦ୍ଧ ଫଟୋଗ୍ରାଫର ମାନବ ମଙ୍ଗଲାନି ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ବହୁତ୍ ମାତ୍ରାରେ କମେଣ୍ଟ ଦେଉଛନ୍ତି । ଫଟୋରେ ତାଙ୍କ ମୁହଁରେ ଥିବା ଦୁଃଖ ଦେଖି ଆଖିରୁ ଲୁହ ଆସିଯିବ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଶଂସକଙ୍କ ମଧ୍ୟରେ ବଲିଉଡକୁ ନେଇ ଅସନ୍ତୋଷ ଦେଖାଯାଉଛି । ପାଟଣା, ଝାଡଖଣ୍ଡ ସହିତ ଦେଶର ଅନେକ ଭାଗରେ ପ୍ରଶଂସକ ମାନେ କ୍ରୋଧ ପ୍ରକାଶ ମଧ୍ୟ କରୁଛନ୍ତି ଯେଉଁମାନେ ସୁଶାନ୍ତଙ୍କୁ ବଏକଟ୍ କରିଥିଲେ । କିଛିଦିନ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ଫାଇନାଲ୍ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଫାଶୀ କାରଣରୁ ତାଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ବାନ୍ଦ୍ରା ପୋଲିସ ବିସରା ରିପୋର୍ଟକୁ ଅପେକ୍ଷା କରିଛି। ମାମଲାର ସମାଧାନ ପାଇଁ ପୋଲିସ ଏପର୍ଯ୍ୟନ୍ତ ପ୍ରାୟ ୨୩ ଜଣଙ୍କ ବୟାନ ରେକର୍ଡ କରିଛି।

୪ ଦିନ ଯାଏଁ ସଂଗ୍ରହ ହେବ ସ୍ୱାବ ନମୁନା… ଏପଟେ ଘୋଷଯାତ୍ରାର ଆଗାମୀ ନୀତିକାନ୍ତି ପାଇଁ ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ହୋଇଛି । କୋଭିଡ ୧୯ ନିୟମକୁ ବଳବତର ରଖି ସବୁ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଗତ କାଲି ପୁରୀରେ ପୋଲିସ କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁ ମାନେ ରଥ ଟଣା କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରାରେ ନିୟୋଜିତ ଥିବା ୫ଶହ ପୋଲିସଙ୍କ କରୋନା ଟେଷ୍ଟ ହୋଇଥିଲା ।

ଏବେ ୪ ଦିନ ଯାଏଁ କୋଭିଡ୍‌-୧୯ ପରୀକ୍ଷା ପାଇଁ କରାଯିବ ସ୍ୱାବ ନମୁନା ସଂଗ୍ରହ। ୩ଟି ସେଣ୍ଟରରେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ରଥଯାତ୍ରାରେ ନିୟୋଜିତ ଅନ୍ୟ କର୍ମଚାରୀ ମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଉଛି। ବାଗାଡ଼ିଆ ଧର୍ମଶାଳା, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ୱର ସାହି ସ୍କୁଲରେ ନମୁନା ସଂଗ୍ରହ କରାଯାଉଛି। ପୁଷ୍ପାଳକ, ସୁଆର, ବିମାନବଡ଼ୁ ନିଯୋଗ ଓ କିଛି କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଉଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ସବୁ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ନମୁନା ପରୀକ୍ଷା ହେବ।

