spot_img
Home Blog Page 6864

ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ… ମୃତ୍ୟୁ ସଂଖ୍ୟା ୩୮ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଜିଲ୍ଲାରୁ ୪୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଆଜି ଦୁଇ ମୃତକଙ୍କୁ ମିଶାଇଲେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି ।

ମୃତକଙ୍କ ମଧ୍ୟରୁ ଜଣେ ୭୭ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୬୪ ବର୍ଷୀୟ ବ୍ୟକ୍ତି ଥିଲେ । ୭୭ ବର୍ଷୀୟ ପୁରୁଷ ଗଞ୍ଜାମର ବୋଲି ଜଣାପଡିଛି । କୋଭିଡ୍ ବ୍ୟତୀତ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୬୪ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

ଆଜି ୪୫୬ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୩୦୯ ଓ ଲୋକାଲ୍ କେସ ୧୪୭ ଆସିଛି । ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୫୨୬ କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଇଛନ୍ତି । କିଛି ଦିନ ହେବ ନିୟମିତ ଭାବରେ ରାଜ୍ୟରେ କରୋନା ମୃତ୍ୟୁ ହୋଇଚାଲିଛି ।

85 new positives found in cuttack

ଗତକାଲି ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ଜଣେ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଥିଲେ । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ।

ବିଜେପିର ମିଡିଆ ମୁଖ୍ୟଙ୍କୁ ଦିଆଗଲା ପ୍ରିୟଙ୍କାଙ୍କ ବଙ୍ଗଳା

ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଦିଆଗଲା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବଙ୍ଗଳା । ଭାଜପା ନ୍ୟାସନାଲ ମିଡିଆ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅନିଲ ବାଲୁନିଙ୍କୁ ଏହି ବଙ୍ଗଳା ଦିଆଯାଇଛି । ଏନେଇ ରବିବାର କେନ୍ଦ୍ର ହାଉସିଂ ଓ ଆର୍ବାନ ବ୍ୟାପାର ମନ୍ତ୍ରାଳୟର ପକ୍ଷରୁ ସୂଚନା ଦିଆଯାଇଛି ।

BJP Media Cell chief Anil Baluni allotted Priyanka Gandhi's Lodhi ...

ସୂଚନା ଯୋଗ୍ୟ ଯେ, ବଙ୍ଗଳା ଖାଲି କରିବା ନେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଜୁଲାଇ ପହିଲା ନୋଟିସ୍ କରାଯାଇଛି । ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ କରାଯାଇଛି । ୧୯୯୭ରୁ ପ୍ରିୟଙ୍କା ୩୫ ଲୋଧି ଇଷ୍ଟ ବଙ୍ଗଳାରେ ବଙ୍ଗଳାରେ ରହିଆସିଛନ୍ତି । ପୂର୍ବରୁ ତାଙ୍କ ଠାରୁ ଏସ୍‌ପିଜି ସିକ୍ୟୁରିଟି ହଟାଯାଇଥିବା ବେଳେ ଏବେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।

Priyanka Gandhi Vadra से आखिर क्यों कराया गया ...

ତେବେ ରାଜ୍ୟସଭା ସାଂସଦ ଅନୀଲ ବାଲୁନିଙ୍କ ଏହି ଅନୁରୋଧ କରିବା କ୍ରମେ ତାଙ୍କୁ ଏହି ବଙ୍ଗଳା ଦିଆଯାଇଛି । ସେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବଙ୍ଗଳା ନେଇ ଅନୁରୋଧ କରିଥିଲେ । ଶ୍ରୀ ବାଲୁନି କ୍ୟାନସରରେ ଆକ୍ରାନ୍ତ ହୋଇଥିବା ବେଳେ ଗତ କିଛି ଦିନ ଧରି ଚିକିତ୍ସିତ ହୋଇଥିଲେ । ସେ ଏବେ ସୁସ୍ଥ ହୋଇସାରିଥିଲେ ସୁଦ୍ଧା ବହୁ ସତର୍କତା ଅବଲମ୍ୱନ କରିବାକୁ ପଡ଼ୁଛି । ସେ ବର୍ତ୍ତମାନ ରହୁଥିବା ବଙ୍ଗଳାରେ ସେହି ସବୁ ସୁବିଧା ନଥିବାରୁ ସେ ଏହି ବଙ୍ଗଳା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ କ୍ରମେ ଶ୍ରୀ ବାଲୁନିଙ୍କୁ ଏହି ବଙ୍ଗଳା ଦିଆଯାଇଛି । ତେବେ ପ୍ରିୟଙ୍କା ବଙ୍ଗଳା ଖାଲି କଲା ପରେ ସେ ସେଠାରେ  ବସବାସ କରିବେ ବୋଲି ସୂଚନା ରହିଛି ।

କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ

ନ୍ୟୁ ହୋଣ୍ଡା ସିଟି ୨୦୨୦ ହେବ ଲଂଚ, ୫୦୦୦ ଟଙ୍କାରେ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ହୋଣ୍ଡାର ଅଲ-ନ୍ୟୁ ସିଟି ୨୦୨୦ କାର ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି । କମ୍ପାନୀ ଏହାକୁ ଜୁଲାଇ ୧୫ ତାରିଖରେ ଲଞ୍ଚ କରିବାକୁ ଯାଉଛି । ଗ୍ରାହକମାନେ ଏହି କାରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ଏହି କାର ଲଞ୍ଚ କରିବାକୁ ଯାଉଥିଲା। କିନ୍ତୁ କରୋନାଭାଇରସ୍ କାରଣରୁ କମ୍ପାନୀ ଏହାକୁ ଲଂଚ କରିପାରିନଥିଲା ।

କାର ସିଟିର ଗ୍ରେଟର ନୋଏଡା ପ୍ଲାଣ୍ଟରେ ପଞ୍ଚମ ପୀଢ଼ିର ସେଡାନ କାର ନିର୍ମାଣ ଚାଲିଛି। ଜାପାନର କାର ନିର୍ମାତା ହୋଣ୍ଡା ସିଟି ୨୦୨୦ ବୁକିଂ ବହୁ ପୂର୍ବରୁ ଆରମ୍ଭ କରିସାରିଛି । ହୋଣ୍ଡାର ଲୋକପ୍ରିୟତା ଅନେକ ଗ୍ରାହକଙ୍କ ମଧ୍ୟରେ ରହିଛି । ସେଥିପାଇଁ ଏହି ସେଡାନ୍ କାର୍ ସିଟିକୁ ଦୀର୍ଘ ସମୟ ଧରି ଅନେକ ଅପେକ୍ଷା କରି ରହିଛନ୍ତି । ତେଣୁ ଗ୍ରାହକ କମ୍ପାନୀର ୱେବସାଇଟ୍ ଜରିଆରେ ମାତ୍ର ୫୦୦୦ ଟଙ୍କା ଟୋକେନ୍ ଦେଇ ଗାଡି ବୁକ୍ କରିପାରିବେ ।

ହୋଣ୍ଡା କାର ଡିଲରସିପ୍ ରେ ଏହି ସେଡାନ୍ କାର୍ ବୁକ୍ କରିବାକୁ ହେଲେ ପ୍ରାୟ ୨୧,୦୦୦ ଟଙ୍କା ଟୋକନ୍ ଦେବାକୁ ପଡିବ  । ହୋଣ୍ଡା ଅନୁସାରେ , ନୂଆ ସିଟି ର ମଡେଲ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରାଯାଇଛି। ନୂତନ କାରର ଲୁକ୍, ଡିଜାଇନ୍, ଫିଚର୍ସ ଏବଂ ଇଞ୍ଜିନରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇଛି  । ଏହି କାରରେ ପ୍ରଥମ ଥର ପାଇଁ ଅନେକ ଫିଚର୍ସ ଦିଆଯାଇଛି । ଏଥି ସହିତ ଏହାର ଟପ୍-ସ୍ପେକ୍ ମଡେଲର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବାର ସମ୍ଭାବନା ଅଛି । ତେବେ କମ୍ପାନୀ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ।

ପୁରୁଣା ମଡେଲ କାରଠାରୁ ନୂଆ ସିଟି ବଡ଼ ହେବ । ଏହାର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ଆଣ୍ଡ୍ରଏଡ୍ ଅଟୋ, ଆପଲ୍ କାର ପ୍ଲେ ଏବଂ ଆମାଜନ ଆଲେକ୍ସା ସହିତ ଆଠ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ହୋଣ୍ଡା କନେକ୍ଟ ସୁଟ୍ ସହିତ ୩୨ କାର୍ ଫିଚର୍ସ, ୬.୯ ଇଞ୍ଚ HD TFT କ୍ଲଷ୍ଟର, ଅଟୋମେଟିକ୍ ହେଡଲ୍ୟାମ୍ପ, ପୁସ୍ ଷ୍ଟାର୍ଟ / ଷ୍ଟପ୍ ବଟନ୍, ଇଲେକ୍ଟ୍ରିକ୍ ସନ୍ଫରୁଫ୍ ସହିତ ଅନେକ ଫିଚର୍ସ ଦିଆଯାଇଛି । କାରରେ ଥିବା ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଏକ ନୂତନ DOHC ୟୁନିଟ୍, ଯାହା ୬୬୦୦ rpm ରେ ୧୨୧ PS ଶକ୍ତି ଏବଂ ୪୩୦୦ rpm ରେ ୧୪୫ Nm ଟର୍କ ଜେନେରେଟ୍ କରେ ।

