spot_img
Home Blog Page 6920

ଜନନୀ ଏକ୍ସପ୍ରେସ୍‌ ସେବା ଫେଲ୍‌, ଆଶାଦିଦିଙ୍କ ଫୋନ୍‌ ପରେ ବି ଆସିଲାନି ଆମ୍ବୁଲାନ୍ସ !

ରାୟଗଡ଼ା: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଗର୍ଭବତୀଙ୍କ ପାଇଁ ମିଳିଲାନି ଆମ୍ବୁଲାନ୍ସ । ୧୭ କିଲୋମିଟର ଚାଲି ଚାଲି ଗଲେ ୩ ଜଣ ଗର୍ଭବତୀ । ଏଭଳି ଏକ ଅଭାବନୀୟ ଘଟଣା ପୁଣି ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରୁ ।Pregnant lady

ରାୟଗଡ଼ା ମୁନିଗୁଡା ବ୍ଲକ୍‌ ରଘୁବାରୀ ପଞ୍ଚାୟତର ବାଙ୍ଗରିପଦରରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଗରିବ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି । ଏମିତିକି ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ସରକାର ସବୁବେଳେ ଚେଷ୍ଟା କରିଛନ୍ତି । ହେଲେ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ଯୋଗୁଁ ଗରିବ ନୀରିହ ଆଦିବାସୀମାନେ ଏହାର ସୁବିଧା ପାଇ ପାରୁନାହାନ୍ତି ।

ଆମ୍ବୁଲାନ୍ସ ନମିଳିବା କାରଣରୁ ପ୍ରାୟ ୧୭ କିଲୋମିଟର ଯାଏ ଚାଲି ଚାଲି ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ଗଲେ ୩ ଜଣ ଗର୍ଭବତୀ । ବାଙ୍ଗିରିପଦର ଗାଁର ବୋଲେ ମାଝୀଙ୍କ ଗର୍ଭ ଯ଼ନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାକର୍ମୀ ତାଙ୍କ ପାଖରେ ପହଞ୍ଚିଥିଲେ । ହେଲେ ବୋଲେ ମାଝିଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଶାକର୍ମୀ ଜଣକ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନସକୁ ଡକାଇଥିଲେ । ହେଲେ ଦୁର୍ଭାଗ୍ୟର କଥା ଆମ୍ବୁଲାନ୍ସ ଆସିପାରି ନଥିଲା ।

Pregnant lady

ଖାଲି ବୋଲେ ମାଝିଙ୍କ କଥା ନୁହେଁ ଅନ୍ୟପଟେ ଆହୁରି ଦୁଇ ଜଣ ଗର୍ଭବତୀଙ୍କର ମଧ୍ୟ ସମାନ ପରିସ୍ଥିତି ରହିଥିଲା । ପ୍ରମିତା ମାଝୀ ଓ ରାଣୀତା ମାଝୀଙ୍କ ରକ୍ତହୀନତା ଦେଖାଦେବାରୁ ୧୦୨କୁ ଖବର ଦିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିନଥିଲା । ଶେଷରେ ନିରୁପାୟ ହୋଇ ପ୍ରାୟ ୧୭ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ସବୁ ଗର୍ଭବତୀ ।

ପରେ ୪ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ସମସ୍ତଙ୍କୁ ଆମ୍ବଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତଙ୍କ  ସ୍ୱାସ୍ଥ୍ୟବସ୍ଥା ଭଲଥିବା ଡାକ୍ତର କହିଛନ୍ତି ।

ବାତିଲ ହେଲା CTET ପରୀକ୍ଷା

ଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା । ଗୁରୁବାର ସିବିଏସ୍‌ଇ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଛି । ପରିସ୍ଥିତି ସୁଧୁରିବା ପରେ କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ପୂର୍ବରୁ ଏହା ଜୁଲାଇ ୫ ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା । CTET ବା Central Teachers Eligibility Testର ଏହା ୧୪ତମ ସଂସ୍କରଣ । କରୋନା ମହାମାରୀ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖିଛି ସିବିଏସ୍‌ଇ ।

Ramesh Pokhrial

ସୁସ୍ଥ ଓ ଅନୁକୂଳ ବାତାବରଣ ହେଲେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ । ଏହାର ଦୈନିକ ସୂଚନା ପାଇଁ CTET ୱେବସାଇଟ ଦେଖିବାକୁ CTET ନିର୍ଦେଶକ ତଥା CBSE ସଚିବ ଅନୁରାଗ ତ୍ରିପାଠୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ।

