spot_img
Home Blog Page 682

ଛଅଟି ସମୋସା ବଦଳାଇ ଦେଲା କେସର ଦିଗ: ଏହି ଲାଞ୍ଚ ନେଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କଲେ ଯାଞ୍ଚ ଅଧିକାରୀ

ଲକ୍ଷ୍ନୌ: ଅନେକ ସମୟରେ କିଛି ସରକାରୀ ଅଧିକାରୀ କିଛି ଟଙ୍କା ଲାଞ୍ଚ ନେଇ ଧରାପଡ଼ି ଜେଲ ଯାଇଥାନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଜଣେ ଅଧିକାରୀ ଟଙ୍କା ନୁହେଁ, ବରଂ କିଛି ସମୋସା ଲାଞ୍ଚ ନେଇଥିଲେ । ଅଧିକାରୀଙ୍କୁ ଏହି ସମୋସା ଖାଇବାକୁ ଦେବା ପରେ କେସର ଦିଗ ବଦଳି ଯାଇଥିଲା । ଏକ ଦୁଷ୍କର୍ମ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିବା ଅଧିକାରୀ ଛଅଟି ସମୋସା ଲାଞ୍ଚ ନେଇ ଅନ୍ତିମ ରିପୋର୍ଟ ଦାଖଲ କରିଥିବା ଅଭିଯୋଗ ହୋଇଛି । ଅଧିକାରୀ ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିନଥିଲେ ଓ ପୀଡ଼ିତାଙ୍କ ବୟାନକୁ ମଧ୍ୟ ଅଣଦେଖା କରିଥିଲେ ।

ଜଣେ ୧୪ ବର୍ଷୀୟା ଯୁବତୀଙ୍କ ଦୁଷ୍କର୍ମ ମାମଲାରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାଞ୍ଚ ଅଧିକାରୀ ଜଣଙ୍କ ଛଅଟି ସମୋସା ଲାଞ୍ଚ ନେଇ ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଥିଲେ । ତାହାକୁ ବିଶେଷ ନ୍ୟାୟାଧୀଶ ପକ୍ସୋ ଆକ୍ଟ ରଦ୍ଦ କରିଦେଇଥିଲେ । ଜଲେସର ଥାନା ଅଞ୍ଚଳରେ ଏହି ମାମଲା ଘଟିଛି । ଘଟଣାଟି ୨୦୧୯ ମସିହା ଏପ୍ରିଲ ୧ରେ ଘଟିଥିଲା । ପୀଡ଼ିତାଙ୍କ ପିତା ଅଦାଲତରେ କହିଛନ୍ତି, ଅଭିଯୁକ୍ତଙ୍କ ସମୋସା ଦୋକାନ ରହିଛି । ଯାଞ୍ଚ ଅଧିକାରୀ ସେଠାକୁ ଯାଇ କେବଳ ଛଅଟି ସମୋସା ନେଇଥିଲେ ଓ କେସର ଯାଞ୍ଚରେ ଲାପରବାହୀ ଦେଖାଇ ଭୁଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ । ପୋଲିସ ଦ୍ବାରା ଦାଖଲ କରାଯାଇଥିବା ଅନ୍ତିମ ରିପୋର୍ଟକୁ ଅଦାଲତ ରଦ୍ଦ କରିଦେଇଥିଲେ ।

