spot_img
Home Blog Page 6879

India-China Tension : ମୋଦିଙ୍କ ଲେହ ଗସ୍ତକୁ ନେଇ ଆସିଲା ଚୀନ୍ ପ୍ରତିକ୍ରିୟା,ପରିସ୍ଥିତି ଖରାପ ନହେଉ ବୋଲି କହିଲା ଡ୍ରାଗନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହଠାତ୍ ଲେହ ଗସ୍ତ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନ୍‌ ମଧ୍ୟ ମୋଦିଙ୍କ ଏହି ଗସ୍ତକୁ ନେଇ ଚିନ୍ତା ପ୍ରକଟ କରିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୋଦିଙ୍କ ଏହି ଗସ୍ତ ବିଷୟରେ ଏକ ବିବୃତ୍ତି ମଧ୍ୟ ଦେଇଛି । ଚୀନ୍ କହିଛି ଯେ ଉଭୟ ପକ୍ଷ ଏପରି କିଛି କରିବା ଉଚିତ୍ ନୁହେଁ ଯାହାଦ୍ୱାରା ପରିସ୍ଥିତି ଖରାପ ହେବ । ତେବେ ଚୀନ୍‌ର ଏଭଳି ବିବୃତ୍ତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି, ଯଦି ମୋଦି ଲେହରେ ଯବାନଙ୍କ ସହ କଥା ହେବା ପରେ ସେନା ଅଧିକ ଶକ୍ତିଶାଳୀ ହେବ ଏବଂ ଚୀନ୍‌ ଉପରେ ଭାରି ପଡ଼ିପାରେ ।

ପ୍ରତିଦିନ ହେଉଥିବା ସଂକ୍ଷିପ୍ତ ବୈଠକରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି, ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଭାରତ ଏବଂ ଚୀନ୍ କ୍ରମାଗତ ଭାବରେ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା କରୁଛନ୍ତି । ଏଭଳି ପରିସ୍ଥିତିରେ କୌଣସି ଦଳ ଏପରି କିଛି କରିବା ଉଚିତ୍ ନୁହେଁ ଯାହା ସୀମାରେ ଉତ୍ତେଜନା ସୃଷ୍ଟି କରିବ ।

modi in border

ଚୀନ୍‌ର ଏହି ବିବୃତ୍ତି ସେତେବେଳେ ଆସିଛି ଯେତେବେଳେ ପୂର୍ବ ଲଦାଖରେ ଚୀନ୍ ସହ ସୀମାରେ ଚାଲିଥିବା ଉତ୍ତେଜନାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ  ମୋଦି ଲେହ-ଲଦାଖ ଏବଂ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଛନ୍ତି । ହିଂସାତ୍ମକ ସଂଘର୍ଷର ୧୮ ଦିନ ପରେ ମୋଦି ଏହି ଯାତ୍ରା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଲଦାଖରେ ପହଞ୍ଚିଥିଲେ । ସମୁଦ୍ର ପତ୍ତନଠାରୁ ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏକ ଦୁର୍ଗମ ଅଞ୍ଚଳ ନିମୁରେ ତାଙ୍କୁ ସେନା, ବାୟୁସେନା ଏବଂ ଭାରତ-ତିବ୍ବତ ସୀମା ପୋଲିସ ଦ୍ୱାରା ଏହି ବିଷୟରେ ସମସ୍ତ ସୂଚନା ଦିଆଯାଇଥିଲା । ଏହି ଅଞ୍ଚଳ ସିନ୍ଧୁ କୂଳରେ ଥିବା ଜାନସଂକର ରେଞ୍ଜ ଦ୍ୱାରା ଘେରି ରହିଛି |

ବାସ୍ତବରେ ପିଏମ ମୋଦିଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ପଠାଇଛି | ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି ଏବଂ ଚୀନ୍‌କୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଆମେ ପଛକୁ ଫେରିବୁ ନାହିଁ।

ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିୱାଚ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ଚୀନ୍‌କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆମେ ପଛକୁ ଫେରିବୁ ନାହିଁ । ଯଦି ଚୀନ୍ ସୈନିକ LAC ଉପରେ ଠିଆ ହେବେ, ତେବେ ଆମର ସୈନିକମାନେ ମଧ୍ୟ LAC ଉପରେ ଠିଆ ହେବେ | ଆମେ କୌଣସି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବୁ ନାହିଁ।

ପ୍ରତିରକ୍ଷା ବିଶେଷଜ୍ଞ ଅବସରପ୍ରାପ୍ତ ବ୍ରିଗେଡିୟର୍ ବିକ୍ରମ ଦତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ଫ୍ରଣ୍ଟଲାଇନରେ ନିୟୋଜିତ ଥିବା ସେନାଙ୍କ ମନୋବଳ ବୃଦ୍ଧି କରିଛି। ଏହା ସେନା ପ୍ରତି ଥିବା ମୋଦିଙ୍କ ଭଲପାଇବା ସ୍ପଷ୍ଟ ଜଣାପଡୁଛି । ଏହା ସେନା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶକ୍ତି, ମନୋବଳ ଦେବ, ଯାହାଫଳରେ ସେମାନେ LAC ରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ।

PM Modi in Ladakh: ପ୍ରଧାନମନ୍ତ୍ରୀ ମୋଦି ପଢିଲେ ପୁରା ନକ୍ସା, ଲାଗିଲା ବନ୍ଦେ ମାତରମ୍ ନାରା

ଲେହ: ପୂର୍ବ ଲଦାଖରେ ଚୀନ ସହ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହର ନିମୁ ଘାଟିରେ ପହଂଚିଥିଲେ । ସକାଳ ପ୍ରାୟ ୯ଟା ବେଲେ ସେ ଲେହରେ ପହଂଚିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ନିମୁ ଫରୱାର୍ଡ ବେସକୁ ଯାଇଥିଲେ । ସେଠାରେ ସେ ସ୍ଥଳସେନା,ବାୟୁସେନା ଓ ଆଇଟିବିପିର ସୈନିକଙ୍କ ସହ କଥା ହୋଇଥିଲେ । ସିନ୍ଧୁ ନଦୀ ତଟରେ ସମୁଦ୍ର ପତନରୁ ୧୧ ହଜାର ଫୁଟ ଉଚ୍ଚତାର ଥିବା ନିମୁ ଘାଟି ସବୁଠାରୁ ଦୁର୍ଗମ ସ୍ଥଳରୁ ଗୋଟିଏ । ଏହା ଜଂସ୍କାର ପର୍ବତଶ୍ରେଣୀ ଦ୍ୱାରେ ଘେରି ରହିଛି ।

modi in nimu leh

ସୀମା ନକ୍ସାକୁ ବୁଝିଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମୁ ବେସରେ ବନ୍ଦେ ମାତରଂ ଧ୍ୱନି ମଧ୍ୟରେ ଯବାନ ସ୍ୱାଗତ କରିଥିଲେ । ସେଠାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ବିପିନ ରାୱତ ବିସ୍ତାର ପୂର୍ବକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନକ୍ସାକୁ ବୁଝାଇଥିଲେ ।  ଚୀନ୍ ଭାରତର କେଉଁ ଅଂଚଳ ଉପରେ ନିଜ ଦାବି ରଖୁଛି,କେଉଁ ଅଂଚଳ ଉପରେ କବଜା କରିଛି,ଏସବୁକୁ ସିଡିଏସ ମୋଦିଙ୍କୁ ବୁଝାଇଥିଲେ ।

ଲଦାଖ ସୀମା ବିବାଦରେ ଆମେରିକା ଭାରତ ସହ

ସୀମା ବିବାଦକୁ ନେଇ ଆମେରିକା ଚୀନକୁ ନିନ୍ଦା କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ନିନ୍ଦା କରି କହିଛନ୍ତି ଯେ,ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଚୀନ କମ୍ୟୁନିଷ୍ଟ ପାର୍ଟିର ବାସ୍ତବିକ ଚରିତ୍ର କଥା କହୁଛି ।

ଚୀନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ଚୀନକୁ ଯବାବ ଦେବାକୁ ଯାଇ ଭାରତ ୫୯ ଚାଇନା ଆପକୁ ପ୍ରତିବନ୍ଧିତ କରିଛି । ଏହି ଆପ୍ ମଧ୍ୟରେ ଟିକଟକ୍ ମଧ୍ୟ ରହିଛି । ଟିକଟକ୍ ଉପରେ ପ୍ରତିବନ୍ଧକ ଦ୍ୱାରା ଚୀନକୁ ହଜାର ହଜାର କୋଟିର କ୍ଷତି ସହିବାକୁ ପଡୁଛି । ଯବାବରେ ଚୀନ୍ ଭାରତ ବିରୋଧରେ ବାଣିଜ୍ୟ ଯୁଦ୍ଧର ଧମକ ମଧ୍ୟ ଦେଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ କରୋନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୋଭିଡ୍ ପରୀକ୍ଷାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ସ୍ଥାନରେ କରୋନା ଟେଷ୍ଟିଂ ବଢ଼ାଯିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯେଉଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୋଭିଡ୍ ଟେଷ୍ଟ ମେସିନ୍ ଦିଆଯାଇଛି । ସେଠାରେ ଅଧିକରୁ ଅଧିକ ପରୀକ୍ଷା ହେବ ।

FILE

ଆଣ୍ଟିଜେନ୍ କିଟ୍ ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । ସପ୍ତାହକ ମଧ୍ୟରେ ସବୁସ୍ଥାନରେ ଟେଷ୍ଟିଂ କାପାସିଟି ବୃଦ୍ଧି ହେବ । ସେହିଭଳି ସେରୋଲୋଜି ଟେଷ୍ଟିଂ ନେଇ ମଧ୍ୟ ଆଲୋଚନା ହୋଇଛି । ପୁରୀରେ ଆଜି ସେରୋଲୋଜିକାଲ ଟେଷ୍ଟ ସରୁଛି । ଏହା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସରୋଲୋଜିକାଲ ଟେଷ୍ଟିଂ ଆରମ୍ଭ ହେବ । ଏହା ଦ୍ୱାରା ସ୍ଥାନୀୟ ସଂକ୍ରମଣ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ଆରଏମଆରସି ନିର୍ଦ୍ଦେଶକ ଡାକକ୍ତର ସଂଘମିତ୍ରା ପତି କହିଛନ୍ତି ।

FILE

ବିଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୫୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର୍ କରିଛି । ଏବେ ରାଜ୍ୟର ୧୨ଟି ଲାବ୍ କୋଭିଡ୍ ପରୀକ୍ଷା ହେଉଛି । ଏଥିରେ ୭ଟି ସରକାରୀ ଲାବ୍ ରହିଥିବା ବେଳେ ୫ଟି ବେସରକାରୀ ଲାବ୍ ରହିଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

PM in Leh : ଲେହର ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀ ଯାଇଥିଲେ,ସେଠାରୁ ପାକିସ୍ତାନ ଓ ଚୀନକୁ ଏକାଥରକେ ଟାର୍ଗେଟ୍ କରିପାରିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଅଚାନକ ଲେହର ନିମୁ ଫରୱାର୍ଡ ବ୍ଲକରେ ପହଂଚିଥିଲେ । ତାଙ୍କର ଏହି ଗସ୍ତ ଚୀନ୍ ଓ ପାକିସ୍ତାନ ସମେତ ପୁରା ବିଶ୍ୱକୁ ଚକିତ କରିଦେଇଛି । ଚମକାଇବାରେ ମାହିର ମୋଦି ଏହାଦ୍ୱାରା ଦୁଇ ଦେଶଙ୍କୁ ସନ୍ଦେଶ ଦେବାକୁ ଚାହିଁଛନ୍ତି । ତାହା ହେଲା,ଭାରତ ଯେକୌଣସି ଚ୍ୟାଲେଂଜ୍ ପାଇଁ ପ୍ରସ୍ତୁତ ଅଛି । ଭାରତୀୟ ନେତୃତ୍ୱ ଚୀନକୁ ଡରୁନାହିଁ ଏହା କହିବାକୁ ମୋଦି ନିମୁ ଯାଇଥିଲେ । ନିମୁ ଏମିତି ଗୋଟିଏ ଫରୱାର୍ଡ ଘାଟି ଯେଉଁଠୁ ଭାରତୀୟ ସେନା ଏକାଥରକେ ପାକିସ୍ତାନ ଓ ଚୀନକୁ ଯବାବ ଦେଇ ପାରିବେ । ରଣନୈତିକ ଦୃଷ୍ଟି କାରଣରୁ ଏହି ପୋଷ୍ଟ ଭାରତ ପାଇଁ ଗୁରୁତ୍ୱ ରଖେ । ଆସନ୍ତୁ ଜାଣିବା ନିମୁ ଫରୱାର୍ଡ ପୋଷ୍ଟ ବାବଦରେ

