spot_img
Home Blog Page 6868

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିଲା ବିମାନ, ୧୨ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବିମାନବନ୍ଦରରୁ ଆରମ୍ଭ ହୋଇଛି ବିମାନ ସେବା । କୋଲକାତା-ଝାରସୁଗୁଡ଼ା, ଝାରସୁଗୁଡ଼ା-ଭୁବନେଶ୍ୱର ଓ ଝାରସୁଗୁଡ଼ା-କୋଲକାତାକୁ ଆରମ୍ଭ ହେଲା ଉଡ଼ାଣ । ଗଲା ୨୫ ତାରିଖରେ ଝାରସୁଗୁଡ଼ାରୁ ସ୍ଵାଇସ ଜେଟ୍‌  ଦିଲ୍ଲୀ ଓ ହାଇଦ୍ରାବାଦକୁ ଉଡ଼ିଥିଲା ।

ଯାନ୍ତ୍ରିକ ତୃଟି ଯୋଗୁଁ ଝାରସୁଗୁଡ଼ା-ଭୁବନେଶ୍ୱର-କୋଲକାତାକୁ ବିମାନ ସେବା ବନ୍ଦ ଥିଲା । କୋଲକାତାରୁ ୭ଯାତ୍ରୀଙ୍କୁ ନେଇ ୭ଟା ୩୫ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା ବିମାନ। ପରେ ୮ଟା ୧୦ରୁ ୧୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି ଆଲାଏନ୍ସ ବିମାନ ।

୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବା ସହ ସେଠାରୁ ୯ଟା ୪୫ରୁ କୋଲକାତା ପାଇଁ ଟେକଅଫ୍‌ କରିବା ସୂଚନା ରହିଛି । ପ୍ରଥମ ଦିନରେ ଝାରସୁଗୁଡ଼ାରୁ ୧୨ ଯାତ୍ରୀ ଭୁବନେଶ୍ୱର ଆସିଥିବା ବେଳେ ୨୩ ଯାତ୍ରୀ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି।

ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ, ଆନ୍ଦୋଳନରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପରଙ୍କ ସମେତ ସବୁ କର୍ମଚାରୀ ସାମିଲ

ଭୁବନେଶ୍ୱର: ଆନ୍ଦୋଳନରେ ବସ୍‌ କର୍ମଚାରୀ । ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ ଆରମ୍ଭ ହୋଇଛି । ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ସମେତ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । କରୋନା ଲକ୍‌ଡାଉନ ସମୟରେ ଆମେ ଆମର ରୋଜଗାର ହରାଉଛୁ । ସେଥିପାଇଁ ଆମକୁ ୩ ମାସର କ୍ଷତିପୂରଣ ଦିଆଯାଉ । କରୋନା ସମୟରେ ଆମେ ବସ୍‌ ଚଲାଇଲେ କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି  ।

ଯଦି ଆମର କିଛି ହୋଇଯାଏ ତେବେ ଆମ ପରିବାର କେମିତି ଚଳିବ । ସେଥିପାଇଁ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି  ଓ ଶ୍ରମ ବିଭାଗ ଦ୍ଵାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଖାଲି ସେତିକି ନୁହେଁ  ଏହାସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଓ କୋଟିଏ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା ପାଇଁ ଦାବି ହୋଇଛି ।

ଲକଡାଉନ ପରେ ରାଜ୍ୟରେ ବସ୍‌, ଟ୍ରକ୍‌, ଡମ୍ଫର, ଟ୍ୟାଙ୍କର, ଟାକ୍ସି ଓ ଅଟୋ ଚାଳକମାନଙ୍କ ସ୍ଥିତି ଦୟନୀୟ ହୋଇଛି । ଦୁଇମାସ ଧରି ସେମାନେ ବସି ରହିଥିଲେ ସୁଦ୍ଧା ସେମାନଙ୍କ ପାଇଁ କୈାଣସି ସହାୟତା ଘୋଷଣା କରାଯାଇନଥିବାରୁ ପ୍ରତିବାଦରେ ଧର୍ମଘଟ କରାଯାଇଛି । ସରକାର ଦାବି ପୂରଣ କରିବା ପରେ ବସ୍‌ ଗଡିବ ବୋଲି ୟୁନିଅନ ଦାବି କରିଛି ।

