spot_img
Home Blog Page 6805

ସେପ୍ଟେମ୍ବରରୁ ବିଧାନସଭା ଅଧିବେଶନ; ବିଧାୟକଙ୍କ ମଧ୍ୟରେ ରହିବ ୧୨ ମିଟର ଦୂରତା, ସାମ୍ବାଦିକଙ୍କୁ ପ୍ରବେଶ ମନା..!

ଭୁବନେଶ୍ୱର: ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ । ଏହି ଦୂରତା ରକ୍ଷା କରି ବିଧାୟକମାନେ ବିଧାନସଭାରେ ବସିବେ ।

ବିଧାୟକମାନେ ବସିବା ପାଇଁ ଦର୍ଶକ ଓ ସାମ୍ବାଦିକ ଗ୍ୟାଲେରୀର ବ୍ୟବହାର କରାଯିବ । ବୈଠକ ସମୟରେ ସାଧାରଣ ଲୋକ ଭିତରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଏମିତିକି ବୈଠକ ସମୟରେ ସାମ୍ବାଦିକମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହିଭଳି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ବିଧାନସଭାର ସମସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯିବ । ଗଣମାଧ୍ୟମକୁ ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଅନ୍ୟପଟେ ବିଧାନସଭାରେ ବିଧାୟକ ମାନେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଏହାସହ ଚଳିତ ମାସରେ ହେବାକୁ ଥିବା ବିଭିନ୍ନ କମିଟିର ସମସ୍ତ ବୈଠକକୁ ବାଚସ୍ପତି ବାତିଲ କରିଥିବା କହିଛନ୍ତି । ଆବଶ୍ୟକ ପଡ଼ିଲେ ଭିଡିଓ କଲ୍‌ ମାଧ୍ୟମରେ ଆଲୋଚନା ବା ବୈଠକ କରାଯିବ । ଜିଲ୍ଲା ଓ ବ୍ଲକରେ ଭିଡିଓ କଲ୍ ମାଧ୍ୟମରେ ବିଭିନ୍ନ ସଦସ୍ୟ ସାମିଲ ହେବେ ବୋଲି ସେ କହିଛନ୍ତି ।

ନୂଆ ବିଶ୍ୱ: ୨୦୪୮ରେ ଭାରତର ଜନସଂଖ୍ୟା ୧୬୦କୋଟିରେ ପହଞ୍ଚିବା ପରେ ୨୧୦୦ରେ ହ୍ରାସ ପାଇବ

ନୂଆଦିଲ୍ଲୀ:  ଆଗାମୀ ବର୍ଷରେ ଆମେ ଏକ ନୂଆ ବିଶ୍ୱ ଦେଖିବା ନେଇ ପୂର୍ବାନୁମାନ । ଏହି ନୂଆ ବିଶ୍ୱରେ ଅର୍ଥିକ ଅଭିବୃଦ୍ଧି ଠାରୁ ଆରମ୍ଭ କରି ବିଶ୍ୱ ଶକ୍ତି ସନ୍ତୁଳନ ପର୍ଯ୍ୟନ୍ତ ସବୁକିଛି ବଦଳିଯିବ । ଏପରିକି ଦେଶର ଜନସଂଖ୍ୟା ମଧ୍ୟ ପରିବର୍ତ୍ତନ ହେବ, ଯେଉଁଥିରେ କାର୍ଯ୍ୟଶୀଳତା ଉପରେ ପ୍ରଭାବ ପଡ଼ିବ । ଏହି କାରଣରୁ, କେତେକ ଦେଶ ନୂଆ ବିଶ୍ୱ ଶକ୍ତି ଭାବରେ ଉଭା ହେବେ ।

ଭାରତ ଜନସଂଖ୍ୟାର ଆକଳନ

ଏହି ନୂଆ ବିଶ୍ୱକୁ ନେଇ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ୨୦୪୮ ମସିହାରେ ଭାରତର ଜନସଂଖ୍ୟା ପ୍ରାୟ ୧୬୦ କୋଟିକୁ ବୃଦ୍ଧି ପାଇପାରେ । ଏହା ପରେ, ୨୧୦୦ ମସିହାରେ ୩୨ ପ୍ରତିଶତ ହ୍ରାସ ପାଇ ପ୍ରାୟ ୧୦୯ କୋଟିକୁ ଖସିପାରେ ।

୧୮୩ ଦେଶର କଣ ହେବ ?