ଏପଟେ ଆଜି ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଗାମୀ ନୀତିକାନ୍ତି ସମାପନ ନେଇ ବୈଠକରେ ଆଲୋଚନା ହେବ । କୋଭିଡ୍‌ କଟକଣା ଭିତରେ କିଭିଳି ଶୃଙ୍ଖଳିତ ନୀତିକାନ୍ତି ହେବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ବାହାରିଲା ଆଡ଼ପ ଅବଢ଼ା… ଶ୍ରଦ୍ଧାଳୁଙ୍କୁ ମହାପ୍ରସାଦ ଯୋଗାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଜନ୍ମ ବେଦୀରେ ମହାପ୍ରଭୁ। ଆଡପମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂରତିଙ୍କ ନୀତିକାନ୍ତି। ଆଡପମଣ୍ଡପରୁ ବାହାରିଲା ଆଡପ ଅବଢ଼ା। ଶ୍ରଦ୍ଧାଳୁଙ୍କୁ ଆଡପ ଅବଢ଼ା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୁଆର ଓ ମହାସୁଆର ପ୍ରସାଦ ଯୋଗାଇ ଦେଉଛନ୍ତି। ଏଥିପାଇଁ ବସଷ୍ଟାଣ୍ଡରେ ବ୍ୟବସ୍ଥା ହୋଇଛି।

ସେଠାରେ ଖାଇବା ବ୍ୟବସ୍ଥା ନଥିବାରୁ ଶ୍ରଦ୍ଧାଳୁ ପାର୍ସଲରେ ଅବଢ଼ା ନେଇପାରିବେ ବୋଲି  ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତକାଲି ଶରଧାବାଲିରୁ ଗୋଟିପହଣ୍ଡିରେ ଯାଇ ଆଡପମଣ୍ଡପ ବିଜେ କରିଥିଲେ ଶ୍ରୀଜିଉ ।

ପ୍ରଥମେ ବଳଭଦ୍ର ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ନେଇଥିଲେ ସେବାୟତ । ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଆଡ଼ପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କୁ ରୁନ୍ଧା ଯାଇ ବଡ଼ ସିଂହାର ବେଶ କରାଯାଇଥିଲା।

୨୦୨୦ର ବେଷ୍ଟ ସ୍ମାର୍ଟଫୋନ୍, ୧୦,୦୦୦ର ବଜେଟ୍ ସେଗମେଣ୍ଟରେ ଦମଦାର ଫିଚର୍ସ ଓ ପାୱାର

୨୦୨୦ ମସିହାର ବେଷ୍ଟ ସ୍ମାର୍ଟଫୋନ୍ ଯାହା ଭଲ ବଜେଟ୍ ରେ ଉପଲବ୍ଧ ହୋଇଛି । ଏହି ଫୋନ୍ ଗୁଡିକର ଦାମ ୧୦,୦୦୦ରୁ ଆରମ୍ଭ । ତେବେ ଆସନ୍ତୁ ଜାଣିବା ସେହି ସ୍ମାର୍ଟଫୋନ୍ ବିଷୟରେ ଏବଂ ଏହାର ଫିଚର୍ସ କଣ…

ରିୟଲିମି ନାରଜୋ 10A (Realme Narzo 10A)

ଅନେକ ସମୟ ପରେ ରିୟଲିମି ଦେଶରେ ଏହାର ନାରଜୋ ସିରିଜ୍ ଡେବ୍ୟୁ କରିଛି । ଏହି ଡିଭାଇସ୍ ସିଙ୍ଗିଲ 3GB + 32GB ରହିଛି ଏବଂ ଏହା ୮,୪୯୯ ଟଙ୍କାରେ ଭାରତରେ ଉପଲବ୍ଧ ଅଛି । ରିୟଲମି ନାରଜୋ 10A 12nm ଅକ୍ଟା-କୋର ମିଡିଆଟେକ ହେଲିଓ G70 ଦ୍ୱାରା ସଂଚାଳିତ । 3GB ଏବଂ 32GB ଷ୍ଟୋରେଜ୍ ଭାରିଆଣ୍ଟ ସହିତ ଏହା ଯୋଡା ଯାଇଛି । ଏହା 2.0GHz ପର୍ଯ୍ୟନ୍ତ ସ୍ପିଡ୍ କ୍ଲକ୍ କରିପାରିବ ।