CBSE ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ବାତିଲ୍‌… ରେଜଲ୍ଟ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: କରୋନା ଯୋଗୁଁ ବ୍ୟବସାୟଠୁ ଆରମ୍ଭ କରି ଫିଲ୍ମ ଜଗତର ସବୁ କାର୍ଯ୍ୟ ଠପ୍ ହୋଇଯାଇଛି । ଦେଶର ଅର୍ଥନୀତି ଉପରେ ମଧ୍ୟ ଅନେକ ପ୍ରଭାବ ପଡିଛି । କରୋନା କଟକଣା ଲାଗୁ ହେବା ପରେ ଅଧିକାଂଶ କ୍ଷେତ୍ରରେ କାମ ଠପ୍ ହୋଇଯାଇଛି । ତେବେ ଏଥିରେ ଶିକ୍ଷା କ୍ଷେତ୍ର ମଧ୍ୟ ବାଦ ପଡିନାହିଁ । ତିନି ମାସ ଅପେକ୍ଷା ପରେ ବାତିଲ ହୋଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ସବୁ ପରୀକ୍ଷା । କିଛି ପରୀକ୍ଷା ସରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ନେଇ ନିର୍ଦ୍ଦେଶ ରହିଛି ।

ସୁପ୍ରିମକୋର୍ଟ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ । ତେବେ ଦିଲ୍ଲୀ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ ଓଡ଼ିଶା ପରୀକ୍ଷା କରିବାକୁ ଅସମର୍ଥତା ଦର୍ଶାଇ ବାତିଲ କରିବା ଦାବିରେ ସତ୍ୟପାଠ ଦାଖଲ କରିଥିଲେ । ଏ ସଂପର୍କରେ ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଫଳରେ ସର୍ବୋଚ୍ଚ ଅଦାଲତ ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।

ଦଶମ ଶ୍ରେଣୀ ପରୀକ୍ଷା ସଂପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପାଇଁ ବିକଳ୍ପ ବାହାର କରାଯାଇଛି । ଯାହାକୁ ଛାତ୍ରଛାତ୍ରୀ ଚାହିଁଲେ ଗ୍ରହଣ କରିପାରିବେ ବୋଲି କୁହାଯାଇଛି । ତେବେ ପୂର୍ବରୁ ଶେଷ ହୋଇଥିବା ୩ଟି ପରୀକ୍ଷାର ଆସେସମେଣ୍ଟ କରି ରେଜଲ୍ଟ ପ୍ରକାଶ ପାଇବ । ତାହା କିପରି କରାଯିବ ସେ ନେଇ ମଧ୍ୟ ଜୁଲାଇ ୧୫ ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିଭଳି କେବେ ରେଜଲ୍ଟ ବାହାରିବ, ସେନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନ୍ୟପଟେ ସିବିଏସଇ ନିଷ୍ପତ୍ତିକୁ ଆଇସିଏସଇ ମାନିବ ବୋଲି କହିଛି । ଅର୍ଥାତ ଆଗକୁ ଆଇସିଏସଇ ମଧ୍ୟ ସବୁ ପରୀକ୍ଷା ବାତିଲ କରିପାରେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରୀକ୍ଷା ବାତିଲ ଓ ଫଳ ପ୍ରକାଶନ ବିଳମ୍ବରେ ଗୁରୁତର ପ୍ରଭାବିତ ହୋଇପାରେ ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ।

ପାକିସ୍ତାନ-ଚୀନ୍‌-ନେପାଳ ପରେ ଏବେ ଭୁଟାନ୍‌ ବଢ଼ାଇଲା ଭାରତର ଚିନ୍ତା..!

ନୂଆଦିଲ୍ଲୀ: ଭରତକୁ ପଡ଼ୋଶୀ ରାଷ୍ଟ୍ର ମାନେ ବିବାଦ ଘେରକୁ ଟାଣିବାରେ ଲାଗିଛନ୍ତି ଏମିତିକି ବନ୍ଧୁ ରାଷ୍ଟ୍ର କୁହାଯାଉଥିବା ନେପାଳ ମଧ୍ୟ ଭାରତକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଛି ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ପାକିସ୍ତାନ ଲଗାତାର ଚିନ୍ତା ବଢ଼ାଉଥିବା ବେଳେ ଚୀନ୍ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି ହେଲେ ସବୁଠାରୁ ବଡ଼ କଥା ହେଲା ନେପାଳ ପରେ ଏବେ ଭୁଟାନ ମଧ୍ୟ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି

India-Bhutan ଭୁଟାନ ଏବେ ଭାରତୀୟ ଚାଷୀଙ୍କ ପାଇଁ ପାଣି ବନ୍ଦ କରିଦେଇଛି ଖାଲି ସେତିକି ନୁହେଁ କିଛି ମାସ ପୂର୍ବରୁ ଭୁଟାନକୁ ପର୍ଯ୍ୟଟକ ଭାବେ ଆସୁଥିବା ଭାରତୀୟଙ୍କଠାରୁ ପ୍ରତିଦିନ ହଜାରେରୁ ଅଧିକ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା ଏବେ ଆସାମର ବକସା ଜିଲ୍ଲାର କୃଷକମାନେ ଭୁଟାନ ପକ୍ଷରୁ ଜଳ ଅବରୋଧ କରାଯାଇଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି

India-Bhutan

କରୋନା ମହାମାରୀ ଯୋଗୁଁ ଭୁଟାନ ସରକାର ଦେଶ ଭିତରେ କୌଣସି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରିଛନ୍ତି । ଏହାସହ ଭୁଟାନରୁ ବାହାରୁଥିବା ନଦୀ ଜଳକୁ ଭାରତୀୟ ଚାଷୀଙ୍କୁ ବ୍ୟବହାର କରିବାରୁ ମଧ୍ୟ ବଞ୍ଚିତ କରିଛନ୍ତି । ବକସା ଜିଲ୍ଲାର ୨୬ ରୁ ଅଧିକ ଗାଁର ୬୦୦୦ ରୁ ଅଧିକ କୃଷକ ଜଳସେଚନ ପାଇଁ ଏହି ଜଳସ୍ରୋତ ଉପରେ ନିର୍ଭର କରିଥାନ୍ତି । ୧୯୫୩ ପରଠାରୁ ଏହି କୃଷକମାନେ ଭୁଟାନରୁ ବାହାରିଥିବା ନଦୀ ଜଳରେ ହିଁ ଧାନ କ୍ଷେତକୁ ଜଳସେଚନ କରିଆସୁଛନ୍ତି । ତେବେ ଭୁଟାନରୁ ହଠାତ୍ ଜଳ ବନ୍ଦ ହେବା ପରେ ଭାରତୀୟ କୃଷକମାନେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି

India-Bhutan

ବକସା ଜିଲ୍ଲାର କୃଷକଙ୍କ ସମେତ ସିଭିଲ୍‌ ସୋସାଇଟିର ସଦସ୍ୟମାନେ ମଧ୍ୟ ସୋମବାର ଏହାକୁ ବିରୋଧ କରିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏମିତିକି ବିକ୍ଷୋଭକାରୀମାନେ ଅନେକ ଘଣ୍ଟା ଧରି ରୋଙ୍ଗିଆଭୁଟାନ ରାସ୍ତାକୁ ଅବରୋଧ କରିଥିଲେ

India-Bhutan

ଏହି ରାଶିର ଲୋକଙ୍କର ପ୍ରେମ ସମ୍ପର୍କରେ ହେବ ବାଧା… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌ ୨୬, ୨୦୨୦, ଶୁକ୍ରବାର, ମିଥୁନ ୧୨ ଦିନ

୧୪୨୭ ସାଲ୍‌, ୧୯୪୨ ଶକାବ୍ଦ, ୨୦୮୮ ସମ୍ବତ୍‌,

ଆଷାଢ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର

ଦିନ ୧୧ ଟା ୨୮ ପରେ ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର

ସିଂହ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଘାତଚନ୍ଦ୍ର – କର୍କଟ, ମକର ରାଶିର ପୁରୁଷଙ୍କର

ଘାତବାର- ବିଛା, ଧନୁ, ମୀନ ରାଶିର

ଯୋଗିନୀ ପଶ୍ଚିମ ଦିଗରେ ଅବସ୍ଥାନ କରୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା କରିବା ନିଷେଧ

ଶୁଭ ସମୟ- ସକାଳ ୬ ଟା ୫୮ ମିନିଟ୍‌ ଠାରୁ ସକାଳ ୯ ଟା ୩୭ ମିନିଟ୍‌

ଦିନ ୧୨ଟା ଠାରୁ ଦିନ ୩ ଟା ୪୯ ମିନିଟ୍‌

ଅଶୁଭ ସମୟ

ଦିନ ୧୦ ଟା ୩୦ ମିନିଟ୍‌ ଠାରୁ ଦିନ ୧୨ ଟା ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ବାଣିଜ୍ୟ,ବ୍ୟବସାରୁ ଅର୍ଥ ଲାଭ ଯୋଗୁଁ ଖୁସି ରହିବେ

ଦ୍ୱିଜା- କର୍ମକ୍ଷେତ୍ରକୁ ନେଇ ଅନେକ ଚାପରେ ରହିବେ

କୃତ୍ତିକା ନକ୍ଷତ୍ର- ସାହାଯ୍ୟ,ସହଯୋଗ ପାଇବେ, ନିଜ କାର୍ଯ୍ୟକୁ ନେଇ ଖୁସି ରହିବେ

ଗୋଟିଏ ଖଣ୍ଡ ହଳଦୀ ନିଜ ପାଖରେ ରଖନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ନିଜର ଆକର୍ଷଣୀୟ କଥା କହି କାର୍ଯ୍ୟ ହାସଲ କରିବେ