ଜାତୀୟ ଗଣମାଧ୍ୟମର ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିସିଜ୍ ଅଧ୍ୟୟନରୁ ନିଆଯାଇଥିବା ଜନସଂଖ୍ୟାର ବ୍ୟବହାର କରାଯାଇଛି । ଭାରତ, ଆମେରିକା, ଚୀନ୍ ଏବଂ ଜାପାନ ସମେତ ପ୍ରାୟ ୧୮୩ ଦେଶ ପାଇଁ ସେମାନଙ୍କର ମୃତ୍ୟୁହାର, ଜନ୍ମ ହାର ଏବଂ ସ୍ଥାନାନ୍ତରଣ ହାର, ଆଞ୍ଚଳିକ ଏବଂ ଜାତୀୟ ଜନସଂଖ୍ୟା ପୂର୍ବାନୁମାନ କରାଯାଇଛି ।

ଦୁନିଆ ବହୁମୁଖି ହୋଇପାରେ

ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତ ଏବଂ ଚୀନ୍ ଭଳି ଦେଶରେ କାର୍ଯ୍ୟରତ ଜନସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇପାରେ । ଏହି କାରଣରୁ, ଏହି ଦେଶର ଆର୍ଥିକ ଅଭିବୃଦ୍ଧି ପ୍ରଭାବିତ ହେବା ସହ ବିଶ୍ୱ ଶକ୍ତିର ସନ୍ତୁଳନରେ ଏକ ପରିବର୍ତ୍ତନ ହୋଇପାରେ । ସେ କହିଛନ୍ତି ଯେ ଏହି ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ୱ ବହୁମୁଖୀ ହୋଇପାରେ ଏବଂ ଭାରତ, ନାଇଜେରିଆ, ଚୀନ୍ ଏବଂ ଆମେରିକା ପ୍ରଭାବଶାଳୀ ଶକ୍ତି ହୋଇପାରନ୍ତି ।

ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

ବୈଜ୍ଞାନିକମାନେ କହିଛନ୍ତି ଯେ, ସତରେ ଏହା ଏକ ନୂଆ ବିଶ୍ୱ ହେବ । ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ୨୦୧୭ରେ ଭାରତରେ କାର୍ଯ୍ୟରତ ବୟସ୍କଙ୍କ ସଂଖ୍ୟା ୭୬.୨କଟି ଥିଲା, ଯାହା ୨୧୦୦ ମସିହାରେ ହ୍ରାସ ପାଇ ୫୭.୮ କୋଟିରେ ପହଞ୍ଚିବ । ସେହିଭଳି, ଚାଇନାରେ ମଧ୍ୟ କାର୍ଯ୍ୟରତ ବୟସ୍କଙ୍କ ଜନସଂଖ୍ୟା ୨୦୧୭ରେ ୯୫ କୋଟି ଥିଲା, ଯାହା ୨୧୦୦ ରେ ୩୫.୦୭ କୋଟିକୁ ଖସିଯିବ ।

ବୈଜ୍ଞାନିକମାନେ କହିଛନ୍ତି ଯେ ୨୦୨୦ ମସିହାର ମଧ୍ୟଭାଗରେ ଶ୍ରମଶକ୍ତି ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନ୍‌କୁ ଅତିକ୍ରମ କରିପାରେ । କେବଳ ଏତିକି ନୁହେଁ ଘରୋଇ ଉତ୍ପାଦ ବୃଦ୍ଧିରେ ଭାରତ ସପ୍ତମରୁ ତୃତୀୟ ସ୍ଥାନକୁ ଉନ୍ନିତ ହୋଇପାରେ।

ଏବେ ସମସ୍ତେ କରିପାରିବେ ଟେଷ୍ଟ, ଶସ୍ତା ହୋଇଗଲା କରୋନା କିଟ୍‌…!

ନୂଆଦିଲ୍ଲୀି: ସାରା ବିଶ୍ୱ ସମେତ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରତ୍ୟକ ଦିନ ଦେଶରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଯେତେ ଅଧିକ ପରୀକ୍ଷା କରାଯାଉଛି ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଉ କିଛି ସ୍ଥାନରେ ପରୀକ୍ଷା ହୋଇପାରୁନଥିବାରୁ ଲୋକ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜଣାପଡ଼ୁନାହିଁ । ଫଳରେ ଅଜାଣତରେ ସଂକ୍ରମଣ ବଢ଼ିଯାଉଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ବିପଦ ବଢ଼ୁଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ଆଇଆଇଟଇର ଜଣେ ଛାତ୍ର ପ୍ରସ୍ତୁତ କରିଛନ୍ତି ସବୁଠାରୁ ଶସ୍ତା କରୋନା କିଟ୍‌ । ଯାହା ଦ୍ୱାରା ସମସ୍ତେ ଅଳ୍ପ ଖର୍ଚ୍ଚରେ ନିଜର କରୋନା ଟେଷ୍ଟ କରିପାରିବେ ।