ସଂକ୍ରମିତ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯେତେବେଳେ ସ୍ୱାମୀଙ୍କ ପାଖରେ ରଖିଲେ ଗଣେଶଙ୍କ ମୂର୍ତ୍ତି…

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବାକୁ ସବୁପ୍ରକାର ପ୍ରୟାସ ଜାରି ରହିଛି । କରୋନା ମୁକାବିଲା ପାଇ ଅଣ୍ଟା ଭିଡ଼ିଛି ସାରାଦେଶ । ଏଭଳି ପରସ୍ଥିତିରେ ବ୍ରିଟେନରୁ ଏକ ଘଟଣା ଚର୍ଚ୍ଚାରେ ରହିଛି । ବ୍ରିଟେନରେ ରହୁଥିବା କାନନ ପଟେଲ କରୋନା ଭାଇରସରେ ସଂକ୍ରମିତ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ସବୁ ପ୍ରକାର ପ୍ରୟାସ କରିବା ପରେ ବି ତାଙ୍କୁ ବଞ୍ଚାଇବାରେ ସେ ବିଫଳ ହୋଇଛନ୍ତି । କରୋନା ସଂକ୍ରମିତ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର କୌଣସି ବି ପରିବାର ସଦସ୍ୟଙ୍କୁ ତାଙ୍କୁ ଭେଟିବାର ଅନୁମତି ନଥାଏ । ତେଣୁ କାନନ ପଟେଲ ନର୍ସଙ୍କ ସହଯୋଗରେ ତାଙ୍କ ସ୍ୱାମୀଙ୍କ ପାଟିରେ ପବିତ୍ର ଜଳ ପିଇବାକୁ ଦେଇଥିବା ବେଳେ ତାଙ୍କ ବେଡ଼ ପାଖରେ ଗଣେଷଙ୍କ ମୂର୍ତ୍ତି ରଖିବାକୁ ଦେଇଥିଲେ ।

କାନନ ପଟେଲ news.sky.com ସହ ସ୍ୱାମୀଙ୍କ ଶେଷ ସମୟରେ କିଛି ଜଣା ଅଜଣା କଥା ସେୟାର କରିଛନ୍ତି । ତାଙ୍କ ସ୍ୱାମୀ କମ୍ୟୁନିଟି ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ । କାନନ ତାଙ୍କ ଦୁଃଖ ପ୍ରାକାଶ କରି କହିଛିନ୍ତି ଯେ, ସେ ମେଡ଼ିକାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କ ମୃତ୍ୟୁ ପରେ ବି ସେ ତାଙ୍କ ସ୍ୱାମୀଙ୍କୁ ଦେଖିପାରିଲେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଘରେ ବହୁଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥିବାରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ । ସେ ଗ୍ଲାସ ମାଧ୍ୟମରେ ପାଣି ବି ପିଇ ପାରୁ ନଥିଲେ ଚାମଚ ମାଧ୍ୟମରେ ପାଣି ପିଉଥିଲେ ।

ତାଙ୍କ କହିବା କଥା ହେଉଛି ସେ ଲୋକଙ୍କୁ ଔଷଧ ଦେଉଥିବା ସମୟରେ ହିଁ ସଂକ୍ରମିତ ହୋଇଥିଲେ । ସେ ସମୟରେ କାନନଙ୍କ ସ୍ୱାମୀ କାନନଙ୍କ ସହ ଫୋନରେ କଥା ହେବା ସମୟରେ ସେ କହିଥିଲେ ଯେ, ସେ ବଞ୍ଚିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କାନନ ପ୍ରାର୍ଥନା କରନ୍ତୁ । ତାପରେ ତାଙ୍କୁ ଡାକ୍ତର ଭେଣ୍ଟିଲେଟରରେ ରଖିଲେ କିନ୍ତୁ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ସୁସ୍ଥ ହୋଇନଥଲେ ନାହିଁ । ତାପରେ କାନନ ମେଡ଼ିକାଲର ବାହାରେ ନର୍ସଙ୍କୁ ଗଣେଶଙ୍କ ମୂର୍ତ୍ତି ସହ, ପବିତ୍ର ଜଳ ଦେଇ ତାଙ୍କ ସ୍ୱାମୀଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ ।