modi in nimu leh

ନିମୁ ଫରୱାର୍ଡ ପୋଷ୍ଟ ଗୋଟିଏ ଗାଁ । ଯାହା ଲେହଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ର ପତନରୁ ୧୧ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସେଠାକାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୨୯ ଡିଗ୍ରୀ ରହିଥାଏ ।

PM-Narendra-Modi-in-Leh-amid-tensions-

ନିମୁରେ ଗଛ ଲତା ବହୁତ କମ । ଏହା ବୃକ୍ଷଲତା ବୀହିନ ପାହଡ ଦ୍ୱାରା ଘେରି ହୋଇ ରହିଛି । ଶିତଦିନେ ପାହାଡ ବରଫ ଦ୍ୱାରା ଘୋଡେଇ ହୋଇ ରହିଥାଏ । ନିମୁ ଗାଁଠାରୁ ୭.୫ କିମି ଦୁରରେ ମ୍ୟାଗ୍ନେଟିକ୍ ପାହାଡ ରହିଛି । ସେଠାରେ ଗାଡି ମନକୁ ମନ ଉପରକୁ ଚାଲିଥାଏ । ଦେଶବିଦେଶରୁ ବହୁ ପର୍ଯ୍ୟଟକ ଏହି ମ୍ୟାଗ୍ନେଟିକ୍ ହିଲ ଦେଖିବାକୁ ଆସିଥାନ୍ତି ।

nimu magnetic hill

ନିମୁ ଫରୱାର୍ଡ ପୋଷ୍ଟରେ ଅନେକ ବୌଦ୍ଧ ମଠ ରହିଛି । ଏହାଛଡା ସେଠାରେ ସେଓ ବଗିଚା ମଧ୍ୟ ରହିଛି । ଏହି ଅଂଚଳରେ ସିନ୍ଧୁ ଓ ଜଂସ୍କର ନଦୀ ରହିଛି । ରିଭର ରାଫ୍ଟିଙ୍ଗ ପାଇଁ ସେଠାକୁ ପର୍ଯ୍ୟଟକ ଆସିଥାନ୍ତି । ସେଠାକାର ପଥର ସାହିବ ଗୁରୁଦ୍ୱାରା ମଧ୍ୟ ସିଖ ଧର୍ମାବଳମ୍ବୀଙ୍କ ମଧ୍ୟରେ ବେସ ପ୍ରସିଦ୍ଧ

pathar sahib gurudwara

ନିମୁ ସିନ୍ଧୁ ଘାଟି ଓ ଜଂସ୍କାର ଘାଟି ମଧ୍ୟରେ ଅବସ୍ଥିତ ଏକ ସମତଳ ଭୂମି । ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ କାଳରେ ନିମୁରେ ଭାରତୀୟ ସେନା ନିଜର ଘାଟି ପ୍ରତିଷ୍ଠା କରିଥିଲା । ଏହି ବେସରୁ ଭାରତୀୟ ସେନା ଉଭୟ ପାକିସ୍ତାନ ଓ ଚୀନ୍ ଦୁଇ ଦେଶର ସେନା ଉପରେ ନଜର ରଖିଥାଏ ।