ଆଜି ଠାରୁ ଯୁକ୍ତଦୁଇ ଅନଲାଇନ୍‌ ଖାତାଦେଖା, ରାଜ୍ୟର ୩୪ ଟି କେନ୍ଦ୍ରରେ ଦୁଇଟି ସିଫ୍ଟରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅନଲାଇନ୍‌ ଖାତାଦେଖା । କରୋନା ସଂକ୍ରମଣ ପାଇଁ ଶିକ୍ଷା ବ୍ୟବସ୍ଥାରେ ବହୁ ବିଳମ୍ବ ହୋଇଛି । ପରୀକ୍ଷ ଏବଂ ଖାତା ଦେଖା ଉପରେ କରୋନାର ବହୁତ ପ୍ରଭାବ ପଡ଼ିଛି । କିନ୍ତୁ ଆଜିଠୁ ରାଜ୍ୟର ୩୪ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟ ଏବଂ ଦୁଇଟି ସିଫ୍ଟରେ କରାଯିବ ମୂଲ୍ୟାୟନ ।

ପ୍ରଥମ ସିଫ୍ଟ ଖାତାଦେଖା ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ସିଫ୍ଟ ଦିନ ସାଢେ ଗୋଟାଏରୁ ସାଢ଼େ ୬ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ । କେବଳ ଅନ୍‌ଲାଇନ୍‌ ବିଷୟଗୁଡିକର ଖାତାଦେଖା ହେବ । କରୋନା ସଂକ୍ରମଣ ରୋକିବାକୁ ପରୀକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମୂଲ୍ୟାୟନ ଆରମ୍ଭ ପୂର୍ବରୁ ଯେଉଁଠି କ୍ୱାରେଣ୍ଟାଇନ୍‌ ସେଣ୍ଟର ରହିଛି, ସେଠାରେ ବିଶୋଧନ କରିବାକୁ ପରିଷଦ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ପରବର୍ତ୍ତି ପର୍ଯ୍ୟାୟରେ ଅଫଲାଇନ୍‌ ଖାତାଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜିଠାରୁ ଦେଶରେ ଗଡ଼ିବ ୨ ଶହ ଯାତ୍ରୀବାହୀ ଟ୍ରେନ୍‌, ଯାତ୍ରା କରିବେ ୧ ଲକ୍ଷ ୪୫ ହଜାର ଯାତ୍ରୀ…

ନୂଆଦିଲ୍ଲୀ: ଦେଶରେ ଆଜିଠୁ ଆରମ୍ଭ ହେଉଛି ଅନ୍‌ଲକ୍‌ ୧.୦ । ଦିର୍ଘ ଦୁଇମାସ ପରେ ଧିରେ ଧିରେ ସ୍ୱଭାବିକ ହେଉଛି ଦେଶ । କରୋନା ଭାଇରସର ପ୍ରକୋପ ପାଇଁ ପୁରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଅନ୍‌ଲକ୍‌ ୧.୦ ପରେ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ପାସେଞ୍ଜର ଟ୍ରେନ୍‌ । ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ ଟ୍ରେନ ଏବଂ ମାଲ ପରିବହନ ଟ୍ରେନ୍‌ ଚାଲୁଥିବା ବେଳେ ଆଜିଠୁ ପାସେଞ୍ଜର ଟ୍ରେନ୍‌ ଗଡ଼ିବ ।

ପ୍ରଥମ ଦିନରେ ୧.୪୫ ଲକ୍ଷ ଲୋକ ଏହିସବୁ ଟ୍ରେନରେ ଯାତ୍ରା କରିବେ । ଏଥିପାଇଁ ୨୧ ମେରୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । ରେଲଓ୍ୱେ  ପକ୍ଷରୁ ଅଗ୍ରିମ ଆରକ୍ଷଣ ଅବଧିକୁ ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ୮୨ ହଜାର ୬୭୧ ଜଣ ଯାତ୍ରା ଅନଲାଇନ୍‌ ବୁକିଂ କରିସାରିଛନ୍ତି । କରୋନା କଟକଣା ଭିତରେ ସମସ୍ତ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ ।