ତାପର ଦିନ କାନନଙ୍କୁ ସେହି ନର୍ସ ଜଣଙ୍କ ଫୋନ କରି ସୂଚନା ଦେଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବଂ ନର୍ସ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, ସେ କହିବା ଅନୁସାରେ ସେ ତାଙ୍କ ସ୍ୱାମୀଙ୍କ ପାଟିରେ ପବିତ୍ର ଜଳ ଦେଇଥିଲେ ଏବଂ ତାଙ୍କ ବେଡ ପାଖରେ ସେହି ମୂର୍ତ୍ତି ମଧ୍ୟ ରଖିଥିଲେ । ଏହା ପରେ କାନନ କହିଛନ୍ତି ଯେ  ‘ମୁଁ ମୋ ସ୍ୱାମୀଙ୍କୁ ଏହି ଭଳି ଭାବେ ବିଦାୟ ଦେଲି’ ।

ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର:

ଭୁବନେଶ୍ୱର: କରୋନା ଭୂତାଣୁ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଛି । ଏହି ଭୂତାଣୁର ସଂକ୍ରମଣ ବଢୁଥିବାରୁ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ତେବେ ଏହି ମହାମାରୀ ମସୟରେ ଆଜି ବିଜୁ ଛାତ୍ର ଓ ଯୁବ ଜନତା ଦଳ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ।

ଅବଶ୍ୟ ସବୁ ଦଳୀୟ ଓ ରାଜନୈତିକ କାର୍ଯ୍ୟକ୍ରମକୁ କରୋନା ସଙ୍କଟ ସମୟରେ ବିଜେଡି ବନ୍ଦ ରଖିଛି । ହେଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜେଡିର ଏହି ନିଆରା ପଦକ୍ଷେପରେ ଅନେକ ସମର୍ଥନ ସାମିଲ ହୋଇଥିଲେ ।

କରୋନା ମହାମାରୀ ସମୟରେ ରକ୍ତର ଅଭାବ ନହେଉ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ହେଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିଛି । ରକ୍ତର ଅଭାବ ଯୋଗୁଁ ଯେପରି କାହାର ମୃତ୍ୟୁ ନହୁଏ, ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କୋଭିଡ଼ ନିୟମ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରାଯାଇଛି । ସବୁ ନିୟମ ସହ ରକ୍ତଦାନ ଶିବିର ଚାଲିଛି । ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେବାରେ ଲାଗୁଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୬ଜଣ ସଂକ୍ରମିତ । ଏମଧ୍ୟରୁ ୩୦୯ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନ ହୋଇଥିବା ବେଳେ ଅବଶିଷ୍ଟ ୧୪୭ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୪ଟା ଜିଲ୍ଲାରୁ ୪୫୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଗତ ୨୪ ଘଣ୍ଟାରେ ଗଞ୍ଜାମରେ ସର୍ବାଧିକ ୧୬୬ଜଣ ସଂକ୍ରମିତ ଚିହ୍ନ ହୋଇଛନ୍ତି । ସେହିପରି ବାଲେଶ୍ୱର ୧୪, ବରଗଡ଼ ୩୩, ଭଦ୍ରକ ୧୨, କଟକ ୧୩, ବଲାଙ୍ଗିର ୬, ଜଗତସିଂହପୁର ୨୩, ଯାଜପୁର ୫୭, କଳାହାଣ୍ଡି ୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨, ଖୋର୍ଦ୍ଧା ୨୧, କୋରାପୁଟ୧୦, ମୟୁରଭଞ୍ଜ ୮, ନବରଙ୍ଗପୁର ୨୪ , ନୟାଗଡ଼ ୪, ପୁରୀ ୩, ରାୟଗଡ଼ା ୧୩, ସମ୍ବଲପୁର ୧୫ , ସୁନ୍ଦରଗଡ଼ରୁ ୨୦ ଢେଙ୍କାନାଳ, ଗଜପତି ଓ ଅନୁଗୁଳରୁ  ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ସମୁଦାୟ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪୭ଟି ସ୍ଥାନୀୟ ସଂକ୍ରମଣ ମାମଲା ଏବେ ଚିନ୍ତା ବଢାଇଛି । ରାଜ୍ୟରେ ମୋଟ ୯ ହଜାର ୫୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୨୨୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୨୫୪ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