ରୋହିଣୀ ନକ୍ଷତ୍ର- ନିଜର କୈାଣସି ଆତ୍ମୀୟ ଲୋକ ସାହାଯ୍ୟ କରିପାରନ୍ତି

ମୃଗଶିରା- ଅନେକ ଚେଷ୍ଟା କରି ମଧ୍ୟ କର୍ମରେ ବିଫଳ ରହିବେ

୨୧ ଗୋଟି ଗୋଲମରିଚ ନିଜ ପାଖରେ ରଖନ୍ତୁ

ମିଥୁନ ରାଶି

ମୃଗଶିରା- କର୍ମକୁ ନେଇ ସମସ୍ୟା ଅଧିକ ବଢିବ,ମନ କଥା ମନରେ ରହିଯିବ

ଆର୍ଦ୍ରା- ବନ୍ଧୁଙ୍କର ସହଯୋଗ ପାଇବେ, ସ୍ଥଗିତ କାମ ଶିଘ୍ର ହୋଇଯିବ

ପୁନର୍ବସୁ-କର୍ମକ୍ଷେତ୍ର ଓ ଅର୍ଥକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ରହିବ

୭ ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ

କର୍କଟ ରାଶି

ପୁନର୍ବସୁ – ଅନ୍ୟମନସ୍କ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ପାରନ୍ତି

ପୁଷ୍ୟା- ପ୍ରତୀକ୍ଷାରେ ଥିବା କାମ ପାଇଁ ଖୁସି ଖବର ପାଇବେ

ଅଶ୍ଲେଷା- କ୍ୟାରିୟର କ୍ଷେତ୍ରରେ ସଫଳତା ପାଇଁ ନୂଆ ସୁଯୋଗ ଆସିବ

ତୁଳସୀ ଚଉରା ମୂଳରେ କ୍ଷୀର ଅର୍ପଣ କରନ୍ତୁ

ସିଂହ ରାଶି

ମଘା- ନିଜର କାର୍ଯ୍ୟ କରିବାର ଶୈଲୀ ପରିବର୍ତ୍ତନ କରି ସଫଳ ହେବେ

ପୂର୍ବାଫାଲଗୁନି- ପାରିବାରିକ ସମସ୍ୟା ଆପଣଙ୍କ ମନକୁ ଦୁର୍ବଳ କରିବ, ସତର୍କ ରୁହନ୍ତୁ

ଉତ୍ତରାଫାଲଗୁନି- ଚାକିରୀ ଆଶାୟୀମାନଙ୍କ ପାଇଁ ଶୁଭ ଖବର ରହିଛି

ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି – ଦିନଟି ସପକ୍ଷରେ ରହିବ, ଯାହା ବି କାର୍ଯ୍ୟ କରିବେ ସଫଳ ରହିବେ

ହସ୍ତା- ଧର୍ମଭାବନାରେ ମନ ଲାଗି ରହିବ,ପ୍ରେମ ପାଇଁ ଦିନଟି ଭଲ ରହିବ

ଚିତ୍ରା- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଚଳନ୍ତୁ, ବ୍ୟୟ ଭାର ବଢିବ

ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ

 ତୁଳା ରାଶି

ଚିତ୍ରା – ପଡୋଶୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ,ମନରେ ଅସ୍ଥିରତା ବଢିବ

ସ୍ୱାତୀ- ମଧୁର କଥାରେ ପରକୁ ଆପଣାର କରିବେ

ବିଶାଖା- ପ୍ରିୟ ବନ୍ଧୁଙ୍କର ସହଯୋଗ ମିଳିବ, ମନରେ ଉତ୍ସାହ ରହିବ

ଗରିବଙ୍କୁ ପେଟପୁରା ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା- ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ, ମହିଳାମାନଙ୍କ ପାଇଁ ଦିନଟି ଭଲ ରହିବେ

ଅନୁରାଧା- ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ,ପାରିବାରିକ ସଂପର୍କରେ ଉନ୍ନତି ହେବ

ଜ୍ୟେଷ୍ଠା- ଆଜି କାର୍ଯ୍ୟରେ ବ୍ୟସ୍ତ ରହିବେ, ନିଜ ଚେଷ୍ଟା କାର୍ଯ୍ୟରେ ବିଫଳ ହେବେ

ବୁଲା ଷଣ୍ଢକୁ ରୁଟି ଖାଇବାକୁ ଦିଅନ୍ତୁ

ଧନୁ ରାଶି

ମୂଳା- ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ ରହିବ,ଶରୀର ଓ ମନ ସୁସ୍ଥ ରହିବ

ପୂର୍ବାଷାଢା- ଗାଡି ଧିରେ ଚଳାଇବେ, ରାସ୍ତାରେ ବିପଦ ରହିଛି

ଉତ୍ତରାଷାଢା- ସମୟ ପୂର୍ବରୁ କାର୍ଯ୍ୟ ସଫଳ ହେବ

ହନୁମାନ ଚାଳିଶା ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ପାରିବାରିକ ଜୀବନକୁ ନେଇ ଖୁସି ରହିବେ,ପ୍ରେମ ସମ୍ବନ୍ଧୀୟରେ ମଧୁରତା ବଢିବ