ରଥଯାତ୍ରାରେ ସେବକ ଭାବେ ଦାୟିତ୍ୱ ସମ୍ପାଦନା କରୁଛି ଆଦାନୀ ଗ୍ରୁପ

ପୁରୀ: ରଥଯାତ୍ରାରେ ଆଦାନୀ ଗ୍ରୁପ ସେବାର ଅପୂର୍ବ ନମୁନା ପ୍ରଦର୍ଶନ କରିଛନ୍ତି। ବିଶ୍ୱର ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଗୌତମ ଆଦାନୀ ଓ ଆଦାନୀ ଗ୍ରୁପ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନରେ ସିଧାସଳଖ ସେବକ ଭାବେ ଉଭା ହୋଇଛନ୍ତି। ସେବା ହିଁ ସାଧନା ରେ ବିଶ୍ୱାସ ରଖୁଥିବା ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ପୁରୀ ରଥଯାତ୍ରାରେ ୨୬ ତାରିଖରୁ ଜୁଲାଇ ଆଠ ତାରିଖ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅଧିକାରୀଙ୍କୁ ମଧ୍ୟ ସେବା ଯୋଗାଇ ଦେବାର କାର୍ଯ୍ୟରେ ନିୟୋଜିତ। ଏହି କ୍ରମରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ୪୦ ଲକ୍ଷ ପ୍ରସାଦ ବଣ୍ଟନ ସହିତ ପାନୀୟ ମାଗଣାରେ ଯୋଗାଇ ଦିଆଯାଉଛି। ସେହିପରି ସହରରେ ଫୁଡ଼ କାଉଣ୍ଟର ସହ ସ୍ଵଛ ଓ ଗୁଣାତ୍ମକ ଖାଦ୍ୟ ଓ ଗରମରୁ ସୁରକ୍ଷା ଦେବା ପାଇଁ ଥଣ୍ଡା ପାନୀୟ ଉଭୟ ଭକ୍ତ ଓ ଅଫିସିଆଲ ମାନଙ୍କୁ ଯୋଗାଇ ଦିଆଯାଉଛି। ସେହିପରି ସମୁଦ୍ର ବେଳାଭୂମିରେ ଲାଇଫଗାର୍ଡଙ୍କୁ ସହାୟତା ଦେବା ସହ ମନୋବଳ ବଢାଇବାକୁ ଆଦାନୀ ଗ୍ରୁପ ଉଦ୍ୟମ କରିଛି। ସେହିପରି ବେଳାଭୂମିରୁ ପ୍ଲାଷ୍ଟିକ ସଫା କରିବା ସହ ପ୍ଲାଷ୍ଟିକ ବର୍ଯ୍ୟକୁ ସଫା କରିବା କାର୍ଯ୍ୟ କରୁଛନ୍ତି। ସେହିପରି ପୌର କର୍ମଚାରୀ ଓ ଅନ୍ୟ ଅଫିସିଆଲ ଓ ଭକ୍ତ ମାନଙ୍କୁ ଜ୍ୟାକେଟ, ରେନକୋଟ, ଟୋପି ଓ ଛତା ଆଦି ଯୋଗାଇଦେଇଛି ଆଦାନୀ ଗ୍ରୁପ। ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିବା ସହ ଆଦାନୀ ଗ୍ରୁପର ସେବା ମନୋଭାବକୁ ପ୍ରଶଂସା କରିଛନ୍ତି।