ଚୀନ ଦେଲା ଧମକ: ଆମେରିକା କହିଲା, ଆମର ୨ ପରିବହନକାରୀ ଏୟାରକ୍ରାଫ୍ଟ ଆପଣଙ୍କ ପଡ଼ିଶାରେ ଅଛି

ଓ୍ୱାଶିଂଟନ/ବେଜିଂ: ଅନ୍ତର୍ଜାତୀୟ ସ୍ତରରେ ଚାରିଆଡୁ ଘେରି ହୋଇଛି ଚୀନ । ଆମେରିକା, ଭାରତ ସହିତ ତିକ୍ତତା ବ୍ୟତୀତ ହଂକଂ, ତାଇୱାନ ଏବଂ ଜାପାନ ସହ ମଧ୍ୟ ଚୀନର ସମ୍ପର୍କ ଭଲନାହିଁ । ଏଭଳି ପରିସ୍ଥିତିରେ ଚୀନ୍ ଗଣମାଧ୍ୟମ କ୍ରମାଗତ ଭାବରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଅନ୍ୟ ଦେଶକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। ନିକଟରେ ଚୀନ୍ ସରକାରୀ ଖବରକାଗଜ ଆମେରିକାର ନୈସେନା ଟାର୍ଗେଟ କରି ଏକ ଧମକପୂର୍ଣ୍ଣ ଟ୍ୱିଟ୍ କରିଛି ଯେଉଁଥିରେ ଆମେରିକା ନୈସେନା ମଧ୍ୟ ଏହାର ଉତ୍ତର ଦେଇଛି।

Image

ରବିବାର ଦିନ ଗ୍ଳୋବାଲ୍‌ ଟାଇମ୍ସ ଚୀନ୍‌ କ୍ଷେପଣାସ୍ତ୍ରର ଚିତ୍ର ଟ୍ୱିଟ୍‌ କରି ଆମେରିକାକୁ ଧମକ ଦେଇଛି। ତେବେ ଆମେରିକାର ନୈସେନା ଚୀନ୍‌ର ଏହି ବିପଦକୁ ପରିହାସ କରି ରିଟ୍ୱିଟ୍‌ରେ ଟ୍ରୋଲ୍‌ କରିଛି । ସୂଚନା ଯୋଗ୍ୟ ଯେ, ଗ୍ଲୋବାଲ୍ ଟାଇମ୍ସ ଧମକପୂର୍ଣ୍ଣ ଢଙ୍ଗରେ ସେହି ଅସ୍ତ୍ରଗୁଡିକର ନାମ ତାଲିକାଭୁକ୍ତ କରିଥିଲା ​​ଯାହା ବିମାନ ପରିବହନକାରୀଙ୍କୁ ନଷ୍ଟ କରିବାରେ ସକ୍ଷମ ଅଟେ | ତେବେ ଏହାର ଜବାବ ଦେଇ ଆମେରିକାର ନୈସେନା ମୁଖ୍ୟ ଟ୍ୱିଟ୍ କରିଛନ୍ତି ।ସେ କହିଛନ୍ତି ଆମର ୨ ବିମାନ ପରିବହନକାରୀ ଦକ୍ଷିଣ ଚୀନ୍ ସାଗରର ଆନ୍ତର୍ଜାତୀୟ ଜଳ ଉପରେ ପାଟ୍ରୋଲିଂ କରୁଛନ୍ତି।

Image

ଆମେରିକା ନିୟୋଜିତ କରିଛି ୨ ପରିବହନକାରୀ ଏୟାରକ୍ରାଫ୍ଟ

ଚୀନ୍ ସହ ତିକ୍ତତା ମଧ୍ୟରେ ଆମେରିକାର ନୈସେନା ଦକ୍ଷିଣ ଚୀନ୍ ସାଗରରେ ୨ଟି ପରମାଣୁ ଶକ୍ତି ଚାଳିତ ପରିବହନକାରୀ ବିମାନ ନିୟୋଜିତ କରିଛି। ବାସ୍ତବରେ, ଚୀନ୍ ସୈନ୍ୟ ଗ୍ଲୋବାଲ୍ ଟାଇମ୍ସ ମାଧ୍ୟମରେ ଧମକ ଦେଇଥିଲେ ଯେ ଘାତକ କ୍ଷେପଣାସ୍ତ୍ର ଡୋଙ୍ଗଫେଙ୍ଗ -୨୧ ଏବଂ ଡୋଙ୍ଗଫେଙ୍ଗ -୨୫ ଆମେରିକାର ବିମାନ ପରିବହନକାରୀଙ୍କୁ ଧ୍ୱଂସ କରିପାରେ।