ଶ୍ରବଣା- ବାଧା, ପ୍ରତିବନ୍ଧକ ଦୁରେଇଯିବ, କାମରେ ଧ୍ୟାନ ଦିଅନ୍ତୁ

ଧନିଷ୍ଠା- କୈାଣସି ବି ନିଷ୍ପତ୍ତି ଭାବିଚନ୍ତି ନିଅନ୍ତୁ,ଠକାମୀରେ ପଡିପାରନ୍ତି

ମନ୍ଦିର ପୂଜାରୀଙ୍କୁ ଅରୁଆ ଚାଉଳ ଦାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅଧିକ ଭାବରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ

ଶତଭିଷା-ବିଳମ୍ବ ହେଲେ ମଧ୍ୟ ନିଜ ଚେଷ୍ଟାରେ ସଫଳ ରହିବେ

ପୂର୍ବଭାଦ୍ରପଦ- ବନ୍ଧୁଙ୍କ ସହ ନିଜ କର୍ମ ବିଷୟରେ ଆଲୋଚନା କରିପାରନ୍ତି

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ପାରିବାରିକ ଜୀବନ ସୁଖମୟ ରହିବ

ଉତ୍ତରଭାଦ୍ରପଦ- ସାମାଜିକ କାର୍ଯ୍ୟରେ ସମୟ କାଟିବେ,ମନୋବଳ ବଢିବ

ରେବତୀ- ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ମାନସମ୍ମାନହାନୀ ହୋଇପାରେ

ମଥାରେହଳଦୀ ଟିକା ଲଗାନ୍ତୁ, ସମସ୍ୟାରୁ ମୁକ୍ତି ପାଇବେ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ ନମ୍ବର- 9938571935

ଭାରତ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ, ଏବେ ନିଜେ ବିବାଦରେ ପଡ଼ିଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି..

ନୂଆଦିଲ୍ଲୀ: ଭାରତୀୟ ଜମିକୁ ନିଜ ଜମି ବୋଲି କହିବାରୁ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ନେପାଳ ପକ୍ଷରୁ ଏକ ନୂଆ ମ୍ୟାପ୍‌ ପ୍ରସ୍ତତ କରାଯାଇ ସଂସଦରେ ପାରିତ କରାଯାଇଛି । ଏହି ମ୍ୟାପ୍‌ରେ ଭାରତର କିଛି ଅଞ୍ଚଳକୁ ନେପାଳ ନିଜ ଜମି ବୋଲି ଦର୍ଶାଇଛି । ତେବେ ଏହା ପଛରେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ହାତ ଥିବା କୁହାଯାଉଛି । ଏଭଳି କରି ଭାରତକୁ ବିବାଦ ଘେରକୁ ଆଣିଥିବା କେପି ଓଲି ଏବେ ନିଜେ ବଡ଼ ବିବାଦରେ ଫସିଛନ୍ତି । କାରଣ କେପି ଓଲିଙ୍କୁ ଏବେ ତାଙ୍କ ଦଳର ନେତା ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି । ଏମିତିକି କିଛଇ ନେତା ଧମକ ଦେଇଛନ୍ତି ଯଦି କେପି ଓଲି ପଦରୁ ଇସ୍ତଫା ନଦିଅନ୍ତି ତେବେ ଦଳ ଭାଗ ଭାଗ କରାଯିବ ।

KP Ollyନେପାଳ କମ୍ୟୁନିଷ୍ଟ ପାର୍ଟିର କେପି ଓଲି ପ୍ରଧାନମନ୍ତ୍ରୀ ରହିଥିବା ବେଳେ, ଦଳର ଅନ୍ତଃକନ୍ଦଳ ଏବେ ଉଗ୍ର ରୂପ ନେଇଛି । ପାର୍ଟି ଅଧ୍ୟକ୍ଷ ପ୍ରଚଣ୍ଡ, ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିରେ ଅନ୍ୟ ବଡ଼ ବଡ଼ ନେତା ମଧ୍ୟ ପ୍ରଚଣ୍ଡଙ୍କୁ ସମର୍ଥନ ଦେଉଥିବା ସୂଚନା ମିଳିଛି ।

କେପି ଓଲି ଜଣେ ଅସଫଳ ପ୍ରଧାନମନ୍ତ୍ରୀ ବୋଲି ଅଭିଯୋଗ ଆଣିବା ସହ ଇସ୍ତଫା ଦାବି କରିଛି ନେପାଳ କମ୍ୟୁନିଷ୍ଟ ପାର୍ଟି । ପୂର୍ବରୁ ଦୁଇ ଥର ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପୁଷ୍ପ କୁମାର ଧମାଲ କହିଛନ୍ତି କେପି ଓଲି ଜଣେ ରାଜନେତା ହେବା ସବୁଠୁ ବଡ଼ ତ୍ରୁଟି ।