modi in leh

ଭାରତୀୟ ସେନା ନିମୁରେ ମେଜର ଜେନରାଲ ଆରକେ ଗୌରଙ୍କ ନେତୃତ୍ୱରେ ୨୮ ଡିଭିଜନ ସେନା ବେସ ସ୍ଥାପନା କରିଥିଲା । ୧୯୮୦ ଦଶକରେ ଏଠାରେ ସେନା ବେସ୍ ସ୍ଥାପନ ହୋଇଥିଲା । ଏହାପରେ ଏଠାରେ ସୈନିକଙ୍କ ସଂଖ୍ୟା କମ କରିଦିଆଯାଇଥିଲା । କିନ୍ତୁ କାରଗିଲ ଯୁଦ୍ଧ ପରେ ଏଠାରେ ଅଷ୍ଟମ ଡିଭିଜନ ମୁତ୍ତୟନ କରାଯାଇଥିଲା । ବର୍ତ୍ତମାନ ଲେହ ସେନା ମୁଖ୍ୟାଳୟର ୧୪ତମ କର୍ପସ ଅନ୍ତର୍ଗତରେ ଏଠାରେ ଦୁଇଟି ସେନା ବେସ୍ ରହିଛି । ଗୋଟିଏ ଲେହରେ ଓ ଅନ୍ୟଟି ନିମୁରେ । ଏହି ବେସରୁ ସିଆଚେନ୍ ଅପରେସନ୍ ଚାଲିଥାଏ । ଏହିଠାରୁ ଭାରତୀୟ ସେନା ସିଆଚିନ୍ ଉପରେ ନଜର ରଖିଥାଏ ।

 

Modi in LAC : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେହ ଗସ୍ତ କାହିଁକି ଚୀନ୍ ଓ ପାକିସ୍ତାନକୁ ଚମକାଇ ଦେଇଛି ? ଜାଣନ୍ତୁ

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହଠାତ୍ ଲେହରେ ପହଞ୍ଚିଛନ୍ତି । ପିଏମ ମୋଦୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ୍ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଏଥିରୁ ଚୀନ୍‌କୁ ଏକ ବାର୍ତ୍ତା ମିଳିଛି ଯେ ଭାରତ ପଛକୁ ଫେରିବ ନାହିଁ।

ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିୱାଚ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରୁ ଚୀନକୁ ଏକ ସ୍ପଷ୍ଟ ବାର୍ତ୍ତା ମିଳିଯାଇଛି ଯେ ଆମେ ପଛକୁ ଫେରିବୁ ନାହିଁ। ଯଦି ଚୀନ୍  ସୈନିକମାନେ LAC ଉପରେ ଠିଆ ହେବେ, ତେବେ ଆମର ସୈନିକମାନେ ମଧ୍ୟ LAC ଉପରେ ଠିଆ ହେବେ | ଆମେ କୌଣସି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବୁ ନାହିଁ ।

ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ ବ୍ରିଗେଡିୟର୍ ବିକ୍ରମ ଦତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ଫ୍ରଣ୍ଟଲାଇନରେ ନିୟୋଜିତ ଥିବା ସେନାର ମନୋବଳ ବୃଦ୍ଧି କରିଛି । ଏଥିରୁ ସେନା ପ୍ରତି ଥିବା ମୋଦୀଙ୍କ ଭଲ ପାଇବା ସ୍ପଷ୍ଟ ଜଣାପଡେ । ମୋଦୀଙ୍କ ଲେହ ଗସ୍ତ ସେନା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶକ୍ତି ଏବଂ  ମନୋବଳ ଦେବ ଯାହାଫଳରେ ସେମାନେ LAC ରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ।

ସେ ଆହୁରି କହିଛନ୍ତି, ମୋଦୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ଏଠାକାର ଭୂମି ସ୍ଥିତି ସମ୍ପର୍କରେ ଭଲରେ ଜାଣିପାରିବେ । ଏଥିସହ ସାମ୍ପ୍ରତିକ ପରିସ୍ଥିତି କ’ଣ ମଧ୍ୟ ସେ ବୁଝିପାରିବେ। ଯେତେବେଳେ କୌଣସି ସେନା ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଯୁଦ୍ଧକ୍ଷେତ୍ରରେ ଦେଖନ୍ତି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯାଏ ।