ଏହାର କ୍ୟାମେରା ବିଷୟରେ କହିଲେ ଫୋନରେ ୧୨ ମେଗାପିକ୍ସେଲ ଏବଂ ଦୁଇଟି 2 ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ଲଗାଯାଇଛି । ରିଭର୍ସ ଚାର୍ଜିଂ ଟେକ୍ନୋଲୋଜି ପାଇଁ ଏହା 5000mAh ବ୍ୟାଟେରୀ ପ୍ୟାକ୍ କରେ  । ନାରଜୋ 10A ଦୁଇଟି ରଙ୍ଗରେ ଉପଲବ୍ଧ  । ଧଳା ଏବଂ ସି ବ୍ଲୁ କଲରରେ ଏହି ଫୋନ୍ ବଜାରରେ ଉପଲବ୍ଧ ରହିଛି ।

ରେଡମି 8(Redmi8)

ଜିଏସ୍ଟି ବୃଦ୍ଧି ହେତୁ ଚାଇନାର ସ୍ମାର୍ଟଫୋନ୍ କମ୍ପାନୀ ସିଆଓମି ଏହାର ରେଡମି ସିରିଜ୍ ଫୋନର ମୂଲ୍ୟ ୫୦୦ ଟଙ୍କାକୁ ବୃଦ୍ଧି କରିଛି ।ହେଲେ ତଥାପି ୯,୪୯୯ ଟଙ୍କାରେ ରେଡମି ୮ 4 GB / 64 GB ବହୁତ ଭଲ । ଏତିକି ଦାମରେ ରେଡମିର ଏହି ଫୋନ୍ ରେ ଖୁବ ଭଲ ଫିଚର୍ସ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନ୍ ଗତ ବର୍ଷ ଲଞ୍ଚ କରାଯାଇଥିଲା । ସେତେବେଳେ ଏହାର ଦାମ୍ ୭,୯୯୯ ଟଙ୍କା ଥିଲା। ରେଡମି ୮ ଅନେକ ଲୋକଙ୍କ ପସନ୍ଦ  ।ଏହି ଫୋନ୍ ର ରେଟିଂ ବହୁତ ଭଲ ଆସିଥିଲା ।  ଏହା କ୍ୱାଲକମ୍ ସ୍ନେପଡ୍ରେଗନ୍ ୪୩୯ ଚିପସେଟ ସହିତ ୪ ଜିବି ରାମ୍ ଏବଂ ୬୪  ଜିବି ଷ୍ଟୋରେଜ୍ ରେ ଉପଲବ୍ଧ ହେଉଛି । ଏଥିରେ 5000mAh ବ୍ୟାଟେରୀ ଏବଂ ୬.୨୨- ଇଞ୍ଚ HD ସ୍କ୍ରିନ୍ ରହିଛି ।

ରିୟଲମି 5s(Realme 5S)

ରିୟଲମି ଚୀନି ବ୍ରାଣ୍ଡ ଓପୋର ଅଫଶୁଟ୍ ଫୋନ୍ । ଏହା ସ୍ଥିର ବେଗରେ ଭାରତରେ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରୁଛି  । ଗତ ବର୍ଷ ଭାରତରେ ରିୟଲମି 5S ଲଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଏହାର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ରିୟଲ୍ ୫ ର ବେସ୍ ଭାରିଆଣ୍ଟ୍ 3 ଜିବି ରାମ୍ ଏବଂ 32 ଜିବି ଅନବୋର୍ଡ ଷ୍ଟୋରେଜ୍ ପ୍ରଦାନ କରେ । 5000mAh କ୍ଷମତା ପାଇଁ ଏହା ମହାନ ବ୍ୟାଟେରୀ ଜୀବନ ପ୍ରଦାନ କରେ । ଏହା ଏକ କ୍ୱାଲକମ୍ ସ୍ନାପଡ୍ରାଗନ୍ 665 ଚିପସେଟ ଦ୍ୱାରା ସଂଚାଳିତ ।

ମୋଟୋରୋଲା G8 ପାୱାର ଲାଇଟ୍ (Motorola G8 Power Lite)