କୁହାଯାଇଥିଲା ଯେ ଦକ୍ଷିଣ ଚୀନ୍ ସାଗରରେ ନିୟୋଜିତ ଆମେରିକୀୟ ବିମାନ ପରିବହନକାରୀ ଚୀନ୍ ସେନାର ଜେଡିରେ ଅଛନ୍ତି, ଚୀନ୍ ସେନା ଯେତେବେଳେ ଚାହିଁବ ସେମାନଙ୍କୁ ବିନାଶ କରିପାରିବ। ଆମେରିକାର ନୈସେନା ଲେଫ୍ଟନାଣ୍ଟ କମାଣ୍ଡର ସନ୍‌ ବ୍ରୋଫି କହିଛନ୍ତି ଯେ, ଆମେରିକାର ନୈସେନା ବିମାନ ପରିବହନକାରୀ USS ନିମିଜ୍, ୟୁଏସ୍ଏସ୍ ରୋନାଲ୍ଡ ରେଗାନ୍ ଏବଂ ଚାରିଟି ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ୍ ସାଗରରେ ଦିନରାତି ଅପରେସନ୍ କରୁଛନ୍ତି। ଆମେରିକା ନୈସେନା ଦିନରାତି ଯୁଦ୍ଧାଭ୍ୟାସ କରି ଚୀନ୍‌କୁ ଏକ ଦୃଢ଼ ବାର୍ତ୍ତା ଦେଉଛି।

US Navy to test entire aircraft carrier crew for coronavirus ...

ଏହି ପରିବହନକାରୀମାନେ ବିମାନ ନୈସେନାର ଶକ୍ତି

ଉଲ୍ଲେଖନୀୟ କଥା ହେଉଛି, ଟ୍ରମ୍ପ ପ୍ରଶାସନ ୩ ବର୍ଷ ପରେ, ସେମାନେ ଦକ୍ଷିଣ ଚୀନ୍ ସାଗରକୁ ପରିବହନକାରୀ ବିମାନ ପଠାଇଛନ୍ତି । ଯାହାକୁ ଆମେରିକୀୟ ନୈସେନା ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଆମେରିକା ଦକ୍ଷିଣ ଚୀନ୍ ସାଗରରେ ଏହି ଅଭ୍ୟାସ ଆରମ୍ଭ କରିଛି ଯେଉଁ ସମୟରେ ଚୀନ୍ ନୈସେନା ମଧ୍ୟ ଏହି କ୍ଷେତ୍ରରେ ସମରାଭ୍ୟାସ କରୁଛି ।

https://nandighoshatv.com/bubonic-plague-new-chinese-virus/

୫ ଜିଲ୍ଲା ଓ ୫ ବ୍ଲକରୁ ଆସିଲେ ସଂଗରୋଧରେ ରହିବେ ଫେରନ୍ତା… ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

କଟକ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ହଜାର ଟପିସାରିଛି । ତେବେ କୋରନା ଭୂତାଣୁ ଆକ୍ରାନ୍ତ ସଂଖ୍ୟା ବଢୁଥିବା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଓଡିଶାରେ ସର୍ବାଧିକ କୌଭିଡ୍ ମାମଲା ଗଞ୍ଜାମ୍ ରୁ ଆସୁଛି । ସେହିଭଳି କଟକରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢୁଛି । ଏନେଇ ନିକଟରେ ସିଏମ୍‌ସି ତଫରୁ ବଡ଼ ଘୋଷଣା କରାଯାଇଥିଲା ।

କଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ସଟଡାଉନ୍ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସହରରେ ଆଉ ସବୁକିଛି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା । ଏବେ କଟକରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ହଟସ୍ପଟ୍ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ।

ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱରରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ସେହିପରି କଟକର ୫ଟି ବ୍ଲକରୁ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ୍ ରେ ରହିବେ । ଏନେଇ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିଶ୍ଚିତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଲକରୁ ଆସିଲେ ମଧ୍ୟ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡିବ ।

ହୋମ୍ କ୍ୱାରେଣ୍ଟାଇନ୍ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟାଇନ୍ ରେ ରହିପାରିବେ । ଦୈନିକ ଅନ୍ୟ ଜିଲ୍ଲାରୁ ଫେରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯିବ । ସିଏମସି ଓ୍ବାର୍ଡ ଅଫିସର ପ୍ରତି ୱାର୍ଡରୁ ତଥ୍ୟ ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ଜଣାଇବେ । ଏହାପରେ ଫେରନ୍ତାଙ୍କୁ ରାପିଡ୍ ରେସପନ୍‌ସ ଟିମ ଦ୍ୱାରା କ୍ୱାରେଣ୍ଟାଇନ୍ ନ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ନିୟମକୁ ତତ୍କାଳ ଲାଗୁ କରିବା ପାଇଁ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଚୀନ୍‌ରେ ବ୍ୟାପୁଛି ଆଉ ଏକ ଭୂତାଣୁ: ପୂର୍ବରୁ ନେଇ ସାରିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ବେଜିଂ: କରୋନା ସହ ଯୁଝୁଥିବା ସାରା ବିଶ୍ୱବାସୀଙ୍କ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ଏବେ ପୁଣି ଥରେ ଚୀନରେ ବ୍ୟାପିବାରେ ଲାଗିଛି ଆଉ ଏକ ଭୟଙ୍କର ଭୂତାଣୁ । ଯାହା ଏବେ ସାରା ବିଶ୍ୱକୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି । ଏହି ରୋଗ ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । ପ୍ରଥମ ଥର ପାଇଁ ଏହା 5 କୋଟି, ଦ୍ୱିତୀୟ ଥରରେ ସମଗ୍ର ୟୁରୋପୀୟ ଜନସଂଖ୍ୟାର ଏକ ତୃତୀୟାଂଶ ଏବଂ ତୃତୀୟ ଥର 80 ହଜାର ଲୋକଙ୍କ ଏଥିରେ ମୃତ୍ୟୁ ଘଟିଛି ।