KP Olly

ହେଲେ ଏଭଳି କଡ଼ା ବିରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନାହିଁ ବୋଲି କହିଛନ୍ତି କେପି ଓଲି । ଇସ୍ତଫା ଦେବାକୁ କେପି ଓଲି ମନା କରିବା ପରେ ପ୍ରଚଣ୍ଡ ତାଙ୍କୁ ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି । ସେ କହିଛନ୍ତି କେପି ଓଲି ଯଦି ଇସ୍ତଫା ନଦିଅନ୍ତି ତେବେ ଦଳ ଭାଗ କରିଦିଆଯିବ ।

ତେବେ ନିଜ ଦଳରୁ ହିଁ ଏଭଳି କଡ଼ା ବିରୋଧ କରାଯିବା ଫଳରେ ଅଡ଼ୁଆରେ ପଡ଼ିଛନ୍ତି କେପି ଓଲି ।

କରୋନା ମହାମାରୀ ସମୟରେ କିଭଳି ହେଉଛି ସୁଟିଂ, ଭିଡିଓ ଭାଇରାଲ କଲେ ପ୍ରଯୋଜକ…

କରୋନା ସଂକ୍ରମଣ ପ୍ରଭାବ ବିଭିନ୍ନ କ୍ଷତ୍ରରେ ପଡ଼ିଛି । ଛୋଟ ସଂସ୍ଥାଠାରୁ ଆରମ୍ଭ କରି ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ କରୋନା ଜାଲରେ ଛନ୍ଦି ହୋଇଛନ୍ତି । କରୋନା ପାଇଁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ରହିଛି । ଏମିତିକି ଦେଶର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଇଛି କରୋନା ମହାମାରୀ ।

ତେବେ ଏଭଳି ପରିସ୍ଥିତିରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି । କାରଣ କାର୍ଯ୍ୟକ୍ରମ ସୁଟିଂ ସେଟ୍‌ରେ ସାଧାରଣତଃ ଭିଡ଼ ହୋଇଥାଏ । କିନ୍ତୁ ଲକ୍‌ଡାଉନ୍‌ ନିୟମ ଯୋଗୁଁ ତାହା ହୋଇପାରୁ ନାହିଁ । ତେବେ ଧିରେ ଧିରେ ସ୍ଥିତି ସୁଧିରିବା ପରେ ଏବେ କିଛି କିଛି ସଂସ୍ଥା ସୁଟିଂ ଆରମ୍ଭ କରିଛନ୍ତି । ବହୁ କଷ୍ଟରେ ବିଭିନ୍ନ ପ୍ରକାର ପ୍ରତିଶୋଧକ ବ୍ୟବହାର କରି ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସୁଟିଂ ଆରମ୍ଭ କରିଛନ୍ତି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ସୁଟିଂ ହେଉଛି ସେନେଇ ଜଣେ ପ୍ରଯୋଜକ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଟିଭି ସିରିଏଲ୍‌ ପ୍ରଯୋଜକ ରଶ୍ମୀ ଶର୍ମା ଏକ ଭିଡିଓ ମାଧ୍ୟମରେ ସେଟରେ କ’ଣ ପରିବର୍ତ୍ତନ ହୋଇଛି ତାହା କହିଛନ୍ତି । ଭିଡିଓରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ଥିବା ନେଇ ସେ ଦେଖାଇଛନ୍ତି । ସମସ୍ତେ ନିଜ ମୁହଁରେ ମାସ୍କ ଲଗାଇଛନ୍ତି ଏବଂ ସାମାଜିକ ଦୂରତାକୁ କଠୋର ଭାବରେ ପାଳନ କରୁଥିବା ସେ ଦେଖାଇଛନ୍ତି । ଏମିତିକି ସବୁ ସ୍ଥାନରେ ସାନିଟାଇଜର ମଧ୍ୟ ଦେଖାଇଛନ୍ତି ।

ତେବେ ଦେଖନ୍ତୁ ଭିଡିଓ…

https://www.instagram.com/tv/CB2xjKrpNsK/?utm_source=ig_embed

ସରକାରୀ କ୍ୱାରେଣ୍ଟାଇନ୍‌ରୁ ଆସିବା ପରେ ସଂକ୍ରମିତ ଚିହ୍ନଟ: ଗାଁକୁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଦିଗପହଣ୍ଡି: ଗୁରୁବାର ବ୍ରହ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଆଉ ଗାଁକୁ ମଧ୍ୟ ସଟଡାଉନ୍‌ ଘୋଷଣା ହୋଇଛି । ଦିଗପହଣ୍ଡି ଥାନା ପଦ୍ମନାଭପୁର ଗାଁକୁ ସଟଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ୨ ଜଣ ପ୍ରବାସୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ।