ଅବସରପ୍ରାପ୍ତ ମେଜର ଜେନେରାଲ ଶଶି ଅସ୍ଥାନା କହିଛନ୍ତି, ଚୀନ୍ ସହ ଏପର୍ଯ୍ୟନ୍ତ ସାମରିକ ଆଲୋଚନା ଚାଲିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିରେ ଚାଲୁଥିବା ପରିସ୍ଥିତିକୁ ବୁଝିବେ ଏବଂ ଏପର୍ଯ୍ୟନ୍ତ ଚୀନ୍ ସହ କ’ଣ କଥାବାର୍ତ୍ତା ହୋଇଛି ତାହା ଜାଣିପାରିବେ । ଏହା ସହିତ ଭାରତୀୟ ସେନାର ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣିପାରିବେ  । ଚୀନ୍ ସହମତ ହୋଇଛି ଯେ ସେ ପଛକୁ ଯିବ, କିନ୍ତୁ ଆମେ ଚୀନ୍ ଉପରେ ବିଶ୍ୱାସ କରିପାରିବୁ ନାହିଁ  କାରଣ ସେ ପୂର୍ବରୁ ମଧ୍ୟ ସହମତି ଦେଇ ପ୍ରତାରଣା କରିସାରିଛି ।

କଲେଜରେ ଛାତ୍ର କଲେ ଏମିତି କାଣ୍ଡ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଅରୁଣ ସାହୁ): ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଲା ରକ୍ତଛିଟା । କଲେଜ ହେଲା ରକ୍ତ ରଞ୍ଜିତ । କଲେଜ ଅଧ୍ୟକ୍ଷଙ୍କୁ ହାତୁଡ଼ିରେ ମରଣାନ୍ତକ ଆକ୍ରମଣ କଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀର ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଛାତ୍ର । ଏହି ଦୃଶ୍ୟ ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଅନ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ଛାତ୍ରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ପଳାଇଥିଲା ।

ଆକ୍ରମଣ ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ହୋଇଥିଲା । ଦିନ ପ୍ରାୟ ୧୨ଟା ୩୦ ଅଧ୍ୟକ୍ଷ କଲେଜରେ ଥିବା ବେଳେ ଛାତ୍ର ଜଣଙ୍କ ହାତୁଡ଼ି ନେଇ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ଛାତ୍ର ଜଣଙ୍କ କଲେଜ ଅଧ୍ୟକ୍ଷଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । କର୍ମଚାରୀ ମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏନେଇ ଇନଫୋସିଟି ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ ଗୁରୁବାର ରାତିରେ ସମ୍ପୃକ୍ତ ଛାତ୍ର ସୋମନାଥ ସୂତାରଙ୍କୁ ଗିରଫ କରିଛି ।

କାହିଁକି ଥିଲା ରାଗ ?

୬ ମାସ ତଳେ ଯୁକ୍ତ ୩ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ଆକ୍ରମଣକାରୀ ଛାତ୍ର ଜଣକ ପରୀକ୍ଷା ସେଣ୍ଟରରେ କପି କରୁଥିବା ବେଳେ ଅଧକ୍ଷ ପ୍ରଶାନ୍ତ ରାଉତ ତାକୁ ଧରିଥିଲେ । ସେହି ଦିନ ଠାରୁ ଅଧ୍ୟକ୍ଷଙ୍କ ଉପରେ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ସୁଯୋଗ ପାଇ ମଙ୍ଗଳବାର କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଅଧ୍ୟକ୍ଷ ଜଣଙ୍କ ଏବେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଆକ୍ରମଣ ବେଳର ଭିଡିଓ