ପୁରୀ ଜିଲ୍ଲା ପ୍ରଶାସନ, ଇସ୍କନ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂସ୍ଥା ସହ ହାତ ମିଳାଇ ପୁରୀରେ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଆଦାନୀ ଗ୍ରୁପ। ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା, ବିଦ୍ୟାଳୟ ଭିତ୍ତିଭୂମି, ଜୀବନଜୀବିକା ପାଇଁ କାର୍ଯ୍ୟ କରି ଆସୁଥିବା ଆଦାନୀ ଗ୍ରୁପ ଏବେ ଆଧ୍ୟାତ୍ମିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛି। ୪୫ ଦିନିଆ ମହାକୁମ୍ଭ ମେଳାରେ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ ସହ ଅନ୍ୟାନ୍ୟ ସେବା ଯୋଗାଇଥିଲେ। ଏହି ସେବାରେ ଗୌତମ ଆଦାନୀ ନିଜେ ସାମିଲ ହୋଇଥିବା ବେଳେ ପୁରୀରେ ମଧ୍ୟ ସେବାରେ ସାମିଲ ହୋଇଛନ୍ତି। ଯାହାକି ଗ୍ରୁପର ସେବା ମନୋଭାବକୁ ଏକ ସାଇଡ଼ଲାଇନ ଆକ୍ଟିଭିଟି ନୁହେଁ ବରଂ ଏକ ପ୍ରମୁଖ ଦାୟିତ୍ୱର ଭୂମିକା ବୋଲି ଦର୍ଶାଇଛି। ଏସବୁକୁ ନେଇ ସବୁ ବର୍ଗ ଆଦାନୀ ଗ୍ରୁପର ଉଦ୍ୟମ ଓ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ରଥଯାତ୍ରାରେ ଏହି ସେବା ପ୍ରଦାନ କରିବାକୁ ଆଦାନୀ ଗ୍ରୁପ ଲମ୍ବା ସମୟ ପୂର୍ବରୁ ଅନ୍ୟାନ୍ୟ ସହଯୋଗୀ ମାନଙ୍କ ସହ ଯୋଜନା କରିଥିଲେ। ଗ୍ରୁପର ସ୍ୱେଚ୍ଛାସେବୀଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ସାମିଲ କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦିଆଯାଉଛି। ପ୍ରୟାଗରାଜ ହେଉ କିମ୍ବା ପୁରୀ ଆଦାନୀ ଗ୍ରୁପ ଦ୍ୱାରା ସେବାର ଏହି ନିଦର୍ଶନ ଆଧୁନିକ ଭାରତର ବ୍ୟବସାୟ କିଭଳି ଦେଶର ଆଧ୍ୟାତ୍ମିକ ପରମ୍ପରା କିଭଳି ହାତରେ ହାତ ଧରି ଚାଲିପାରିବେ ତାର ଉଦାହରଣ ସୃଷ୍ଟି କରିଛି।

 

ବାଲେଶ୍ବର ବନ୍ୟା: ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା

ବାଲେଶ୍ୱର: ଉତ୍ତର ବାଲେଶ୍ୱରରେ ଲାଗି ରହିଛି ବନ୍ୟା ସ୍ଥିତି। ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ରାଜଘାଟ ଠାରେ ୧୦.୩୬ ମିଟର ଥିବାବେଳେ ସକାଳ ୯ଟାରେ ୧୦.୭୧ ମିଟରରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୬. ୫ ମିଟର ଥିବାବେଳେ ୬.୪୮ ମିଟରରେ ଜଳ ପ୍ରବାହିତ ହେଉଛି। ଜାମଶୋଲାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ୪୯.୮ ମିଟରରେ ପ୍ରବାହିତ ହେଉଛି। ଏବେବି ୩୦ରୁ ଅଧିକ ପଞ୍ଚାୟତ ପାଣି ଘେରରେ ରହିଛନ୍ତି । ସୁବର୍ଣ୍ଣରେଖାର ବନ୍ୟା ଜଳ ପାଇଁ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ, ରେମୁଣା, ସଦର ବ୍ଳକର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗାଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଚାଷ ଜମି ଜଳମଗ୍ନ ହୋଇଛି ।  ଚାରିଆଡେ ସୃଷ୍ଟି ହୋଇଛି ନଦୀର ଭ୍ରମ । ଗାଲୁଡି ବ୍ୟାରେଜର ଗେଟ ଖୋଲିବା ଫଳରେ ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରକୁ ଜଳମଗ୍ନ କରିଚି । ଉପରେ ମୁଣ୍ଡରେ ଅଧିକ ବର୍ଷାରେ ଭୟାବହ ସ୍ଥିତି ଉପୁଜିବାର ଆଶଙ୍କା କରାଯାଇଛି । ସେପଟେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ବି କିଛି ଅଞ୍ଚଳରେ ପ୍ରବେଶ କରିଛି । ଜିଲ୍ଲାରେ ପ୍ରାୟ ୩ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସବୁ ସ୍ଥାନରେ ଓଡ୍ରାଫର ୪  ଓ ଅଗ୍ନିଶମ ବିଭାଗର ୮ ଟି ଟିମ ମୁତୟନ ରହିଛନ୍ତି । ବିଛିନ୍ନ ଅଞ୍ଚଳକୁ SRC ବୋଟ ମାଧ୍ୟମରେ ଲୋକଙ୍କୁ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ଜାରି କରାଯିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ।…