ତେବେ ଆଗାମୀ ୭ ଦିନ ପାଇଁ ଗାଁକୁ ସଟଡାଉନ୍‌ ଘୋଷଣା କରାଯାଇଛି । । ସୂଚନା ଯୋଗ୍ୟ ଯେ, ସଂକ୍ରମିତ ଚିହ୍ନଟ ହୋଇଥିବା ୨ ଜଣ ପ୍ରବାସୀ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଆସିବା ପରେ ରାଜ୍ୟ ସରକାରଙ୍କ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ୧୪ ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ପରେ ଗତ ୧୬ ତାରିଖରେ ସେମାନଙ୍କ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା ।

ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

ଏହା ପରେ ସରକାରଙ୍କ ନିୟମାନୁସାରେ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରିଆସି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେମାନଙ୍କଠାରେ ଲକ୍ଷଣ ଦେଖାଯିବା ପରେ ସେମାନଙ୍କ ରକ୍ତନମୁନା ପରୀକ୍ଷା କରାଯାଇଥିଲା । ଏବଂ ଆଜି ସେମାନାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।ତେବେ ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ସୁବୁଦ୍ଧି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ଲକ ପ୍ରଶାସନକୁ ଅବଗତ କରିଥିଲେ । ଏହାପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ପଞ୍ଚାୟତ ପକ୍ଷରୁ ଗୁରୁବାର ୧୨ ଟା ପରଠାରୁ ୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ପାକିସ୍ତାନ ପାଇଁ ଶହୀଦ !

କରାଚୀ: ପାକିସ୍ତାନର ଛତ୍ରଛାୟା ତଳେ ଆତଙ୍କବାଦ ବଢୁଥିବା କଥା ସମସ୍ତଙ୍କୁ ଜଣା । ସମୟ ସମୟରେ ପାକିସ୍ତାନର ଶାସକ ଆତଙ୍କବାଦ ସପକ୍ଷରେ ମନ୍ତବ୍ୟ ରଖି ବିବାଦ ଘେରକୁ ଆସନ୍ତି ।ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଶହୀଦ ବୋଲି ସମ୍ୱୋଧନ କରି ସମାଲୋଚିତ ହେଉଛନ୍ତି । ଇମ୍ରାନ ଖାଁ ପାକିସ୍ତାନୀ ସଂସଦରେ ଭାଷଣ ଦେବା ବେଳେ କଥା ପ୍ରସଙ୍ଗରେ ଏଭଳି କହିଛନ୍ତି ।

ନିଜ ଭାଷଣରେ ସେ କହିଥିଲେ ଯେ, ଆମେରିକାର ଆତଙ୍କବିରୋଧୀ ଅଭିଯାନରେ ଆମେ ପୂର୍ଣ୍ଣ ସହମତ ଦେଇ ଆସିଛୁ । ମାତ୍ର ଆମେରିକା କ୍ରମାଗତ ଭାବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ସ୍ୱର୍ଗ ବୋଲି କହି ଆମର ଆତଙ୍କବାଦୀ ବିରାଧୀ ପ୍ରୟାସକୁ ନିରୁତ୍ସାହିତ କରୁଛି । ଆମ ବନ୍ଧୁରାଷ୍ଟ୍ର ଆମ ଅଜାଣତରେ ଆମ ଦେଶକୁ ଆସି ଏକ ଆତଙ୍କବାଦୀଙ୍କୁ ହତ୍ୟା କରୁଛି, ହେଲେ ଆମ ପାଖରେ ଖବର ମଧ୍ୟ ନାହିଁ । ଏହି ଭାଷଣ ମଧ୍ୟରେ ସେ  ଓସାମା ବିନ୍ ଲାଡେନଙ୍କ ପରିପ୍ରେକ୍ଷୀରେ ଆମେରିକା ତାଙ୍କୁ ଶହୀଦ କରିଦେଲା ବୋଲି କହିଛନ୍ତି । ଜଣେ ପାକିସ୍ତାନୀ ସାମ୍ୱାଦିକ ଏହି ଭିଡିଓ କ୍ଲିପକୁ ଟୁଇଟରରେ ପୋଷ୍ଟ କରିବା ପରେ ଇମ୍ରାନଙ୍କର ଓସାମା ବିନ୍ ଲାଡେନଙ୍କ ପ୍ରତି ଥିବା ସମ୍ୱେଦନଶୀଳ ମନୋଭାବ ଧରାପଡିଥିଲା । ତେବେ ଏହି ଘଟଣା ଇମ୍ରାନ ଓସାମାଙ୍କ ପ୍ରତି କୋମଳ ଆଭିମୁଖ୍ୟ ରଖିବାର ପ୍ରଥମ ଉଦାହରଣ ନୁହେଁ । ପୂର୍ବରୁ ଅନେକ ଥର ଏଭଳି ହୋଇ ସାରିଛି । ଇମ୍ରାନ ଓସାମାଙ୍କ ସମର୍ଥନରେ କଥା କହି ବିବାଦକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଓସାମା ବିନ୍ ଲାଡେନ୍ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ବି ସେ ଥିଲେ ।

ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କଲା ବିଏମ୍‌‌ସି, ନିୟମ ଭାଙ୍ଗିଲେ ହେବ ସିଲ୍‌ !

