୪ ଦିନ ଯାଏଁ ସଂଗ୍ରହ ହେବ ସ୍ୱାବ ନମୁନା… ଏପଟେ ଘୋଷଯାତ୍ରାର ଆଗାମୀ ନୀତିକାନ୍ତି ପାଇଁ ବସିବ ଛତିଶା ନିଯୋଗ ବୈଠକ

1 min read
Servitors undergone Covid-19 test

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ହୋଇଛି । କୋଭିଡ ୧୯ ନିୟମକୁ ବଳବତର ରଖି ସବୁ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଗତ କାଲି ପୁରୀରେ ପୋଲିସ କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁ ମାନେ ରଥ ଟଣା କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରାରେ ନିୟୋଜିତ ଥିବା ୫ଶହ ପୋଲିସଙ୍କ କରୋନା ଟେଷ୍ଟ ହୋଇଥିଲା ।

ଏବେ ୪ ଦିନ ଯାଏଁ କୋଭିଡ୍‌-୧୯ ପରୀକ୍ଷା ପାଇଁ କରାଯିବ ସ୍ୱାବ ନମୁନା ସଂଗ୍ରହ। ୩ଟି ସେଣ୍ଟରରେ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ରଥଯାତ୍ରାରେ ନିୟୋଜିତ ଅନ୍ୟ କର୍ମଚାରୀ ମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଉଛି। ବାଗାଡ଼ିଆ ଧର୍ମଶାଳା, ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ୱର ସାହି ସ୍କୁଲରେ ନମୁନା ସଂଗ୍ରହ କରାଯାଉଛି। ପୁଷ୍ପାଳକ, ସୁଆର, ବିମାନବଡ଼ୁ ନିଯୋଗ ଓ କିଛି କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଉଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ସବୁ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ନମୁନା ପରୀକ୍ଷା ହେବ।

ଏପଟେ ଆଜି ବସିବ ଛତିଶା ନିଯୋଗ ବୈଠକ । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଗାମୀ ନୀତିକାନ୍ତି ସମାପନ ନେଇ ବୈଠକରେ ଆଲୋଚନା ହେବ । କୋଭିଡ୍‌ କଟକଣା ଭିତରେ କିଭିଳି ଶୃଙ୍ଖଳିତ ନୀତିକାନ୍ତି ହେବ ସେନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

Leave a Reply