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ବିଏମସି କର୍ମଚାରୀ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବାକୁ ଓଏଏସ୍ ସଂଘର ନିଷ୍ପତ୍ତି ସାମୟିକ ସ୍ଥଗିତ। କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ବିଏମସି କର୍ମଚାରୀ । ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଦେଇଥିଲେ ଚେତାବନୀ। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ସାମୟିକ ସ୍ଥଗିତ ରହିଛି।  ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି। ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ। ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରହିବେ କହିଥିଲେ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଭେଟିବା ପରେ ନିଷ୍ପତ୍ତି ସ୍ଥଗିତ ରହିଛି। ସେପଟେ ଆଜି କଳା ବ୍ୟାଜ୍ ପିନ୍ଧି ଅଫିସରେ ଯୋଗ ଦେଇଛନ୍ତି  ବିଏମସି କର୍ମଚାରୀ।

’ରାମାୟଣ’ ଫିଲ୍ମର ଶୁଟିଂ ସରିବା ପରେ ଭାବପ୍ରବଣ ହୋଇ ଭାଇ ଲକ୍ଷ୍ମଣଙ୍କୁ ଆଲିଙ୍ଗନ କଲେ ରଣବୀର କପୁର: ଆସୁଛି ଫିଲ୍ମର ପ୍ରଥମ ଝଲକ…

ବଲିଉଡର ଅନ୍ୟତମ ବହୁଚର୍ଚ୍ଚିତ ଫିଲ୍ମ ନିତେଶ ତିଓ୍ବାରୀଙ୍କ ’ରାମାୟଣ’ର ଶୁଟିଂ ସମାପ୍ତ ହୋଇସାରିଛି । ଫିଲ୍ମର ଶୁଟିଂ ସରିବା ପରେ ସୋମବାର ରାତିରେ ନିର୍ଦ୍ଦେଶକ ଏକ ପାର୍ଟି ରଖିଥିଲେ । ଉକ୍ତ ପାର୍ଟିରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ରଣବୀର କପୂର ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ରବି ଦୁବେଙ୍କ ବ୍ୟତୀତ ଅନେକ କଳାକାର ଉପସ୍ଥିତ ଥିଲେ । ଫିଲ୍ମର ଅନ୍ତିମ ସିନର ଶୁଟିଂ ପରେ ରଣବୀର  ଭାବବିହ୍ବଳ ହୋଇ ଭାଇ ଲକ୍ଷ୍ମଣ ଅର୍ଥାତ ରବିଙ୍କୁ ଆଲିଙ୍ଗନ କରିଥିଲେ । ଏହି ପାର୍ଟି ପରେ ରଣବୀର ନିଜ ପରିବାର ସହ ହଲିଡେରେ ଯାଇଛନ୍ତି । ଜୁଲାଇ ୩ ତାରିଖ ରାତି ୧୧ଟା ସମୟରେ ’ରାମାୟଣ’ର ପ୍ରଥମ ଝଲକ ସାରା ବିଶ୍ବବାସୀଙ୍କ ସାମ୍ନାକୁ ଅଫିସିଆଲ ଭାବେ ଆସିବ ବୋଲି କୁହାଯାଉଛି ।