ଟ୍ରେନ ଛାଡ଼ିବାର ୯୦ ମିନିଟ ଆଗରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ । ଷ୍ଟେସନରେ ଯାତ୍ରୀ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବ । ଯଦି ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯିବ । ଯାତ୍ରୀମାନେ ମାସ୍କ ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ ରହିଛି ।

ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ

ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ୍‌ ଖାନ। ବଲିଉଡକୁ ଯେମିତି କାହାର ନଜର ଲାଗିଯାଇଛି । ବରିଷ୍ଠ ଅଭିନେତା ଇରଫାନ ଖାନ, ଋଷି କପୁର ଓ ହାସ୍ୟ କଳାକାର ମୋହିତ ବାଗେଲଙ୍କ ପରେ ଏବେ ଚର୍ଚ୍ଚିତ ୱାଜିଦ୍ ଖାନ ଆମ ଗହଣରେ ନାହାନ୍ତି । ୨୦୨୦ରେ ବଲିଉଡର ଅନେକ କ୍ଷତି ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କୀଡ୍‌ନି ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ ଖାନ୍‌। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କେବଳ ସେତିକି ନୁହେଁ ରିପୋର୍ଟ ଅନୁସାରେ ସେ କରୋନା ସଂକ୍ରମିତ ମଧ୍ୟ ଥିଲେ ।

ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ବିଗିଡ଼ିଥିଲା ।  ଏହାପରେ ତାଙ୍କର ପରଲୋକ ହୋଇଛି। ସାଜିଦ୍‌ ଖାନ୍‌ଙ୍କ ସହ ମିଶି ଏକାଠି ସାଜିଦ୍‌-ଓ୍ବାଜିଦ୍‌ ଯୋଡ଼ି ଅନେକ ହିଟ୍‌ ନମ୍ବରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଅଭିନେତା ସଲମାନ ଖାନ୍‌ଙ୍କ ପ୍ରିୟ ସଂଗୀତ ନିର୍ଦ୍ଦେଶକ ଯୋଡ଼ି ତାଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଓ୍ବାଣ୍ଟେଡ୍‌, ଦବଙ୍ଗ, ଏକ୍‌ ଥା ଟାଇଗର ପରି ଏକାଧିକ ହିଟ୍‌ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। କିଛି ଫିଲ୍ମରେ ଗୀତ ମଧ୍ୟ ଲେଖିଛନ୍ତି ଓ୍ବାଜିଦ୍‌ ଖାନ୍‌। ଓ୍ବାଜିଦଙ୍କ ପରଲୋକରେ ପୂରା ବଲିଉଡରେ ଶୋକର ଛାୟା ଖେଳିଯାଇଛି।

 

ଧନୁ ରାଶିର ଲୋକଙ୍କର ଆଜି ରହିଛି ଏହି ସବୁ ସମସ୍ୟା… ଜାଣନ୍ତୁ କ’ଣ?

ଜୁନ୍ ୧, ୨୦୨୦ ମସିହା, ବୃଷ ୭ ଦିନ,ଜ୍ୟେଷ୍ଠ ୧ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ରବିବାର

ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମେଷ ରାଶିର

ଯୋଗିନୀ ରହିବେ ପୂର୍ବରେ ସନ୍ଧ୍ୟା ୫ ଟା ୪୦ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଉତ୍ତରେ