Cheap COVID KIT1

ଦିଲ୍ଲୀ ଆଇଆଇଟିର ଏହି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କରୋନା କିଟ୍‌ ବିଶ୍ୱର ସବୁଠୁ ଶସ୍ତା କରୋନା କିଟ୍ ବୋଲି କୁହାଯାଉଛି । ଏହାର ନାଁ ସେ ରଖିଛନ୍ତି, ‘କରୋନା କିଟ୍- କରୋ ସିଓର୍’ । ଏହି ଟେଷ୍ଟ କିଟ୍‌ର ଦାମ୍ ମାତ୍ର ୩ ହଜାର ଟଙ୍କା ଥିବାବେଳେ ଏଥିରେ ମାତ୍ର ୬୫୦ ଟଙ୍କା ଖର୍ଚ୍ଚରେ କରୋନା ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି ।

Cheap COVID KIT1

RT-PCR ଭାବେ ଏହି ଟେଷ୍ଟ କିଟ୍ ଦ୍ୱାରା ପରୀକ୍ଷା କରାଯାଇପାରିବ । ତେବେ ବର୍ତ୍ତମାନ ଏହାର ପରୀକ୍ଷା ସମ୍ପୂର୍ଣ୍ଣ ହୋଇନଥିବା ସେ କହିଛନ୍ତି । ଏହି କିଟ୍‌କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ଏହାର କିଛି ପରୀକ୍ଷା ଏବେ ବାକି ଅଛି ।

Cheap COVID KIT1

ତେବେ ଖୁବ୍‌ ଶୀଘ୍ର ଏହି କିଟ୍‌ ପ୍ରସ୍ତୁତ ହୋଇଯିବ ଏବଂ ବଜାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଅଧିକ କରୋନା ସଂକ୍ରମିତ ହୋଇଥିବା ଅଞ୍ଚଳରେ ଏହି କିଟ୍‌କୁ ବ୍ୟବହାର କରିବା ସହ ଯେପରି ସମସ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇପାରିବ ସେହି ଲକ୍ଷ୍ୟରେ ଏପରି କିଟ୍ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।

ଏନେଇ କେନ୍ଦ୍ର ଏଚ୍‌ଆର୍‌ଡି ମିନିଷ୍ଟର ରମେଶ ପୋଖରିଆଲ୍‌ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

କରୋନା ଟିକାର ସଫଳ ପରୀକ୍ଷଣ ପାଖାପାଖି ଏହି ଦୁଇ କମ୍ପାନୀ , ନାକରେ ଦିଆଯାଇପାରେ ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: କରୋନାରୁ ବଞ୍ଚିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ବିଭିନ୍ନ ଦେଶ । ବିଭିନ୍ନ ଦେଶରେ ଏହି ରୋଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ମୁକ୍ତି ପାଇଁ ଟିକା ପ୍ରସ୍ତୁତି କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ଦେଶ । ଏହି କ୍ଷେତ୍ରରେ ଭାରତ ମଧ୍ୟ ବହୁ ଦ୍ରୁତ ଗତିରେ ଗତି କରୁଛି । ଭାରତରେ ଦୁଇଟି ଟିକା ଉପରେ ପରୀକ୍ଷା ଚାଲିଛି । ମାଙ୍କଡ ଏବଂ ମୂଷା ଉପରେ ଏହି ପରୀକ୍ଷା ସଫଳ ହୋଇଛି ଏବଂ ବର୍ତ୍ତମାନ ଏହାର ପରୀକ୍ଷା ମଣିଷ ଉପରେ ମଧ୍ୟ ଆରମ୍ଭ ହୋଇ ସାରିଛି । ଯଦି ସବୁ ଠିକ୍ ହୁଏ, ତେବେ କରୋନା ଟିକା ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୧ ଆରମ୍ଭରେ ବାହାରିପାରେ, କିନ୍ତୁ ଏହାପୂର୍ବରୁ ଦୁନିଆର ଦୁଇ ଅଗ୍ରଣୀ କମ୍ପାନୀ ଟିକା ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛନ୍ତି ।

ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଥମ ମାନବ ପରୀକ୍ଷଣ ସଫଳ

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର କୋଭିଡ -୧୯ ଟିକା (କରୋନାଭାଇରସ ଟିକା)ର ପ୍ରଥମ ମାନବ ପରୀକ୍ଷଣ ସଫଳ ହୋଇଛି । ବ୍ରାଜିଲରେ ଚାଲିଥିବା ମାନବ ପରୀକ୍ଷଣ ଉତ୍କୃଷ୍ଟ ଫଳାଫଳ ଦେଇଛି । ପରୀକ୍ଷାରେ ଅନ୍ତର୍ଭୁକ୍ତ ଅନୁସନ୍ଧାନକାରୀମାନେ ଏହି ଭୂତାଣୁ ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବିକଶିତ କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଟିକା ChAdOx1 nCoV-19 (AZD1222)ର ସମ୍ପୂର୍ଣ୍ଣ ସଫଳତା ଉପରେ ଆଶ୍ୱସ୍ଥି ପ୍ରକାଶକରିଛନ୍ତି । ସେମାନେ ମଧ୍ୟ ନିଶ୍ଚିତ ଯେ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଏହି ଟିକା ଲୋକମାନଙ୍କ ପାଇଁ ଉପଲବ୍ଧ ହେବ। ଏହି ଟିକାର ଉତ୍ପାଦନ ଆଷ୍ଟ୍ରା ଜେନେ କରିବେ । ଏଥିସହିତ ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ମଧ୍ୟ ଏହି ପ୍ରକଳ୍ପରେ ଜଡିତ ଅଛି।