ଏହି ଇଭେଣ୍ଟର କିଛି ଭିଜୁଆଲ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ଭିଡିଓରେ ’ରାମାୟଣ’ ଓ ଭଗବାନ ରାମଙ୍କୁ ନେଇ ରଣବୀର କିଛି କହୁଥିବାର ଦେଖାଯାଉଛି । ଏଥିସହିତ ସେ ଲକ୍ଷ୍ମଣଙ୍କ ସହ ମିଶି କେକ୍ ମଧ୍ୟ କାଟିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ତିଓ୍ବାରୀ ମଧ୍ୟ କିଛି ଭାବପ୍ରବଣ କଥା କହିଥିଲେ । ’ରାମାୟଣ’ର ଝଲକ ଦେଖାଇବା ପାଇଁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ ସେଟରୁ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିସାରିଛି । ଏବେ ସୁଦ୍ଧା ଫିଲ୍ମକୁ ନେଇ ଅଫିସିଆଲ ଭାବେ କୌଣସି ପୋଷ୍ଟ କି ଫଟୋ ସାମ୍ନାକୁ ଆସିନାହିଁ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ଫିଲ୍ମ ପାଇଁ ରଣବୀର ନିଜର ବଡି ଉପରେ ବହୁତ ପରିଶ୍ରମ କରିଛନ୍ତି । ଏଥିସହିତ ଚରିତ୍ର ଅନୁସାରେ ନିଜର ଖାଦ୍ୟପେୟରେ ମଧ୍ୟ ରଣବୀର ଅନେକ ପରିବର୍ତ୍ତନ କରିଛନ୍ତି ।

ବିଦ୍ୟୁତ ନଥିବାରୁ ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କର ହେଲା ଡ୍ରେସିଂ  

ନୟାଗଡ: ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା କରାଯାଇଛି । ୪ ଘଣ୍ଟା ଧରି ବିଦ୍ୟୁତ ନଥିବାରୁ ମୋବାଇଲ୍ ଟର୍ଚ୍ଚ ଲାଇଟରେ ଚିକିତ୍ସା ଚାଲୁଥିବା ଦେଖିବାକୁ ମିଳିଛି । ଅପରାହ୍ନ ୪ଟାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜରୁରୀକାଳୀନ ଚିକିତ୍ସା ୱାର୍ଡ, ମେଡିସିନ୍ ଏବଂ ସର୍ଜରୀ ୱାର୍ଡରେ ଏହି ଅସୁବିଧା ଦେଖିବାକୁ ମିଳିଥିଲା । ଏପରିକି ଏହି ସମୟରେ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଆସିଥିବା ଦୁଇଜଣ ରୋଗୀଙ୍କୁ ମଧ୍ୟ ମୋବାଇଲ ଟର୍ଚ୍ଚ ଲାଇଟରେ ଡ୍ରେସିଂ କରାଯାଇଥିଲା । ସେହିପରି ଡାକ୍ତର ମଧ୍ୟ ମୋବାଇଲ୍ ଟର୍ଚ୍ଚ ଲାଇଟରେ ୱାର୍ଡ ବୁଲି ରୋଗୀ ଦେଖୁଥିବା ଦେଖିବାକୁ ମିଳିଥିଲା । ରୋଗୀମାନେ ଗରମରେ ସିଝୁଥିବା ବେଳେ ସାଲାଇନ୍, ଇଞେକସନ୍ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଘଣ୍ଟା ପରେ ଜରୁରୀକାଳୀନ ଚିକିତ୍ସା ୱାର୍ଡରେ ବିଦ୍ୟୁତ ଆସିଥିଲେ ମଧ୍ୟ  ଅନ୍ୟ ୱାର୍ଡ ଗୁଡିକରେ ଲାଇଟ୍ ଆସିନଥିଲା । ଯାହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା ।

ଆଜି ହେରା ପଞ୍ଚମୀ, ରଥ କାଠ ଭାଙ୍ଗିବେ ଅଭିମାନୀନି ମହାଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ସାରା ବିଶ୍ୱ ଆଜି ଦେଖିବ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ। ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାରେ ଏହାକୁ ସ୍ଥାନ ଦେଇଛନ୍ତି ମହାପ୍ରଭୁ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ  ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ମହାଲକ୍ଷ୍ମୀ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ  ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ହୋଇଛନ୍ତି । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ। ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ। ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ। ସେପଟେ ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି  ମହାଲକ୍ଷ୍ମୀ   ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ। ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ।…..

