କଲେଜରେ ଛାତ୍ର କଲେ ଏମିତି କାଣ୍ଡ, ଦେଖନ୍ତୁ ଭିଡିଓ

1 min read

ଭୁବନେଶ୍ୱର(ଅରୁଣ ସାହୁ): ଗୁରୁ-ଶିଷ୍ୟ ପବିତ୍ର ସମ୍ପର୍କରେ ଲାଗିଲା ରକ୍ତଛିଟା । କଲେଜ ହେଲା ରକ୍ତ ରଞ୍ଜିତ । କଲେଜ ଅଧ୍ୟକ୍ଷଙ୍କୁ ହାତୁଡ଼ିରେ ମରଣାନ୍ତକ ଆକ୍ରମଣ କଲେ ଛାତ୍ର । ଏମିତି ଘଟଣା ଘଟିଛି ରାଜଧାନୀର ଭୁବନେଶ୍ୱରର ପଟିଆ ଅଞ୍ଚଳରେ । ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଛାତ୍ର । ଏହି ଦୃଶ୍ୟ ଅଫିସରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି । ଅନ୍ୟ କର୍ମଚାରୀ ମାନେ ସମ୍ପୃକ୍ତ ଛାତ୍ରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ପଳାଇଥିଲା ।

ଆକ୍ରମଣ ଜୁନ୍ ୩୦ ତାରିଖ ମଙ୍ଗଳବାର ଦିନ ହୋଇଥିଲା । ଦିନ ପ୍ରାୟ ୧୨ଟା ୩୦ ଅଧ୍ୟକ୍ଷ କଲେଜରେ ଥିବା ବେଳେ ଛାତ୍ର ଜଣଙ୍କ ହାତୁଡ଼ି ନେଇ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ଛାତ୍ର ଜଣଙ୍କ କଲେଜ ଅଧ୍ୟକ୍ଷଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । କର୍ମଚାରୀ ମାନେ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏନେଇ ଇନଫୋସିଟି ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ ଗୁରୁବାର ରାତିରେ ସମ୍ପୃକ୍ତ ଛାତ୍ର ସୋମନାଥ ସୂତାରଙ୍କୁ ଗିରଫ କରିଛି ।

କାହିଁକି ଥିଲା ରାଗ ?

୬ ମାସ ତଳେ ଯୁକ୍ତ ୩ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ଆକ୍ରମଣକାରୀ ଛାତ୍ର ଜଣକ ପରୀକ୍ଷା ସେଣ୍ଟରରେ କପି କରୁଥିବା ବେଳେ ଅଧକ୍ଷ ପ୍ରଶାନ୍ତ ରାଉତ ତାକୁ ଧରିଥିଲେ । ସେହି ଦିନ ଠାରୁ ଅଧ୍ୟକ୍ଷଙ୍କ ଉପରେ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ସୁଯୋଗ ପାଇ ମଙ୍ଗଳବାର କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଅଧ୍ୟକ୍ଷ ଜଣଙ୍କ ଏବେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଆକ୍ରମଣ ବେଳର ଭିଡିଓ

https://www.facebook.com/NandighoshaTV/videos/308971526902078/

Leave a Reply