ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି: କରୋନା କଟକଣା ସହ ସୁରୁଖୁରୁରେ ରଥଯାତ୍ରା ସରିଥିବାରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସୁରୁଖୁରୁରେ ସରିଛି ରଥଯାତ୍ରା । କୋର୍ଟଙ୍କ ନିର୍ଦ୍ଦେଶ ଓ କୋଭିଡ ନିୟମକୁ ମାନି ସେବାୟତମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅତି ସୁନ୍ଦର ଭାବେ ଶେଷ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟେକ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏଥିପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।

ସରକାରଙ୍କ ନିର୍ଦ୍ଦେଶମତେ ଶ୍ରୀଜଗନ୍ନାଥପ୍ରେମୀ ମଧ୍ୟ ଘରେ ବସି ରଥଯାତ୍ରାର ସିଧା ପ୍ରସାରଣ ଦେଖିଥିଲେ । କୌଣସି ବ୍ୟକ୍ତି ନିୟମ ନ ଭାଙ୍ଗି ସରକାରଙ୍କ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ସରକାର ଧନ୍ୟବାଦ ଜଣାଇଛନ୍ତି ।

କୋଭିଡ କଟକଣାକୁ ମାନି ସେବାୟତମାନେ ସୁରୁଖୁରୁରେ ଦାୟିତ୍ୱ ସମ୍ପନ୍ନ କରିଥିବାରୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ସରିଲା ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ: ରତ୍ନବେଦୀରେ ବିରାଜିଲେ ମହାପ୍ରଭୁ

ଗତକାଲି ସୁରୁଖୁରୁରେ ସରିଥିଲା ମହାପ୍ରଭୁଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ଫେରିଥିଲେ ନୀଳାଦ୍ରିନାଥ ।  ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ ସୂଦର୍ଶନ, ବଳଭଦ୍ର ଓ ସୁଭଦ୍ରା । ତେବେ ଶ୍ରୀଜଗନ୍ନାଥ ଯିବାବେଳେ ସିଂହଦ୍ୱାରା ବନ୍ଦ ହୋଇଥିଲା ।ତେବେ ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିଲେ ।

Leave a Reply