ତେଲେଙ୍ଗାନା ଔଷଧ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି

ସାଙ୍ଗାରେଡ୍ଡି: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ଔଷଧ କାରଖାନାରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ ଅଧୀକ୍ଷକ ପରିତୋଷ ପଙ୍କଜ କହିଛନ୍ତି, “ଭଗ୍ନାବଶେଷ ହଟାଇବା ସମୟରେ ଏହା ତଳେ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଭଗ୍ନାବଶେଷ ମଧ୍ୟରୁ ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେତେବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ଜାରି ରହିଛି।”

ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଜା ନରସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସକାଳେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ପୂର୍ବରୁ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ସେମାନଙ୍କୁ ଆଧୁନିକ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଏଏସ ଅଫିସରଙ୍କୁ ଆକ୍ରମଣ ପ୍ରତିବାଦରେ ବିଏମସି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ

ଭୁବନେଶ୍ବର: ବିଏମସିର ଓଏଏସ ଅଫିସର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଆକ୍ରମଣ ମାମଲା। ପ୍ରତିବାଦରେ ବିଏମସି ସଫେଇ କର୍ମଚାରୀମାନେ ଝାଡୁ ଛାଡ଼, ସଫେଇ ବନ୍ଦ ଆନ୍ଦୋଳନ କରିଛନ୍ତି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ନ୍ୟାୟ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେହିଭଳି ବଡଗଡ଼ ୫୭ ନମ୍ବର ୱାର୍ଡରେ ସ୍ୱଚ୍ଛ ସାଥୀ ମାନେ ହାତରେ କଳାବ୍ୟାଚ ବାନ୍ଧି ଧାରଣାରେ ବସିଛନ୍ତି । ଯେତେବେଳେ ବିଏମସି ବରିଷ୍ଠ ଅଧିକାରୀ ସୁରକ୍ଷା ନାହାନ୍ତି, ଆମେ କେମିତି ସୁରକ୍ଷିତ ରହିବୁ ବୋଲି ପ୍ରଶ୍ନ କରିଛନ୍ତି । କେବଳ ୩ ଜଣଙ୍କୁ ନୁହେଁ ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରୁଣ ସାହୁ।।

ବଢ଼ିଲା ଟ୍ରେନ ଭଡ଼ା, ଆଜିଠୁ ଲାଗୁ ହେବ ନୂଆ ନିୟମ

ନନ୍ଦିଘୋଷ ବ୍ୟୁରୋ: ଦୂର ଟ୍ରେନ ଯାତ୍ରା ଭଡା ବୃଦ୍ଧି କରିବା ପାଇଁ ରେଳ ବୋର୍ଡର ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଟ୍ରେନର ବର୍ଦ୍ଧିତ ଭଡା ଜୁଲାଇ 1 ରୁ କାର୍ଯ୍ୟକାରୀ ହେବ।

ପ୍ରତି କିଲୋମିଟରରେ ସର୍ବାଧିକ ଦୁଇ ପଇସା ବୃଦ୍ଧି ହେବ। ଲୋକାଲ୍ ଟ୍ରେନ୍ ଏବଂ MST ଧାରକମାନଙ୍କୁ ଆଶ୍ୱସ୍ତି ଦିଆଯାଇଛି। ଉପନଗରୀୟ ଏବଂ ସିଜନ୍ ଟିକେଟ୍ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ଦ୍ଧିତ ଭଡ଼ା କେବଳ ମେଲ୍, ଏକ୍ସପ୍ରେସ୍ ଏବଂ ସୁପର ଫାଷ୍ଟ ଟ୍ରେନ୍‌ରେ ପ୍ରଯୁଜ୍ୟ ହେବ।

