ସଂକ୍ରମିତ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯେତେବେଳେ ସ୍ୱାମୀଙ୍କ ପାଖରେ ରଖିଲେ ଗଣେଶଙ୍କ ମୂର୍ତ୍ତି…

1 min read

ନୂଆଦିଲ୍ଲୀ: କରୋନା ଭାଇରସକୁ ରୋକିବାକୁ ସବୁପ୍ରକାର ପ୍ରୟାସ ଜାରି ରହିଛି । କରୋନା ମୁକାବିଲା ପାଇ ଅଣ୍ଟା ଭିଡ଼ିଛି ସାରାଦେଶ । ଏଭଳି ପରସ୍ଥିତିରେ ବ୍ରିଟେନରୁ ଏକ ଘଟଣା ଚର୍ଚ୍ଚାରେ ରହିଛି । ବ୍ରିଟେନରେ ରହୁଥିବା କାନନ ପଟେଲ କରୋନା ଭାଇରସରେ ସଂକ୍ରମିତ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ । କିନ୍ତୁ ସବୁ ପ୍ରକାର ପ୍ରୟାସ କରିବା ପରେ ବି ତାଙ୍କୁ ବଞ୍ଚାଇବାରେ ସେ ବିଫଳ ହୋଇଛନ୍ତି । କରୋନା ସଂକ୍ରମିତ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର କୌଣସି ବି ପରିବାର ସଦସ୍ୟଙ୍କୁ ତାଙ୍କୁ ଭେଟିବାର ଅନୁମତି ନଥାଏ । ତେଣୁ କାନନ ପଟେଲ ନର୍ସଙ୍କ ସହଯୋଗରେ ତାଙ୍କ ସ୍ୱାମୀଙ୍କ ପାଟିରେ ପବିତ୍ର ଜଳ ପିଇବାକୁ ଦେଇଥିବା ବେଳେ ତାଙ୍କ ବେଡ଼ ପାଖରେ ଗଣେଷଙ୍କ ମୂର୍ତ୍ତି ରଖିବାକୁ ଦେଇଥିଲେ ।

କାନନ ପଟେଲ news.sky.com ସହ ସ୍ୱାମୀଙ୍କ ଶେଷ ସମୟରେ କିଛି ଜଣା ଅଜଣା କଥା ସେୟାର କରିଛନ୍ତି । ତାଙ୍କ ସ୍ୱାମୀ କମ୍ୟୁନିଟି ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ । କାନନ ତାଙ୍କ ଦୁଃଖ ପ୍ରାକାଶ କରି କହିଛିନ୍ତି ଯେ, ସେ ମେଡ଼ିକାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କ ମୃତ୍ୟୁ ପରେ ବି ସେ ତାଙ୍କ ସ୍ୱାମୀଙ୍କୁ ଦେଖିପାରିଲେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଘରେ ବହୁଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଥିବାରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ । ସେ ଗ୍ଲାସ ମାଧ୍ୟମରେ ପାଣି ବି ପିଇ ପାରୁ ନଥିଲେ ଚାମଚ ମାଧ୍ୟମରେ ପାଣି ପିଉଥିଲେ ।

ତାଙ୍କ କହିବା କଥା ହେଉଛି ସେ ଲୋକଙ୍କୁ ଔଷଧ ଦେଉଥିବା ସମୟରେ ହିଁ ସଂକ୍ରମିତ ହୋଇଥିଲେ । ସେ ସମୟରେ କାନନଙ୍କ ସ୍ୱାମୀ କାନନଙ୍କ ସହ ଫୋନରେ କଥା ହେବା ସମୟରେ ସେ କହିଥିଲେ ଯେ, ସେ ବଞ୍ଚିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କାନନ ପ୍ରାର୍ଥନା କରନ୍ତୁ । ତାପରେ ତାଙ୍କୁ ଡାକ୍ତର ଭେଣ୍ଟିଲେଟରରେ ରଖିଲେ କିନ୍ତୁ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ସୁସ୍ଥ ହୋଇନଥଲେ ନାହିଁ । ତାପରେ କାନନ ମେଡ଼ିକାଲର ବାହାରେ ନର୍ସଙ୍କୁ ଗଣେଶଙ୍କ ମୂର୍ତ୍ତି ସହ, ପବିତ୍ର ଜଳ ଦେଇ ତାଙ୍କ ସ୍ୱାମୀଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ ।

ତାପର ଦିନ କାନନଙ୍କୁ ସେହି ନର୍ସ ଜଣଙ୍କ ଫୋନ କରି ସୂଚନା ଦେଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ଏବଂ ନର୍ସ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, ସେ କହିବା ଅନୁସାରେ ସେ ତାଙ୍କ ସ୍ୱାମୀଙ୍କ ପାଟିରେ ପବିତ୍ର ଜଳ ଦେଇଥିଲେ ଏବଂ ତାଙ୍କ ବେଡ ପାଖରେ ସେହି ମୂର୍ତ୍ତି ମଧ୍ୟ ରଖିଥିଲେ । ଏହା ପରେ କାନନ କହିଛନ୍ତି ଯେ  ‘ମୁଁ ମୋ ସ୍ୱାମୀଙ୍କୁ ଏହି ଭଳି ଭାବେ ବିଦାୟ ଦେଲି’ ।

Leave a Reply