चीन में अब बेहद खतरनाक बीमारी 'ब्यूबोनिक प्लेग' फैलने का खतरा!

ଏବେ ପୁଣି ଥରେ ଚାଇନାରେ ଏହି ରୋଗ ବୃଦ୍ଧି ପାଉଛି । ଏହି ରୋଗର ନାମ ହେଉଛି ବୁବୋନିକ୍‌ ପ୍ଳେଗ୍‌ (Bubonic Plague)। ଉତ୍ତର ଚୀନ୍‌ର ଏକ ଡାକ୍ତରଖାନାରେ ବୁବୋନିକ୍‌ ପ୍ଳେଗ୍‌ ମାମଲା ଘଟିବା ପରେ ଏକ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଚାଇନାର ମୋଙ୍ଗୋଲିଆ ଅଞ୍ଚଳରେ ବୁବୋନିକ୍‌ ପ୍ଳେଗ୍‌କୁ ରୋକିବା ଲାଗି ତୃତୀୟ ସ୍ତରୀୟ ଚେତାବନୀ ଜାରି କରାଯାଇଛି ।

चीन में अब बेहद खतरनाक बीमारी 'ब्यूबोनिक प्लेग' फैलने का खतरा!

ଶନିବାର ଦିନ ବାନାନୁରର ଏକ ଡାକ୍ତରଖାନାରେ ବୁବୋନିକ୍ ପ୍ଳେଗ୍‌ର ମାମଲା ସାମ୍ନାକୁ ଆସିଛି । ୨୦୨୦ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଏହି ରୋଗ ବଣୁଆ ମୂଷାଙ୍କ ଠାରେ ମିଳୁଥିବା ଭୂତାଣୁରୁ ବ୍ୟାପିଥାଏ ।

ଭୟଙ୍କର ଭୂତାଣୁ ରୋଗ ‘ବୁବୋନିକ୍ ପ୍ଳେଗ୍’ ବର୍ତ୍ତମାନ ଚାଇନାରେ ବ୍ୟାପିସାରିଛି

ଏହି ଭୟଙ୍କର ଭୂତାଣୁର ନାମ ହେଉଛି ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ | ଏହି ଜୀବାଣୁ ଶରୀରର ଲସିକା ଗ୍ରନ୍ଥି, ରକ୍ତ ଏବଂ ଫୁସଫୁସକୁ ଆକ୍ରମଣ କରନ୍ତି। ଏହାଦ୍ୱାରା ଆଙ୍ଗୁଠିଗୁଡିକ କଳା ପଡ଼ିଯାଏ | ନାକର ମଧ୍ୟ ସମାନ ଅବସ୍ଥା ହୋଇଯାଏ । ଚାଇନା ସରକାର ବାନାନୁର ସହରରେ ମହାମାରୀ ବିସ୍ତାର ହେବାର ସମ୍ଭାବନାକୁ ପ୍ରକାଶ କରିଛନ୍ତି।

चीन में अब बेहद खतरनाक बीमारी 'ब्यूबोनिक प्लेग' फैलने का खतरा!

ଏହା ଦ୍ୱାରା ମଣିଷ ସଂକ୍ରମିତ ହେବା ପରେ ଶରୀରରେ ଅସହ୍ୟ ଯନ୍ତ୍ରଣା ଓ ଜ୍ୱର ହୋଇଥାଏ । ଏଥିସହିତ ନାଡ଼ିର ଗତି ଦ୍ରୁତ ହୋଇଯାଏ । ବୁବୋନିକ୍‌ ପ୍ଳେଗ୍ ପ୍ରଥମେ ବଣୁଆ ମୂଷାଙ୍କ ଠାରେ ଦେଖାଯାଏ | ମୂଷା ମରିଯିବା ପରେ, ତା’ର ମୃତଶରୀରେ ପୋକ୍ ମାଡ଼ିଯାଅନ୍ତି ଏବଂ ଏହା ଦ୍ୱାରା ପୋକମାନେ ସଂକ୍ରମିତ ହୁଅନ୍ତି । ଏହି ପୋକମାନେ ଯେତେବେଳେ ମଣିଷଙ୍କୁ କାମୁଡ଼ନ୍ତି, ତାହା ମଣିଷ ଶରୀରରେ ଏକ ତରଳ ପଦାର୍ଥକୁ ଛାଡିଦିଏ |

चीन में अब बेहद खतरनाक बीमारी 'ब्यूबोनिक प्लेग' फैलने का खतरा!