https://www.facebook.com/NandighoshaTV/videos/308971526902078/

ସଡ଼କ ଦୁର୍ଘଟଣାରେ ୪ ନାବାଳକ ମୃତ

ଜୟପୁର: କୋରାପୁଟ ଜିଲ୍ଲା ପାଡ଼ୁଆରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପାଡ଼ୁଆ ଡାକ ବଙ୍ଗଳା ଠାରୁ ୧୦୦ ମିଟର ଦୂର ୟୁ ଟର୍ଣ୍ଣିଂ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା ।Four Minor Boy died in Accident in Koraputମୃତକମାନେ ହେଉଛନ୍ତି ପଙ୍କଜ ମହାନ୍ତି, ପ୍ରଶାନ୍ତ ଖରା, ଶଶି ଖିଲ, କୃଷ୍ଣ ହନ୍ତାଳ । ସେମାନଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ହେବ । ଦୁର୍ଘଟଣାକୁ ନେଇ ପାଡୁଆ ଅଞ୍ଚଳ ଶୋକାକୂଳ ହୋଇପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ମଧୁବାବୁ ପେନସନ୍ ଯୋଜନାରେ କିନ୍ନର ପାଇବେ ଭତ୍ତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ପାଇବେ ସହାୟତା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା କିନ୍ନରମାନେ ଏହାଦ୍ୱାରା ଉପକୃତ ହେବେ । କିନ୍ନର ମାନଙ୍କୁ ମଧୁବାବୁ ପେନସେନ୍ ଯୋଜନାରେ ସାମିଲ୍ କରାଯିବ । ଭତ୍ତା ପାଇଁ ସେମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିପାରିବେ ।

ଏଥିସହଲ ମଧୁବାବୁ ପେନସନ ପାଉଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ଏକ ହଜାର ଟଙ୍କା ଲେଖାଏଁ ଆସନ୍ତା ୪ ମାସ ପାଇଁ ଅଗ୍ରୀମ ଦିଆଯିବ । ଏନେଇ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ମଧୁବାବୁ ପେନସନ୍ ଜରିଆରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ।

ଟ୍ରାନ୍ସଜେଣ୍ଡର ଓ ଭିକ୍ଷୁକଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ  ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦ ସଭାପତି ମୀରା ପରିଡା ସ୍ୱାଗତ କରିଛନ୍ତି । ସେ କହିଛନ୍ତି  ଯେ, ଆମ ମାନଙ୍କର ତଥା ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ୍ଭେ କିନ୍ନର ସଙ୍ଗ ତରଫରୁ ଧନ୍ୟବାଦ୍ ଅର୍ପଣ କରୁଛୁ କି ଯେ କିନ୍ନର ମାନଙ୍କ ସାମଗ୍ରିକ ବିକାଶପାଇଁ ଅହରହ ପ୍ରଚେଷ୍ଟା ଓ ପଦକ୍ଷେପ ସାରା ଭାରତ ବର୍ଷରେ ଅନନ୍ୟ। ଆଗରୁ କିନ୍ନର ମାନଙ୍କ ଖାଦ୍ୟ ସୁରକ୍ଷା ଯୋଜନା ହେଉ କିମ୍ବା ସେମାନଙ୍କୁ ସେମାନଙ୍କର SHG ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା ପାଇଁ ନେଇଥିବା ପଦକ୍ଷେପ ସମଗ୍ର ଭାରତବର୍ଷରେ ଉଦାହରଣ । ଯେଉଁଥିପାଇଁ ଆଜି ସମଗ୍ର ଭାରତବର୍ଷରେ କିନ୍ନର ମାନଙ୍କର ଉନ୍ନତି ପାଇଁ କରାଯାଉଥିବା ଯେ କୌଣସି କାର୍ଯ୍ୟ ପୂର୍ବରୁ ଓଡ଼ିଶାକୁ ଉଦାହରଣ ରୁପେ ଦେଖାଯାଉଛି ।

 

କରୋନାରେ ଗଲା ଆଉ ୨ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି

ଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ଆଉ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ୨ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ମଧୁମେହ ବା ଡାଇବେଟିସରେ ପୀଡ଼ିତ ୪୦ ବର୍ଷୀୟ ପୁରୁଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ୨ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ପୂର୍ବରୁ ଅନୁଗୁଳରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୪, ଖୋର୍ଦ୍ଧାରୁ ୫ ଓ ପୁରୀରୁ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୬୧ଟି ନୂତନ ମାମଲା ଆସିଥିବା ବେଳେ ୧୩୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୪୨୫ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬ରେ ପହଞ୍ଚିଛି । ୫ ହଜାର ୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୫୬୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୬୦୦୦MAh ବ୍ୟାଟେରୀ ଓ ୬୪MP କ୍ୟାମେରା ସହ ଆସୁଛି Samsung Galaxy M31s

