ସରକାରୀ କ୍ୱାରେଣ୍ଟାଇନ୍‌ରୁ ଆସିବା ପରେ ସଂକ୍ରମିତ ଚିହ୍ନଟ: ଗାଁକୁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଦିଗପହଣ୍ଡି: ଗୁରୁବାର ବ୍ରହ୍ମପୁର ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଆଉ ଗାଁକୁ ମଧ୍ୟ ସଟଡାଉନ୍‌ ଘୋଷଣା ହୋଇଛି । ଦିଗପହଣ୍ଡି ଥାନା ପଦ୍ମନାଭପୁର ଗାଁକୁ ସଟଡାଉନ୍‌ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ୨ ଜଣ ପ୍ରବାସୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି ।

ତେବେ ଆଗାମୀ ୭ ଦିନ ପାଇଁ ଗାଁକୁ ସଟଡାଉନ୍‌ ଘୋଷଣା କରାଯାଇଛି । । ସୂଚନା ଯୋଗ୍ୟ ଯେ, ସଂକ୍ରମିତ ଚିହ୍ନଟ ହୋଇଥିବା ୨ ଜଣ ପ୍ରବାସୀ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିଆସିବା ପରେ ରାଜ୍ୟ ସରକାରଙ୍କ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ୧୪ ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ପରେ ଗତ ୧୬ ତାରିଖରେ ସେମାନଙ୍କ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଥିଲା ।

ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

ଏହା ପରେ ସରକାରଙ୍କ ନିୟମାନୁସାରେ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରିଆସି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ସେମାନଙ୍କଠାରେ ଲକ୍ଷଣ ଦେଖାଯିବା ପରେ ସେମାନଙ୍କ ରକ୍ତନମୁନା ପରୀକ୍ଷା କରାଯାଇଥିଲା । ଏବଂ ଆଜି ସେମାନାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।ତେବେ ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ସୁବୁଦ୍ଧି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ଲକ ପ୍ରଶାସନକୁ ଅବଗତ କରିଥିଲେ । ଏହାପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ପଞ୍ଚାୟତ ପକ୍ଷରୁ ଗୁରୁବାର ୧୨ ଟା ପରଠାରୁ ୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

Leave a Reply