ଲେନୋଭୋ- ମୋଟୋରୋଲା ବଜେଟ୍ ଅଫର୍ – G8 ପାୱାର୍ ଲାଇଟ୍ ଫୋନରେ 5000 mAh ବ୍ୟାଟେରୀ ରହିଛି । ମେଡଟେକ୍ ହେଲିଓ P35 ପ୍ରୋସେସର ଦ୍ୱାରା ସଂଚାଳିତ । ଏହି ଫୋନ୍ ବର୍ତ୍ତମାନ ୮,୯୯୯ ଟଙ୍କାରେ ଉପଲବ୍ଧ । ସ୍ମାର୍ଟଫୋନରେ 8 MP ଇଞ୍ଚ HD + ଡିସପ୍ଲେ, 8MP ସେଲଫି ସୁଟର ପାଇଁ ୱାଟର ଡ୍ରପ୍ ନଚ୍ ରହିଛି । ଏହି ଡିଭାଇସ୍ ରେ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ୍ ୯ ଭର୍ସନ ରହିଛି ।

ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍ ଚିହ୍ନଟ… କ୍ୱାରେଣ୍ଟାଇନରୁ ୧୭୪, ଲୋକାଲ୍୩୬… ଗଞ୍ଜାମରୁ ସର୍ବାଧିକ୫୮, ଖୋର୍ଦ୍ଧାରୁ୪୭

ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ୍‌ ଚିହ୍ନଟ… କ୍ୱାରେଣ୍ଟାଇନରୁ ୧୭୪, ଲୋକାଲ୍‌୩୬… ଗଞ୍ଜାମରୁ ସର୍ବାଧିକ୫୮, ଖୋର୍ଦ୍ଧାରୁ୪୭

ଏହି ରାଶିର ଲୋକଙ୍କର ଆଜି ହେବ ଅର୍ଥଲାଭ… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌ ୨୫, ୨୦୨୦,ଗୁରୁବାର,ମିଥୁନ ୧୧ ଦିନ

୧୪୨୭ ସାଲ୍‌, ୧୯୪୨ଶକାବ୍ଦ, ୨୦୮୮ ସମ୍ବତ୍‌,

ଆଷାଢ ଶୁକ୍ଳ ଚଥୁର୍ଥି ଦିନ ୮ ଟା ୪୮ ପରେ ପଞ୍ଚମୀ

 କର୍କଟ ରାଶିରେ ଚନ୍ଦ୍ର ରହିବେ,ଦିନ ୧୨ ଟା ୨୬ ମିନିଟ୍ ପରେ ସିଂହ

ଅଶ୍ଳେଷା ନକ୍ଷତ୍ର ଦିନ ୧୨ଟା ୨୬ ମିନିଟ୍‌ ପରେ ମଘା ନକ୍ଷତ୍ର

ଘାତଚନ୍ଦ୍ର – ଦିନ ୧୨ଟା ୨୬ ମିନିଟ୍‌ ପରେ ବିଛା ଓ ମକର ରାଶି

ଘାତବାର-ତୁଳା,କୁମ୍ଭ ରାଶିର

ଯୋଗିନୀ ରହିବେ ନୈରତେ ଦିନ ୮ ଟା ୪୭ ପରେ ଦକ୍ଷିଣେ

ପୁଷ୍କର ଦୋଷ ନାହିଁ

ଶୁଭ ସମୟ- ଦିନ ୯ ଟା ୩୭ ଠାରୁ ଦିନ ୧୧ ଟା ୨୩

ସନ୍ଧ୍ୟା ୭ ଟା ୦୮ ରୁ ରାତି ୯ ଟା ୧୮

ଅଶୁଭ ସମୟ

ଦିନ ୧ ଟା ୨୭ ରୁ ସନ୍ଧ୍ୟା ୬ ଟା ୨୫

ରାତି ୧୨ ଟା ୧୧ ରୁ  ରାତି ୨ ଟା ୨୦

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- କୈାଣସି ଯୋଜନାକୁ ନେଇ ଅଧିକ କର୍ମଚାପ ରହିପାରେ