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ବିଏମ୍‌ସି । ଗୁରୁବାର ଞ୍ଚେଶ୍ୱରସ୍ଥିତ ବ୍ଲୁ-ହୁଇଲ୍ ନାମକ ଘରୋଇ ହସ୍ପିଟାଲରୁ ଏକାଥରକେ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍‌ କରିଥିଲା । ଏହାପରେ ଶୁକ୍ରବାର ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ‌ସକାଳୁ ବିଏମ୍‌ସିର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଘରୋଇ ହସ୍ପିଟାଲ ଉପରେ ଚଢ଼ାଉ କରି କଭିଡ୍‌ ନିୟମ ପାଳନ ହେଉଛି କି ନାଇଁ ଯାଞ୍ଚ କରିବା ଆରମ୍ଭ କରିଛି ।‌

ରାଜ୍ୟ ତଥା ରାଜଧାନୀରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ସଂକ୍ରମଣ ଥିବାର କର୍ତୃପକ୍ଷଙ୍କ ନଜରକୁ ଆସିଛି । ଜନସ୍ୱାର୍ଥ ଦୃଷ୍ଟିରୁ ସଂକ୍ରମଣ ପ୍ରତିରୋଧ ଏବଂ ସଂକ୍ରମିତଙ୍କ ତୁରନ୍ତ ଯତ୍ନର ବ୍ୟବସ୍ଥା କରିବା କର୍ତୃପକ୍ଷଙ୍କ ଦାୟିତ୍ୱ ଥିବାବେଳେ ଅନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ କିପରି ସରକାରଙ୍କ ପ୍ରଣୀତ ନିୟମାବଳୀ ଅନୁସାରେ ସ୍ୱାସ୍ଥ୍ୟସେବା ଯୋଗାଇବେ ଏବଂ ଏଥିରେ ନିୟନ୍ତ୍ରଣ ଆଣିବେ ସେ ଦିଗରେ କଡ଼ା ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ।

କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଛି ଘରୋଇ ହସ୍ପିଟାଲ୍ ଗୁଡ଼ିକର ଯାଂଚ୍ ପ୍ରକ୍ରିୟା । ଯୁଗ୍ମଟିମ୍ ଗୁଡିକ ଯାଇଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଗୁଡିକ ହେଲା- କର କ୍ଲିନିକ୍‌, ନିଳାଚଳ ହସ୍‌ପିଟାଲ୍‌, ମୋହନ ଡାଇବେଟିକ୍ ସେଂଟର୍‌, କଳିଙ୍ଗ ହସ୍ପିଟାଲ୍‌, କେୟାର୍ ହସ୍‌ପିଟାଲ୍‌, ଆପୋଲ ହସ୍‌ପିଟାଲ୍‌, ଉସ୍ତି ହସ୍‌ପିଟାଲ୍‌, ହେଲ୍‌ଥ୍ ଭିଲେଜ ହସ୍‌ପିଟାଲ୍‌, ବିବେକାନନ୍ଦ ହସ୍‌ପିଟାଲ୍ ଏବଂ ରୁଚିକା ନର୍ସିଂ ହୋମ୍ ।

BMC

ତିନୋଟି ଯାକ ଜୋନ୍‌ର ଜୋନାଲ୍ ଡ଼େପୁଟି କମିଶନରଙ୍କ ଇଲାକାରେ ଥିବା ଘରୋଇ ହସ୍ପିଟାଲ୍ ଗୁଡ଼ିକ ସରକାରଙ୍କ କୋଭିଡ଼୍‌-୧୯ ଗାଇଡ଼୍ ଲାଇନ୍ ଅନୁସାରେ ଆନୁଷ୍ଠାନିକ ଆଚରଣ ଯଥା- ରୋଗ ନିଦାନ, ଚିକିତ୍ସା, ଅସ୍ତ୍ରୋପ୍ରଚାର, କୋଭିଡ଼୍ ପାଇଁ ସ୍କ୍ରିନିଂ, ବିଶୋଧନ, ରୋଗୀଙ୍କ ବିବରଣୀ, ସନ୍ଦିଗ୍ଧଙ୍କ ବାବଦରେ କର୍ତୃପକ୍ଷଙ୍କୁ ସୂଚନା ଦେବା, ସାମାଜିକ ଦୂରତା, ବର୍ଜ୍ୟ ପରିଚାଳନା, ପାରିପାଶ୍ୱିର୍କ ପରିଚ୍ଛନ୍ନତା ଏବଂ ବିଶୋଧନ ଇତ୍ୟାଦି କରୁଛନ୍ତି କି ନାହିଁ ତାହା ଯାଂଚ୍ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଘରୋଇ ହସ୍ପିଟାଲ୍‌କୁ ଯାଇ ବୁଲି ଦେଖିଛନ୍ତି ।