ଶୁଭ ସମୟ- ସକାଳ ୭ଟା ମଧ୍ୟରେ ଓ ଦିନ ୧୧ ଟା ୧୮ ପରେ

ଅଶୁଭ ସମୟ- ଦିନ ୧୧ ଟା ୪୩ ରୁ ଦିନ ୧ ଟା ୨୧ ମଧ୍ୟରେ

ଆଜି କଳମୀ ଶାଗ ଖାଇବା ମନା

ମେଷ ରାଶି

ଅଶ୍ୱିନୀ – ଦୃଢ ସଙ୍କଳ୍ପ ନେଇ କାର୍ଯ୍ୟ କରିଚାଲନ୍ତୁ, ସଫଳତା ପାଇବେ

ଦ୍ୱିଜା- ଯାହା ବି ଯୋଜନା କରିଥିବେ ତାହା ଲାଭଦାୟକ ରହିବ

କୃତ୍ତିକା- ଜୀବନସାଥିଙ୍କ ସହ ଝଗଡା ମନରେ ଅଶାନ୍ତି ଭରିଦେବ

ଓଁ ଦୁର୍ଗାୟୈ ନମଃ ପାଠ କରନ୍ତୁ ସକାଳ ସମୟରେ

ବୃଷ ରାଶି

କୃତ୍ତିକା – ଶାରିରୀକ ଓ ମାନସିକ ସ୍ତରରେ ଖୁସି ପାଇବେ

ରୋହିଣୀ- ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ, ନଚେତ ଅସୁବିଧା ଭୋଗ କରିବେ

ମଗଶିରା- ସ୍ୱଭାବକୁ ଶାନ୍ତ ରଖନ୍ତୁ, ନଚେତ କ୍ଷତି ହୋଇପାରେ

ପାରାକୁ ଖାଦ୍ୟ ଦିଅନ୍ତୁ

ଓଁ ଗଣେଶାୟ ନମଃ ମନ୍ତ୍ର ପାଠ କରନ୍ତୁ

ମିଥୁନ ରାଶି

ମଗଶିରା- ଆକସ୍ମିକ ଭାବରେ ଧନ ଲାଭ ହୋଇପାରେ

ଆର୍ଦ୍ରା- ପରିଶ୍ରମର ଫଳ ସଂପୂର୍ଣ୍ଣ ଭାବରେ ପାଇବେ

ପୁନର୍ବସୁ- ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ , ସଫଳତା ଅଛି

ଓଁ ଆଦିତ୍ୟାୟ ନମଃ ପାଠ କରନ୍ତୁ

 କର୍କଟ ରାଶି

ପୁନର୍ବସୁ – ମହିଳାମାନେ ନିଜ ସୁନା ଜିନିଷକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ

ପୁଷ୍ୟ- ପୁରୁଣା ମତଭେଦ ରହିଥିଲେ, ତାହାର ସମାଧାନ ହୋଇଯିବ

ଅଶ୍ଳେଷା- ନୂତନ କାର୍ଯ୍ୟ ପାଇଁ ଦିନଟି ଭଲ ରହିଛି

ଗାୟତ୍ରୀ ମନ୍ତ୍ର ୩ ଥର ପାଠ କରନ୍ତୁ

ସିଂହ ରାଶି

ମଘା – ଅଧିକ ପରିଶ୍ରମ କରିଲେ ବି ସୁଫଳ ମିଳିବ ନାହିଁ

ପୂର୍ବାଫାଲଗୁନି- ଦୁର ଯାତ୍ରା କରନ୍ତୁ ନାହିଁ, ବିପଦ ରହିଛି

ଉତ୍ତରାଫାଲଗୁନି- ଆଶାଠାରୁ ଅଧିକ ଲାଭ ପାଇବେ

ହନୁମାନ ଚାଳିଶା ପାଠ ହିଁ ସବୁ ବିପଦରୁ ଉଦ୍ଧାର କରିବ

କନ୍ୟାରାଶି

ଉତ୍ତରଫାଲଗୁନି- କର୍ମକ୍ଷେତ୍ରରେ ଉନ୍ନତି ପାଇଁ କିଛି ନୂଆ ଯୋଜନା କରନ୍ତୁ

ହସ୍ତା- ମନରେ ରଖିଥିବା ଇଛାକୁ ନେଇ ବ୍ୟସ୍ତ ହୋଇପାରନ୍ତି

ଚିତ୍ରା- ଘରେ ସୁଖ,ଶାନ୍ତିର ବାତାବରଣ ରହିବ

ବଜରଙ୍ଗ ବାଣ ପାଠ କରନ୍ତୁ

 ତୁଳା ରାଶି

ଚିତ୍ରା – ଖରାପ ସାଙ୍ଗ ଠାରୁ ଦୁରେଇ ରୁହନ୍ତୁ

ସ୍ୱାତୀ- ପ୍ରେମ ପାଇଁ ଦିନଟି ଭଲ ରହିବ ନାହିଁ

ବିଶାଖା- ବ୍ୟବସାୟ କରୁଥିଲେ ସତର୍କ ରୁହନ୍ତୁ, କ୍ଷତି ହେବାର ସମ୍ଭାବନା

ମା’ସରସ୍ୱତୀଙ୍କର ଦ୍ଵାଦଶ ନାମାବଳୀ ପାଠ ସଫଳତା ଆଣିଦେବ

ବିଛା ରାଶି

ବିଶାଖା – ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ

ଅନୁରାଧା- ବ୍ୟବସାୟ କରୁଥିଲେ ସେଥିରେ ଅଧିକ ଲାଭ ପାଇବେ

ଜ୍ୟେଷ୍ଠା – ଏକା ସମୟରେ ଦୁଇଟି କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ, ଅସଫଳ ରହିବେ

ଦୁର୍ଗା କବଚ ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ

ଧନୁ ରାଶି

ମୂଳା- ନିଜ ସ୍ତ୍ରୀଙ୍କ କାରଣରୁ ଝଗଡା ଆରମ୍ଭ ହୋଇପାରେ, ଦିନଟିକୁ ଜଗନ୍ତୁ

ପୂର୍ବାଷାଢା- ମନରେ ଚିନ୍ତା ଓ ଅଶାନ୍ତି ଲାଗି ରହିବ

ଉତ୍ତରାଷାଢା- ଅର୍ଥ ଓ ଭୂମିକୁ ନେଇ କୈାଣସି ସମସ୍ୟା ଦେଖାଦେଇପାରେ

ସକାଳ ସମୟରେ ଗୀତା ପାଠ କରିଲେ ଶୁଭ ରହିବ

ମକର ରାଶି

ଉତ୍ତରାଷାଢା- ଶରୀର ସାମାନ୍ୟ ଅସୁସ୍ଥ ରହିପାରେ, ବିଶ୍ରାମ ନିଅନ୍ତୁ

ଶ୍ରବଣା- ଜୀବନରେ ଯାହା ବି କିଛି ସମସ୍ୟା ରହିଛି ସେଥିରେ ପରିବର୍ତ୍ତନ ଆସିବ

ଧନିଷ୍ଠା- ଧୈର୍ଯ୍ୟ ସହ କାମ କରନ୍ତୁ, ଶୁଭ ଫଳ ପାଇବେ

ଓଁ ଅଂ ଅଙ୍ଗାରକାୟ ନମଃ ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, ସଫଳତା ମଧ୍ୟ ରହିଛି

ଶତଭିଷା- ନିଜର କଥା ଦ୍ଵାରା ଅଧିକ ଅର୍ଥ ଅର୍ଜନ କରିବେ

ପୂର୍ବଭାଦ୍ରପଦ- କର୍ମରେ ରହିଥିବା ସମସ୍ତ ବାଧା ଦୁର ହେବ

ପୁରୁଷଶୁକ୍ତ ପାଠ କରିଲେ ଶୁଭ ରହିବ

ମୀନ ରାଶି

ପୂର୍ବଭାଦ୍ରପଦ- ପୂର୍ବରୁ ରହିଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରଭାଦ୍ରପଦ- ଜୀବନସାଥିଙ୍କ ଠାରୁ କିଛି ଉପହାର ପାଇପାରନ୍ତି

ରେବତୀ- ନିଜର ବନ୍ଧୁଙ୍କ ଠାରୁ କିଛି ଶୁଭ ଖବର ପାଇବେ

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801