ଦ୍ୱିଜା- ଆଧ୍ୟାତ୍ମିକ କର୍ମରେ ରୁଚି ବଢିବ

କୃତ୍ତିକା ନକ୍ଷତ୍ର- କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ,ବିରୋଧର ସାମ୍ନା କରିବେ

ହନୁମାନ ଭଗବାନଙ୍କୁ ଦର୍ଶନ କରି ସିନ୍ଦୁର ମଥାରେ ଲଗାନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସରକାରୀ ଯୋଜନାରେ ସଫଳ ହେବେ,ସମାଜରେ ଲୋକସଂପର୍କ ବଢିବ

ରୋହିଣୀ ନକ୍ଷତ୍ର- କର୍ମକ୍ଷେତ୍ରରେ ସବୁ ଯୋଜନାରେ ସଫଳ ରହିବେ

ମୃଗଶିରା- ଆଣ୍ଠୁଗଣ୍ଠି ଜନିତ ଅସୁବିଧା ରହିବ,ସମ୍ମାନ ଲାଭର ଯୋଗ

ତୁଳସୀ ଚଉରାମୂଳରେ ଓଁ ବାସୁଦେବାୟ ନମଃ ୯ ଥର ଜପ କରନ୍ତୁ

ମିଥୁନ ରାଶି

ମୃଗଶିରା- ବ୍ୟବସାୟରେ ଲାଭ ବୃଦ୍ଧି,ଗୃହ ପରିବର୍ତ୍ତନ ହୋଇପାରନ୍ତି

ଆର୍ଦ୍ରା- ଉତ୍ସାହ ଉଦ୍ଦପନା ବୃଦ୍ଧି ପାଇବ,ପ୍ରତି ଉଦ୍ୟମରେ ସଫଳତା ପାଇବେ

ପୁନର୍ବସୁ- ମାନସମ୍ମାନ ଲାଭ ହେବ

ମହାଦେବଙ୍କର ୧୦୮ ଥର ନାମ ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ବିବାହ ପ୍ରସ୍ତାବ ସମ୍ଭାବନା ବଢିପାରେ,ଚାକିରୀରେ ଲାଭ ମିଳିପାରେ

ପୁଷ୍ୟା- କର୍ମକ୍ଷେତ୍ରରେ କର୍ମ ଚାପ ବଢିବ

ଅଶ୍ଲେଷା- ବନ୍ଧୁମାନଙ୍କର ସହଯୋଗ ପାଇବେ,ଧନଲାଭ ବି ହୋଇପାରେ

ମା’ଦକ୍ଷିଣକାଳୀଙ୍କର ଦର୍ଶନ କରନ୍ତୁ

ସିଂହ ରାଶି

ମଘା- ଅଚାନକ ଯାନବାହନ କିମ୍ବା ଜମିଜମାରେ କ୍ଷୟକ୍ଷତି ହୋଇପାରେ

ପୂର୍ବା ଫାଲଗୁନି- ବୈବାହିକ କିମ୍ବା ପ୍ରେମ ଜୀବନରେ ନୀରବ ରୁହନ୍ତୁ

ଉତ୍ତରାଫାଲଗୁନି- କର୍ମ ସଂପର୍କରେ ଅଶାନ୍ତି ରହିବେ,ବିଳମ୍ବରେ କାର୍ଯ୍ୟସିଦ୍ଧି

ନିଜପ୍ରିୟ ଭଗବାନଙ୍କୁ ତୁଳସୀ ଚଢାନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ପାରିବାରିକ ପରିବେଶରେ ଆତ୍ମତୃପ୍ତି ଭରା ରହିବ

