ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

jeevan bindu blood donation camp organised in bjd office

ଭୁବନେଶ୍ୱର:

ଭୁବନେଶ୍ୱର: କରୋନା ଭୂତାଣୁ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଛି । ଏହି ଭୂତାଣୁର ସଂକ୍ରମଣ ବଢୁଥିବାରୁ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ତେବେ ଏହି ମହାମାରୀ ମସୟରେ ଆଜି ବିଜୁ ଛାତ୍ର ଓ ଯୁବ ଜନତା ଦଳ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ।

ଅବଶ୍ୟ ସବୁ ଦଳୀୟ ଓ ରାଜନୈତିକ କାର୍ଯ୍ୟକ୍ରମକୁ କରୋନା ସଙ୍କଟ ସମୟରେ ବିଜେଡି ବନ୍ଦ ରଖିଛି । ହେଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବିଜେଡି ମୁଖ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜେଡିର ଏହି ନିଆରା ପଦକ୍ଷେପରେ ଅନେକ ସମର୍ଥନ ସାମିଲ ହୋଇଥିଲେ ।

କରୋନା ମହାମାରୀ ସମୟରେ ରକ୍ତର ଅଭାବ ନହେଉ, ସେଥିପାଇଁ ବ୍ୟାପକ ଭାବେ ରକ୍ତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ହେଲେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରହିଛି । ରକ୍ତର ଅଭାବ ଯୋଗୁଁ ଯେପରି କାହାର ମୃତ୍ୟୁ ନହୁଏ, ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କୋଭିଡ଼ ନିୟମ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରାଯାଇଛି । ସବୁ ନିୟମ ସହ ରକ୍ତଦାନ ଶିବିର ଚାଲିଛି । ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।

Leave a Reply