ପୂର୍ବରୁ ୨୦୨୦ ମସିହାରେ ରେଳବାଇ ଭଡ଼ା ବୃଦ୍ଧି କରିଥିଲା। ରେଳ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ୫୦୦ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ବର୍ଦ୍ଧିତ ଭଡ଼ା ସମସ୍ତ ବର୍ଗର ସାଧାରଣ, ସ୍ଲିପର, ପ୍ରଥମ ଶ୍ରେଣୀ ଏବଂ ଏସି ଟ୍ରେନରେ ପ୍ରଯୁଜ୍ୟ ହେବ।

ଏସି ଚେୟାର କ୍ଲାସ୍, ଏସି ଥ୍ରୀ ଟାୟାର, ଏସି ଟୁ ଟାୟାର, ଥ୍ରୀ ଇକୋନୋମି, ଏସି ଫାଷ୍ଟ କ୍ଲାସ୍ ଏବଂ ଏକଜିକ୍ୟୁଟିଭ୍ କ୍ଲାସର ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଥିବା ବେଳେ ନନ୍-ଏସି ଟ୍ରେନର ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇବ।

ରେଳବାଇ ସ୍ପଷ୍ଟ କରିଛି ଯେ ଉପନଗରୀୟ ଟ୍ରେନଗୁଡ଼ିକର ଭଡ଼ାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାସିକ ସିଜନ୍ ଟିକେଟ୍ (ଉପନଗରୀୟ ଏବଂ ଅଣ-ଉପନଗରୀୟ) ରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।

ବର୍ଦ୍ଧିତ ଭଡା ଶତାବାଡି, ରାଜଦାନୀ, ତେଜସ୍, ଡୁରୋଣ୍ଟୋ, ଭାଣ୍ଡେ ଭାରତ, ହମସଫର, ଅମୃତ ଭାରତ, ମହାମାନା, ଗାଟିମାନ, ଆଣ୍ଟୋଦୟ, ଗରିବ ରଥ, ଜନ ଶତାବାଡି, ୟୁଭା ଏକ୍ସପ୍ରେସ, ଅନୁଭୂତି କୋଚ ଏବଂ ଏସି ଭିସ୍ତାଡୋମ ଇତ୍ୟାଦି ଟ୍ରେନରେ ପ୍ରଭାବଶାଳୀ ହେବ।

ରେଳବାଇ ସ୍ପଷ୍ଟ କରିଛି ଯେ ଉକ୍ତ ଟ୍ରେନଗୁଡ଼ିକରେ ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ସରଚାର୍ଜ ଏବଂ GSTରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୁରୁଣା ନିୟମ ଅନୁଯାୟୀ ଭଡ଼ା ମଧ୍ୟ ରାଉଣ୍ଡିଂ ଅଫ୍ ସହିତ ଆଦାୟ କରାଯିବ। ଉଦାହରଣ ସ୍ୱରୂପ, ୫ ଟଙ୍କା ପରିବର୍ତ୍ତେ ୬ ଟଙ୍କା ଏବଂ ୪ ପଇସା।

୧ ଜୁଲାଇ ପୂର୍ବରୁ ଟିକେଟ ବୁକ୍ କରିଥିବା ଯାତ୍ରୀମାନଙ୍କୁ ରେଳ ମନ୍ତ୍ରଣାଳୟ ଆଶ୍ୱସ୍ତି ଦେଇଛି। ବର୍ଦ୍ଧିତ ଭଡ଼ା ୧ ଜୁଲାଇ କିମ୍ବା ଏହା ପରେ ବୁକ୍ ହୋଇଥିବା ଟିକେଟ ଉପରେ ଲାଗୁ ହେବ।