ହସ୍ତା- ପ୍ରେମଜନିତ ସଂପର୍କରେ ଉନ୍ନତି ହେବ

ଚିତ୍ରା- ମନୋବଳ ସକରାତ୍ମକ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ରହିବ

ଶ୍ରୀଗଣେଶ ଭଗବାନଙ୍କୁ ୭ଟି ଦୁବକେରା ଓ ରାଶିଲଡୁ ଚଢାନ୍ତୁ

ତୁଳା ରାଶି

ଚିତ୍ରା – ଲୋକସଂପର୍କ ଓ ଆର୍ଥିକ ପରିସ୍ଥିତି ଭଲ ରହିବ

ସ୍ୱାତୀ- ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭ ଦୁର ହେବ

ବିଶାଖା- ଦୁର ସ୍ଥାନକୁ ଯାଆନ୍ତୁ ନାହିଁ, ଭ୍ରମଣ କଷ୍ଟ ରହିଛି

ମଥାରେ ଲକ୍ଷ୍ମୀଙ୍କର ସିନ୍ଦୁର ଧାରଣ କରନ୍ତୁ

ବିଛା ରାଶି

ବିଶାଖା- ଅର୍ଥ ମିଳିବାର ସୂଚନା, ଆର୍ଥିକ ବିକାଶ ହୋଇପାରେ

ଅନୁରାଧା- କର୍ମକ୍ଷେତ୍ରରେ ଅଧିକ ଚାପ ରହିବ,ଭାଇମାନଙ୍କ ସହ ମତାନ୍ତର

ଜ୍ୟେଷ୍ଠା – ପରିବାରର ସହଯୋଗରେ ଯୋଜନାରେ ସଫଳ ରହିବେ

ଜଳପୂର୍ଣ୍ଣ କଳସୀ ଘରର ମୁଖ୍ୟଦ୍ଵାରରେ ରଖି ପ୍ରଣାମ କରନ୍ତୁ

ଧନୁ ରାଶି

ମୂଳା- କୈାଣସି କାର୍ଯ୍ୟକରି ସମ୍ମାନିତ ହେବେ, ଆଶାତୀତ ଫଳବି ପାଇବେ

ପୂର୍ବାଷାଢା- କାହା ସହିତ ଝଗଡା ହୋଇପାରେ,ବନ୍ଧୁ ପରିଜନରେ ସହଯୋଗ ପାଇବେ

ଉତ୍ତରାଷାଢା- ମାନସମ୍ମାନ ସହିତ ଆର୍ଥିକ ଲାଭ ପାଇବେ

ଗାୟତ୍ରୀ ମନ୍ତ୍ର ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ମିଶାଇ ୧୧ ଥର ଜପ କରନ୍ତୁ

ମକର ରାଶି

ଉତ୍ତରାଷାଢା- କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ

ଶ୍ରବଣା- ବନ୍ଧୁମାନଙ୍କର ସାହାଯ୍ୟ,ସହଯୋଗ ପାଇବେ

ଧନିଷ୍ଠା- ବିଦ୍ୟା କ୍ଷେତ୍ରରେ ସଫଳତା,ପିତାମାତଙ୍କର କୃପା ମଧ୍ୟ ପାଇବେ

ଗୁଆ ପାନ ନିଜର ପ୍ରିୟ ଭଗବାନଙ୍କୁ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଜୀବନସାଥିଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ,ବ୍ୟବସାୟରେ ମତାନ୍ତର ହୋଇପାରେ

ଶତଭିଷା- ଦୁଷିତ ଖାଦ୍ୟ ଓ ପାନୀୟ ପାଇଁ ଶରୀର ଅସୁସ୍ଥ ରହିପାରେ,କର୍ମଚାପ ରହିବ

ଘରେ ହନୁମାନଙ୍କୁ ପାନ ଚଢାନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି

ଉତ୍ତରଭାଦ୍ରପଦ- ଲାଭ ଓ ପ୍ରତିଷ୍ଠା ମିଳିବାର ସୂଚନା ରହିଛି

ରେବତୀ- ବନ୍ଧୁମିଳନ ଓ ଦୁର ଯାତ୍ରା କରିବାର ଯୋଗ,

ଶ୍ରୀବିଷ୍ଣୁଙ୍କୁ ତୁଳସୀ ମାଳା ଓ ହଳଦିଆ ଫୁଲ ଅର୍ପଣ କରନ୍ତୁ

 

ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଯୋଗାଯୋଗ ନମ୍ବର-9438389039

ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ… ମୋଟ୍ ସଂକ୍ରମିତ ସଂଖ୍ୟା ୫ ହଜାର ୯୬୨କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ୍‌ ସଂକ୍ରମିତ ସଂଖ୍ୟା ୫ ହଜାର ୯୬୨କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୭୪ ଜଣ ଓ ଲୋକାଲ୍‌ କେସ ୩୬ ରହିଛି। ଗଞ୍ଜାମୃରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ୬ ଜଣ ଏନଡିଆରଏଫ୍‌ ଯବାନ କରୋନା ସଂକ୍ରମିତ ହୋଇଛନ୍ତି।

ଆଜି ୧୮ ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଜପତିରୁ ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିରରୁ୧୧ , ଯାଜପୁର ଓ ପୁରୀରୁ ୮ ଜଣ ଲେଖାଏଁ, ଢେଙ୍କାନାଳ ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୬, କଟକ ଓ କେନ୍ଦୁଝରରୁ ୫ ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପଶ୍ଚିମବଙ୍ଗରେ ଭୟାବହ କରୋନା ସ୍ଥିତି… ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର

ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଓ ନବରଙ୍ଗପୁରରୁ ୨ଜଣ ଲେଖାଏଁ, ଦେଓଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛି। ପଶ୍ଚିମବଙ୍ଗରେ ଅମ୍ଫାନ୍‌ ମୁକାବିଲା ପରେ ଫେରିଥିବା ୬ ଜଣ ଏନଡିଆରଏଫ୍‌ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଚାକିରୀ ହରାଇଲେ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍, ପୁରା ପରିବାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍ ବଲବୀର ଚାନ୍ଦ ଆଜିକାଲି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବାବେଳେ। ଅନ୍ୟପକ୍ଷରେ ତାଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ବଲବୀରଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥିଲା ​। ସଚିନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସହ ଫଟୋ କ୍ଲିକ୍ କରୁଥିଲେ । କାରଣ ବଲବୀର ସଚିନଙ୍କ ଜାଆଁଳା ଭାଇ ଭଳି ଦେଖାଯାଆନ୍ତି ।

ଜୁନ୍ ମାସରେ, ବଲବୀର ଚାନ୍ଦ ତାଙ୍କ ଗାଁ ମୁମ୍ବାଇରୁ ପଞ୍ଜାବକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ବଲବୀର ତାଙ୍କ ପତ୍ନୀ, ପୁଅ ଏବଂ ଝିଅ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଗୋଲି ୱାଡା ପାୱର ବ୍ରାଣ୍ଡ ଆମ୍ବାସେଡର ଭାବରେ କାର୍ଯ୍ୟ କରୁଥିବା ବଲବୀର ଲକଡାଉନ୍ ପୂର୍ବରୁ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଚାକିରୀ ହରାଇସାରିଛନ୍ତି । ଲକଡାଉନ୍ ଯୋଗୁଁ ଅନେକ ଲୋକେ ବହୁ ସମସ୍ୟାର ସାମ୍ନା କରିଛନ୍ତି ।

ବଲବୀର ଓ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ଲକଡାଉନ୍ ପରେ ପରିସ୍ଥିତି ଏମିତି ହୋଇଛି ଯେ, ସେ ତାଙ୍କ ଘରର ଭଡା ମଧ୍ୟ ଦେଇ ପାରିନାହାନ୍ତି। ଟ୍ରେନ୍ ସେବା ଆରମ୍ଭ ହେବା ପରେ ସେ ପଞ୍ଜାବରେ ଥିବା ନିଜ ଘରକୁ ଫେରିଥିଲେ। ତଥାପି, ସେ ଅନେକ ଅସୁବିଧା ସାମ୍ନା କରିଛନ୍ତି । ବର୍ତ୍ତମାନ ସେ ଏବଂ ତାଙ୍କ ପରିବାର କରୋନା ପଜିଟିଭ୍ ଥିବା ଜଣାପଡିଛି।