ଏହି ଦୁଇଟି କମ୍ପାନୀ ମାନବ ପରୀକ୍ଷଣରେ ପହଞ୍ଚିଛନ୍ତି

ମହାମାରୀକୁ ରୋକିବା ପାଇଁ ୧୦୦ରୁ ଅଧିକ ସମ୍ଭାବ୍ୟ ଟିକା ବିକଶିତ ଏବଂ ପରୀକ୍ଷଣ କରାଯାଉଛି । ଏମଧ୍ୟରୁ ମାନବ ପରୀକ୍ଷଣରେ ଥିବା ୧୯ଟି ପରୀକ୍ଷଣ ଏବଂ ସେଥିମଧ୍ୟରୁ କେବଳ ଦୁଇଟି ଅନ୍ତିମ ପର୍ଯ୍ୟାୟରେ ଅଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଚାଇନାର ସିନୋଫାର୍ମା ଏବଂ ଅନ୍ୟଟି ଆଷ୍ଟ୍ରା ଜେନେଙ୍କା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି ତାଆରି କରାଯାଇଥିବା ଟିକା । ଏହି ଦୁଇଟି କମ୍ପାନୀ ସଂପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ସେଚେନୋବ ବିଶ୍ୱବିଦ୍ୟାଳୟର  ପରୀକ୍ଷଣର ସଂଯୋଜକ ଏଲେନା ସ୍ମୋଲାରିଚୁକ କହିଛନ୍ତି ଯେ ଆମେ ମୁଖ୍ୟତଃ ସୁରକ୍ଷା ସ୍ତରରେ ପରୀକ୍ଷଣ କରୁଛୁ ଯାହା ଦ୍ୱାରା ଏହି ଭାଇରସକୁ ନିଜ କବଳକୁ ନେଇ ପାରିବ ନାହିଁ ।

ଏହି କମ୍ପାନୀଗୁଡିକ ମଧ୍ୟ ନାକରେ ଦିଆଯାଉଥିବା ଟିକା ପ୍ରସ୍ତୁତ କରୁଛନ୍ତି

କରୋନା ଭାଇରସ୍ ପୀଡିତ ଲୋକଙ୍କ ପାଇଁ ଭାରତ ବାୟୋଟେକ୍ କମ୍ପାନୀ (Vaccine maker Bharat Biotech) ନାକ ଦ୍ୱାରା ନିଆ ଯାଉଥିବା ଏକ ବିଶେଷ ଟିକା ପ୍ରସ୍ତୁତ କରୁଛି । ୱିସକନ୍ସିନ୍ ମେଡିସନ ୟୁନିଭରସିଟି ଏବଂ ଟିକା ଉତ୍ପାଦନକାରୀ କମ୍ପାନୀ ଫ୍ଲୁଜେନ ବାୟୋରୋଲାଜିଷ୍ଟ ଭାରତ ବାୟୋଟେକଙ୍କ ସହ ମିଶି କୋଭିଡ-୧୯ ବିରୁଦ୍ଧରେ କୋରୋଫ୍ଲୁ ନାମକ ଏହି ଟିକା ବିକଶିତ କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି।

କଣ ନାକରେ ଦିଆଯିବ କରୋନା ଟିକା ?

କେତେକ ବିଶେଷଜ୍ଞ କହିଛନ୍ତି ଯେ, କରୋନା ଭାଇରସର ଟିକା ନାକରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇପାରେ । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନୋଭାଇରସ୍ ସମେତ ଅନେକ ଭାଇରସ୍ ମ୍ୟୁକୋସା ମାଧ୍ୟମରେ ଶରୀରରେ ପ୍ରବେଶ କରନ୍ତି ଯାହା ନାକ, ପାଟି, ଫୁସଫୁସ ଏବଂ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରନ୍ତି । ଟିକା ସାଧାରଣତ ଶରୀରର ଉପର ଭାଗରେ ପ୍ରୟୋଗ କରାଯାଏ । ଯେପରିକି ବାହୁର ଉପର ଭାଗରେ । କିନ୍ତୁ ପ୍ରତ୍ୟେକ ଭାଇରସର ଭିନ୍ନ ଭିନ୍ନ ପ୍ରବୃତ୍ତି ଅଛି । ଠିକ୍ ସେହିପରି କରୋନା ଭାଇରସ୍ ସମ୍ପୂର୍ଣ୍ଣ ଭିନ୍ନ । ଏହି ରୋଗରୁ ବଞ୍ଚିବା ପାଇଁ ଏବଂ ତୁରନ୍ତ ଲାଭ ପାଇଁ ଯଦି ଏହି ଟିକା ନାକ ଦେଇ ଯାଏ, ତେବେ ଏହା ସିଧାସଳଖ ଭାଇରସ୍ ଉପରେ ଆକ୍ରମଣ କରିବ ଏବଂ ଏହାକୁ ନଷ୍ଟ କରିଦେବ ।

