ଦେଶରେ କରୋନା ଗ୍ରାଫ୍ ଉପର ମୁହାଁ, ଦିନକରେ ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ

india coronavirus update cases and death on 16 july 2020

ନୂଆଦିଲ୍ଲୀ: ଦେଶରେ ଆଜି ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୨ହଜାର ୬୯୫ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦୬ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୯ଲକ୍ଷ ୬୮ହଜାର ୮୭୬କୁ ବୃଦ୍ଧି ହୋଇଥିବା ବେଲେ ଆକ୍ଟିଭ୍ କେସ୍ ରହିଛି ୩ଲକ୍ଷ ୩୧ହଜାର ୧୪୬ । ସୁସ୍ଥ ହେଲେଣି ୬ଲକ୍ଷ ୧୨ହଜାର ୮୧୫ଜଣ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨୪ହଜାର ୯୧୫କୁ ବୃଦ୍ଧି ହେଲାଣି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି ତାପରେ ବ୍ରାଜିଲ ରହିଛି । ଆମେରିକାରେ ୩,୬୧୫,୯୯୧ଜଣ ସଂକ୍ରମିତ ହୋଇଥିବା ବେଳେ ବ୍ରାଜିଲରେ ୧,୯୭୦,୯୦୯ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି।

ସର୍ବାଧିକ ଆକ୍ଟିଭ୍ କେସ ଥିବା ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁଯାୟୀ, ଏହି ସମୟରେ ଦେଶରେ ୩ ଲକ୍ଷ ୩୧ ହଜାର କରୋନା ଆକ୍ଟିଭ୍ ମାମଲା ରହିଛି। ସବୁଠାରୁ ଅଧିକ ଆକ୍ଟିଭ୍  ମାମଲା ମହାରାଷ୍ଟ୍ରରେ ରହିଛି । ମହାରାଷ୍ଟ୍ର ଡାକ୍ତରଖାନାରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ୨ଲକ୍ଷ ୭୫ହଜାର ୬୪୦ଜଣ ଚିହ୍ନଟ ହୋଇଥିବା ବେଳେ ୧୦ହଜାର ୯୨୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ଲକ୍ଷେ ୫୧ହଜାର ୮୨୦ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ଶହ ୬୭ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୧୬ହଜାର ୯୯୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୩ହଜାର ୪୮୭ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply