ରାଜଧାନୀରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ । ୪୫ ସଂକ୍ରମିତରୁ ୩୭ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୮ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ବରମୁଣ୍ଡା ଶକ୍ତି ଗେଷ୍ଟ ହାଉସ୍ ନିକଟରୁ ଜଣେ ୪୮ ବର୍ଷୀୟ ପୁରୁଷ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ । ରବି ଟକିଜ୍ ନିକଟ କେଦାର ଗୌରୀ ଅଞ୍ଚଳର ୫୬ ବର୍ଷୀୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଲିଆସାହି ଶନି ମନ୍ଦିର ନିକଟରୁ ୨୭ ବର୍ଷୀୟ ମହିଳା, ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ ୨୯ ବର୍ଷୀୟ ପୁରୁଷ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଡୁମଡୁମା ସୁବାସ ନଗର ବସ୍ତିରୁ ୩୬ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି ।

ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ

ଓଲ୍ଡ ଟାଉନ୍ ଜମ୍ବେଶ୍ୱର ପାଟଣାର ୪୫ ବର୍ଷୀୟ ପୁରୁଷ, ୟୁନିଟ-୪ ଏମଏଲଏ କଲୋନୀର ୭୨ ବର୍ଷୀୟ ବୃଦ୍ଧ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ୫୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଥିବା ବିଏସମି ସୂଚନା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ମୋଟ୍ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୪୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ସେମାନଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ ଚାଲିଛି ।

Leave a Reply