କରୋନାଭାଇରସର ଶକ୍ତି ଏବଂ ଏହାର ଦ୍ରୁତ ବିସ୍ତାରକୁ ଦୃଷ୍ଟିରେ ରଖି କିଛି ବିଶେଷଜ୍ଞ କହିଛନ୍ତି ଯେ, ଏହାକୁ ବାୟୁପଥ ସହ ଅଧିକ ମାନକ ଜୈବିକ ପାଇଁ ଟିକା ବିକଶିତ କରିବା ଆବଶ୍ୟକ । ଏହି ଭାଇରସ୍ ବାୟୁପଥ ଦେଇ ଶରୀର ଭିତରକୁ ଗତି କରେ ତେଣୁ ଏହି ଭାଇରସକୁ ଏମିତି ହିଁ ମାତ ଦେଇ ହେବ ।

ଲଞ୍ଚ ହେଲା ରେଡମି ୯ ସିରିଜର ତିନୋଟି ଫୋନ୍, ୮,୫୦୦ ରୁ ଦାମ୍ ଆରମ୍ଭ

ନୂଆଦିଲ୍ଲୀ: ଚାଇନା କମ୍ପାନୀ ଶାଓମି ଗ୍ଲୋବାଲ ମାର୍କେଟ୍ ରେ ଏକକାଳୀନ ୯ଟି ଫୋନ୍ ଲଞ୍ଚ କରିଛି । ଏଥିରେ MI ସ୍ମାର୍ଟ ବ୍ୟାଣ୍ଡ ୫, ଇଲେକ୍ଟ୍ରିକ୍ ସ୍କୁଟର, TV ଷ୍ଟିକ୍ ସମେତ ତିନୋଟି ନୂତନ ସ୍ମାର୍ଟଫୋନ୍ ମଧ୍ୟ ସାମିଲ ଅଛି । କମ୍ପାନୀ ରେଡମି ୯ ସିରିଜ୍ ସ୍ମାର୍ଟଫୋନ୍ ରେଡମି ୯, ରେଡମି ୯A ଏବଂ ରେଡମି ୯C ଲଞ୍ଚ କରିଛି । ପାୱାରଫୁଲ୍ ପ୍ରସେସର ଏବଂ ପ୍ରିମିୟମ୍ ଫିଚର୍ସ ସହିତ ଏହି ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ରେଡମି ୯A ର ଦାମ ୮,୫୦୦ ଟଙ୍କା, ରେଡମି ୯C ର ଦାମ ୧୦,୨୦୦ ଟଙ୍କା) ଏବଂ ରେଡମି ୯ ର ଦାମ ୧୨,୮୦୦ ଟଙ୍କା ରହିଛି ।

ରେଡମି ୯ ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆଟେକ ହେଲିଓ G80 ପ୍ରୋସେସର ଏବଂ ୫୦୨୦mAh ବ୍ୟାଟେରୀ ଅଛି ଯାହା ୧୮W ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ଏହାର ଦୁଇଟି ମଡେଲରେ ୩GB + ୩୨GB ଏବଂ ୪GB + ୬୪GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ୧୩ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯C ସ୍ମାର୍ଟଫୋନରେ ୬.୫୩ -ଇଞ୍ଚର ଡିସପ୍ଲେ ରହିଛି ।  ଫୋନରେ ମିଡିଆ ଟେକ୍ ହେଲିଓ G୩୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହାର ଦୁଇଟି ମଡେଲରେ ୨GB + ୩୨GB ଏବଂ ୩ GB + ୬୪ GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯A ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନ୍ ରେ ମିଡିଆଟେକ୍ ହେଲିଓ G୨୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହି ସ୍ମାର୍ଟଫୋନର ଆଉ ଏକ ମଡେଲ୍ ୨GB + ୩୨GB ଆସେ । ଫଟୋଗ୍ରାଫି ପାଇଁ ଫୋନରେ ୧୩MP ରିୟର କ୍ୟାମେରା ସେଟଅପ୍ ରହିଛି ।

ପୁଣି ଗୋଟିଏ ଜିଲ୍ଲାରୁ ଦୁଇ ମୁଣ୍ଡ ନେଲା କରୋନା…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୁଇ ମୁଣ୍ଡ ନେଲା କରୋନା । ଗୋଟିଏ ପଟେ ଗୁରୁବାର ସକାଳୁ ପ୍ରଥମେ ୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଉଭୟ ମୃତକ ହେଲେ ଗଞ୍ଜାମ ଜିଲ୍ଲାର । ଜଣେ ୫୧ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୩୪ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗଞ୍ଜାମରେ ଏବେ ସର୍ବାଧିକ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୯୪ ଆକ୍ରାନ୍ତଙ୍କ ମଧ୍ୟରେ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ, ଦିନକରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଆଜି ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୨ହଜାର ୬୯୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୯ଲକ୍ଷ ୬୮ହଜାର ୮୭୬କୁ ବୃଦ୍ଧି ହୋଇଥିବା ବେଲେ ଆକ୍ଟିଭ୍ କେସ୍ ରହିଛି ୩ଲକ୍ଷ ୩୧ହଜାର ୧୪୬ । ସୁସ୍ଥ ହେଲେଣି ୬ଲକ୍ଷ ୧୨ହଜାର ୮୧୫ଜଣ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨୪ହଜାର ୯୧୫କୁ ବୃଦ୍ଧି ହେଲାଣି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି ତାପରେ ବ୍ରାଜିଲ ରହିଛି । ଆମେରିକାରେ ୩,୬୧୫,୯୯୧ଜଣ ସଂକ୍ରମିତ ହୋଇଥିବା ବେଳେ ବ୍ରାଜିଲରେ ୧,୯୭୦,୯୦୯ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

ସର୍ବାଧିକ ଆକ୍ଟିଭ୍ କେସ ଥିବା ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁଯାୟୀ, ଏହି ସମୟରେ ଦେଶରେ ୩ ଲକ୍ଷ ୩୧ ହଜାର କରୋନା ଆକ୍ଟିଭ୍ ମାମଲା ରହିଛି। ସବୁଠାରୁ ଅଧିକ ଆକ୍ଟିଭ୍  ମାମଲା ମହାରାଷ୍ଟ୍ରରେ ରହିଛି । ମହାରାଷ୍ଟ୍ର ଡାକ୍ତରଖାନାରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ୨ଲକ୍ଷ ୭୫ହଜାର ୬୪୦ଜଣ ଚିହ୍ନଟ ହୋଇଥିବା ବେଳେ ୧୦ହଜାର ୯୨୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ଲକ୍ଷେ ୫୧ହଜାର ୮୨୦ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ଶହ ୬୭ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୧୬ହଜାର ୯୯୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୩ହଜାର ୪୮୭ଜଣଙ୍କ ମୃତ୍ୟୁ ହୋଇଛି ।

ଓବାମା ବିଲ୍ ଗେଟ୍ସ- ୱାରେନ୍ ବଫେଟଙ୍କ ସମେତ ଏହି ୨୦ଟି ହାଇ ପ୍ରୋଫାଇଲ୍ ଲୋକଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ: ହ୍ୟାକରମାନେ ଟ୍ୱିଟରରେ ଏବେ ଆତଙ୍କ ସୃଷ୍ଟି କରିଛନ୍ତି । ନିକଟରେ ବିଶ୍ୱର ନାମିଦାମୀ ନେତା ତଥା ବିଶିଷ୍ଟ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଏଥି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭଳି ବରିଷ୍ଠ ନେତା ଏହି ଲିଷ୍ଟରେ ସାମିଲ ହୋଛନ୍ତି । ଏହା ବ୍ୟତୀତ କୋଟିପତୀ ବ୍ୟବସାୟୀ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବିଲ୍ ଗେଟ୍ସଙ୍କ ସମେତ ବିଶ୍ୱର ବହୁ ବଡ ବ୍ୟବସାୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା।

ହ୍ୟାକ୍ ହୋଇଥିବା ଆକାଉଣ୍ଟରେ ନକଲି ଟ୍ୱିଟ୍ କରାଯାଇଛି । ହ୍ୟାକର ମାନେ ଆକାଉଣ୍ଟ ହ୍ୟାକ କରିବା ପରେ ପ୍ରତିବଦଳରେ ଦୁଇଗୁଣା ଅର୍ଥ ମାଗୁଛନ୍ତି । ହ୍ୟାକ କରିବାର କିଛି ସମୟ ପରେ ସେମାନେ ଆକାଉଣ୍ଟରେ ପୋଷ୍ଟ କରିଥିବା ଲେଖାକୁ ଡିଲିଟ୍ କରିଦେଇଛନ୍ତି​​। ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ଏହି ଟ୍ୱିଟ୍ ଡିଲିଟ୍ କରାଯାଇଥିଲା ସତ, ହେଲେ ସେତେବେଳକୁ ଶହ ଶହ ଲୋକ ହ୍ୟାକରମାନଙ୍କୁ ଏକ ଲକ୍ଷରୁ ଅଧିକ ଡଲାର ପଠାଇଥିଲେ । ଏହି ସମୟରେ ଟ୍ୱିଟର କହିଛି ଯେ, ଏହାର ସମାଧାନ ପାଇଁ ଟିମ୍ କଠିନ ପରିଶ୍ରମ କରୁଛି ।