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସ୍ୟାମସଙ୍ଗ ଖୁବ୍ ଶୀଘ୍ର ନୂଆ ଗାଲାକ୍ସି M31s ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି। ନିକଟରେ , ଏହି ସ୍ମାର୍ଟଫୋନ୍ ବେଞ୍ଚମାର୍କିଂ ୱେବସାଇଟ୍ ଗିକବେଞ୍ଚରେ ଦେଖିବାକୁ ମିଳିଥିଲା ।  ୱେବସାଇଟରେ ଫୋନର ସ୍ପେଶିଫିକେସନ ସାମ୍ନାକୁ ଆସିଥିଲା । ୯୧ ମୋବାଇଲର ରିପୋର୍ଟ ଅନୁସାରେ , ଏବେ ଦକ୍ଷିଣ କୋରିଆରେ ଫୋନ୍ ର ବ୍ୟାଟେରୀ ସାର୍ଟିଫାଏଡ୍ କରାଯାଇଛି । ରିପୋର୍ଟ ଅନୁଯାୟୀ, ସ୍ୟାମସଙ୍ଗ ଗ୍ୟାଲାକ୍ସି M31s ରେ ୫,୮୩୦ mAh (ପ୍ରାୟ ୬୦୦୦mAh) ଲିଥିୟମ୍-ଆୟନ ବ୍ୟାଟେରୀ ରହିବ ।

Samsung Galaxy M31s

ରିପୋର୍ଟ ଅନୁସାରେ , ସ୍ୟାମସଙ୍ଗ ଗାଲାକ୍ସି M31ରେ ୬ GB RAM, ସ୍ୟାମସଙ୍ଗ Exynos ୯୬୧୧ ପ୍ରୋସେସର ଏବଂ ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମ୍ ରହିବ ।  ଫଟୋଗ୍ରାଫି ପାଇଁ ଫୋନରେ ୬୪ ମେଗାପିକ୍ସେଲର କ୍ୱାଡ-ରିୟର କ୍ୟାମେରା ସେଟଅପ୍ ରହିବ । ଏହା ୬୪ MP + ୮ MP + ୫ MP + ୫ MP ବ୍ୟାକ୍ କ୍ୟାମେରା ସେଟଅପ୍ ଏବଂ ୩୨ MP ଫ୍ରଣ୍ଟ କ୍ୟାମେରା ରହିବ ।

Samsung Galaxy M31s

ଫୋନ୍ ଗାଲାକ୍ସି M31Sରେ ଏକ ୬.୪ ଇଞ୍ଚ ଏମୋଲେଡ୍ ଡିସପ୍ଲେ ରହିବ । ସ୍ମାର୍ଟଫୋନରେ ଆସୁଥିବା ୬୦୦୦mAh ବ୍ୟାଟେରୀ ୨୨.୫ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ଗିକବେଞ୍ଚ ସ୍କୋର ବିଷୟରେ କହିବାକୁ ଗଲେ, ଫୋନଟି ସିଙ୍ଗଲ-କୋର ଟେଷ୍ଟରେ ୩୪୭ ପଏଣ୍ଟ ଏବଂ ମଲ୍ଟି-କୋର ଟେଷ୍ଟରେ ୧,୨୫୬ ପଏଣ୍ଟ ପାଇଛି । କମ୍ପାନୀ ଗାଲାକ୍ସି M31 ଫୋନ୍ କୁ ପ୍ରଥମେ ୧୫,୯୯୯ ଟଙ୍କାରେ ଲଞ୍ଚ କରିଥିଲା । ତେବେ ନୂଆ ଫୋନର ଦାମ ପାଖାପାଖି ସମାନ ହୋଇପାରେ।