ସେ କହିଛନ୍ତି ଯେ ‘ଟ୍ରେନ୍ ଯାତ୍ରା ସମୟରେ ସେ ୧୫ ଟି ବୋତଲ ସାନିଟାଇଜର, N95 ମାସ୍କ ଓ ଖାଦ୍ୟ ନେଇ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ । କିନ୍ତୁ ଟ୍ରେନରେ ଅନେକ ଯାତ୍ରୀ ଥିଲେ ଯେଉଁମାନେ କୌଣସି ନିୟମର ପାଳନ କରୁନଥିଲେ । ସେ ନିଜ ଅନୁଭୂତିରୁ କହିଛନ୍ତି ଯେ, ଯାତ୍ରା କରିବା ଏଯାଏଁ ନିରାପଦ ନୁହେଁ । କାରଣ କେବଳ ଟ୍ରେନ୍ ଯାତ୍ରା କରିଥିବାରୁ ତାଙ୍କର ପୁରା ପରିବାର କରୋନା ପଜିଟିଭ୍ ହୋଇଛନ୍ତି ।

ପୂର୍ବ ଲଦାଖରେ ବଢାଉଛି ସୈନ୍ୟ ବଳ… ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ସେନା ବିବାଦକୁ ନେଇ ଉତ୍ତେଜନା। ଚୀନ୍‌ର ନୂଆ ଚାଲ୍‌ ସାମ୍ନାକୁ ଆସିଛି । ଗୋଟେପଟେ ସମାଧାନ ପାଇଁ ଆଲୋଚନା ଅନ୍ୟପଟେ ସୀମାରେ ସେନା ଶକ୍ତି ବଢାଉଛି ଚୀନ୍‌। ପୂର୍ବ ଲଦାଖରେ ପେଙ୍ଗୋଗ ସୋ, ଗଲୱାନ୍‌ ଘାଟି ଅନ୍ୟ ଅଞ୍ଚଳରେ ଅଧିକ ସଂଖ୍ୟାରେ ସେନା ମୁତୟନ କରୁଛି ଚୀନ୍‌। ଏଲଏସି ନିକଟବର୍ତ୍ତି ଅଞ୍ଚଳର କିଛି ନୂଆ ସାଟେଲାଇଟ୍‌ ଇମେଜ ସାମ୍ନାକୁ ଆସିଛି।

ଏଥିରେ ଏଲଏସିର ଉଭୟ ପାର୍ଶ୍ୱରେ ଚୀନ୍‌ ସେନାର ବଙ୍କର ଦେଖିବାକୁ ମିଳିଛି। ଏଥିସହ ଚୀନ୍‌ ଯବାନ ଓ କିଛି ଢାଞ୍ଚା ଦେଖାଯାଉଛି। ଜୁନ୍‌ ୧୫ ରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷରେ ୨୦ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତର କଡା ଆଭିମୁଖ୍ୟ ସତ୍ତ୍ୱେ ପୁଣି ଚୀନ୍‌ କିଛି ଢାଞ୍ଚା ନିର୍ମାଣ କରୁଥିବା ସାଟେଲାଇଟ୍‌ ଇମେଜରୁ ଦେଖିବାକୁ ମିଳିଛି।

ସେପଟେ ଗତକାଲି ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଯୁଗ୍ମସଚିବ ସ୍ତରୀୟ ବୈଠକ ବସିଥିଲା। ଏଥିରେ ଉଭୟ ପକ୍ଷ ଏଲଏସି ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଜୋର ଦେଇଥିଲେ। ଶାନ୍ତି ବଜାୟ ରଖିବା ପାଇଁ ଡବ୍ଲୁଏମ୍‌ସିସି ଢାଞ୍ଚାରେ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଯୋଗାଯୋଗଗ ବଜାୟ ରଖିବାକୁ ଭାରତ ଓ ଚୀନ୍‌ ସହମତ ହୋଇଥିଲେ।