ତେବେ ଜାଣନ୍ତୁ କେଉଁ ଭେଟେରାନମାନଙ୍କ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା …

– ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

– ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

– ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ

– ଟେସଲା ସିଇଓ ଏଲୋନ୍ ମସ୍କ

– ଆମାଜନ୍ ସିଇଓ ଜେଫ୍ ବେଜୋସ୍

– ଆମେରିକାର ପ୍ରସିଦ୍ଧ ରାପର୍ କାନ୍ୟେ ୱେଷ୍ଟ୍

– ଆମେରିକାର ଟିଭି ତାରକା କିମ୍ କାର୍ଦଶିୟାନ୍

– ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍ ଗେଟ୍ସ

– ବର୍କଶାୟର ହାଥୱେ ସିଇଓ ୱାରେନ୍ ବଫେଟ୍

– ମାଇକ୍ ବ୍ଲୁମବର୍ଗ

– ଆମେରିକାର ପ୍ରସିଦ୍ଧ ରାପର ୱିଜ୍ ଖଲିଫା

– ୟୁଟ୍ୟୁବର ମିଷ୍ଟର ବିଷ୍ଟ

– ଏହା ବ୍ୟତୀତ ଉବର ଏବଂ ଆପଲ୍ କମ୍ପାନୀର କର୍ପୋରେଟ୍ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଛି

ଟ୍ୱିଟର ସିଇଓ ଜ୍ୟାକ୍ କହିଛନ୍ତି ଯେ, ଟ୍ୱିଟର ପାଇଁ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  । ଏହି ହ୍ୟାକିଂକୁ ବନ୍ଦ କରିବାକୁ ସେମାନେ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ଅନେକ ଆକାଉଣ୍ଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଆକାଉଣ୍ଟ ଗୁଡିକୁ ପୁଣି ଆରମ୍ଭ କରାଯାଇଛି । ତେବେ କିଏ ଏହି ହ୍ୟାକର ତାର କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ହ୍ୟାକିଂ କିପରି ହୋଇଥିଲା ଏବଂ ଏହା ପଛରେ କିଏ ଥିଲା ତାହାର ଅନୁସନ୍ଧାନ ଜାରି ରହିଛି ।

ରାଜ୍ୟରେ ପୁଣି ୧୭୨ ସ୍ଥାନୀୟ ଲୋକ ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୪୯୪ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ବଢ଼ିବାରେ ଲାଗିଛି ସଂକ୍ରମଣ । ଏହି ୪୯୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୫ ହଜାର ୩୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଅପେକ୍ଷା କରିବେନି ରୋଗୀ ୨୪ଘଣ୍ଟାରେ…

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ବୈଜ୍ଞାନିକମାନେ ଫୁସଫୁସ ରୋଗ ପ୍ରତିକାର ବାହାର କରିଛନ୍ତି । କେତେକ ବୈଜ୍ଞାନିକ ଫୁସଫୁସ ଖରାପ ହେବା ପରେ ମଧ୍ୟ ସୁସ୍ଥ କରିବାର ଉପାୟ ଖୋଜି ପାଇଛନ୍ତି। ଗବେଷକମାନେ ଏହି ଟେକନିକ୍ ବ୍ରେନ ଡେଡ୍ ରୋଗୀଙ୍କଠାରୁ ମିଳିଥିବା ୬ଟି ଫରାପ ଫୁସଫୁସ ଉପରେ ପ୍ରୟୋଗ କରିଥିଲ । ଫୁସଫୁସକୁ ରେସ୍ପିରେଟର ଯନ୍ତ୍ର ସହ ଯୋଡ଼ି ଘୁଷୁରି ରକ୍ତ ପ୍ରଭାବିତ କରିଥିଲେ । ଫଳରେ ଏହା ୨୪ଘଣ୍ଟା ମଧ୍ୟରେ ହିଁ  ‘ଜୀବନ୍ତ’ ହୋଇଗଲେ ।

ଏହାର ସଫଳତା ପରେ, ଏହି ପରୀକ୍ଷଣ ମଣିଷମାନଙ୍କଠାରେ କରାଯିବ । ବୈଜ୍ଞାନିକମାନେ କହିଛନ୍ତି ଯେ, ବର୍ତ୍ତମାନ ଦାନରେ ମିଳୁଥିବା ଅଧିକାଂଶ ଫୁସଫୁସ କିଛି ଘଣ୍ଟା ମଧ୍ୟରେ ଖରାପ ହୋଇଯାଉଛି । ଏହି ନୂଆ ସଫଳତା ପରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଧିକ ଫୁସଫୁସ ଉପଲବ୍ଧ ହେବ । ଏହା ଏକ ପରିବର୍ତ୍ତନଶୀଳ ବିଚାର ଯାହା ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଫୁସଫୁସ ପ୍ରତିରୋପଣ ବିଶେଷଜ୍ଞ କହିଛନ୍ତି ।

ଏହି ପରୀକ୍ଷଣ ବିଜ୍ଞାନର କଳ୍ପନା ଭଳି

ମେଡିସିନ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନର ଫଳାଫଳକୁ ବୈଜ୍ଞାନିକଙ୍କ ଏକ କଳ୍ପନା ଭାବରେ ବିବେଚନା କରାଯାଉଛି । କଲମ୍ବିଆ ଏବଂ ବେଣ୍ଡରାବିଲ୍ଟ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଗତ ଆଠ ବର୍ଷ ଧରି ଖରାପ ଫୁସଫୁସକୁ ପୁନଃ ଜୀବିତ କରିବାକୁ କାର୍ଯ୍ୟ କରିଆସୁଛନ୍ତି। ସୂଚନା ଅନୁସାରେ, ଅନୁସନ୍ଧାନରୀମାନେ ପ୍ରଥମେ ପୃଥକ ପୃଥକ୍ ପ୍ଲାଷ୍ଟିକ୍ ବାକ୍ସରେ ରଖି ପ୍ରତ୍ୟେକ ଫୁସଫୁସରେ  ଶ୍ୱାସକ୍ରିୟା ଦେବା ପାଇଁ ରେସ୍ପିରେଟରରେ ଯୋଡ଼ା ଯାଇଥିଲା । ପୁଣି ସେମାନଙ୍କୁ ଜାବିତ ଘୁଷୁରୀର ଗଳାର ବଡ ନଳିରେ ଯୋଡ଼ା ଯାଇଥିଲା । ଟ୍ୟୁବ୍ ସହିତ ସଂଯୋଗ କଲେ, ଯାହା ଫୁସଫୁସରେ ରକ୍ତବାହୀ ଦେଇ ପ୍ରବାହିତ ହେଲା ଯେଉଁଥିରେ ଘୁଷୁରୀର ରକ୍ତ ବାହିକା ଜରୀଆରେ ଫୁସଫୁସରେ ସଞ୍ଚାଳିତ ହେବାକୁ ଲାଗିଲା । ପୁଣି ଗୋଟିଏ ଦିନରେ ହିଁ ଫୁସଫୁସ ଭଲ ହୋଇଗଲା ଏବଂ ଲାବୋରେଟୋରୀରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି |

ମଣିଷମାନଙ୍କଠାରେ ଏଭଳି ହେବ ବ୍ୟବହାର

ଏହି ଟେକ୍ନୋଲୋଜିର ନାମ Ex Vivo Lung Perfusion (EVLP) ରଖାଯାଇଛି ଯାହା ବର୍ତ୍ତମାନ ମଣିଷମାନଙ୍କ ଉପରେ ବ୍ୟବହୃତ ହେବ ।  ଏହା ଅଧୀନରେ ରୋଗୀର ଗଳାରେ ଏକ ବଡ଼ କ୍ୟାଥେଟର୍ ଭର୍ତ୍ତି କରାଯାଇ ଫୁସଫୁସରେ ରକ୍ତ ପ୍ରବାହିତ କରାଯାଇ ପାରିବ । ଫୁସଫୁସ  ଯୋଗାଯୋଗ କୋଠରୀରେ ରଖାଯାଇଥିବା ଶ୍ୱାସକ୍ରିୟା ସହିତ ହେବ । ଆମେରିକୀୟ ଫୁସଫୁସ ଆସୋସିଏସନ ଅନୁଯାୟୀ, ଦାନ କରାଯାଇଥିବା ଫୁସଫୁସର ମାତ୍ର ୨୮ ପ୍ରତିଶତ ବ୍ୟବହୃତ ହୁଏ ଏବଂ ବାକି ସବୁ ଖରାପ ହୋଇଯାଏ। ଅନୁସନ୍ଧାନରେ ଜଡିତ ବେଣ୍ଡରବିଲ୍ଟ ୟୁନିଭରସିଟିର ଡାକ୍ତର ଅନୁଯାୟୀ, ଦାନ କରାଯାଇଥିବା ଫୁସଫୁସର ୪୦ ପ୍ରତିଶତ ଟ୍ରାନ୍ସପ୍ଲାଣ୍ଟ ହେଲେ ଅନେକ ରୋଗୀଙ୍କୁ ଅପେକ୍ଷା ତାଲିକାରେ ରହିବାକୁ ପଡ଼ିବ ନାହିଁ ।