ଏହାର ଠିକ୍ ପରେ, ଜଣେ ବ୍ୟକ୍ତି ସଂକ୍ରମିତ ହେବା ଆରମ୍ଭ କରେ | ମୂଷା ମରିବାର ୨ରୁ ୩ ସପ୍ତାହରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସାରା ବିଶ୍ୱରେ ପ୍ରାୟ 3248 ବୁବୋନିକ୍‌ ମହାମାରୀ ରିପୋର୍ଟ ହୋଇଛି। ସେଥିମଧ୍ୟରୁ 584 ଜଣଙ୍କର ମୃତ୍ୟୁ ହୋଇଛି। ଏହି ବର୍ଷଗୁଡିକରେ, ଅଧିକାଂଶ ମାମଲା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମାଡାଗାସ୍କର, ପେରୁରେ ଆସିଥିଲା ​​|

କରୋନା ପ୍ରଭାବ: ପ୍ରେମର ପ୍ରତୀକ ଆଗ୍ରାର ତାଜମହଲ ନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୧୦୦ ଦିନ ହେଲା ବନ୍ଦ ଥିବା ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ଆଜିଠାରୁ ଖୋଲିବାକୁ ପ୍ରତ୍ନତତ୍ତ୍ୱ ବିଭାଗ ଅନୁମତି ଦେଇଛି। ହେଲେ ଦେଶରେ କୋଭିଡ ୧୯ର ଭୟାବହ ସ୍ଥିତିକୁ ନଜରରେ ରଖି ଖୋଲିବନି ପ୍ରେମର ପ୍ରତୀକ ଆଗ୍ରାର ତାଜମହଲ । ପୂର୍ବଭଳି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ତାଜ୍ ମହଲ ।

ଆଗ୍ରାର ତାଜମହଲ କଣ୍ଟେନମେଣ୍ଟ ଜୋନରେ ଥିବାରୁ ଏହାକୁ ନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାବାଦ ଆଗ୍ରାର ସିକନ୍ଦର, ଇତାମତୁଡୌଲା, ଫତେପୁର ସିକ୍ରି, ଆଗ୍ରା ଫୋର୍ଟ ମଧ୍ୟ ଆଜି ଖୋଲିବ ନାହିଁ। ସେହିପରି ଆହ୍ଲାବାଦ, ବାରାଣାସୀ ଓ ହାଇଦ୍ରାବାଦରେ ଥିବା ଏକାଧିକ ଐତିହ୍ୟ ସ୍ଥଳୀ ମଧ୍ୟ ବନ୍ଦ ରହିବ।

ଓଡ଼ିଶାରେ ମଧ୍ୟ ଆଜିଠୁ ଐତିହ୍ୟ ସ୍ଥଳୀ ଖୋଲାଯିବାକୁ ସ୍ଥିର ହୋଇଥିଲା ହେଲେ କରୋନା ସ୍ଥିତିକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଏଏସଆଇଙ୍କୁ ପର୍ଯ୍ୟଟନସ୍ଥଳି ନଖୋଲିବାକୁ ଚିଠି ଲେଖିଥିଲେ । ତେଣୁ ୩୧ଜୁଲାଇ ଯାଏଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା କୌଣସି ପର୍ଯ୍ୟଟନସ୍ଥଳୀ ଖୋଲିବନି ।

ଅନ୍ୟପକ୍ଷରେ ଦେଶରେ ବିଭିନ୍ନ ପ୍ରାନ୍ତରେ ଯେଉଁ ପର୍ଯ୍ୟଟନସ୍ଥଳ ଗୁଡ଼ିକ ଖୋଲୁଛି, ସେଠାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ପର୍ଯ୍ୟାୟକ୍ରମେ ଭିତରକୁ ଛଡ଼ାଯିବ। ପର୍ଯ୍ୟଟନସ୍ଥଳ ଗୁଡ଼ିକ ମଧ୍ୟରେ କେବଳ ଡିଜିଟାଲ ପେମେଣ୍ଟକୁ ଅନୁମତି ଦିଆଯାଇଛି।